ଭୁବନେଶ୍ୱର,୫।୬(ବ୍ୟୁରୋ): ଓଡ଼ିଶା ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବ। ରବିବାର ନୂଆ ମନ୍ତ୍ରୀମାନେ ଶପଥ ନେବେ। ସେଥିପାଇଁ ସମସ୍ତ ମନ୍ତ୍ରୀ ଶନିବାର ଇସ୍ତଫା ଦେଇଛନ୍ତି। ନୂଆ ମନ୍ତ୍ରିମଣ୍ଡଳରେ ୧୩ଜଣ ନୂଆ ମୁହଁ ସାମିଲ ହେବାକୁ ଥିବାବେଳେ ୮ଜଣ ସେମାନଙ୍କ ମନ୍ତ୍ରୀ ପଦ ବଜାୟ ରଖିବେ ବୋଲି କୁହାଯକାଉଛି। ପୂର୍ବରୁୁ ବହୁବାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି। ହେଲେ ଏକ ସଙ୍ଗରେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେବା ଓଡ଼ିଶା ରାଜନୀତି ଇତିହାସରେ ପ୍ରଥମ ଘଟଣା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ପରିବର୍ତ୍ତନକୁ ଗୁରୁତ୍ୱ ଦେଇଥାନ୍ତି। ତେଣୁ ସମ୍ଭାବ୍ୟ ନୂଆ ତାଲିକାରେ ୧୩ଜଣ ନୂଆ ମୁହଁ ରହିଛନ୍ତି। ସୂଚନାଯୋଗ୍ୟ, ଗତ ଏପ୍ରିଲ୍ ୧୧ରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ତାଙ୍କ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କରିଥିଲେ। ସେଥିପାଇଁ ପ୍ରଥମେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ୨୫ଜଣିଆ ମନ୍ତ୍ରିମଣ୍ଡଳରେ ୧୩ଜଣ ନୂଆ ମୁହଁ ସାମିଲ ହୋଇଥିବାବେଳେ ୧୧ଜଣ ପୁରୁଣା ମନ୍ତ୍ରୀ ଶପଥ ନେଇଥିଲେ। ୧୩ନୂଆ ମୁହଁ ମଧ୍ୟରେ ଜଗନ୍ ଯୁବ ନେତୃତ୍ୱକୁ ଅଧିକ ଗୁରୁତ୍ୱ ଦେଇଥିଲେ।

କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଅତିରିକ୍ତ ଖର୍ଚ୍ଚଦାବି ଗୃହୀତ
ଭୁବନେଶ୍ୱର,୧।୧୨(ବ୍ୟୁରୋ): କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ୧୪୩ କୋଟି ୬୫ ଲକ୍ଷ ୩୫ ହଜାର ଟଙ୍କା ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର...

ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ପ୍ରସଙ୍ଗ:ଭିଜିଲାନ୍ସ ତଦନ୍ତ ଦାବି କଲେ ଭାଜପା, ଶ୍ରୀଜଗନ୍ନାଥ ସେନା
ପୁରୀ ଅଫିସ, ୮।୩: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍ ବ୍ୟାଙ୍କରେ ଜମା ରଖାଯିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।...

ରାଜ୍ୟରେ ବର୍ଷା, ବନ୍ୟା
ଭୁବନେଶ୍ୱର, ୧୭।୮(ବ୍ୟୁରୋ): ପଶ୍ଚିମବଙ୍ଗ ଓ ସଂଲଗ୍ନ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ସାରା ରାଜ୍ୟରେ ବର୍ଷା ହେଉଛି। ଲଗାଣ...

ଶଟ୍ଡାଉନ୍ରେ ଖୋଲା ରହିବ ପେଟ୍ରୋଲ ପମ୍ପ
ଭୁବନେଶ୍ୱର, ୫।୬(ବ୍ୟୁରୋ): ଶଟ୍ଡାଉନ୍ ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହି ସମୟରେ ପେଟ୍ରୋଲ ପମ୍ପ ଖୋଲା ରହିବ।...

ରଥରେ ସଙ୍ଖୁଡ଼ି ଭୋଗ
ମହାପ୍ରଭୁଙ୍କ ରଥଯାତ୍ରାରେ ହୋଇଥାଏ ସଙ୍ଖୁଡି ଭୋଗ । ରଥ ଟଣା ସମୟରେ ଯେଉଁଠି ସନ୍ଧ୍ୟା ହୋଇଯାଏ ରଥ ସେହିଠାରେ ଅଟକି ରହେ। ସେଠାକୁ ଭୋଗ ସାମଗ୍ରୀମାନ...

ରାଜ୍ୟରେ ଆଜି ୧୭୯୩ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୩ା୧୦(ବ୍ୟୁରୋ): ଶୁକ୍ରବାର ମୋଟ୍ ୩୦ ଜିଲାରୁ ୧୭୯୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୭,୮୮୭ରେ ପହଞ୍ଚିଥିବା ରାଜ୍ୟ...

ଏସ୍ସିବି ବୁଲିଲେ ଡବ୍ଲ୍ୟୁଏଚ୍ଓ ଟିମ୍: ଫନୀ କ୍ଷୟକ୍ଷତିର ଅନୁଧ୍ୟାନ, ଉଚ୍ଚସ୍ତରୀୟ ବୈଠକ
କଟକ ଅଫିସ, ୨୯।୫: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ଦୁଇଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ଏସ୍ସିବି ମେଡିକାଲ ପରିଦର୍ଶନ କରିଛନ୍ତି। ସଂଗଠନର ନ୍ୟାଶନାଲ ପ୍ରଫେସନାଲ ଅଫିସର...

ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ
କଟକ ଅଫିସ,୧୨।୬: ଝାରପଡ଼ା ଜେଲ୍ରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଷଷ୍ଠ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପରେ ଶନିବାର ସେ...