କଳ୍‌କୀ ପାର୍ଟ-୨’ରେ ଆସିବ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଚକ୍ରର ଝଡ଼…

ନୂଆଦିଲ୍ଲୀ,୨୯।୬: ବଡ଼ ପରଦାରେ ଦର୍ଶକଙ୍କ ମନ ଜିଣୁଛି ରିବେଲ ଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ସିନେମା ‘କଳକୀ ୨୮୯୮ ଏଡି’। ମହାଭାରତ ଯୁଦ୍ଧର ଶେଷ ମୁହୂର୍ତ୍ତରୁ ଆରମ୍ଭ ହୋଇଛି ସିନେମାର କାହାଣୀ।। ଯେତେବେଳେ ଭଗବାନ କୃଷ୍ଣ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱଥମାଙ୍କୁ ଅମର ହେବାକୁ ଅଭିଶାପ ଦେଇଥିଲେ। ଯାହାକୁ ଭିତ୍ତି କରି ସିନେମାର କାଳ୍ପନିକ ଗତିପଥକୁ ଆଗକୁ ବଢିଛି। ତେବେ କଳ୍‌କୀ ଚଳଚ୍ଚିତ୍ରରେ ପ୍ରଭୁ ଜଗନ୍ନାଥଙ୍କ ଲିଙ୍କ୍ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଅନେକ ଓଡ଼ିଆ ଦର୍ଶକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି।

ଭଗବାନଙ୍କର ସମୁଦାୟ ୧୦ ଅବତାର ଭିତରୁ କଳ୍‌କୀ ଅବତାର ଅନ୍ୟତମ । ଶ୍ରୀମଦ ଭାଗବତ ପୁରାଣ ଓ କଳ୍‌କୀ ପୁରାଣ ଅନୁଯାୟୀ, କଳ୍‌କୀ ଅବତାରଙ୍କ ଜନ୍ମ କଳିଯୁଗର ସମାପ୍ତି ଓ ସତ୍ୟ ଯୁଗ ଆରମ୍ଭର ସନ୍ଧି କାଳରେ ହିଁ ହେବ । ଲୋକପ୍ରିୟ ବିଶ୍ୱାସ ତଥା ଅଚ୍ୟୁତାନନ୍ଦ ଦାସଙ୍କ ଲେଖା ଅନୁଯାୟୀ ଭଗବାନ ଜଗନ୍ନାଥ ତାଙ୍କ ‘କଳ୍‌କୀ ଅବତାର’ରେ ତାଙ୍କ ଭାଇ ଏବଂ ଭଉଣୀଙ୍କ ସହ ଆସି ଛତିଆରେ ରହିବେ। ଏଠାରୁ ହିଁ କଳ୍‌କୀ କାଳର ଶେଷ ହେବ ଏବଂ ସତ୍ୟ ଯୁଗ ଆରମ୍ଭ ହେବ।

ତେବେ ନାଗ ଅଶ୍ବିନୀଙ୍କ ନିର୍ଦ୍ଦେଶିତ ଏହି ସିନେମା ମହାପ୍ରଭୁ ଜଗନ୍ନାଥଙ୍କ ସହ ଯୋଡିବାର କାରଣ ହେଉଛି, ସିନେମାର ଶେଷରେ ଖଳନାୟକ ଭୂମିକାରେ ଅଭିନୟ କରିଥିବା କମଲ ହାସନଙ୍କ ଏକ ଡାଏଲଗ। ଯେଉଁଥିରେ ସେ ଅର୍ଜୁନଙ୍କ ଧନୁ ଗାଣ୍ଡୀବ ପ୍ରାପ୍ତ କରିବା ପରେ କହୁଛନ୍ତି ଯେ, ”ଆସୁଛି ଜଗନ୍ନାଥଙ୍କ ରଥ ଚକ୍ର(ଚକ)ର ଝଡ଼, ଏହି ରଥର ଝଡ଼ ପୃଥିବୀରେ ପ୍ରଳୟ ଆଣିବ, ଏହି ରଥର ପ୍ରକମ୍ପର ଭୂମି ଥରି ଉଠିବ…”।

”କଳ୍‌କୀ ୨୮୯୮ ଏଡି” ପ୍ରଥମ ଶୋ’ରୁ ହିଁ ସିନେମାକୁ ଭଲ ପ୍ରତିକ୍ରିୟା ମିଳିଛି। ସିନେମାରେ ପ୍ରମୁଖ ଭୂମିକାରେ ପ୍ରଭାସ, ଅମିତାଭ ବଚ୍ଚନ, ଦୀପିକା ପାଦୁକନ ଆଦି ଅଭିନୟ କରିଛନ୍ତି। ପୂର୍ବପରି ପ୍ରଭାସ ତାଙ୍କ ଚିରାଚରିତ ରିବେଲ ଷ୍ଟାର ଭୂମିକାରେ ନଜର ଆସିଥିଲା ବେଳେ ବିଗ୍‌ ବି’ ଅମିତାଭ ତାଙ୍କର ବଳିଷ୍ଠ ଅଭିନୟ ବଳରେ ସିନେମାରେ ଜୀବନ୍ତ କରିଛନ୍ତି। ସେହିପରି ସିନେମାର ମୁଖ୍ୟ ଅଭିନେତ୍ରୀ ଦୀପିକା ମଧ୍ୟ ତାଙ୍କର ଅଭିନୟର ଯାଦୁ ଦେଖାଇଛନ୍ତି।

ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ଦିଶା ପାଟାନି, କମଲ ହାସନ, ଶୋଭନା ଏବଂ ବିଜୟ ଦେବରକୋଣ୍ଡା, ମୃଣାଳ ଠାକୁର, ଦିଲକର ସଲମାନ, ଏସଏସ ରଜାମୋୖଲି, ରାମ ଗୋପାଳ ବର୍ମା ଆଦିଙ୍କୁ ଅତିଥି କଳାକାର ଭୂମିକାରେ ଦେଖବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଯିବାବେଳେ ହଠାତ୍‌ ଦୋକାନ ଭିତରକୁ ପଶିଗଲା କାର୍‌, ୨ ଭାଇ ଗୁରୁତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲୋଏର ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ କାର୍‌ ଭରସାମ୍ୟ ହରାଇ ସିରିଜ୍‌ ଦୁର୍ଘଟଣା ଘଟାଇବା ସହ…

ନୂଆ ପ୍ରଦେଶ ପ୍ରଭାରୀ ଘୋଷଣା କଲା ଭାଜପା: ସ୍ମୃତି, ବୈଜୟନ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜାଣନ୍ତୁ ଓଡ଼ିଶା ଦାୟିତ୍ୱରେ କିଏ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଦେଶ ପ୍ରଭାରୀ ଓ…

ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା: ରାଶନ କାର୍ଡରୁ ବାଦ୍‌ ପଡିଲେ…

ଭୁବନେଶ୍ୱର,୨୩।୯: ରାଜ୍ୟରେ ନୂତନ ରାଶନ କାର୍ଡ (Ration Card) ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ବିଧାନସଭାରେ ବିଧାୟକ ବ୍ୟୋମକେଶ ରାୟଙ୍କ…

‘ଏକ ଛୋଟ ସହରର ପୁଅର ସ୍ବପ୍ନ’… ଜାତୀୟ ପୁରସ୍କାର ଜିତିବା ପରେ ଭାବବିହ୍ବଳ ହେଲେ କାର୍ତ୍ତିକ ଆର୍ଯ୍ୟନ; ଲେଖିଲେ ହୃଦୟସ୍ପର୍ଶୀ ପୋଷ୍ଟ

ମୁମ୍ବାଇ: ଗୁଜୁରାଟରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ସମ୍ମାନିତ କରିଥିଲେ। ଏହି ସମ୍ମାନ ପାଇଥିବା ବ୍ୟକ୍ତିବିଶେଷଙ୍କ…

ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ: ଯାତାୟାତ ବାଧାପ୍ରାପ୍ତ

ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ…

ସୁନିତା ଆହୁଜା ନୁହେଁ ବରଂ କୋମଲ ରାଣୀଙ୍କ ସହ ‘ଲାଲବାଗଚା ରାଜା’ ଦର୍ଶନ କରିବାକୁ ଯାଇଥିଲେ ଗୋବିନ୍ଦା, ୟୁଜର୍ସ କହିଲେ…

ମୁମ୍ବାଇ,୨୩।୯: ଗତ କିଛି ସମୟ ଧରି ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଏକ ବିବାଦ ଚାଲିଆସୁଛି। ଗୋବିନ୍ଦାଙ୍କର ତାଙ୍କ ସହ-କଳାକାର କୋମଲ ରାଣୀଙ୍କ ସହ ସମ୍ପର୍କ…

ପାଣିଘେରରେ ଛତ୍ରପୁର ପୌରପରିଷଦର ୩ ଅଞ୍ଚଳ

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ): ଗଭୀର ଅବପାତଜନିତ ବର୍ଷା ଲାଗିରହିଥିବା ବେଳେ ଛତ୍ରପୁର ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ଆସ୍ତେ ଆସ୍ତେ…

ଉପକୂଳ ଆଡ଼କୁ ମାଡିଆସୁଛି ଗଭୀର ଅବପାତ: IMDର ବଡ଼ ସୂଚନା, ଆଜି ରାତି ସୁଦ୍ଧା…

ଭୁବନେଶ୍ୱର,୨୩।୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଡିପ ଡିପ୍ରେସନରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ ଏହି ପାଣିପାଗ ପ୍ରଣାଳୀ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?