ଜିଲାରେ ବଢ଼ିଚାଲିଛି ଶିଶୁ, ମହିଳା ନିର୍ଯାତନା

ଭଦ୍ରକ ଅଫିସ,୨୫।୯: ମହିଳା ଓ ଶିଶୁମାନଙ୍କ ସୁରକ୍ଷା, ବିକାଶ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମହିଳା ସଶକ୍ତୀକରଣ ଓ ସଚେତନତା ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏସବୁ ଯୋଜନା ପାଇଁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏତେସବୁ ପରେ ବି ଭଦ୍ରକ ଜିଲାରେ ମହିଳା ଓ ଶିଶୁ ନିର୍ଯାତନା ବଢ଼ିବାରେ ଲାଗିଛି। ଜିଲା ଆରକ୍ଷୀ ବିଭାଗ ଅଧୀନ ମହିଳା ଶିଶୁ ଡେସ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୧୬ରୁ ୨୦୨୨ ଜୁନ ଶେଷ ପର୍ଯ୍ୟନ୍ତ ମୋଟ ୧୮,୧୫୫ ମାମଲା ବିଭିନ୍ନ ଥାନାକୁ ଆସିଥିବା ବେଳେ ସେଥିମଧ୍ୟରୁ ୮୧୩୯ କେଶ୍‌ ରୁଜୁ ହୋଇଛି। ୧୦,୦୧୬ ମାମଲାର ଫଇସଲା କରାଯାଇଛି। ୨୦୧୬ରେ ୧୯୫୩, ୨୦୧୭ରେ ୨୫୪୪, ୨୦୧୮ରେ ୨୪୭୭, ୨୦୧୯ରେ ୨୪୭୧, ୨୦୨୦ରେ ୨୭୦୧, ୨୦୨୧ରେ ୨୯୩୧ ଓ ୨୦୨୨ ଜୁନ୍‌ ଶେଷ ସୁଦ୍ଧା ୩୦୭୮ ମାମଲା ଥାନାକୁ ଆସିଛି। ଏହାବ୍ୟତୀତ ଅନେକ ମାମଲା ଥାନାକୁ ନ ଆସି ରଫାଦଫା ହୋଇଯାଉଥିବା ସୂଚନା ରହିଛି।
ଅସହାୟ ନିର୍ଯାତିତ ମହିଳା ଓ ଶିଶୁଙ୍କ ଥଇଥାନ ପାଇଁ ଜିଲାରେ ଆସିଆନା, ଫେଲୋଶିପ, ୱାନଷ୍ଟପ ସେଣ୍ଟର ସଖୀ ଓ ଉଜାଲା ହୋମ୍‌ ଭଳି ୪ ସଙ୍ଗଠନ କାର୍ଯ୍ୟ କରୁଛି। ଏହି ସଙ୍ଗଠନଗୁଡ଼ିକ ଅଧୀନରେ ସୁଧାରଗୃହ ଓ ମୁକ୍ତାଶ୍ରୟ କେନ୍ଦ୍ର ରହିଥିବା ବେଳେ ସେଠାରେ ଅସହାୟ, ନିରାଶ୍ରୟ, ନିର୍ଯାତିତା, ଅପହୃତା ନାବାଳିକା, ସ୍ବାମୀ ପରିତ୍ୟକ୍ତାମାନଙ୍କୁ ଆଶ୍ରୟ ଦିଆଯିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଛି। ସ୍ବାମୀ ସ୍ତ୍ରୀ ମଧ୍ୟରେ ବିବାଦ, ପ୍ରେମବିବାହ ଆଦି ବହୁ ମାମଲାରେ କାଉନସେଲିଂ କରାଯାଇ ସମସ୍ୟାର ସମାଧାନ କରାଯାଉଛି। ଏହି ସଙ୍ଗଠନଗୁଡ଼ିକ ମଧ୍ୟ ବହୁ ମାମଲା ନିଜ ହାତକୁ ନେଇ ସମାଧାନ କରିଛନ୍ତି। ୨୦୧୯ ଅକ୍ଟୋବରରେ ଆରମ୍ଭ ହୋଇଥିବା ୱାନଷ୍ଟପ ସେଣ୍ଟର ସଖୀ ନିର୍ଯାତିତା ମହିଳା ଓ ବାଳିକାମାନଙ୍କୁ ପୋଲିସ ସହାୟତା, ଡାକ୍ତରୀ ସହାୟତା, ଆଇନଗତ ସହାୟତା, ମନସ୍ତାତ୍ୱିକ ଓ ସାମାଜିକ ପରାମର୍ଶ ପ୍ରଦାନ ଆଦି ଦିଗରେ ସହାୟତା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri