Posted inଫୁରସତ

ବିଶ୍ୱର ସବୁଠୁ ଧନୀ ଜୁଆଡ଼ି, ଥରକେ ଜିତିଥିଲେ ଏତିକି କୋଟି; ଜାଣିଲେ…

କୁହାଯାଏ, ଜୁଆ ଖେଳିଲେ ଲୋକେ ସର୍ବନାଶ ହୁଅନ୍ତି। ଅର୍ଥାତ୍‌ ସବୁ ସମ୍ପତ୍ତି ହରାଇ ବସନ୍ତି। ମାତ୍ର ଏମିତି ଜଣେ ଜୁଆଡ଼ି ଅଛନ୍ତି, ଯେ କି କୋଟିପତି। ଭାରତରେ ଜୁଆଖେଳକୁ ବେଆଇନ କୁହାଯାଇଥାଏ ମାତ୍ର ବିଶ୍ୱରେ ଅନେକ ଦେଶ ଅଛି, ଯେଉଁଠାରେ ଆଇନଗତ ଜୁଆଡ଼ି ଅଛନ୍ତି। ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯେ କି, ବିଶ୍ୱର ସବୁଠାରୁ ଧନୀ ‘ଜୁଆଡ଼ି’ ଭାବରେ ପରିଗଣିତ। ଜୁଆ ଖେଳି ସେ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ଏହି କାରଣରୁ ତାଙ୍କୁ ‘ପୋକର କିଙ୍ଗ’ ମଧ୍ୟ କୁହାଯାଏ। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ବ୍ୟକ୍ତି ହଲିଉଡର ଅନେକ ସୁପରହିଟ୍‌ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

ଏହି ଯୁବକଙ୍କ ନାମ ହେଉଛି ଡାନ୍‌ ବିଲଜେରିୟାନ୍‌। ୪୦ ବର୍ଷୀୟ ଆମେରିକୀୟ ଏହି ଯୁବକଙ୍କ ଜୀବନରେ ପୂର୍ବରୁ ଅର୍ଥର ଅଭାବ ନ ଥିଲା, କାରଣ ତାଙ୍କ ପିତା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ଏକ ସାକ୍ଷାତକାରରେ ଡାନ୍‌ କହିଥିଲେ, ତାଙ୍କ ପିଲାଦିନରେ କେହି ତାଙ୍କ ପ୍ରତି ବିଶେଷ ଧ୍ୟାନ ଦେଇ ନ ଥିଲେ, ତେଣୁ ସେ ଯାହା ଚାହୁଁଥିଲେ ତାହା କରୁଥିଲେ। ଥରେ ଡାନ୍‌ ମଧ୍ୟ ତାଙ୍କ ସ୍କୁଲରେ ବନ୍ଧୁକ ଧରି ଧରାପଡ଼ିଥିଲେ, ଯାହା ପରେ ତାଙ୍କୁ ସ୍କୁଲରୁ ବହିଷ୍କାର କରାଯାଇଥିଲା। ସେହି ବନ୍ଧୁକ ତାଙ୍କ ପିତାଙ୍କର ଥିଲା। ବିଦ୍ୟାଳୟରେ ସମସ୍ତଙ୍କୁ ଦେଖାଇବା ପାଇଁ ଡାନ୍‌ ବନ୍ଧୁକଟିକୁ ସ୍କୁଲ ନେଇଥିଲେ।

ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ସେ ସାରା ବିଶ୍ୱରେ ବେଶ୍‌ ପରିଚିତ। ଲସ୍‌ଭେଗାସରେ ତାଙ୍କର ଏକ ଘର ଅଛି, ଯାହାର ମୂଲ୍ୟ ପ୍ରାୟ ୩୨କୋଟି ଟଙ୍କା। ଯେଉଁଠାରେ ସେ ଅଧିକାଂଶ ସମୟ ପାର୍ଟି କରିଥାନ୍ତି। ଗତବର୍ଷ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ପିନ୍ଧିଥିବା ଏକ ଘଣ୍ଟାର ମୂଲ୍ୟ ପ୍ରାୟ ୧.୩୬ କୋଟି ଟଙ୍କା ବୋଲି କୁହାଯାଇଥିଲା।

ବନ୍ଧୁକ ଏବଂ ବିଳାସପୂର୍ଣ୍ଣ ଗାଡ଼ିମୋଟରକୁ ଡାନ୍‌ ଖୁବ୍‌ ପସନ୍ଦ କରନ୍ତି। ଗୋଟିଏ ପରେ ଗୋଟିଏ ମହଙ୍ଗା ବନ୍ଧୁକ ଏବଂ ଗାଡ଼ି କିଣନ୍ତି। ସେ ଧନୀ ତଥା ଜଣାଶୁଣା ବ୍ୟକ୍ତିତ୍ୱ ହୋଇଥିବାରୁ ତାଙ୍କ ନିକଟରେ ଝିଅଙ୍କ ଲମ୍ବା ଧାଡ଼ି ମଧ୍ୟ ଲାଗେ। ସୋସିଆଲ ମିଡିଆରେ ତାଙ୍କର ଏପରି ଅନେକ ଫଟୋ ଅଛି, ଯେଉଁଥିରେ ତାଙ୍କ ଚତୁଃପାର୍ଶ୍ୱରେ ଝିଅମାନେ ଘେରି ରହିଛନ୍ତି। ଏହି କାରଣରୁ ତାଙ୍କୁ ‘ପ୍ଲେ ବୟ’ ମଧ୍ୟ କୁହାଯାଏ।
ତାଙ୍କ ନିକଟରେ ଦାମୀ ଘର, ଗାଡ଼ି ଆଦିର ଅଭାବ ନାହିଁ। ଏହି ସବୁ ସମ୍ପତ୍ତି ସେ କେବଳ ଜୁଆ ଖେଳି ରୋଜଗାର କରିଥିବା ଟଙ୍କାରେ କରିଛନ୍ତି। ଏପରିକି ଗୋଟିଏ ରାତିରେ ଜୁଆ ଖେଳି ସେ ୮୩ କୋଟି ଟଙ୍କା ରୋଜଗାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?