ମାଲାବାରରେ‘ଆର୍ଟିଷ୍ଟ୍ର ବ୍ରାଣ୍ଡେଡ୍‌ ଜୁଏଲେରି ଶୋ’

ଭୁବନେଶ୍ୱର,୨୫।୯: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଚନ୍ଦ୍ରଶେଖରପୁରସ୍ଥିତ ଏକ୍ସକ୍ଲୁସିଭ ଷ୍ଟୋର ପରିସରରେ ଏକ ୯ ଦିନିଆ ଆର୍ଟିଷ୍ଟ୍ରି ବ୍ରାଣ୍ଡେଡ୍‌ ଜୁଏଲେରି ଶୋ’ର ଶୁଭାରମ୍ଭ ଶନିବାରଠାରୁ ହୋଇଯାଇଛି। ଏହି ଶୋ ସେପ୍ଟେମ୍ବର ୨୪ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଷ୍ଟୋର ପକ୍ଷରୁ କୁହାଯାଇଛି। ବିଶେଷ କରି ମାଲାବାରର ଗୋଲ୍ଡ, ଡାଇମଣ୍ଡ ଏବଂ ଜେମ୍‌ ଷ୍ଟୋନ ଜୁଏଲେରି ଆଦିକୁ ନେଇ ଉକ୍ତ ଜୁଏଲେରି ଶୋ’ର ଆୟୋଜନ କରାଯାଇଛି। ଏପରିକି ଏଥିରେ ପ୍ରଦର୍ଶିତ ହେଉଥିବା ଜୁଏଲେରିଗୁଡ଼ିକରେ କାରିଗରଙ୍କ ନିଖୁଣ କଳା ଓ ଡିଜାଇନର ସମ୍ଭାର ମଧ୍ୟ ଦେଖିବାକୁ ମିଳିବ। ଏହି ଅବସରରେ ଆଇଏନ୍‌ଡବ୍ଲ୍ୟୁଇସିର ସଦସ୍ୟା ଶ୍ରୀମୟୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରଶେଖରପୁର ଷ୍ଟୋର ହେଡ୍‌ ମହମ୍ମଦ ଫାଜିଲ,ଷ୍ଟୋର ପରିଚାଳକ ଗୌରୀଶଙ୍କର ଆଚାର୍ଯ୍ୟଙ୍କ ସମେତ ଉକ୍ତ ଷ୍ଟୋରର ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିଭଳି ଏହି ଶୋ ଜରିଆରେ ଉଭୟ ପ୍ରଦର୍ଶନୀ ଓ ବିକ୍ରୟ ପାଇଁ ଷ୍ଟୋରର ପ୍ରମୁଖ ଜେମ୍‌ସ ଅଳଙ୍କାର ସାଙ୍ଗକୁ ସୁନା ଓ ହୀରାର ଅନ୍ୟାନ୍ୟ ଡିଜାଇନ ମଧ୍ୟ ସାମିଲ ରହିଛି। ସେଗୁଡ଼ିକ ହେଲା ମାଇନ, ଏରା, ପ୍ରେସିଆ, ଏଥିନିକ୍ସ, ଡିଭାଇନ, ଜୌଲ ଏବଂ ଷ୍ଟାର୍‌ଲେଟ୍‌ ଭଳି ହୀରା ଓ ରତ୍ନପଥରର ଅନ୍ୟାନ୍ୟ ସଂଗ୍ରହ ସବୁ ବର୍ଗର ଗ୍ରାହକଙ୍କ ପାଇଁ ଉପଲବ୍ଧ। ସେହିପରି ମାଲାବାର ହେଉଛି ଏକ ବିଶ୍ୱସନୀୟ ଅଳଙ୍କାର ବ୍ରାଣ୍ଡ, ଏହାର ସମସ୍ତ ଅଳଙ୍କାର ୧୦୦% ଗୁଣାତ୍ମକ ଏବଂ ଶୁଦ୍ଧ ବୋଲି ଗ୍ରାହକଙ୍କର ଦୀର୍ଘଦିନର ବିଶ୍ୱାସ ରହିଛି। ଅପରପକ୍ଷରେ ମାଲାବାର ଗ୍ରୁପ୍‌ ତା’ର ବ୍ୟବସାୟର ସିଂହଭାଗ ଲାଭ ଅଂଶ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟରେ ବିନିଯୋଗ କରିଥାଏ ବୋଲି ମାଲାବାରର ଓଡ଼ିଶା ବାଣିଜ୍ୟ ମୁଖ୍ୟ (ମାର୍କେଟିଂ ମ୍ୟାନେଜର) ସିଦ୍ଧେଶ୍ୱର ରଥ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କିଙ୍ଗ୍‌, ଇନ୍‌ସ୍ୟୁରାନ୍ସ ସେବା ସ୍ବାଭାବିକ ପାଇଁ କେନ୍ଦ୍ର ଓ ରାଜ୍ୟ ଅଧିକାରୀଙ୍କ ବୈଠକ:ଓଡ଼ିଶା ଆପଣାଇବ କେରଳ ମଡେଲ

ଭୁବନେଶ୍ୱର,୧୭।୫(ବ୍ୟୁରୋ):ବାତ୍ୟା ଫନୀ ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ଓ ବୀମା ସେବାକୁ ପୂର୍ବଭଳି ସ୍ବାଭାବିକ କରିବାକୁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ଏ ନେଇ ଗୁରୁବାର...

ତଦନ୍ତ ଅଗ୍ରଗତି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

କଟକ ଅଫିସ,୩ା୮: ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ମାମଲାର ଅଗ୍ରଗତି ସମ୍ପର୍କିତ ରିପୋର୍ଟ ଦାଖଲ କରିବା ପାଇଁ ଭୁବନେଶ୍ୱର ଡିସିପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।...

ଜେଲ ଫେରିଲେ ଜଗବନ୍ଧୁ, ମିଳିଲା ଦ୍ୱିତୀୟ ଫରେନ୍‌ସିକ୍‌ ରିପୋର୍ଟ

ଭୁବନେଶ୍ୱର, ୨୭।୧୨ (ବ୍ୟୁରୋ):ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ରବିବାର ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ସୋମବାର ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ...

ନିୟନ୍ତ୍ରଣ ବାହାରେ କରୋନା: ରାୟଗଡ଼ାକୁ ୭ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କଲେ ଜିଲାପାଳ

ରାୟଗଡ଼ା ଅଫିସ,୨୨।୭: ରାୟଗଡ଼ା ଜିଲାକୁ ୭ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ବୁଧବାର ଗୋଟିଏ ଦିନରେ ୯୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ...

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବଢ଼ାଇଛି ଅସନ୍ତୋଷ

କେନ୍ଦ୍ରାପଡା ଅଫିସ,୩ା୬: ୨୦୧୯ ପୂର୍ବ ସମସ୍ତ ଗାଡିର ନମ୍ବର ପ୍ଲେଟ ବଦଳିବ। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଗାଡିରେ ଲଗାଯିବ।...

ଆଜି ଭୁବନେଶ୍ୱରରୁ ମାତ୍ର ଜଣେ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୭।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ଜଣକ ଲୋକାଲ କେସ୍‌ ବୋଲି ଜଣାପଡ଼ିଛି। ସହିପରି ଆଜି ଭୁବନେଶ୍ୱରରୁ...

ପାଣି ଖସୁନି, ଦୁର୍ଦ୍ଦଶା ବଢୁଛି

ଭୁବନେଶ୍ୱର,୨ା୯(ବ୍ୟୁରୋ): ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଏବଂ ଜଳକା ନଦୀରେ ଆଉ ବନ୍ୟା ବିପଦ ନାହିଁ। ତେବେ ବନ୍ୟା...

ପ୍ଲାଷ୍ଟିକ କଟକଣାକୁ ମାନୁ ନାହାନ୍ତି ସରକାରୀ କର୍ମଚାରୀ:ନିର୍ଦ୍ଦେଶନାମା ଜାରି କଲା ସାଧାରଣ ପ୍ରଶାସନ ବିଭାଗ

ଭୁବନେଶ୍ୱର,୨୫-୯(ବ୍ୟୁରୋ): ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ କିମ୍ବା ୫୦ ମାଇକ୍ରନରୁ କମ ମୋଟେଇ ପଲିଥିନ ପରିବେଶ ପାଇଁ ମାରାତ୍ମକ । ଏହାର ବ୍ୟବହାରକୁ ଉଭୟ କେନ୍ଦ୍ର...

Advertisement
Archives

Model This Week