ଏମ୍‌ପିଙ୍କ ଚାଳଘରେ ଖାଇଲେ ରେଳମନ୍ତ୍ରୀ

ସଜନାଗଡ଼,୮।୧(ଡି.ଏନ.ଏ.): ବାଲେଶ୍ୱର ଗସ୍ତରେ ଆସିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱର ଷ୍ଟେଶନରେ ମେମୁ ଟ୍ରେନ ଚଳାଚଳ ଶୁଭାରମ୍ଭ ଓ ନୀଳଗିରି ଗୋପୀନାଥପୁରରେ ଷ୍ଟେଶନ ଶିଳାନ୍ୟାସ କରିବା ପରେ ଅପରାହ୍ନରେ ଏମ୍‌ପି ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କ ଗଁା ଗୋପୀନାଥପୁରରେ ପହଞ୍ଚିଥିଲେ। ସେଠାରେ ଗ୍ରାମବାସୀ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ। ଏହାପରେ ରେଳମନ୍ତ୍ରୀ ଅଶ୍ୱିନୀ ଏମ୍‌ପିଙ୍କ ଚାଳଘରେ କଦଳୀପତ୍ରରେ ଭୋଜନ କରିଥିଲେ। ଭାତ, ଡାଲି, ଘାଣ୍ଟ, ମିକ୍ସ ତରକାରୀ, ଦହି ବାଇଗଣ, ବିଲାତି ଖଟା, ବୋଇତାଳୁ ଫୁଲ ବଡ଼ା, କାନିକା, ମଣ୍ଡା ପିଠା, ପୋଡ଼ ପିଠା, ଜହ୍ନି ଆଳୁ ପୋସ୍ତ, ଶାଗ, ଫୁଟ୍‌ଗୁଡ଼ି-ଆଳୁ ଭଜା, କଦଳୀ ଚୋପା ପତୁଆ, କଦଳୀ ଚିପ୍ସ, ଶିମ୍ବ ଭଜା, ବଡ଼ିଚୁରା, ଇଞ୍ଚଡ଼ ତରକାରୀ, ପନିର ତରକାରୀ ଆଦି ମନ୍ତ୍ରୀଙ୍କୁ ପରସା ଯାଇଥିଲା। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ତଳେ ବସି ବେଶ୍‌ ଆଗ୍ରହର ସହ ଖାଇବା ସହ ନଳକୂପରୁ ପାଣି ମଧ୍ୟ ପିଇଥିଲେ। ରେଳମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସ୍ଥାନୀୟ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଓ ଅନ୍ୟ ଭାଜପା ନେତୃବୃନ୍ଦ ଭୋଜନରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଡ଼ ବଦଳାଇଲେ ରୋଷେୟାଙ୍କ ବାପା

ଝାରସୁଗୁଡ଼ା ଅଫିସ,୨୨ା୪:ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରୋଷେୟା ଲଳିତ କୁମାର ସାହୁ(୨୨)ଙ୍କ ମୃତ୍ୟୁକୁ ନେଇ ଏବେ ସବୁଠି ଚର୍ଚ୍ଚା। ତାଙ୍କୁ ହତ୍ୟା କରାଯାଇଥିବା ଭାଜପା ଅଭିଯୋଗ...

୧୦ ସୁଦ୍ଧା ସିସିଟିଭି ଇନ୍‌ଷ୍ଟାଲେଶନ ସମ୍ପର୍କିତ ତଥ୍ୟ ଦେବାକୁ ନିର୍ଦ୍ଦେଶ: ରେକର୍ଡିଂ ହେବ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର, ୪ା୧(ବ୍ୟୁରୋ): ଚଳିତବର୍ଷ ଯୁକ୍ତ୨ ପରୀକ୍ଷାକୁ ସ୍ବଚ୍ଛ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି। ଯେଉଁଠାରେ ସିସିଟିଭି ନ ଥିବ ସେଠାରେ...

ବିଧାୟକଙ୍କ ଡ୍ରାଇଭର, ପିଏସ୍‌ଓଙ୍କ ଉପରେ ଆକ୍ରମଣ

ଲୋଇସିଂହା,୧୨।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡ଼ା ଛକରେ ୨ ଜଣ ଦୁର୍ବୃତ୍ତଙ୍କ ଆକ୍ରମଣରେ ମଙ୍ଗଳବାର ଲୋଇସିଂହା ବିଧାୟକଙ୍କ ଡ୍ରାଇଭର ଏବଂ ପିଏସ୍‌ଓ ଆହତ...

୧୬୦ ସ୍ଥାନରେ ହେବ କୋଭିଡ୍‌ ଟିକାକରଣ

ଭୁବନେଶ୍ୱର,୧୧।୧(ବ୍ୟୁରୋ) : ରାଜ୍ୟରେ ୧୬୦ଟି ସ୍ଥାନରେ କୋଭିଡ୍‌ ଟିକାକରଣ ହେବ। ଏଥିପାଇଁ ସେସନ୍‌ ସାଇଟ୍‌ ନିର୍ଦ୍ଧାରଣ କରାଯାଇଛି। ସରକାରୀ ଡାକ୍ତରଖାନା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ...

ପୁରୀ, କୋଣାର୍କକୁ ଗଡ଼ିବ ‘ମୋ ବସ୍‌’

ଭୁବନେଶ୍ୱର,୨୬।୯(ବ୍ୟୁରୋ):  ପୁରୀ ଓ କୋଣାର୍କକୁ ମୋ ବସ୍‌ ସେବା ଆରମ୍ଭ ହେବ। ଆସନ୍ତା ୨୭ ତାରିଖରେ ବିଶ୍ୱ ପର୍ଯ୍ୟଟନ ଦିବସରୁ ମୋ ବସ୍‌ ସେବା ଆରମ୍ଭ...

ପ୍ରତାପୁରରେ ବାରୁଣୀ ସ୍ନାନ ବନ୍ଦ: ହୋଇପାରିଲାନି ଠାକୁରଙ୍କ ମେଳଣ

ପୁରୁଷୋତ୍ତମପୁର,୨୨।୩(ଡି.ଏନ୍‌.ଏ.): ମହାମାରୀ କରୋନା ଭାଇରସ୍‌ ଆତଙ୍କକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମର ଋଷିକୂଲ୍ୟାର ଉତ୍ତରବାଙ୍କଠାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ...

ଗ୍ରାମାଞ୍ଚଳଠାରୁ ଜବରଦଖଲ ସହରରେ ଅଧିକ

କେନ୍ଦ୍ରାପଡ଼ା ଅଫିସ,୧୧।୬: ସହର ରାସ୍ତାରେ ସର୍ବଦା ଟ୍ରାଫିକ ଜାମ୍‌। ପାଣିନାଳ ଉପରେ ଘର। ବର୍ଷା ହେଲେ ଘରେ ପାଣି ପଶୁଛି। ମାତ୍ର ୫ ବର୍ଷ ପୂର୍ବରୁ...

ନବନିର୍ବାଚିତ ଏମ୍‌ପି ଏବଂ ବିଧାୟକଙ୍କ ପାଟଣା ଗସ୍ତ : ଲୋକଙ୍କ ନିକଟତର ହେବାକୁ କର୍ମୀଙ୍କୁ ପରାମର୍ଶ

ପାଟଣା,୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ଅଞ୍ଚଳକୁ ନବନିର୍ବାଚିତ ପାଟଣା ବିଧାୟକ ଜଗନ୍ନାଥ ନାଏକ ଓ ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ ଗସ୍ତ କରିଛନ୍ତି। ନିର୍ବାଚିତ...

Advertisement
Archives

Model This Week