ଶିକ୍ଷା ଅଧିକାର ଆଇନ ଓ ବିଦ୍ୟାଳୟ ମିଶ୍ରଣ

ଲୋକନାଥ ପଣ୍ଡା

ଶିକ୍ଷା ଅଧିକାର ଆଇନ ୨୦୧୦ ମସିହାରେ କାର୍ଯ୍ୟକାରୀ ହେବା ପରେ ପ୍ରାୟତଃ ପ୍ରତ୍ୟେକ ଗଁାରେ ଗୋଟିଏ ଗୋଟିଏ ବିଦ୍ୟାଳୟ ଖୋଲାଗଲା। ଏଥିସହିତ ବିଦ୍ୟାଳୟ ନିମନ୍ତେ ସର୍ବନିମ୍ନ ବ୍ୟବସ୍ଥା ଦୁଇଟି ଶ୍ରେଣୀ, ରୋଷେଇ ଘର, ନଳକୂପ ଆଦି ମଧ୍ୟ ବ୍ୟବସ୍ଥା କରାଗଲା। ଏହା ପୂର୍ବରୁ ମଧ୍ୟ ଡି.ପି.ଇ.ପି. ହେଉ, ସର୍ବଶିକ୍ଷା ଅଭିଯାନ ହେଉ କିମ୍ବା ଅନ୍ୟ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ବିଦ୍ୟାଳୟ ଖୋଲଯାଇଥିଲା। ଏଥିସହିତ ପ୍ରତ୍ୟେକ ପଞ୍ଚାୟତରେ ପ୍ରକଳ୍ପ ବିଦ୍ୟାଳୟ ଭାବରେ ନାମିତ କରି ସ୍କୁଲ ଖୋଲାଗଲା। କେବଳ ପ୍ରଥମରୁ ତୃତୀୟ ଶ୍ରେଣୀଥିବା ବିଦ୍ୟାଳୟ (ଲୋୟର ପ୍ରାଇମେରୀ)କୁ ପ୍ରାଇମେରୀ, ପରବର୍ତ୍ତୀ ସମୟରେ ଉଚ୍ଚ ବିଦ୍ୟାଳୟରେ ପରିଣତ କରାଗଲା। ବିଭିନ୍ନ ସରକାରୀ ପ୍ରକଳ୍ପ ହେଉ କିମ୍ବା ବ୍ୟବସ୍ଥା ହେଉ, ସ୍କୁଲ ଭିିତ୍ତିଭୂମିକୁ ସଜାଡ଼ିବା ପାଇଁ ପ୍ରୟାସ କରାଗଲା। ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହେବା ପରେ ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମିର ବିକାଶ ପାଇଁ ବିଶେଷ ଗୁରୁତ୍ୱ ମଧ୍ୟ ଦିଆଗଲା। ସମସ୍ତେ ଯେପରି ସ୍କୁଲ ମାଡ଼ିବେ, ଅନେକ ବିଦ୍ୟାଳୟ ଖୋଲାହେଲା। ଅଧାରୁ ପାଠ ଛାଡ଼ିବାରେ ଯେପରି ବ୍ରେକ୍‌ ଲାଗିବ, ସେଥିପାଇଁ ବିଶେଷ ପ୍ରାଧାନ୍ୟ ଦିଆଗଲା।
ଗତ କିଛି ଦିନ ତଳେ ରାୟଗଡ଼ା ଜିଲାର କେତେକ ଗ୍ରାମର ସ୍କୁଲ ସମ୍ପର୍କରେ ଆଲୋଚନା କରୁଥିଲି। ଗୁମ୍ମା ପଞ୍ଚାୟତରୁ ୧୦ କିଲୋମିଟର ଦୂର ଏକ ଗାଁର ଜଣେ ଆଦିବାସୀ ମାଆ ଆଲୋଚନାବେଳେ କହୁଥିଲେ, ସ୍କୁଲ ବିଷୟ ପଚାରନା ଆଜ୍ଞା, ମାଷ୍ଟର ଆସୁଥିଲା, ଖାଦ୍ୟ ରୋଷେଇ ପରେ ପିଲାମାନେ ଖାଇବା ପରେ ଚାଲିଯାଉଥିଲା। ବର୍ତ୍ତମାନ ଦୁଇଦିନ ମାସକୁ ଥରେ ଆସୁଛି, ଚାଉଳପତ୍ର ଦେଉଛି, ପୁଣି ଚାଲିଯାଉଛି! ଗାଁରେ ପାଠଶାଠ କିଛି ନାହିଁ! ସେଦିନ ଜଣେ ଦଦରିଭରା ମାଆର ଖଣ୍ଡିଆ ଓଡ଼ିଆ ଓ କନ୍ଧ ଭାଷାରେ ଦଦରିଭରା ବକ୍ତବ୍ୟ ବେଶ୍‌ ଆନ୍ଦୋଳିତ କରିଥିଲା।
