୭୨ ଘଣ୍ଟାର ଆର୍‌ଟି-ପିସିଆର୍‌ ରିପୋର୍ଟ ନେଗେଟିଭ୍‌ ଥିଲେ ବିମାନ ବନ୍ଦରରେ ଟେଷ୍ଟ ହେବନି

ଭୁବନେଶ୍ୱର, ୮।୧(ବ୍ୟୁରୋ): ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ସମସ୍ତ ବିମାନ ଯାତ୍ରୀଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ୍‌କୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଶୁକ୍ରବାରଠାରୁ ଏହା ଲାଗୁ ହୋଇଛି। ତେବେ ଏହି ନିର୍ଦ୍ଦେଶନାମାରେ ବିଏମ୍‌ସି ସାମାନ୍ୟ ସଂଶୋଧନ କରିଛି। ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଯେଉଁ ଯାତ୍ରୀଙ୍କର ୭୨ ଘଣ୍ଟା ମଧ୍ୟରେ ଆର୍‌ଟିପିସିଆର୍‌ ରିପୋର୍ଟ ନେଗେଟିଭ୍‌ ରହିଥିବ ସେମାନଙ୍କର ଆଉ ଟେଷ୍ଟ କରାଯିବ ନାହିଁ। ତେବେ କୌଣସି ଯାତ୍ରୀଙ୍କଠାରେ କରୋନା ଲକ୍ଷଣ ଦେଖାଦେଲେ ସେମାନଙ୍କୁ ଆଇସୋଲେଶନରେ ରଖାଯିବା ସହ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ଗୁରୁବାର ଜାରି ହୋଇଥିବା ଗାଇଡ୍‌ଲାଇନ୍‌ରେ ବିମାନରେ ଆସୁଥିବା ସମସ୍ତ ଯାତ୍ରୀଙ୍କର କରୋନା ଟେଷ୍ଟ ହେବ ବୋଲି ଦର୍ଶାଯାଇଥିଲା। ଏପରି କି ଡବଲ୍‌ ଡୋଜ୍‌ ଟିକା ନେଇଥିଲେ ବା ଆର୍‌ଟିପିସିଆର୍‌ ରିପୋର୍ଟ ନେଗେଟିଭ୍‌ ଥିଲେ ସୁଦ୍ଧା ସେମାନଙ୍କର ଟେଷ୍ଟ କରାଯିବ। ରିପୋର୍ଟ ଆସିବା ପର୍ଯ୍ୟନ୍ତ ହୋମ୍‌ ଆଇସୋଲେଶନରେ ରହିବେ ବୋଲି ନିର୍ଦ୍ଦେଶ ଜାରି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ବିଜେଡି ଅହଂକାରୀ ହୋଇଯାଇଛି’

ଅନୁଗୋଳ ଅଫିସ,୧୫।୩ ରାଜ୍ୟରେ ବିଜେଡିର ଗୁଣ୍ଡାଗର୍ଦ୍ଦି ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଉପରେ ଜାଣିଶୁଣି ଗାଡି ଚଢ଼େଇଦେବା ଘଟଣାର ପ୍ରତିବାଦରେ ଅନୁଗୋଳ ଜିଲା...

୬ କର୍ପୋରେଟର ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କଲା ସିପିଆଇ(ଏମ୍‌)

ଭୁବନେଶ୍ୱର,୫।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ନିର୍ବାଚନ ପାଇଁ ୬ଜଣ କର୍ପୋରେଟର ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିଛି ସିପିଆଇ(ଏମ୍‌)। ସେମାନେ ହେଲେ ୱାର୍ଡ ନଂ. ୫ ପାଇଁ...

୬ଦିନ ବର୍ଷିବ, ୯ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର, ୩୦ା୭(ବ୍ୟୁରୋ): ଟ୍ରପ୍‌ ଲାଇନ, ଘୂର୍ଣ୍ଣି ବଳୟ ଓ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗି ରହିଛି। ଗତ ଦୁଇତିନି ଦିନ ହେଲା...

କଳାପଟା ସାହିତ୍ୟ ବାସପତରିର ବଛରକିଆ ଉଛବ୍‌: ଯୋଗ୍‌ଦେଲେ ଶତାଧିକ କବି କଳାକାର

  ଭେଡ଼େନ, ୨୪।୧୨ (ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଳକ ସହରାଟିକ୍ରାନେ ଥିବାର କଳାପଟା ସାହିତ୍ୟ ବାସପତରିର ତିନ ନମର ବଛରକିଆ ଉଛବ୍‌ ସୋମବାର ଦିନ...

ଜୁଲାଇ ୧ରୁ ଖୋଲିବ ଇଞ୍ଜିନିୟରିଂ କଲେଜ: ବାକି ଥିବା ପରୀକ୍ଷା ସହ ନାମଲେଖା ନେଇ ଚିଠି

ଭୁବନେଶ୍ୱର, ୩।୫(ବ୍ୟୁରୋ): ଦେଶର ସମସ୍ତ ଇଞ୍ଜିନିୟରିଂ କଲେଜ ଓ ପ୍ରଫେସନାଲ ଏଜୁକେଶନ ଇନ୍‌ଷ୍ଟିଚ୍ୟୁଟ୍‌ ଆସନ୍ତା ଜୁଲାଇ ୧ରୁ ଖୋଲିବ। ଏନେଇ ଅଲ୍‌ ଇଣ୍ଡିଆ କାଉନ୍‌ସିଲ ଫର୍‌...

ଲୁଟେରା, ନିଶା ମାଫିଆଙ୍କୁ ଧରାଇବେ ସ୍ଥାନୀୟ ଯୁବକ

୪ ଲୁଟ୍‌ ଓ ଡକାୟତି ଘଟଣାକୁ ନେଇ ଲୋକେ ରାସ୍ତାକୁ ଓହ୍ଲାଇବା ପରେ କମିଶନରେଟ ପୋଲିସର ନିଦ ହଜିଛି। ରସୁଲଗଡ଼ରେ ରାସ୍ତାରୋକୋ ଓ ପୋଡ଼ାଜଳାସ୍ଥଳରେ ପହଞ୍ଚତ୍...

କେନ୍ଦ୍ରୀୟ ବଜେଟରେ ବ୍ୟୟବରାଦ ହ୍ରାସକୁ ମୁଖ୍ୟମନ୍ତ୍ରୀଙ୍କ ନାପସନ୍ଦ; କହିଲେ ଏମିତି

ଭୁବନେଶ୍ୱର,୧।୨(ବ୍ୟୁରୋ): କେନ୍ଦ୍ରୀୟ ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି। କୃଷକ ଓ କୃଷି କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମୀଣ ବିକାଶ ଏବଂ ମହିଳା...

ମହାପ୍ରଭୁଙ୍କୁ ନେଇ କାର୍ଟୁନ: ଶ୍ରଦ୍ଧାଳୁ, ସେବାୟତଙ୍କ ନାପସନ୍ଦ

ପୁରୀ ଅଫିସ,୫।୭: ମହାପ୍ରଭୁଙ୍କୁ ନେଇ ହୋଇଥିବା ଏକ କାର୍ଟୁନ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନୀଳାଦ୍ରିବିଜେ କାହାଣୀକୁ ନେଇ ଏହି କାର୍ଟୁନ କରାଯାଇଛି। ଭାଇ,...

Advertisement
Archives

Model This Week