ମା’ଶାରଳାଙ୍କ ମନ୍ଦିରରେ ଘିଅର ମାନକୁ ନେଇ ଉଠିଲା ପ୍ରଶ୍ନ

ଜଗତ୍‌ସିଂହପୁର, ୫ା୧୦(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ଶାରଳା। ଏହି ମନ୍ଦିରକୁ ପ୍ରତ୍ୟହ ଜିଲା ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ। ପାର୍ବଣ ପାଇଁ ସେପ୍ଟେମ୍ବର ୨୪ରୁ ମନ୍ଦିରରେ ସ୍ବତନ୍ତ୍ର ପୂଜାପାଠ ଚାଲିଛି। ଏହି ସମୟରେ ମନ୍ଦିରରେ ସ୍ବତନ୍ତ୍ର ମଣ୍ଡା ପିଠା ହେଉଥିବାରୁ ପ୍ରତ୍ୟହ ଏହାର ଚାହିଦା ବଢୁଛି। କିନ୍ତୁ ଏହି ମଣ୍ଡା ପିଠା ସହ ଭୋଗ ଆଦି ପ୍ରସ୍ତୁତି ପାଇଁ ବ୍ୟବହୃତ ଘିଅର ମାନକୁ ନେଇ ପ୍ରଶ୍ନ ଉଠିଛି। ଅନେକ ସମୟରେ ଏହି ଘିଅ ବ୍ୟବହାର ସମୟରେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନିକଟରେ ମନ୍ଦିର ବଡ଼ ପଣ୍ଡା ରଞ୍ଜନ କୁମାର ପଣ୍ଡା ମନ୍ଦିରରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ନେଇ ଗୁରୁତର ଅଭିଯୋଗ କରିିଥିଲେ। ସେ କହିଥିଲେ, ଦୀର୍ଘ ବର୍ଷ ହେବ ଓମ୍‌ଫେଡ୍‌ ମନ୍ଦିରକୁ ଘିଅ ଯୋଗାଉଛି। କିନ୍ତୁ ଅନେକ ସମୟରେ ଘିଅର ଗୁଣବତ୍ତା ଠିକ୍‌ ରହୁ ନ ଥିବା ବାରି ହୋଇପଡୁଛି। ଓମ୍‌ଫେଡକୁ ପ୍ରତ୍ୟେକେ ବିଶ୍ୱାସକୁ ନିଅନ୍ତି। ଓମ୍‌ଫେଡ ପକ୍ଷରୁ ଯୋଗାଯାଉଥିବା ଘିଅ ଯଦି ଏଭଳି ହେବ ତେବେ ଏହି ଘଟଣା ଚିନ୍ତାଜନକ ବୋଲି ସେ ଅଭିଯୋଗ କରିଛନ୍ତି। ଏ ପରିସ୍ଥିତିରେ ତିର୍ତ୍ତୋଲ ନିକଟ ନୂଆପଡ଼ା ଓମ୍‌ଫେଡ ପ୍ଲାଣ୍ଟ ଉପରେ ଚଢ଼ାଉ ସହ ତଦନ୍ତ କରାଗଲେ ଏହା ପଛର ଗୂଢ଼ ରହସ୍ୟ ପଦାକୁ ଆସିପାରିବ ବୋଲି ମତପ୍ରକାଶ ପାଇଛି। ଅନ୍ୟପଟେ ମନ୍ଦିରର ଅଫିସ୍‌ ଇନ୍‌ଚାର୍ଜ ବରଦା ମହାନ୍ତି କହିଛନ୍ତି, ଅତୀତରେ ବେଳେ ବେଳେ ଘିଅରେ ଫେଣ ଦେଖିବାକୁ ମିଳିବା ନଜିର ଅଛି। ଏଥିସହ ମଝିରେ ମଝିରେ ଦୁର୍ଗନ୍ଧ ହୁଏ। ଏପରି କି ଅନେକ ସମୟରେ ଘିଅ ବଦଳ କରାଯାଇଛି। ୩/୪ ଦିନ ପୂର୍ବରୁ ପୁଣି ଘିଅ କଟୁ ବାସ୍ନା ହେବାରୁ ଏ ସମ୍ପର୍କରେ ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତା’ପରେ ଜଗତ୍‌ସିଂହପୁର ଖାଦ୍ୟ ସୁରକ୍ଷା ଅଧିକାରୀ (ଫୁଡ୍‌ ସେଫ୍ଟି ଅଫିସର) ସମିତା ଦାସଙ୍କ ନେତୃତ୍ୱରେ ୪ ଜଣିଆ ଦଳ ମନ୍ଦିରରେ ପହଞ୍ଚତ୍ ନମୁନା ସଂଗ୍ରହ କରିଛନ୍ତି। ପାର୍ବଣ ପାଇଁ ୨୮ ଟିଣ (ପ୍ରତି ଟିଣ ୧୫ କିଲୋଗ୍ରାମ) ଘିଅ କିଣାଯାଇଥିଲା। ଟିଣ ପ୍ରତି ଦର ୯,୩୭୦ ଟଙ୍କା ରହିଥିଲା। ଶୁକ୍ରବାର ସୁଦ୍ଧା ୧୭ଟି ବ୍ୟବହାର ହୋଇସାରିଥିଲା। ଏଥିସହ ନୂଆ ୧୫ଟିଣ କିଣାଯାଇଛି। ତେବେ ୯ଟି ଖରାପ ଥିବା ସନ୍ଦେହ କାରଣରୁ ଫେରାଯାଇଛି ବୋଲି ମହାନ୍ତି କହିଛନ୍ତି। କୌଣସି ଘିଅ ଟିଣ ଉପରେ ଲେବୁଲ୍‌ ନ ଥିବାରୁ ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ଦାସ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ପ୍ରତି ଘିଅ ପ୍ୟାକେଟ୍‌/ଟିଣ ଉପରେ ଲେବୁଲ ରହିବା ବାଧ୍ୟତାମୂଳକ। ଅର୍ଥାତ୍‌ ବ୍ୟାଚ୍‌ ନମ୍ବର, ଲଟ୍‌ ନମ୍ବର, ଫୁଡ୍‌ ଲାଇସେନ୍ସ ନମ୍ବର, ଡେଟ୍‌ ଅଫ ମାନୁଫାକ୍ଚର ଓ ଡେଟ୍‌ ଅଫ ଏକ୍ସପାୟାର ବାଧ୍ୟତାମୂଳକ। ଶାରଳା ମନ୍ଦିରକୁ ଯୋଗାଯାଇଥିବା ଘିଅ ଉପରେ ଏସବୁ ନ ଥିଲେ ସୁଦ୍ଧା ମନ୍ଦିର କର୍ତ୍ତୃପକ୍ଷ ଅଭିଯୋଗ କରି ନ ଥିଲେ। ନିକଟରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ନମୁନା ସଂଗ୍ରହ ସହ ତଦନ୍ତ ଆରମ୍ଭ କରିଛନ୍ତି। ଏହି ସମୟରେ ଜଣାପଡ଼ିଥିଲା ଯେ, ମନ୍ଦିର କର୍ତ୍ତୃପକ୍ଷଙ୍କୁ ଓମ୍‌ଫେଡ, କଟକ ମିଲ୍‌ ପକ୍ଷରୁ ବିଲ୍‌ ଦିଆଯାଇଛି। କିନ୍ତୁ ନୂଆପଡ଼ା ମିଲ୍‌ରୁ ଏହା ଆସିଥିବା ଅଭିଯୋଗ ହେଉଛି। ଏ ପରିସ୍ଥିତିରେ ପ୍ରଥମେ ଏକ ସିଲ୍‌ ଟିଣରୁ ଘିଅ ନମୁନା ସଂଗ୍ରହ କରାଯାଇଥିଲା। ଏଥିସହ ଯେଉଁ ଘିଅ ଦୁର୍ଗନ୍ଧ ହୋଇଥିଲା ଏବଂ ବ୍ୟବହାର ହୋଇଥିଲା ତା’ର ମଧ୍ୟ ନମୁନା ସଂଗ୍ରହ କରାଯାଇଛି। ଶନିବାର ଏହି ନମୁନା ଭୁବନେଶ୍ୱରସ୍ଥିତ ଷ୍ଟେଟ୍‌ ଫୁଡ ଟେଷ୍ଟିଂ ଲାବରେଟୋରିକୁ ପରୀକ୍ଷା ପାଇଁ ପଠାଯିବ। ରିପୋର୍ଟ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ତେବେ ବିନା ଲେବୁଲ୍‌, ଲାଇସେନ୍ସରେ ଓମ୍‌ଫେଡ ଘିଅ ଯୋଗାଇଥିବାରୁ ଏନେଇ ଉକ୍ତ ସଂସ୍ଥାକୁ ନୋଟିସ୍‌ ଇସ୍ୟୁ କରାଯାଇଥିବା ଦାସ କହିଛନ୍ତି। ତିରୁପତି ଲଡୁ ପରେ ମା’ଶାରଳାଙ୍କ ମନ୍ଦିରରେ ଘିଅର ମାନକୁ ନେଇ ଉଠିଥିବା ପ୍ରଶ୍ନ ଏବେ ଭକ୍ତମନରେ ଆଘାତ ଦେଇଛି। ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ…

ରାଜରାସ୍ତାରେ କଂଗ୍ରେସ-ଭାଜପାକର୍ମୀଙ୍କ ମଧ୍ୟରେ ସଂଘର୍ଷ; ମୁଣ୍ଡ ଫାଟିଲା, ଗାଡ଼ିର କାଚ…

ପାଟନା,୨୨।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ନେତାମାନେ ଧାରଣାରେ ବସିଥିଲେ । ଏହାପରେ ବୁଧବାର ଭାଜପା ପକ୍ଷରୁ ପାଟନାରେ ଏକ ପ୍ରତିବାଦ ଶୋଭାଯାତ୍ରା…

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri