ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ ବାଲେଶ୍ୱରରୁ ରେମୁଣା ଓ ଏନଏଚ-୧୬କୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଆଖପାଖ ଅଞ୍ଚଳରେ ଥିବା ଦୋକାନରେ ପାଣି ପଶିଛି । ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଜଳକା ନଦୀ ଫୁଲୁଛି । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ନଦୀର ଜଳସ୍ତର । ଫଳରେ ନଦୀ କୂଳିଆଙ୍କୁ ବନ୍ୟା ଡ଼ର ଘାରିଛି। ବାଲେଶ୍ୱର ବସ୍ତା ବ୍ଲକ ମଥାନୀଠାରେ ସତର୍କ ସଙ୍କେତ ୬.୫୦ ମିଟର ରହିଥିବାବେଳେ ଜଳକା ନଦୀର ଜଳସ୍ତର ବି ଜଳସ୍ତର ୬.୬୮ ମିଟର ସହ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଗତ ୨ ଦିନ ହେଲା, ଜଳକା ନଦୀ ଅବବାହିକା ସମେତ ଉପରମୁଣ୍ଡ ତଥା ମୟୁରଭଞ୍ଜ ଜିଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଫଳରେ ନଦୀର ଜଳସ୍ତର ବି ବଢୁଛି । ଏଭଳି ବର୍ଷା ଲାଗିରହିଲେ ବନ୍ୟା ସମ୍ଭାବନା ରହୁଛି । ଯଦି ବନ୍ୟା ହୁଏ, ତା’ହେଲେ ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକର ୩ଟି ପଞ୍ଚାୟତ ପ୍ରଭାବିତ ହେବା ସହ ଚାଷବାସ ଉଜୁ ଆଶଙ୍କା ରହିଛି ।

ସେହିପରି ଅବପାତ ପ୍ରଭାବରେ ମୟୁରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହୋଇଛି । ଏଥିଯୋଗୁଁ କରଞ୍ଜିଆ ସମେତ ଜିଲାର ବିଭିନ୍ନ ଅଞ୍ଚଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷଣିକରେ ଖୁସି ପାଲଟିଲା ଦୁଃଖ, ରୋଟାଭେଟରରେ କାଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ

ନୀଳଗିରି,୧୬।୬(ପ୍ରଶାନ୍ତ କୁମାର ବିଶ୍ବାଳ): ରୋଟାଭେଟରରେ କାଟି ହୋଇ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ନୂଆ ରୋଟାଭେଟର ଆଣି ଖୁସିରେ ଟ୍ରାଏଲ କରିବା ପରେ ବନ୍ଦକରିବାକୁ ଯାଇ…

ହ୍ବାଇଟ ହାଉସରେ ଇତିହାସର ସବୁଠାରୁ ମହଙ୍ଗା UFC ଶୋ; ରାଷ୍ଟ୍ରପତି ଟ୍ରମ୍ପ ଅନନ୍ୟ ଶୈଳୀରେ ପାଳନ କଲେ ୮୦ତମ ଜନ୍ମଦିନ, ଖର୍ଚ୍ଚ ଜାଣିଲେ…

ଓ୍ବାଶିଂଟନ,୧୬।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ୮୦ତମ ଜନ୍ମଦିନକୁ ପ୍ରକୃତରେ ଅନନ୍ୟ ଏବଂ ସ୍ମରଣୀୟ ଢଙ୍ଗରେ ପାଳନ କରିଥିଲେ। ଏହି ବିଶେଷ ଅବସର ପାଇଁ, ହ୍ବାଇଟ…

ବିଏମ୍‌ସିରେ ବଢୁଛି କୁକୁର କାମୁଡ଼ା, ୨ ମାସରେ….

ଭୁବନେଶ୍ୱର,୧୫।୬ (ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ୨୦୩୦ ସୁଦ୍ଧା ଜଳାତଙ୍କ ମୁକ୍ତ କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି। ଇତିମଧ୍ୟରେ ବିଏମ୍‌ସି ପକ୍ଷରୁ ୭୫ ପ୍ରତିଶତ…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ୩୩ତମ ସର୍ବୋଚ୍ଚ ବିଦେଶୀ ସମ୍ମାନ; ସ୍ଲୋଭାକିଆ ରାଷ୍ଟ୍ରପତି ଦେଲେ ‘ଦି ଅର୍ଡର ଅଫ ଦି ହ୍ବାଇଟ ଡବଲ କ୍ରସ’

ବ୍ରାଟିସଲାଭା,୧୬।୬: ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି। ପୁଣିଥରେ ତାଙ୍କୁ ଏକ ମର୍ଯ୍ୟାଦାଜନକ ବିଦେଶୀ ସମ୍ମାନରେ ସମ୍ମାନିତ କରାଯାଇଛି। ସ୍ଲୋଭାକିଆ ରାଷ୍ଟ୍ରପତି ପିଟର ପେଲେଗ୍ରୀନି ପ୍ରଧାନମନ୍ତ୍ରୀ…

ଡୋନାଲ୍ଡ ଟ୍ରମ୍ପଙ୍କୁ ନାଲି ଆଖି ଦେଖାଉଛନ୍ତି ନେତାନ୍ୟାହୁ ! ଶାନ୍ତି ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରି କହିଲେ -‘ଯେପର୍ଯ୍ୟନ୍ତ ମୁଁ ପ୍ରଧାନମନ୍ତ୍ରୀ…’

ଜେରୁଜେଲମ,୧୬।୬: ଦୀର୍ଘ ଆଲୋଚନା ପରେ, ଆମେରିକା ଏବଂ ଇରାନ ଏକ ଶାନ୍ତି ଚୁକ୍ତିନାମା ଘୋଷଣା କରିଥିଲେ। ତଥାପି, ଇସ୍ରାଏଲ ଆମେରିକା-ଇରାନ ଚୁକ୍ତିନାମାରେ ଗଭୀର ଅସନ୍ତୁଷ୍ଟ ଥିବା ପରି…

ରାସ୍ତାରେ ଉପୁଡ଼ି ପଡିଥିବା ଗଛକୁ ଯାଇ ପିଟିହେଲେ ଅଟୋ-ପିକଅପ୍, ୯…

ନନ୍ଦପୁର,୧୬।୬(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ଦେଇ ଯାଇଥିବା ଏମଡିଆର ୫୫ ରାସ୍ତାର ସୀମାଦ୍ରୀ ମଣ୍ଡପ ସମ୍ମୁଖରେ ଏକ ବଡ଼ ଧରଣର…

ଆଜି ସୁପ୍ରିମକୋର୍ଟରେ ଆଧାର ଶୁଣାଣି

ନୂଆଦିଲ୍ଲୀ,୧୬ା୬: ଭାରତର ବିଶିଷ୍ଟ ପରିଚୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଆଧାର କାର୍ଡଗୁଡ଼ିକୁ ନାଗରିକତ୍ୱ, ବାସସ୍ଥାନ ପ୍ରମାଣ ଓ ଠିକଣା ପ୍ରମାଣ ଭାବେ ଦୁରୁପଯୋଗ କରାଯାଉଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri