ରେଳ ପ୍ରକଳ୍ପ ବିକାଶକୁ ତ୍ୱରାନ୍ବିତ କରିବ

ଭୁବନେଶ୍ୱର,୨୯।୮(ଅନିଲ ଦାସ): ଓଡ଼ିଶାର ୨ ନୂଆ ରେଳ ଲାଇନ ଓ ଗୋଟିଏ ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମିଳିଛି। ବରଗଡ଼ ରୋଡ ଓ ନୂଆପଡ଼ା ରୋଡ ୧୩୮କି.ମି. ନୂଆ ରେଳ ଲାଇନ ନିର୍ମାଣ ପାଇଁ ୨୯୨୬କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ଲାଇନ ହେବା ପରେ ବରଗଡ଼ରୁ ରାୟପୁରକୁ ଯୋଗାଯୋଗ ସହଜ ହେବ। ସେହିପରି ସୁନ୍ଦରଗଡ଼ ଜିଲା ସରଡେଗାରୁ ଛତିଶଗଡ଼ର ଭଲୁମୁଡାକୁ ୩୭ କି.ମି. ନୂଆ ଡବଲ ଲାଇନ ପାଇଁ ୧୩୬୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ଜାମସେଦପୁର-ଆସାନସୋଲ ମଧ୍ୟରେ୧୨୧କି.ମି. ଲମ୍ବ ତୃତୀୟ ଲାଇନ ପାଇଁ ୨୧୭୦କୋଟି ଟଙ୍କା ବ୍ୟୟବରାଦ ହୋଇଛି। ନୂଆ ରେଳ ପ୍ରକଳ୍ପ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ସହ ଯାତ୍ରାକୁ ସହଜ କରିବ। ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍‌ରେ ନିଆଯାଇଥିବା ନିଷ୍ପତ୍ତି ଓଡ଼ିଶାବାସୀଙ୍କ ଲାଗି ସ୍ମରଣୀୟ ହୋଇ ରହିବ। ଓଡ଼ିଶାର ରେଳ ବିକାଶ ପାଇଁ ୪୨୩୪କୋଟି ଟଙ୍କା ବ୍ୟୟରେ ଏସବୁ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ଓଡ଼ିଶାର ସାମଗ୍ରିକ ବିକାଶ ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିଶ୍ରୁତିବଦ୍ଧତା ପାଇଁ ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ କୃତଜ୍ଞତା ଜଣାଇବା ସହିତ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମନମୋହନ କହିଛନ୍ତି, କେନ୍ଦ୍ର କ୍ୟାବିନେଟ୍‌ରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ଓଡ଼ିଶାବାସୀଙ୍କ ସ୍ବାର୍ଥ ପୂରଣ କରିବ। ନୂତନ ରେଳ ପ୍ରକଳ୍ପ ଯୋଗୁ ଓଡ଼ିଶାର ଆର୍ଥତ୍କ ବିକାଶ ଦୃଢ଼ ହେବ। ବିଶେଷଭାବେ ପଶ୍ଚିମ ଓଡ଼ିଶାରେ ଗମନାଗମନ ଦୃଢ଼ ହେବା ସହ କୃଷି, ଶିଳ୍ପ, ପର୍ଯ୍ୟଟନ ଓ ଅନ୍ୟାନ୍ୟ କ୍ଷେତ୍ରର ବିକାଶ ହୋଇପାରିବ। ବନଜାତ ଦ୍ରବ୍ୟକୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପହଞ୍ଚାଯାଇ ପାରିବ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ।
ରାଜ୍ୟରେ ନୂତନ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ତ୍ୱରାନ୍ବିତ ହେବ। ଏଥିରେ ରାଜ୍ୟରେ ଲକ୍ଷାଧିକ ଓଡ଼ିଆ ଯୁବତୀଯୁବକଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମନମୋହନ କହିଛନ୍ତି।
କେନ୍ଦ୍ରରେ ମୋଦି ସରକାର ଗଠନ ଦିନରୁ ଓଡ଼ିଶାର ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି। ବିଜେଡି ସରକାର ଅମଳରେ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ କେନ୍ଦ୍ରୀୟ ପ୍ରକଳ୍ପଗୁଡ଼ିକୁ ବାସ୍ତବ ରୂପ ମିଳି ପାରୁ ନ ଥିଲା ଏବଂ ଓଡ଼ିଶାରେ ବିକାଶ ବାଧାପ୍ରାପ୍ତ ହେଉଥିଲା। ମାତ୍ର ଏବେ ଓଡ଼ିଶାରେ ଡବଲ ଇଞ୍ଜିନ୍‌ ସରକାର ଗଠନ ହୋଇଥିବାରୁ ସମସ୍ତ ବାଧା ଦୂର ହୋଇଛି ବୋଲି ମନମୋହନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, ରାସନ କାର୍ଡରୁ କଟାଗଲାଣି ୧୬ଲକ୍ଷରୁ ଅଧିକ ନାଁ, କରୁଛନ୍ତି କି ଏହି ଭୁଲ…

ଭୁବନେଶ୍ୱର,୧୧।୯: ରାସନ କାର୍ଡକୁ ନେଇ ବଡ଼ ସୂଚନା। ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କଷ୍ଣଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା। ବିଧାନସଭାରେ ବିଧାୟିକା...

ବିଧାନସଭାରେ ଉଠିଲା ପ୍ରଶ୍ନ, ମାଗଣା ବିଜୁଳିକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ

ଭୁବନେଶ୍ୱର,୧୧।୯: ବିଧାନସଭାରେ ଉଠିଲା ମାଗଣା ବିଜୁଳି ପ୍ରସଙ୍ଗ। ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ ବିରୋଧୀ। ମାଗଣା ବିଜୁଳିକୁ ନେଇ କଂଗ୍ରେସ ବିଧାୟକ ଅଶୋକ...

ମାଡ଼ି ଆସିଲେ ମହିଳା, ଭୁବନେଶ୍ବରରେ ଚହଳ ! କଲେ ବଡ଼ ଦାବି

ଭୁବନେଶ୍ୱର,୧୧।୯: ଗାନ୍ଧୀମାର୍ଗରେ ନିଖିଳ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ସଦସ୍ୟାମାନଙ୍କର ବଡ଼ ଆନ୍ଦୋଳନ। ବିଧାନସଭା ସମ୍ମୁଖରେ ଏକାଠି ହୋଇ କରିଛନ୍ତି ଗର୍ଜନ। ହଜାର...

ଭାଜପାରେ ବଡ଼ ହଲଚଲ, ଦିଲ୍ଲୀ ଗଲେ ମନମୋହନ ସାମଲ

ଭୁବନେଶ୍ୱର,୧୧।୯: ସୁଜିତ କୁମାର ରାଜ୍ୟ ସଭାରୁ ଇସ୍ତଫା ଦେବା ପରେ ଭାଜପାରେ ସାମିଲ୍‌ ହୋଇଛନ୍ତି। ଏବେ ସବୁଠି ଗୋଟିଏ ଚର୍ଚ୍ଚା ଭାଜପା ସୁଜିତଙ୍କୁ ପୁଣିଥରେ ରାଜ୍ୟ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଶ୍ରମିକଙ୍କୁ ମିଳିବ…

ଭୁବନେଶ୍ୱର,୧୧।୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। ଶ୍ରମିକଙ୍କ ପାଇଁ ବଡ଼ ସହାୟତା ରାଶି ଘୋଷଣା କଲେ ସରକାର। ନିର୍ମାଣ ଶ୍ରମିକମାନେ ପୂର୍ବରୁ ପାଉଥିବା ସହାୟତା...

ତିନି ଦୁର୍ବୁତ୍ତ ବାଇକରେ ଆସି ଯୁବକଙ୍କ ଠାରୁ ଛଡ଼ାଇ ନେଲେ ମୋବାଇଲ

ବାଲିଗୁଡ଼ା:୧୧।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହର ସମେତ ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟ, ଡକାୟତି, ଚୋରି ବଢ଼ିବାରେ ଲାଗିଛି ।...

ସହକାରୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ମାଳ ମାଳ କୋଠା ଦେଖି ତାଜୁବ ହୋଇଗଲା ଭିଜିଲାନ୍ସ

ଭୁବନେଶ୍ୱର,୧୧।୯: ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢାଉ କରିଛି। ଚଢାଉ ବେଳେ ଯନ୍ତ୍ରୀଙ୍କ ୬ଟି ବହୁତଳ କୋଠା...

ଠକୁଛନ୍ତି ସୁନା ଦୋକାନୀ! ଏସବୁ ଜିଲାରେ ବେଶୀ ଠକେଇ, କିଣୁଛନ୍ତି କି… 

ଭୁବନେଶ୍ୱର,୧୧।୯: ବିଧାନସଭା ଚାଲିଥିବା ବେଳେ  ଗୃହରେ ଗ୍ରାହକଙ୍କୁ ସୁନା ମାନ, ମାପ ଓଜନରେ ଠକୁଛନ୍ତି ସୁନା ଦୋକାନୀ ବୋଲି ରଣେନ୍ଦ୍ର ସ୍ବାଇଁ ପ୍ରଶ୍ନ କରିଥିଲେ। ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri