Posted inଜାତୀୟ

ଅମିତ ଶାହାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଯୋଧପୁର,୫।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ରାଜ୍ୟରେ ହୋଇଥିବା ଦଙ୍ଗାକୁ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଚ୍ୟାଲେଞ୍ଜ୍‌ କରିଛନ୍ତି। ଟୁଇଟ୍‌ କରି ଗେହଲୋଟ କହିଛନ୍ତି, ଯଦି ଅମିତ ଶାହାଙ୍କର ଦମ୍‌ ଅଛି, ଗୃହ ମନ୍ତ୍ରଣାଳୟର ଏକ କମିଟି ଗଠନ କରନ୍ତୁ। ଏହି କମିଟିରେ ହାଇକୋର୍ଟର ବିଚାରପତି, ସୁପ୍ରିମକୋର୍ଟର ବିଚାରପତିଙ୍କ ରଖାଯାଉ। କରୌଲି ପରେ, ୭ଟି ରାଜ୍ୟରେ ଆରମ୍ଭ ହୋଇଥିବା ଦଙ୍ଗା ମୂଳରେ କ’ଣ କାରଣ ଥିଲା। ସବୁ ଜିନିଷ ସାମ୍ନାକୁ ଆସିବ ଏବଂ ପରବର୍ତ୍ତୀ ଦଙ୍ଗା ହେବା ବନ୍ଦ ହୋଇଯିବ।
ମୁଖ୍ୟମନ୍ତ୍ରୀ କୌଣସି ଦଳର ନାଁ ନ ନେଇ କହିଛନ୍ତି ଯେ, ସେମାନଙ୍କର ପ୍ରସ୍ତୁତି ହେଉଛି ନିଆଁ ଲଗାଇବା। ସେମାନେ ଜାଣି ସାରିଛନ୍ତି ରାଜସ୍ଥାନରେ ନିର୍ବାଚନ ହାରିବେ। କରୌଲି ହିଂସା ଏକ ପ୍ରାୟୋଜିତ ଘଟଣା। ସେହିପରି ୭ଟି ରାଜ୍ୟରେ ଦଙ୍ଗା ହୋଇଥିଲା। ଏହାର ଅନୁସନ୍ଧାନ କରାଯିବା ଉଚିତ୍‌।
ସୂଚନାଯୋଗ୍ୟ, ଏପ୍ରିଲ ୨ରେ କରୌଲିରେ ହିନ୍ଦୁ ନୂତନ ବର୍ଷ ଅବସରରେ ହିନ୍ଦୁ ସଂଗଠନମାନେ ଏକ ବାଇକ ଯାତ୍ରା କରିଥିଲେ। ଏହି ଯାତ୍ରାରେ ଜଡିତ ଏକ ଡିଜେ କାର ମୁସଲମାନମାନଙ୍କ ବିଷୟରେ ବିବାଦୀୟ ଗୀତ ବଜାଉଥିଲା। ଏହି ସମୟରେ, ବାଇକ୍‌ ଯାତ୍ରୀଙ୍କ ଉପରେ ପଥର ଫିଙ୍ଗାଯିବା ସହ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏଥିରେ ଅନେକ ଲୋକ ଆହତ ହୋଇଥିଲେ। ଏହା ପରେ ବିରୋଧୀମାନେ ରାଜସ୍ଥାନ ସରକାରଙ୍କୁ ଘେରି ଥିଲେ। ସେହିପରି ଇଦ୍‌ ଏବଂ ଅକ୍ଷୟ ତୃତୀୟ ଅବସରରେ ଯୋଧପୁରରେ ବିବାଦ ଦେଖାଯାଇଥିଲା। ଜଲୋରୀ ଫାଟକ ନିକଟରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଦେଖିବାକୁ ମିଳିଥିଲା। ଦୁଇ ଗୋଷ୍ଠୀ ପରସ୍ପରକୁ ପଥର ମାଡ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ଡାଇବେଟିସ୍‌ ଥିଲେ ରୁହନ୍ତୁ ସତର୍କ, ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ…

ବର୍ତ୍ତମାନ ଏଭଳି ସମୟ ଆସିଛି, ଯେତେବେଳେ ଆମେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବା ନିହାତି ଦରକାର। ଯଦି ଆପଣଙ୍କର ଡାଇବେଟିସ୍‌ କିମ୍ବା ରକ୍ତଚାପ ପରି…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ବୋମା ତିଆରି ପାଇଁ ଏଆଇ ପ୍ଲାଟ୍‌ଫର୍ମ ବ୍ୟବହାର କରିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ,୨୫ା୫(ପି.ଟି.):ଦିଲ୍ଲୀ ଲାଲ୍‌କିଲ୍ଲା ବିସ୍ଫୋରଣ ମାମଲାରେ ଚାର୍ଜଶିଟ୍‌ ହୋଇଥିବା ଅଭିଯୁକ୍ତଙ୍କର ବୈଶ୍ୱିକ ଆତଙ୍କବାଦୀ ସଂଗଠନ ଅଲ୍‌କାଏଦା ସହ ସମ୍ପୃକ୍ତି ରହିଛି ଓ ସେ ବୋମା ପ୍ରସ୍ତୁତି ପାଇଁ ଆର୍ଟିଫିସିଆଲ…

ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ,୨୫ା୫: ଭାରତ ଗସ୍ତରେ ଆସିଥିବା ଆମେରିକା ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରୁଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହଠାତ୍‌…

ଭାରତକୁ ଟାର୍ଗେଟ କରାଯାଇନି: ରୁବିଓ

ନୂଆଦିଲ୍ଲୀ,୨୫ା୫(ପି.ଟି.): ଭାରତ ଓ ଆମେରିକା ମଧ୍ୟରେ ବହୁପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତିନାମା ଖୁବ୍‌ଶୀଘ୍ର ଚୂଡ଼ାନ୍ତ ହେବାକୁ ଯାଉଛି, ଯାହା ଉଭୟ ଦେଶ ପାଇଁ ଲାଭଦାୟକ ଏବଂ ସ୍ଥାୟୀ ହେବ…

Petrol-Diesel Price Hike: ଗ୍ରାହକଙ୍କୁ ଜୋରଦାର ଝଟକା, ୧୦ ଦିନରେ ପୁଣିଥରେ ବଢିଳା ତୈଳ ଦର

ନୂଆଦିଲ୍ଲୀ,୨୫।୫: ଆଜି ଅର୍ଥାତ ସୋମବାର ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ୨୫ ମଇ, ୨୦୨୬ ସକାଳ ୬ଟାରୁ ନୂଆ ଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri