ସଂରକ୍ଷଣ ସୀମା ୫୦% ଟପିବନି

ସଂରକ୍ଷଣ ସୀମା ୫୦% ଟପିବ ନାହିଁ ବୋଲି ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨ଟି ଅଧିନିୟମରେ ସଂଶୋଧନ ଆଣିଛନ୍ତି। ସେଥିରୁ ଗୋଟିଏ ସୋମବାର ବିଧାନସଭାରେ ଉପସ୍ଥାପିତ ହୋଇଛି। ଏହାଦ୍ୱାରା ସଂରକ୍ଷଣ ସୀମା ୫୦% ମଧ୍ୟରେ ସୀମିତ ରହିବ। ଏଥିସହିତ ରାଜ୍ୟରେ ପୌର ନିର୍ବାଚନ ପାଇଁ
ବାଟ ଫିଟିଛି।

ଭୁବନେଶ୍ୱର,୭।୯(ବ୍ୟୁରୋ)ରାଜ୍ୟରେ ପୌର ଏବଂ ପଞ୍ଚାୟତ ନିର୍ବାଚନରେ ୫୦%ରୁ ଅଧିକ ଥିବା ସ୍ଥାନ ସଂରକ୍ଷଣକୁ ନେଇ ରାଜ୍ୟ ସରକାର ଅଡୁଆରେ ପଡ଼ିଛନ୍ତି। ଏଥିଯୋଗୁ ଗତ ୩ ବର୍ଷ ହେବ ରାଜ୍ୟରେ ପୌର ନିର୍ବାଚନ ହୋଇପାରି ନାହିଁ। ସୁପ୍ରିମ୍‌କୋର୍ଟରୁ ନିରାଶ ହେବା ପରେ ରାଜ୍ୟ ସରକାର ପ୍ରଚଳିତ ଓଡ଼ିଶା ପୌର ଅଧିନିୟମ ୧୯୫୦ ଏବଂ ଓଡ଼ିଶା ମହାନଗର ନିଗମ ଅଧିନିୟମ ୨୦୦୩କୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ବିଲ୍‌ ସଂଶୋଧନ ହେବା ପରେ ପୌର ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟିଛି। ଗତ କ୍ୟାବିନେଟ ବୈଠକରେ ଉକ୍ତ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିବା ପରେ ରାଜ୍ୟ ସରକାର ଏହାକୁ ଓଡ଼ିଶା ବିଧାନସଭାର ଅନୁମୋଦନ କରିବାକୁ ଯାଉଛନ୍ତି। ସୋମବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଓଡ଼ିଶା ପୌର ବିଧି(ସଂଶୋଧନ) ବିଲ୍‌-୨୦୨୧କୁ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତି। ସମୟ ଅଭାବରୁ ଓଡ଼ିଶା ପଞ୍ଚାୟତ ବିଧି (ସଂଶୋଧନ) ୨୦୨୧କୁ ବିଧାନସଭାରେ ଆଗତ କରାଯାଇପାରି ନାହିଁ। ମଙ୍ଗଳବାର ବିଧାନସଭାରେ ତାହାକୁ ଉପସ୍ଥାପନ କରାଯାଇପାରେ।
ଏହି ବିଲ୍‌ ବିଧାନସଭାର ଅନୁମୋଦନ ଲାଭ କରିବା ପରେ ପ୍ରତ୍ୟେକ ପୌରପାଳିକାରେ ଅନୁସୂଚିତ ଜାତି ଓ ଜନଜାତିର ଜନସଂଖ୍ୟା ଅନୁପାତରେ ଆସନ ସଂରକ୍ଷଣ କରାଯିବ। ସମ୍ବିଧାନର ବ୍ୟବସ୍ଥା ଅନୁସାରେ ଉକ୍ତ ବର୍ଗ ଓ ମହିଳାମାନଙ୍କ ପାଇଁ ଅଧ୍ୟକ୍ଷ ପଦର ସଂରକ୍ଷଣ କେଉଁ ରୀତିରେ କରାଯିବ ତାହା ବିଧାନସଭାର ବିଚାର ଉପରେ ନିର୍ଭର କରିବ। ସେହିପରି ପଛୁଆ ବର୍ଗର ଲୋକମାନଙ୍କ କ୍ଷେତ୍ରରେ

ଯେକୌଣସି ପୌର ପରିଷଦର ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ନୀତି, ବିଧାନସଭାର ବିଚାର ପରେ ନିଷ୍ପତ୍ତି ନିଆଯିବ। ୨୦୧୩ରେ ୨୧ଟି ରିଟ୍‌ ଆବେଦନ ଉପରେ ବିଚାର କରି ହାଇକୋର୍ଟ ୨୦୧୮ ମାର୍ଚ୍ଚ ୧୮ରେ ଦେଇଥିବା ରାୟ ଅନୁଯାୟୀ ପୌର ସଂସ୍ଥାଗୁଡିକରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ନାଗରିକମାନଙ୍କ ନିମନ୍ତେ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପୌର ଅଧିନିୟମ ୧୯୫୦ ଏବଂ ଓଡ଼ିଶା ମହାନଗର ନିଗମ ଅଧିନିୟମ ୨୦୦୩ରେ ଥିବା ବ୍ୟବସ୍ଥାରେ କେତେକ ସଂଶୋଧନ କରାଯାଇଛି। କେ. କ୍ରିଷ୍ଣାମୂର୍ତ୍ତି ମାମଲାରେ ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତି ଅନୁଯାୟୀ ହାଇକୋର୍ଟଙ୍କ ଆଦେଶ ମତେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆବର୍ଗଙ୍କ ପାଇଁ ସମୁଦାୟ ଆସନର ସଂରକ୍ଷଣକୁ ୫୦%ରେ ସୀମିତ ରଖାଯିବ।
ରାଜ୍ୟରେ ପୌର ନିର୍ବାଚନ ବିଳମ୍ବ ହେଉଥିବାରୁ ଭାଜପା ଏ ନେଇ କୋର୍ଟର ଦ୍ୱାରସ୍ଥ ହୋଇଛି। ଆଇନ ସଂଶୋଧନ ହେବା ପରେ ପୌର ନିର୍ବାଚନ ନେଇ ସରକାର ପ୍ରସ୍ତୁତି ଆରମ୍ଭ କରିବେ। ରାଜ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ପୌର ନିର୍ବାଚନ ପ୍ରସ୍ତୁତି ପାଇଁ ଜିଲାପାଳଙ୍କୁ ଚିଠି ଲେଖି ସାରିଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ୨୦୧୯ରେ ପୌର ନିର୍ବାଚନ କରିବା ସକାଶେ ଓ୍ବାର୍ଡ ପୁନର୍ଗଠନ କାର୍ଯ୍ୟ ଶେଷ କରିଥିଲେ। ତେବେ ସ୍ଥାନ ସଂରକ୍ଷଣକୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବାରୁ ପୌର ନିର୍ବାଚନକୁ ଝଟକା ଲାଗିଥିଲା। ସଂରକ୍ଷଣ ସୀମା ୫୦%ରୁ ଅଧିକ ହେବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ପାରି ନ ଥିଲା। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାତ୍ର ସରକାରଙ୍କ ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିବା ସହ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିପଜ୍ଜନକ ହେଉଛି ଇ-ବର୍ଜ୍ୟବସ୍ତୁ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ଇ(ଇଲେକ୍ଟ୍ରୋନିକ)-ବର୍ଜ୍ୟବସ୍ତୁ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ଦିନକୁ ଦିନ ଇଲେକ୍ଟ୍ରୋନିକ ସାମଗ୍ରୀର ବହୁଳ ବ୍ୟବହାର ହେଉଥିବାରୁ ଏହାର ବର୍ଜ୍ୟବସ୍ତୁ ବଢ଼ିବାରେ ଲାଗିଛି। ତେବେ ଏହି ବର୍ଜ୍ୟବସ୍ତୁ...

ରାଜ୍ୟରେ ହଜାରେ ଉପରେ ଡେଙ୍ଗୁ ଆକ୍ରାନ୍ତ

ଭୁବନେଶ୍ୱର, ୮।୮(ବ୍ୟୁରୋ): ରାଜ୍ୟରେ କରୋନା ଭୟ ଯାଇ ନ ଥିବାବେଳେ ଡରାଇଲାଣି ଡେଙ୍ଗୁ। ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜାନୁୟାରୀରୁ ବର୍ତ୍ତମାନ...

ପରଲୋକରେ ବିପ୍ଳବୀ କବି ରବି ସିଂ

କଟକ ଅଫିସ,୨।୨: ବିପ୍ଳବୀ କବି ରବି ସିଂଙ୍କ ପରଲୋକ ଘଟିଛି। କଟକସ୍ଥିତ ଖପୁରିଆ ବାସଭବନରେ ରବିବାର ଭୋର ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।...

ବଢୁଛି ବଜ୍ରପାତ ବିପତ୍ତ

ଢେଙ୍କାନାଳ ଅଫିସ, ୧୨।୬ ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲାରେ ବଜ୍ରପାତ ବିପତ୍ତି ବଢ଼ିବାରେ ଲାଗିଛି। ଜିଲାରେ ଗତ ୩ ବର୍ଷ ମଧ୍ୟରେ ଚଡ଼କ ୪୮ ଜଣଙ୍କ ଜୀବନ...

କରୋନା ସଂକ୍ରମଣ ଭୟ: ବାଲେଶ୍ୱର ଭୋଗରାଇରୁ ଆସିଥିବା ଲୋକଙ୍କୁ ନେଇ ଘାଟିକିଆରେ ଉତ୍ତେଜନା

ଭୁବନେଶ୍ୱର,୨୩।୪(ବ୍ୟୁରୋ): କିଛି ଦିନ ବ୍ୟବଧାନ ପରେ ପୁଣି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲାରେ...

ମିଳୁନି ଟେର୍‌, ୩ ଟିମ୍‌ର ତନାଘନା

ନୟାଗଡ଼ ଅଫିସ୍‌/ରଣପୁର, ୧୪ା୧୨(ସ୍ବ.ପ୍ର.):ନୟାଗଡ଼ ସଦର ଥାନା ଯଦୁପୁରର ପରୀ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଚାଲିଛି। ରଣପୁର ଥାନା ସୁନାଖଳା ଫାଣ୍ଡି ବଧିପାଟଣା...

ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ବିନା ପରେଡରେ ହେବ ପତାକା ଉତ୍ତୋଳନ

ଭୁବନେଶ୍ୱର,୯ା୮(ବ୍ୟୁରୋ)-ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପରେଡ ହେବ ନାହିଁ । ରାଜ୍ୟରେ କୋଭିଡ ସଂକ୍ରମଣ ଜାରି ରହିଥିବାରୁ ମଙ୍ଗଳବାର ଅନୁଷ୍ଠିତ ସ୍ବାଧୀନତା ଦିବସ...

ପଞ୍ଚାୟତ ଜନ ପ୍ରତିନିଧିଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୬(ବ୍ୟୁରୋ): ଓଡ଼ିଶାରେ ନବ ନିର୍ବାଚିତ ପଞ୍ଚାୟତ ଜନପ୍ରତିନିଧିଙ୍କର ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଦିଆଯିବ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର...

Advertisement
Archives

Model This Week