କ୍ୱାଡ୍‌ର ବାସ୍ତବତା

ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର (ଇଣ୍ଡୋ ପାସିଫିକ) ଚାରୋଟି ପ୍ରମୁଖ ଗଣତାନ୍ତ୍ରିକ ରାଷ୍ଟ୍ର ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକା ୨୦୧୭ରେ ଦୀର୍ଘଦିନ ଧରି ମାନ୍ଦା ପଡ଼ିଥିବା କ୍ୱାଡ୍‌କୁ ପୁନର୍ଜୀବିତ କରିଥିଲେ। ସେତେବେଳେ ସେମାନଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ ଥିଲା: ଚାଇନାର ବିସ୍ତାରବାଦ ବିରୋଧରେ ଏକ ରଣନୈତିକ ପାଚେରି ସୃଷ୍ଟି କରିବା ଏବଂ ଶକ୍ତିର ଏକ ସ୍ଥିର ଆଞ୍ଚଳିକ ଭାରସାମ୍ୟ ରକ୍ଷା କରିବା। କିନ୍ତୁ ଏହି ମେଣ୍ଟ ବର୍ତ୍ତମାନ ଲକ୍ଷ୍ୟହୀନ ହୋଇଛି ଏବଂ ଏହା ଧାରଣ କରିଥିବା ସୁରକ୍ଷା ବିପଦକୁ ଅଣଦେଖା କରାଯିବା ଉଚିତ ନୁହେଁ। କ୍ୱାଡ୍‌ର ପୁନରୁତ୍ଥାନ ଆମେରିକାର ବୈଦେଶିକ ନୀତିରେ ଏକ ସ୍ବତନ୍ତ୍ର ପରିବର୍ତ୍ତନକୁ ପ୍ରତିଫଳିତ କରିଥିଲା। ଅର୍ଥନୈତିକ ବୃଦ୍ଧି ଲକ୍ଷ୍ୟରେ ଚାଇନା ସହ ଦଶନ୍ଧି ଧରି ସମ୍ପର୍କ ରଖିବା ପରେ ଆମେରିକାର ନୀତିନିର୍ଦ୍ଧାରକ (ଏକାଠି ଡେମୋକ୍ରାଟ ଏବଂ ରିପବ୍ଲିକାନ୍ସ) ହୃଦୟଙ୍ଗମ କଲେ ଯେ ଆମେରିକାର ସବୁଠୁ ବଡ଼ ବାଣିଜି୍ୟକ ସହଯୋଗୀ ଏହାର ସର୍ବବୃହତ ରଣନୀତିକ ପ୍ରତିଦ୍ୱନ୍ଦ୍ୱୀ ହୋଇପାରିଛି ଏବଂ ଆମେରିକାର ପ୍ରାଧାନ୍ୟକୁ ହଟାଇ ଦେବା ପାଇଁ ପ୍ରତିବଦ୍ଧ ହୋଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ୨୦୨୨ ନ୍ୟାଶନାଲ ସିକ୍ୟୁରିଟି ଷ୍ଟ୍ରାଟେଜିରେ ସୂଚିତ କରିଥିଲେ ଯେ, ଉଭୟ ଅନ୍ତର୍ଜାତୀୟ ବ୍ୟବସ୍ଥାର ପୁନଃସ୍ଥାପନ କରିବାର ପ୍ରତିବଦ୍ଧତା ପ୍ରକାଶ କରିବା ଏବଂ ସେହି ଲକ୍ଷ୍ୟରେ ଅଗ୍ରସର ହେବାକୁ ଅର୍ଥନୈତିକ, କୂଟନୈତିକ, ସାମରିକ ଓ ବୈଷୟିକ ଶକ୍ତି ବୃଦ୍ଧି କରିବାରେ ଚାଇନା ହେଉଛି ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରି ବାଇଡେନ ‘ଏକ ସ୍ବାଧୀନ ଓ ମୁକ୍ତ ଇଣ୍ଡୋ-ପାସିଫିକ’ (ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଆବେ ସିଞ୍ଜୋଙ୍କ ଦ୍ୱାରା ପ୍ରସ୍ତୁତ ଏକ ଧାରଣା) ବଜାୟ ରଖିବା ପାଇଁ କ୍ୱାଡ୍‌କୁ ଏକ ଅତ୍ୟାବଶ୍ୟକ ସାଧନ ଭାବେ ଦେଖିଥିଲେ। ତେଣୁ ବାଇଡେନ କ୍ୱାଡ୍‌ ଆଲୋଚନାକୁ ବୈଦେଶିକ ମନ୍ତ୍ରୀସ୍ତରରୁ ଉଚ୍ଚକୁ ନେଇଥିଲେ, ଯେଉଁମାନେ ୨୦୧୯ ଠାରୁ ପ୍ରତିବର୍ଷ ବୈଠକ କରିଆସୁଥିଲେ। ୨୦୨୧-୨୩ରେ ନେତାଙ୍କ ଶିଖର ସମ୍ମିଳନୀ ଆରମ୍ଭ କରି ରାଜ୍ୟ କିମ୍ବା ସରକାରଙ୍କ ମୁଖ୍ୟମାନେ ଏକାଠି ହୋଇଥିଲେ। କିନ୍ତୁ କ୍ୱାଡ୍‌ ନେତାମାନେ ଶେଷଥର ପାଇଁ ସାକ୍ଷାତ୍‌ ହେବାର ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି ଏବଂ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଆମେରିକା ଧ୍ୟାନ ଦେଇଥିବାରୁ ସେମାନଙ୍କର ପରବର୍ତ୍ତୀ ଶିଖର ସମ୍ମିଳନୀ ୨୦୨୫ ପୂର୍ବରୁ ହେବାର ସମ୍ଭାବନା ନାହିଁ। ଏଭଳି ବନ୍ଦ ରହିବାର କାରଣ ଅତି ସରଳ। ଆମେରିକା ପୂର୍ବରୁ ଯେଭଳି ଏଥିପ୍ରତି ପ୍ରାଥମିକତା ଦେଉଥିଲା ତାହା ଏବେ ନ ଥିବାରୁ ଏଭଳି ଘଟୁଛି। ୟୁକ୍ରେନ୍‌ ବିରୋଧରେ ରୁଷିଆର ଯୁଦ୍ଧ ସହିତ ଏହାର ପ୍ରତିକ୍ରିୟାରେ ପାଶ୍ଚାତ୍ୟର ସେନା ରଣନୀତିି, ମଧ୍ୟପ୍ରାଚ୍ୟରେ ପୁନର୍ବାର ଦେଖାଦେଇଥିବା ବିବାଦ, ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ଆମେରିକା ତାହାର ପ୍ରମୁଖ ରଣନୀତି କେନ୍ଦ୍ରରେ ରଖିବା ପାଇଁ ନେଉଥିବା ପଦକ୍ଷେପରେ ବାଧା ସୃଷ୍ଟି କରିଛି। ଏହା ଆଶ୍ଚର୍ଯ୍ୟଜନକ ଯେ, ଆମେରିକା ଏବେ ତାହାର ବିଦେଶୀ ସହାୟତା ପ୍ୟାକେଜ୍‌ରେ ୟୁକ୍ରେନ୍‌ ପାଇଁ ୬୦.୮ ବିଲିୟନ ଡଲାର ଦେଇଥିବାବେଳେ ତାଇୱାନ ସମେତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସୁରକ୍ଷା ପାଇଁ ମାତ୍ର ୮.୧ ବିଲିୟନ ଡଲାର ଦେଇଛି।
ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶକ୍ତି ବଢ଼ାଇବା ଲାଗି ସୀମିତ ସମ୍ବଳ ଥିବାବେଳେ ବାଇଡେନ ଆଶା କରୁଛନ୍ତି ଯେ ସେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ସହ ବ୍ୟକ୍ତିଗତ କୂଟନୀତି ମାଧ୍ୟମରେ ତାଇୱାନ ଉପରେ ଥିବା ଯୁଦ୍ଧ ଆଶଙ୍କାକୁ ରୋକି ପାରିବେ। ଗତ ମାସରେ, ଚାଇନାର ପ୍ରତିପକ୍ଷଙ୍କ ସହ ଟେଲିଫୋନ ଯୋଗେ ସେ ତାଇୱାନ ଷ୍ଟ୍ରେଟ ବା ପ୍ରଣାଳୀରେ ଶାନ୍ତି ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବାଇଡେନ ବିଶ୍ୱାସ କରନ୍ତି ଯେ, ଚାଇନା ପ୍ରତି ଆପୋସ ବୁଝାମଣା ଏକ ବ୍ୟାପକ ଚାଇନା-ରୁଷିଆ ମେଣ୍ଟ ସୃଷ୍ଟି କରିପାରେ। ଚାଇନା ଏବଂ ରୁଷିଆ ମଧ୍ୟରେ ଦୃଢ଼ ଭାଗୀଦାରି ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ବେଜିଂ ଗସ୍ତ ସମୟରେ ପୁନଃପ୍ରମାଣିତ ହୋଇଛି। ଏହା ଯଥେଷ୍ଟ ସମସ୍ୟା ସୃଷ୍ଟି କରୁଛି । ଶସ୍ତା ଶକ୍ତି ଏବଂ ରୁଷିଆର କେତେକ ଉନ୍ନତ ସାମରିକ ପ୍ରଯୁକ୍ତିବିଦ୍ୟା, ବାୟୁ, ପ୍ରତିରକ୍ଷା ଏବଂ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ବଦଳରେ ରୁଷିଆକୁ ଚାଇନା ଏକ ଆର୍ଥିକ ଜୀବନ ପ୍ରଦାନ କରି ପାଶ୍ଚାତ୍ୟ କଟକଣାକୁ ବିଫଳ କରିସାରିଛି। କ୍ରେମଲିନ ଯୁଦ୍ଧ ପ୍ରକ୍ରିୟାକୁ ସିଧାସଳଖ ସମର୍ଥନ କରିବା ସହିତ ଏକ ସମ୍ପୂର୍ଣ୍ଣ ସାମରିକ ସହଯୋଗିତା ଆମେରିକା ପାଇଁ ସବୁଠାରୁ ଖରାପ ଭୌଗୋଳିକ ଦୁଃସ୍ବପ୍ନ ହେବ।
ବାଇଡେନଙ୍କ ପାଇଁ ସମସ୍ୟା ହେଉଛି ଚାଇନାକୁ ସନ୍ତୁଷ୍ଟ କରିବା ଏବଂ କ୍ୱାଡ୍‌କୁ ମଜଭୁତ କରିବା । ଏହାକୁ ନେଇ ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ‘ନାଟୋର ଭାରତ-ପ୍ରଶାନ୍ତ ମହାସାଗରୀୟ ସଂସ୍କରଣ’ ଭାବେ ବର୍ଣ୍ଣନା କରିବା ମୌଳିକ ଦୃଷ୍ଟିକୋଣରୁ ଅସଙ୍ଗତ। ଏହା ଆଶ୍ଚର୍ଯ୍ୟଜନକ ନୁହେଁ ଯେ, ବାଇଡେନ ବେଜିଂକୁ ଅନେକ କ୍ୟାବିନେଟ ଅଧିକାରୀ ପଠାଇ ଗତ ନଭେମ୍ବରରେ କାଲିଫର୍ନିଆରେ ଶି’ଙ୍କ ସହ ଭେଟିବା ପରେ କ୍ୱାଡ୍‌ ନେତାମାନେ ଏକାଠି ହୋଇନାହାନ୍ତି। ଶେଷରେ ଅଷ୍ଟ୍ରେଲିଆ, ଜାପାନ ଏବଂ ଫିଲିପାଇନ୍ସ (ଏହି ଦେଶଗୁଡ଼ିକ ପୂର୍ବରୁ ଆମେରିକା ସହିତ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି କରିଛନ୍ତି)କୁ ନେଇ ଗଠିତ ଏକ ଅଣଆନୁଷ୍ଠାନିକ ଆଞ୍ଚଳିକ ଗୋଷ୍ଠୀ ସ୍କ୍ବାଡ୍‌ ପରି କମ୍‌ ଉତ୍ତେଜକ ପଦକ୍ଷେପ ଉପରେ ବାଇଡେନ ଧ୍ୟାନ ଦେଇଛନ୍ତି। କିନ୍ତୁ ଭାରତ ବିନା ଚାଇନା ବିରୋଧୀ ମିଳିତ ମଞ୍ଚର କ’ଣ ଲାଭ ଅଛି? ସର୍ବଶେଷରେ, ଏହା ହେଉଛି ଏକମାତ୍ର ଶକ୍ତି ଯାହାର ଏହି ଶତାବ୍ଦୀରେ ପିପୁଲ୍ସ ଲିବରେଶନ ଆର୍ମି ସହିତ ବିବାଦ ଲାଗିରହିଛି ଏବଂ ବିବାଦୀୟ ହିମାଳୟ ସୀମାରେ ଉତ୍ତେଜନାମୂଳକ ସାମରିକ ବିବାଦ ୫ମ ବର୍ଷରେ ପ୍ରବେଶ କରିଛି। ତେବେ ଭାରତ ମହାସାଗରରେ ଅଗ୍ରଣୀ ସାମୁଦ୍ରିକ ଶକ୍ତି ଭାବରେ ଭାରତ ହିଁ ଚାଇନାର ପାଶ୍ଚାତ୍ୟମୁଖୀ ଅଭିଯାନ ପ୍ରତିରୋଧ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।
ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ସହିତ ଆମେରିକା ଏହାର ସୁରକ୍ଷା ସହଭାଗିତା ‘ଅକୁସ’କୁ ନେଇ ପ୍ରଶଂସା କରୁଛି। କିନ୍ତୁ ଅଷ୍ଟ୍ରେଲିଆ ପରମାଣୁ ଚାଳିତ ବୁଡ଼ାଜାହାଜ ସହିତ ସଜ୍ଜିତ ନ ହେବା ପର୍ଯ୍ୟନ୍ତ ଏହି ଗ୍ରୁପ୍‌ ଇଣ୍ଡୋ-ପାସିଫିକ୍‌ ସୁରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ନାହିଁ ଏବଂ ଏହା ଆଉ ଏକ ଦଶନ୍ଧି ଯାଏ ଲାଗିରହିବ। ବାଇଡେନ ଚାଇନା ସହ ବନ୍ଧୁତା ଭାବପ୍ରକାଶ କରିଥିବାରୁ ତାହା କିଛି ସକାରାମତ୍କ ପରିଣାମ ଦେଇଛି। ଅପରପକ୍ଷେ, ଶି’ ତାଇୱାନ ଉପରେ ଚାପକୁ ତୀବ୍ର କରିଦେଇଛନ୍ତି ଏବଂ ଦକ୍ଷିଣ ଚାଇନା ସାଗରରେ ଉତ୍ତେଜନା ବୃଦ୍ଧି ପାଉଛି। ଯଦି ଆମେରିକା ଏହାର ଆଭିମୁଖ୍ୟରେ ପରିବର୍ତ୍ତନ ନ କରେ, ତେବେ ଚାଇନାକୁ ତାଇୱାନ ଉପରେ ଆକ୍ରମଣରୁ ବିରିତ କରିପାରିବ ନାହିଁ ଯେପରି ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ରୋକିବାରେ ବିଫଳ ହୋଇଛି।
ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ସୁରକ୍ଷା ବଜାୟ ରଖିବା ପାଇଁ ସ୍ପଷ୍ଟ ରଣନୀତିକ ଲକ୍ଷ୍ୟଥିବା ଏକ ଶକ୍ତିଶାଳୀ କ୍ୱାଡ୍‌ର ବିକଳ୍ପ ନାହିଁ। ଏକ ସମନ୍ବିତ ତଥା ବିଶ୍ୱାସଯୋଗ୍ୟ ଆଞ୍ଚଳିକ ରଣନୀତି ଗଠନ ପ୍ରୟାସ ନ କଲେ ତାହା ଚାଇନାକୁ ଅଧିକ ବିସ୍ତାରବାଦୀ କରିବ। ବାଇଡେନ ଏବଂ ତାଙ୍କ ସହଯୋଗୀ କ୍ୱାଡ୍‌ ନେତାମାନେ ଏହିପରି ମିଶନକୁ ନେଇ କାର୍ଯ୍ୟ କରିବା ଦରକାର ଓ ତାହାକୁ ଜାରି ରଖିବାକୁ ପ୍ରତିବଦ୍ଧତା ପ୍ର୍ରକାଶ କରିବା ଆବଶ୍ୟକ। ଅନ୍ୟଥା ଏହି ଲୋକଦେଖାଣିଆ ମେଣ୍ଟ କ୍ୱାଡ୍‌ ଚାଇନାକୁ ବୋକା ବନାଇ ପାରିବ ନାହିଁ।

  • ବ୍ରହ୍ମ ଚେଲାନି
    ପ୍ରଫେସର, ଏମରିଟସ ଅଫ୍‌ ଷ୍ଟ୍ରାଟେଜିକ ଷ୍ଟଡିଜ, ସେଣ୍ଟର ଫର ପଲିସି ରିସର୍ଚ୍ଚ, ନୂଆଦିଲ୍ଲୀ

Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?