କଅଁଳ କାନ୍ଧରେ ୩ ଭଉଣୀ, ଭାଇଙ୍କ ଦାୟିତ୍ୱ

ନବରଙ୍ଗପୁର,୧୫।୫(ବି.ପ୍ର.): ଏକାକରି ଆରପାରିକୁ ଚାଲିଗଲେ ମା’, ବାପା। ଏବେ ବଡ଼ ଝିଅର କଅଁଳ କାନ୍ଧରେ ୪ ପ୍ରାଣୀଙ୍କ ଦାୟିତ୍ୱ। ମାତ୍ର ୧୬ ବର୍ଷ ବୟସରେ ପାଠପଢ଼ାରେ ମନଦେବା ବଦଳରେ ମନକୁ ଦୃଢ଼ କରି ତିନି ଭଉଣୀ ଭାଇଙ୍କୁ ମଣିଷ କରିବାର ସାହସ କରିଛନ୍ତି। ସେ ହେଲେ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଝରିଗୁମ୍ମା ପଞ୍ଚାୟତ ବିରିଗୁଡ଼ା ଗ୍ରାମର ତୁଳାରାମ ଭତରାଙ୍କ ଝିଅ ମମତା।
ତୁଳାରାମ ସ୍ତ୍ରୀ ସନାଇ, ଦୁଇ ଝିଅ ଏବଂ ଦୁଇ ପୁଅକୁ ଦୀର୍ଗ ବର୍ଷ ଧରି ଗାଁରେ ରହୁଥିଲେ। ଶ୍ରମିକଭାବେ କାମ କରି ସେ ପରିବାର ଚଳାଉଥିଲେ। ୨୦୨୧ ଜାନୁୟାରୀରେ ତୁଳାରାମଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ସନାଇ ବହୁ କଷ୍ଟରେ ପରିବାର ଚଳାଉଥିଲେ। ହେଲେ ୪ ପିଲାଙ୍କ ଭାଗ୍ୟରେ ଦୁଃଖ ଏତିକିରେ ସୀମିତ ନ ଥିଲା। ଚଳିତ ବର୍ଷ ଜାନୁୟାରୀରେ ମା’ ମଧ୍ୟ ଆରପାରିକୁ ଚାଲିଗଲେ। ଏହା ପରଠାରୁ ୪ ପିଲା ଦାଦାଙ୍କ ପାଖରେ ରହୁଛନ୍ତି। ଦାଦାଙ୍କର ମଧ୍ୟ ୪ ସନ୍ତାନ ଥିବାରୁ ୧୦ ପ୍ରାଣୀଙ୍କୁ ଚଳାଇବା ତାଙ୍କ ପାଇଁ କଷ୍ଟକର ହୋଇଥିବା ଖୁଡ଼ି ପ୍ରମିଳା କହିଛନ୍ତି। ମମତା ପାଠପଢ଼ାରେ ଡୋରି ବାନ୍ଧି ଶ୍ରମିକଭାବେ କାମ କରି ଅଳ୍ପ କିଛି ରୋଜଗାର କରୁଛନ୍ତି। ଅନେକ ସମୟରେ ଠିକ୍‌ରେ ଖାଇବାକୁ ମଧ୍ୟ ପାଉନାହାନ୍ତି। ତିନି ଭଉଣୀ ଭାଇଙ୍କୁ କିପରି ସମ୍ଭାଳିବେ ଚିନ୍ତା କରିପାରୁ ନାହାନ୍ତି ବୋଲି ମମତା କୋହଭରା କଣ୍ଠରେ କହିଛନ୍ତି।
ସରକାରଙ୍କୁ ମମତା ଏବଂ ୩ ଭଉଣୀ ଭାଇଙ୍କ ପଢ଼ିବା, ରହିବା ଏବଂ ଖାଦ୍ୟର ବ୍ୟବସ୍ଥା କରିବାକୁ ଖୁଡ଼ି ଏବଂ ପଡ଼ୋଶୀ ଲୋକେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଜିଲା ଶିଶୁ ସୁରକ୍ଷା ସୁରେଶ ପଟ୍ଟନାୟକ ଏବଂ ବିଭାଗର ଅଧିକାରୀମାନେ ବିରିଗୁଡ଼ା ଗ୍ରାମକୁ ଯାଇ ୪ ଭଉଣୀ ଭାଇଙ୍କ ସହ ଅଲୋଚନା କରିଥିଲେ। ନବରଙ୍ଗପୁର ଆଇଟିଡିଏ ପିଏ ଅଭିମନ୍ୟୁ ମାଝି ମଧ୍ୟ ଗାଁକୁ ଯାଇ ପରିସ୍ଥିତି ବିଷୟରେ ଅବଗତ ହୋଇଥିଲେ। ସରକାରଙ୍କ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଳେଇଗୁଡ଼ା ସ୍କୁଲକୁ ଆକସ୍ମିକ ଗସ୍ତ କଲେ ଅତିରିକ୍ତ ଜିଲ୍ଲାପାଳ, ଯାଞ୍ଚ କଲେ ଖାଦ୍ୟର ଗୁଣବତ୍ତା

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ ): ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପାଇଁ ଉପଲବ୍ଧ ବ୍ୟବସ୍ଥା, ଖାଦ୍ୟର ଗୁଣବତ୍ତା ଏବଂ ସରକାରୀ ନିର୍ଦ୍ଧାରିତ ମାନଦଣ୍ଡର ଅନୁପାଳନ ସମ୍ପର୍କରେ…

ନବରଙ୍ଗପୁରରେ ରେଡ ଆଲର୍ଟ: ବର୍ଷା ପରିସ୍ଥିତି ଉପରେ ପ୍ରଶାସନର କଡ଼ା ନଜର

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ନବରଙ୍ଗପୁର ସମେତ ବିଭିନ୍ନ ଜିଲାରେ ମଧ୍ୟମରୁ ପ୍ରବଳ ବର୍ଷା, ଘଡ଼ଘଡ଼ି ଓ ବିଜୁଳି ଚମକିବା ନେଇ ସତର୍କ…

ସମ୍ଭାବ୍ୟ ବାତ୍ୟାକୁ ନେଇ ନବରଙ୍ଗପୁରରେ ସତର୍କତା, ୨ ଦିନ ପାଇଁ ଛୁଟି ବାତିଲ

ନବରଙ୍ଗପୁର,୨୨।୯(ସଦାଶିବ ପ୍ରହରାଜ ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆସନ୍ତା ୨୩ ଓ ୨୪ ତାରିଖ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?