ଅନ୍ୟ ଏକ ସ୍କୁଲକୁ ଯାଇଥିଲି। ସ୍କୁଲଟି ଦୁଇତିନି ବର୍ଷ ହେଲା ବନ୍ଦ ହୋଇଛି। ଗାଁର ମାଆମାନଙ୍କ ସହିତ କଥା ହେଉଥିଲି। ମାଆମାନେ କହୁଥିଲେ- ଆଜ୍ଞା ଆସୁଥିଲା, ପାଠପଢ଼ା ହେଉନଥିଲା, କିନ୍ତୁ ସ୍କୁଲ ଥିଲା, ଆମେ ଆମ ପିଲାଙ୍କୁ ପଠାଉଥିଲି! କିଛି ପାଠ ହେଉନଥିଲା, ତଥାପି ପଠାଉଥିଲୁ। କିନ୍ତୁ କହିଲେ, ପିଲା ସଂଖ୍ୟା କମ୍‌ ହେତୁ ତୁମର ସ୍କୁଲ ବନ୍ଦ ହୋଇଯିବ, ବର୍ତ୍ତମାନ ସ୍କୁଲ ତ ବନ୍ଦ ରହିଛି। ବିଦ୍ୟାଳୟ ଖୋଲିଲା ପରେ ପିଲାମାନେ ମୁଖ୍ୟ ରାସ୍ତାରେ ଯିବାବେଳେ ଆମକୁ ଭୟ ଲାଗୁଅଛି। ୨୦୧୦ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟଟି ଦୁଇ ତିନିବର୍ଷ ମଧ୍ୟରେ ଗଛପତ୍ର ଉଠିଗଲାଣି। ବିଦ୍ୟାଳୟ ନିମନ୍ତେ ରୋଷେଇ ଘର, ପାଇଖାନା ଆଦି ସବୁ ହୋଇଯିବା ଜଣାପଡ଼ୁଛି। ଯେଉଁ ବିଦ୍ୟାଳୟରେ ଉକ୍ତ ବିଦ୍ୟାଳୟ ମିଶ୍ରଣ ହେଲା, ସେହି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଭେଟିିଲି। ବହୁ ସଂକୋଚ ପରେ ରେଜିଷ୍ଟର ଖୋଲି ୮ ଜଣ ବୋଲି କହିଲେ। ତାଙ୍କର ଅଭିଯୋଗ ଥିଲା, ବିଦ୍ୟାଳୟ ମିଶ୍ରଣ ହେଲା, ଆମ ବିଦ୍ୟାଳୟରେ ଆସି ମାତାପିତା ସେମାନଙ୍କର ଶିଶୁଙ୍କ ନାମ ଲେଖାଇଲେ। କିନ୍ତୁ ଉଠିଯାଇଥିବା ବିଦ୍ୟାଳୟର ଶିକ୍ଷକ ଜିଲା ସଦର ମହକୁମାକୁ ଡେପୁଟେସନରେ ପଳାଇଲେ।
ଅନ୍ୟ ଏକ ଆଦିବାସୀବହୁଳ ଆଭ୍ୟନ୍ତରୀଣ ଗ୍ରାମକୁ ଯାଇଥିଲି। ଗ୍ରାମର ଜଣେ ବୟସ୍କ ବ୍ୟକ୍ତି କହିଲେ- ଆଜ୍ଞା, ଆମ ଗାଁର ଲୋକମାନେ ପ୍ରତ୍ୟେକ ପରିବାର ପିଛା ପଚାଶ ଟଙ୍କା ଲେଖାଁଏ ସଂଗ୍ରହ କରି ଦେଲୁ, ସ୍କୁଲଟି ରହିଲା। ଗାଁରେ ସ୍କୁଲ ନ ରହିଲେ ସାନ ସାନ ପିଲାମାନେ କୁଆଡ଼େ ପାଠ ପଢ଼ିବାକୁ ଯିବେ ! ଛୋଟ ଛୋଟ ବୁଆମାନଙ୍କୁ ଆମେ କେମିତି ଆଶ୍ରମ ସ୍କୁଲରେ ଛାଡ଼ିବୁ! ମାଆମାନେ ରହିପାରିବେ କି ବୋଲି ମୋତେ ପ୍ରଶ୍ନ କରିଥିଲେ! ଗ୍ରାମରେ ବିଦ୍ୟାଳୟ ଉଠିନି କିମ୍ବା ଅନ୍ୟ କୌଣସି ବିଦ୍ୟାଳୟରେ ମିଶ୍ରଣ ହୋଇନି! ଏହି ବିଦ୍ୟାଳୟରେ ୪୦ରୁ କମ୍‌ ଛାତ୍ରୀଛାତ୍ରଙ୍କ ନାମ ରହିଛି! ବିଦ୍ୟାଳୟ, ପାଠପଢ଼ା, ଗ୍ରାମବାସୀଙ୍କ ବିଦ୍ୟାଳୟ ପ୍ରତି ଅନ୍ତରଙ୍ଗତା କେତେ ରହିଛି, ସେହି ଗ୍ରାମର କନ୍ଧ ସମ୍ପ୍ରଦାୟର ଲୋକମାନଙ୍କ କେତେ ଆନ୍ତରିକତା ରହିଛି, ତାହା ଅନୁଭବ କରୁଥିଲି।
ସବୁଠାରୁ ବଡ଼ କଥା ହେଲା, ବର୍ଷ ବର୍ଷ ଧରି ଆଦିବାସୀ ମହିଳାମାନେ ସେମାନଙ୍କର ଭାଷା ବ୍ୟତୀତ ଅନ୍ୟ ଭାଷା ଜାଣିବାର କଷ୍ଟକର। ଓଡ଼ିଆ ଭାଷା କିଛି ପରିମାଣରେ ବୁଝୁଛନ୍ତି। ମହିଳା ସଶକ୍ତୀକରଣ କେତେ ପ୍ରକାର କରାଯାଉଛି। କିନ୍ତୁ ସେମାନେ କିପରି ସାକ୍ଷର ହେବେ, ସରକାରୀ ଯୋଜନା ସମ୍ବନ୍ଧୀୟ ସୂଚନା ପଢ଼ିପାରିବେ, ନିରନ୍ତର ଶିକ୍ଷା କିପରି ସମ୍ଭବ ହେବ, ପ୍ରାଥମିକ ଶିକ୍ଷା ଲାଭ କରିଥିବା ବା ସାକ୍ଷର ହୋଇଥିବା ମହିଳାଟିଏ ତାହା ପଢ଼ାଲେଖା ଚାଲୁରହିବ, ସେହିଭଳି କୌଣସି ବ୍ୟବସ୍ଥା ନାହିଁ। ଯଦି କିଛି ରହିଛି, ତେବେ ନାମକୁମାତ୍ର କାଗଜପତ୍ରରେ ରହିଛି! ସର୍ବନିମ୍ନ ଶିକ୍ଷଣ ସ୍ତର ଲାଭ କରିବେ, ସେଥିପାଇଁ କେନ୍ଦ୍ର ସରକାରଙ୍କର ଆନ୍ତରିକତା ନାହିଁ କି ରାଜ୍ୟ ସରକାରଙ୍କର ଆନ୍ତରିକତା ନାହିଁ! ଭାରତ ସ୍ବାଧୀନ ହେବା ପରେ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ଜନସାକ୍ଷରତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଥିଲା। ୧୯୮୮ ମସିହାରେ ତତ୍କାଳୀନ ସରକାର ସାକ୍ଷରତାକୁ ଅତ୍ୟନ୍ତ ଗୁରୁତ୍ୱ ମନେକରି ଜାତୀୟ ସାକ୍ଷରତା ମିଶନ ଗଠନ କରିଥିଲେ। ପରବର୍ତ୍ତୀ ସମୟରେ ସ୍ବତନ୍ତ୍ର ଭାବରେ ଜନଜାତି ଓ ପଛୁଆବର୍ଗର ମହିଳାଙ୍କ ସାକ୍ଷରତାର ହାରକୁ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେଇ ସାକ୍ଷର ଭାରତ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥିଲା। ମହିଳା ସାକ୍ଷରତା ହାର କମ୍‌ ଥିବା ଜିଲାଗୁଡ଼ିକରେ ସାକ୍ଷରତା କାର୍ଯ୍ୟକ୍ରମ ଚାଲୁଥିଲା। ପ୍ରତ୍ୟେକ ପଞ୍ଚାୟତରେ ଲୋକ ଶିକ୍ଷା କେନ୍ଦ୍ର ଥିଲା ଏବଂ ଏହି ଲୋକ ଶିକ୍ଷା କେନ୍ଦ୍ର ଦ୍ୱାରା ସାକ୍ଷରତା ସହିତ ବିଭିନ୍ନ ସାକ୍ଷରତା ତଥା ଆର୍ଥିକ ସାକ୍ଷରତା, ଆଇନଗତ ସାକ୍ଷରତା, ପ୍ରାକୃତିକ ଦୁର୍ବିପାକ ଜନିତ ସାକ୍ଷରତା, ସରକାରୀ ଯୋଜନା ସମ୍ବନ୍ଧୀୟ ସାକ୍ଷରତା, ପାଠାଗାର ଆନ୍ଦୋଳନ ଏହିଭଳି ବିଭିନ୍ନ କାର୍ଯ୍ୟକ୍ରମରେ ସାକ୍ଷରତା ସୃଷ୍ଟି କରିବା ପାଇଁ ଦୁଇଜଣ ପ୍ରେରକ ନିଯୁକ୍ତ ହୋଇଥିଲେ ଏବଂ ରାଜ୍ୟସ୍ତରରେ ରାଜ୍ୟ ସାକ୍ଷରତା ମିଶନ ଏହାର ଦାୟିତ୍ୱ ନେଇଥିଲା। ବିଭିନ୍ନ ବିଷୟରେ ସାକ୍ଷରତା କିନ୍ତୁ କେନ୍ଦ୍ର ସରକାରଙ୍କ ସରକାର ସାକ୍ଷର ଭାରତ କାର୍ଯ୍ୟକ୍ରମ ବନ୍ଦ କରି ଦେବାପରେ ଯାହା କିଛି ମାତ୍ରାରେ ଚାଲିଥିଲା, ତାହା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଗଲା।
କରୋନା ସଂକ୍ରମଣ ହେତୁ ୨୦୨୦ ମାର୍ଚ୍ଚରୁ ସମସ୍ତ ସ୍କୁଲ ଊଣାଅଧିକେ ବନ୍ଦ ରହିଛି। ସହରାଞ୍ଚଳ ଶିଶୁ ମୋବାଇଲ୍‌ ହେଉ, ଟିଉସନ୍‌ ହେଉ ପାଠ ପଢ଼ୁଛନ୍ତି। କିନ୍ତୁ ଗ୍ରାମାଞ୍ଚଳ ଶିଶୁଙ୍କ ପାଖରେ କୌଣସି ସୁବିଧା ନାହିଁ! ସରକାରଙ୍କ ତରଫରୁ ମଝିରେ ମଝିରେ ଯେଉଁ ବ୍ୟବସ୍ଥା ହେଉଛି, ତାହା କେବଳ ଲୋକଦେଖାଣିଆ। ଗତ ବର୍ଷ ଜନଜାତି ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀଙ୍କ ଯୋଗୁ ଗ୍ରାମାଞ୍ଚଳରେ ଶିକ୍ଷକଙ୍କୁ ନେଇ ଗାଁକୁ ସପ୍ତାହକୁ ଯାଇ ପାଠପଢ଼ା କରିବା ପାଇଁ କୁହାଗଲା। ମାତ୍ର ମାସେ ଗଲା ପରେ ତାହା ବନ୍ଦ ହୋଇଗଲା। ବର୍ତ୍ତମାନ ଶିଶୁମାନେ ଡ୍ରେସ୍‌ ପାଉଛନ୍ତି, ଚାଉଳ ପାଉଛନ୍ତି, ସବୁ ପାଉଛନ୍ତି, କିନ୍ତୁ ପାଠ ନିଖୋଜ।
ନିକଟରେ କିଛି ଗ୍ରାମାଞ୍ଚଳକୁ ଯାଇ ସ୍କୁଲ ପାଖକୁ ଗଲାବେଳେ ଏବଂ ସ୍କୁଲ ସମ୍ବନ୍ଧୀୟ ଆଲୋଚନା କଲାବେଳେ ଗାଁର ଶିଶୁମାନେ ଧାଇଁ ଆସୁଥିଲେ । ଆଗ୍ରହ ଓ ଅନୁସନ୍ଧିତ୍ସା ସହିତ ପଚାରୁଥିଲେ, ସାର୍‌ ସ୍କୁଲ କେବେ ଖୋଲିବ। ସ୍କୁଲ କେବେ ଖୋଲିବ, ଆମେ ପାଠ ପଢ଼ିବୁ, ଆମ ସାଙ୍ଗସାଥୀଙ୍କ ସହ ମିଶିବୁ। ମୁଁ ଇତିମଧ୍ୟରେ ଅନେକ ଗ୍ରାମକୁ ଯାଇଛି, ଅନେକ ଶିଶୁଙ୍କୁ ସ୍କୁଲ ସମ୍ପର୍କରେ ପଚାରିଛି, ଗ୍ରାମାଞ୍ଚଳର ଅଧିକାଂଶ ଶିଶୁ ବିଦ୍ୟାଳୟ କେବେ ଖୋଲିବ ଅନାଇ ବସିଛନ୍ତି।
ନାଗରିକ ସମାଜ ତରଫରୁ ହେଉ, ତୃଣମୂଳ ସ୍ତରରେ ରାଜନୀତି କରୁଥିବା ବ୍ୟକ୍ତିବିଶେଷ କିମ୍ବା ଦଳ ହେଉ, ଶିକ୍ଷାବିତ୍‌ ହୁଅନ୍ତୁ କିମ୍ବା ସାମାଜିକ ସଂଗଠନ ହେଉ, ଗ୍ରାମାଞ୍ଚଳରେ ନିୟମିତ ଭାବରେ ବିଦ୍ୟାଳୟ ଖୋଲିବା ଏବଂ ସରକାର ଅପହଞ୍ଚ ଓ ଆଦିବାସୀ ଅଧ୍ୟୁଷିତ ଅନଗ୍ରସର ଅଞ୍ଚଳରେ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଉଛନ୍ତି, ତାହାକୁ ପୁନଃ ସମୀକ୍ଷା କରିବା ସହିତ ସେହି ବିଦ୍ୟାଳୟଗୁଡ଼ିକ ଯେପରି ସକ୍ରିୟ ହେବ, ବିଦ୍ୟାଳୟଗୁଡ଼ିକ ଯେପରି ଚଳଚଞ୍ଚଳ ହେବ, କୌଣସି ବାଧ୍ୟବାଧକତାରେ କିମ୍ବା ଦଣ୍ଡ ସ୍ବରୂପ ସେହି ବିଦ୍ୟାଳୟରେ ଶିକ୍ଷକ ଦାୟିତ୍ୱରେ ନ ରହିବେ, ସେଥିପ୍ରତି ଦୃଷ୍ଟି ଦେବାର ସମୟ ଆସିଛି। ନହେଲେ ଅନେକ ଶିଶୁ ଶିଶୁଶ୍ରମିକ ପାଲଟିଯିବେ, ଅନେକ ଯାଇ ଆନ୍ଧ୍ରପ୍ରଦେଶ ହେଉ କିମ୍ବା ଅନ୍ୟ କୌଣସି ରୋଜଗାର ଉଦ୍ଦେଶ୍ୟରେ ଚାଲିଯିବେ, ଏହିଭଳି ସମ୍ଭାବନା ମଧ୍ୟ ଯଥେଷ୍ଟ ମାତ୍ରାରେ ରହିଛି। ଏହାକୁ ସବୁବର୍ଗ ଦୃଷ୍ଟି ଦେବାକୁ ପଡ଼ିବ। ଶିକ୍ଷା, ସାକ୍ଷରତା, ସାଂସ୍କୃତିକ ବିବିଧତା ହେଉଛି ବିକାଶର ମୂଳମନ୍ତ୍ର। ଏହାକୁ ଛାଡ଼ି ବିକାଶ ଦେଖିବା, ବିକାଶ ନାମରେ ଶୋଷଣ ସହିତ ସମାନ। ଶିକ୍ଷା ଓ ସାକ୍ଷରତାକୁ ଯଦି ଗୁରୁତ୍ୱ ନ ଦିଆଯାଏ, ସବୁବର୍ଗକୁ ଯଦି ଏକାପ୍ରକାର ବା ଏକପ୍ରକାର ଗୁଣାତ୍ମକ ଶିକ୍ଷା ଦିଆନଯାଏ, ତେବେ ଗୋଟିଏ ଗୋଷ୍ଠୀ ଶୋଷିତ ହେଉଥିବେ ଏବଂ ଅନ୍ୟ ଗୋଷ୍ଠୀ ଶୋଷକ ହେଉଥିବେ। ଶିକ୍ଷା, ସାକ୍ଷରତା ପରିପ୍ରେକ୍ଷୀରେ ଏହିସବୁ ଦିଗଗୁଡ଼ିକୁ ଦୃଷ୍ଟି ଦେବାର ସମୟ ଆସିଛି !
– ରାଣୀଗୁଡ଼ା, ରାୟଗଡ଼ା
ମୋ: ୯୪୩୮୦୮୧୪୩୦


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri