ଜିଲାରେ ବଢ଼ିଚାଲିଛି ଶିଶୁ, ମହିଳା ନିର୍ଯାତନା

ଭଦ୍ରକ ଅଫିସ,୨୫।୯: ମହିଳା ଓ ଶିଶୁମାନଙ୍କ ସୁରକ୍ଷା, ବିକାଶ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମହିଳା ସଶକ୍ତୀକରଣ ଓ ସଚେତନତା ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏସବୁ ଯୋଜନା ପାଇଁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏତେସବୁ ପରେ ବି ଭଦ୍ରକ ଜିଲାରେ ମହିଳା ଓ ଶିଶୁ ନିର୍ଯାତନା ବଢ଼ିବାରେ ଲାଗିଛି। ଜିଲା ଆରକ୍ଷୀ ବିଭାଗ ଅଧୀନ ମହିଳା ଶିଶୁ ଡେସ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୧୬ରୁ ୨୦୨୨ ଜୁନ ଶେଷ ପର୍ଯ୍ୟନ୍ତ ମୋଟ ୧୮,୧୫୫ ମାମଲା ବିଭିନ୍ନ ଥାନାକୁ ଆସିଥିବା ବେଳେ ସେଥିମଧ୍ୟରୁ ୮୧୩୯ କେଶ୍‌ ରୁଜୁ ହୋଇଛି। ୧୦,୦୧୬ ମାମଲାର ଫଇସଲା କରାଯାଇଛି। ୨୦୧୬ରେ ୧୯୫୩, ୨୦୧୭ରେ ୨୫୪୪, ୨୦୧୮ରେ ୨୪୭୭, ୨୦୧୯ରେ ୨୪୭୧, ୨୦୨୦ରେ ୨୭୦୧, ୨୦୨୧ରେ ୨୯୩୧ ଓ ୨୦୨୨ ଜୁନ୍‌ ଶେଷ ସୁଦ୍ଧା ୩୦୭୮ ମାମଲା ଥାନାକୁ ଆସିଛି। ଏହାବ୍ୟତୀତ ଅନେକ ମାମଲା ଥାନାକୁ ନ ଆସି ରଫାଦଫା ହୋଇଯାଉଥିବା ସୂଚନା ରହିଛି।
ଅସହାୟ ନିର୍ଯାତିତ ମହିଳା ଓ ଶିଶୁଙ୍କ ଥଇଥାନ ପାଇଁ ଜିଲାରେ ଆସିଆନା, ଫେଲୋଶିପ, ୱାନଷ୍ଟପ ସେଣ୍ଟର ସଖୀ ଓ ଉଜାଲା ହୋମ୍‌ ଭଳି ୪ ସଙ୍ଗଠନ କାର୍ଯ୍ୟ କରୁଛି। ଏହି ସଙ୍ଗଠନଗୁଡ଼ିକ ଅଧୀନରେ ସୁଧାରଗୃହ ଓ ମୁକ୍ତାଶ୍ରୟ କେନ୍ଦ୍ର ରହିଥିବା ବେଳେ ସେଠାରେ ଅସହାୟ, ନିରାଶ୍ରୟ, ନିର୍ଯାତିତା, ଅପହୃତା ନାବାଳିକା, ସ୍ବାମୀ ପରିତ୍ୟକ୍ତାମାନଙ୍କୁ ଆଶ୍ରୟ ଦିଆଯିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଛି। ସ୍ବାମୀ ସ୍ତ୍ରୀ ମଧ୍ୟରେ ବିବାଦ, ପ୍ରେମବିବାହ ଆଦି ବହୁ ମାମଲାରେ କାଉନସେଲିଂ କରାଯାଇ ସମସ୍ୟାର ସମାଧାନ କରାଯାଉଛି। ଏହି ସଙ୍ଗଠନଗୁଡ଼ିକ ମଧ୍ୟ ବହୁ ମାମଲା ନିଜ ହାତକୁ ନେଇ ସମାଧାନ କରିଛନ୍ତି। ୨୦୧୯ ଅକ୍ଟୋବରରେ ଆରମ୍ଭ ହୋଇଥିବା ୱାନଷ୍ଟପ ସେଣ୍ଟର ସଖୀ ନିର୍ଯାତିତା ମହିଳା ଓ ବାଳିକାମାନଙ୍କୁ ପୋଲିସ ସହାୟତା, ଡାକ୍ତରୀ ସହାୟତା, ଆଇନଗତ ସହାୟତା, ମନସ୍ତାତ୍ୱିକ ଓ ସାମାଜିକ ପରାମର୍ଶ ପ୍ରଦାନ ଆଦି ଦିଗରେ ସହାୟତା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଏଲ୍‌. ମୁରୁଗନ୍‌, ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଇ କହିଲେ….

ନୂଆଦିଲ୍ଲୀ,୧୩।୧୦: ଭାଜପାର ବରିଷ୍ଠ ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗନ୍‌ ମଙ୍ଗଳବାର ମୋଦି କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ଏପରିକି ଏଲ୍‌. ମୁରୁଗନ୍‌…

ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼

କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ମାଧ୍ୟମ ‘ସୁରଭି’

ଦାରିଙ୍ଗବାଡ଼ି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଲୁକ୍କାୟିତ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ମାଲାମାଲ ହେବେ ୩ ରାଶି: ମିଳିବ ଫଇଦା ହିଁ ଫାଇଦା, ଧନ ସହ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସହ ମଙ୍ଗଳଙ୍କ ନକ୍ଷତ୍ର ଗୋଚର ମଧ୍ୟ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଏହି…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?