ରିମାଣ୍ଡ ସରିଲା, ଚିପ୍‌କୁ ନେଇ କ୍ରାଇମ୍‌ବ୍ରାଞ୍ଚ ଚୁପ୍‌

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ ୩।୪

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଜେଲ ଯାଇ ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କଠାରୁ କ୍ରାଇମବ୍ରାଞ୍ଚ ଅନେକ ତଥ୍ୟ ସଂଗ୍ରହ କରିସାରିଛି। ମୁଖ୍ୟ ଅଭିଯୁକ୍ତ ତଥା ସମ୍ପୂର୍ଣ୍ଣ ନ୍ୟୁଜ୍‌ ଓ୍ବେବ୍‌ ଚ୍ୟାନେଲର ମାଲିକାଣୀ ଶର୍ମିଷ୍ଠା ରାଉତ ଏବଂ ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ୫ଦିନ ଧରି ଘନଘନ ଜେରା ସହ ସିନ୍‌ ରିକ୍ରିଏଶନ କରାଯାଇଛି। ଇତିମଧ୍ୟରେ ୫ଦିନିଆ ରିମାଣ୍ଡ ଅବଧି ଶନିବାର ଶେଷ ହୋଇଛି। ଶେଷ ଦିନରେ ମଧ୍ୟ ପଚରାଉଚରାବେଳେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ। ହେଲେ ଯେଉଁ ମେମୋରି ଚିପ୍‌ ପାଇଁ ମାନସଙ୍କୁ ହତ୍ୟା କରାଯାଇଛି, ସେ ସମ୍ପର୍କରେ ସିନ୍‌ ରିକ୍ରିଏଶନବେଳେ ଅଭିଯୁକ୍ତମାନେ ପାଟି ଖୋଲି ନ ଥିବାବେଳେ କ୍ରାଇମବ୍ରାଞ୍ଚ ମଧ୍ୟ ଚୁପ୍‌ ରହିଛି। କ୍ରାଇମ୍‌ବ୍ରାଞ୍ଚ ଘନଘନ ଜେରା କରିବା ସହ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ କିଛି ପୁରୁଣା ଓ ଆଉ କିଛି ନୂଆ ତଥ୍ୟ ହାସଲ କରିଛି ସତ, କିନ୍ତୁ ଚିପ୍‌ ରହସ୍ୟ ଉନ୍ମୋଚନ କରିପାରି ନ ଥିବାରୁ ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହ ଚିପ୍‌ରେ ବଡ଼ବଡ଼ିଆଙ୍କ କାର୍‌ନାମା ଓ ହତ୍ୟା ପଛର କାରଣ ଲୁଚି ରହିଥିବା କୁହାଯାଉଥିବାବେଳେ ତାହା ମଧ୍ୟ ରହସ୍ୟ ହୋଇଯିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।
ଶୁକ୍ରବାର ଚତୁର୍ଥ ଦିନରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ବଖାଣିଥିଲେ ମାନସଙ୍କୁ ଅପହରଣ, ନିର୍ଯାତନା ସହ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ଶବକୁ ପୋତିବାର ଟିକିନିଖି କାହାଣୀ। ଦେଖାଇଥିଲେ ପୂରା ଘଟଣାର ଡେମୋ। ଆଉ ତାଙ୍କ ପାଇଁ ସୁରକ୍ଷା କବଚ ସାଜିଥିବା ଓଆଇଏସ୍‌ ଅଫିସର ନିରଞ୍ଜନଙ୍କୁ ପଞ୍ଚମ ଦିନରେ ଜେରାବେଳେ ସେ ମଧ୍ୟ ହତ୍ୟାର ସତ ମାନିଛନ୍ତି। ମାନସଙ୍କୁ ଭଦ୍ରକ ଜିଲା ଚାନ୍ଦବାଲି ପଳାଶପୁରରୁ ଅପହରଣ କରି ଭୁବନେଶ୍ୱର ଦୟାଲ ଆଶ୍ରମ ଅଣାଯିବା ପରେ ଉପର ମହଲାରେ ଥିବା ଶର୍ମିଷ୍ଠାଙ୍କ ସମ୍ପୂର୍ଣ୍ଣ ନ୍ୟୁଜ୍‌ ଓ୍ବେବ୍‌ ଚ୍ୟାନେଲ ଅଫିସକୁ ମଧ୍ୟ ନିଆଯାଇଥିଲା। ଏହାପରେ ନିରଞ୍ଜନ ସେଠାକୁ ଯାଇ ମାନସଙ୍କୁ ମାଡ ମାରିଥିବା କଥା ମଧ୍ୟ ତଦନ୍ତକାରୀ ଟିମ୍‌ ଆଗରେ ମାନିଛନ୍ତି। ଏଥିସହ ହତ୍ୟା ପରେ ସେ ଶର୍ମିଷ୍ଠାଙ୍କୁ ଫେରାର କରାଇବାର ବାଟ ଦେଖାଇବା ସହ ଯାଜପୁର କାଳିଆପାଣିରେ ଥିବା ଶାଶୁ ଘରକୁ ଯାଇ ଲୁଚିଯିବାକୁ କହିଥିଲେ ନିରଞ୍ଜନ। ଖାଲି ଏତିକି ନୁହେଁ, ଏଥିଲାଗି ସେ ମଧ୍ୟ ଶର୍ମିଷ୍ଠାଙ୍କୁ ୧୦ ହଜାର ଟଙ୍କା ଓ ଗାଡି ଯୋଗାଇଥିଲେ। ଏସବୁ ତଥ୍ୟ ପାଇବା ପରେ ଶନିବାର କ୍ରାଇମବ୍ରାଞ୍ଚ ଟିମ୍‌ ତୁରନ୍ତ ଅଭିଯୁକ୍ତ ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ଧରି ଭୁବନେଶ୍ୱରସ୍ଥିତ ସମ୍ପୂର୍ଣ୍ଣ ଅଫିସରେ ପହଞ୍ଚତ୍ଥିଲା। ଅଫିସକୁ ପୂରା କର୍ଡନ କରି କ୍ରାଇମବ୍ରାଞ୍ଚ ଟିମ୍‌ ଛାନ୍‌ଭିନ୍‌ ଆରମ୍ଭ କରିବା ସହ ପ୍ରାୟ ୧୫ ମିନିଟ ପଚାରଉଚାର କରିଥିଲା। ସେଠାରେ ଅଭିଯୁକ୍ତ ନିରଞ୍ଜନ ତଦନ୍ତକାରୀ ଟିମ୍‌କୁ ଘଟଣାର ଡେମୋ ଦେଖାଇଥିଲେ। ପରେ ସେମାନଙ୍କୁ ସୁନ୍ଦରପଦା ଅଞ୍ଚଳରେ ଥିବା ସ୍କାଏ ଆପାର୍ଟମେଣ୍ଟସ୍ଥିତ ଶର୍ମିଷ୍ଠାଙ୍କ ଭଡ଼ା ଘରକୁ ନିଆଯାଇଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶନିବାର ସମସ୍ତଙ୍କ ରିମାଣ୍ଡ ସରିଛି। ସମସ୍ତ ଅଭିଯୁକ୍ତଙ୍କୁ ରବିବାର ଚାନ୍ଦବାଲି ଜେଏମ୍‌ଏଫ୍‌ସିରେ ହାଜର କରାଯିବ। ତେବେ ହତ୍ୟାର ରହସ୍ୟ ରହିଥିବା ମେମୋରି ଚିପ୍‌ ସମ୍ପର୍କରେ ତଥ୍ୟ ହାସଲ କରିବା ଲାଗି ପୁଣି ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିପାରେ ବୋଲି ସୂଚନା ମିଳିଛି।
ଶର୍ମିଷ୍ଠାଙ୍କ ଭଡ଼ାଘରୁ ବହୁ ଜିନିଷପତ୍ର ଗାଏବ
ମାନସ ହତ୍ୟା ମାମଲାରେ ଅଧିକ ତଥ୍ୟ ପାଇବା ଲାଗି କ୍ରାଇମ୍‌ବ୍ରାଞ୍ଚ ତଦନ୍ତକାରୀ ଟିମ୍‌ ଶନିବାର ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ସାଙ୍ଗରେ ଧରି ସ୍କାଏ ଟାୱାର ଆପାର୍ଟମେଣ୍ଟସ୍ଥିତ ଶର୍ମିଷ୍ଠାଙ୍କ ଭଡ଼ାଘରକୁ ଯିବାବେଳେ ସେଠାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଆସବାବପତ୍ର ସହ ବହୁ ଜିନିଷପତ୍ର ଗାଏବ ହୋଇଯାଇଥିବା ଜାଣିବାକୁ ପାଇଥିଲା। ସେଠାରେ ଗତ କିଛିଦିନ ହେବ ଶର୍ମିଷ୍ଠାଙ୍କ ନଣନ୍ଦ ରହୁଥିଲେ। ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ତଦନ୍ତକାରୀ ଟିମ୍‌ ଆସି ପଚାରଉଚରା କରିବା ଭୟରେ ଶୁକ୍ରବାର ସଂପୃକ୍ତ ମହିଳା ଫ୍ଲାଟ୍‌ରୁ ଜିନିଷପତ୍ର ନେଇ ପଳାଇଯାଉଥିଲେ। ଏହି ସମୟରେ ଆପାର୍ଟମେଣ୍ଟରେ ରହୁଥିବା ଅନ୍ୟ ଅନ୍ତେବାସୀ ତାଙ୍କୁ ଅଟକାଇବା ସହ ଅଣ୍ଡରଟେକିଂ ମଧ୍ୟ ଲେଖାଇ ଛାଡ଼ିଥିଲେ। ତେବେ ସେ କେଉଁ ଆଡେ ଗଲେ ଓ ଉକ୍ତ ଅଣ୍ଡରଟେକିଂ ଜବତ ହୋଇଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି, ଆମେ ଯେଉଁଥିପାଇଁ ଯାଇଥିଲୁ ସେହି ଜିନିଷ ମିଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?