ଅପାରଗତା ଅଟକାଇଛି ପ୍ରକଳ୍ପ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ପର୍ଯ୍ୟଟନ ବିଭାଗର ଆନ୍ତରିକତା ଅଭାବରୁ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ସେତେଟା ଆଖିଦୃଶିଆ ବିକାଶ ହୋଇପାରୁ ନାହିଁ। ସରକାର ପ୍ରତ୍ୟେକ ବର୍ଷ ବଜେଟରେ ପର୍ଯ୍ୟଟନ ବିଭାଗ ପାଇଁ ବ୍ୟୟ ବୃଦ୍ଧି କରି ଚାଲିଥିଲେ ମଧ୍ୟ ଅପାରଗ ଅଧିକାରୀମାନଙ୍କ ଯୋଗୁ ତାହା ଠିକଣା ବାଟରେ ଲାଗିପାରୁନାହିଁ। ଆରମ୍ଭ ହୋଇଥିବା ଅନେକ ଯୋଜନା ଅଧାପନ୍ତରିଆ ହୋଇ ପଡ଼ିରହିଛି। ବିଭାଗୀୟ ସଚିବ ବଦଳିଯିବା ପରେ ଅଧା ରହିଥିବା ଯୋଜନାକୁ ଅଣଦେଖା କରାଯାଉଛି। ସେହି ଯୋଜନାରେ ଖର୍ଚ୍ଚ ହୋଇଥିବା ଅର୍ଥ ମଧ୍ୟ ବେକାର ହୋଇଯାଉଛି। ପୁରୀ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ‘ଶାମୁକା’ ବିଚ୍‌ ପ୍ରକଳ୍ପ ଉଦାହରଣ ଭାବେ ନିଆଯାଇପାରେ। ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ଗତିଶୀଳ କରିବା ସହ ବିଦେଶୀ ପର୍ଯ୍ୟଟକଙ୍କୁ ପୁରୀକୁ ଆକୃଷ୍ଟ କରିବା ଲାଗି ୨୦୧୫ରେ ସିପସରୁବାଲିଠାରେ ୯୭୨ ଏକର ଜମିରେ ଶାମୁକା ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ଏହି ପ୍ରକଳ୍ପରେ ବିଳାସପୂର୍ଣ୍ଣ ହୋଟେଲ ସହିତ ଗଲ୍‌ଫ କୋର୍ଟ ଇତ୍ୟାଦି କରିବାକୁ ଯୋଜନା ହୋଇଥିଲା। ଏଥିପାଇଁ ରାଜ୍ୟ ସରକାର ପାଣି, ସଡ଼କ ଓ ବିଦ୍ୟୁତ୍‌ ସଂଯୋଗ ସକାଶେ ପ୍ରଥମ ପର୍ଯ୍ୟାୟରେ ୧୨୦ କୋଟି ଟଙ୍କା ଯୋଗାଇ ଦେଇଥିଲେ। ୬ ବର୍ଷ ପରେ ସେହି ପ୍ରକଳ୍ପ ଅଧାରେ ପଡ଼ିରହିଛି। ସେହିପରି କପିଳାସ ଓ ଧଉଳିରେ ରୋପ୍‌ଓ୍ବେ ମଧ୍ୟ ଅଧାପନ୍ତରିଆ ହୋଇ ରହିଛି। ପର୍ଯ୍ୟଟନ ବିଭାଗର ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ କହିବା ଅନୁଯାୟୀ ବିଭାଗ ଗତ ୩୦ ବର୍ଷ ମଧ୍ୟରେ ଆଖିଦୃଶିଆ ପର୍ଯ୍ୟଟନ କ୍ଷେତ୍ର ବିକାଶ କରିବାରେ ବିଫଳ ହୋଇଛି। ପ୍ରକଳ୍ପ ଦାୟିତ୍ୱରେ ଥିବା ଉପରିସ୍ଥ ଅଧିକାରୀମାନଙ୍କର ବଦଳି ଓ ଆନ୍ତରିକତା ଅଭାବ ଯୋଗୁ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହୋଇପାରୁ ନାହିଁ।
ଅନ୍ୟପକ୍ଷରେ କୋଭିଡ୍‌ ମହାମାରୀ ଯୋଗୁ ଗତ ୨ ବର୍ଷ ହେବ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଛି। ୨୦୨୦ ମାର୍ଚ୍ଚ ପରେ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ୭୦ ପ୍ରତିଶତ କମିଛି। ଏହି କ୍ଷେତ୍ର ଉପରେ ନିର୍ଭର କରି ଚଳୁଥିବା ଲକ୍ଷାଧିକ ଲୋକ ଜୀବିକା ହରାଇ ଦୁର୍ଦ୍ଦଶା ଭୋଗୁଛନ୍ତି। ପର୍ଯ୍ୟଟନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାକୁ ୨୦୧୫-୧୬ରେ ୧.୨୧କୋଟି ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ୨୦୧୬-୧୭ରେ ୧.୩୧ କୋଟି, ୨୦୧୭-୨୦୧୮ରେ ୧.୪୩ କୋଟି, ୨୦୧୮-୧୯ରେ ୧.୫୬ କୋଟି ଏବଂ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ୧.୫୧ କୋଟି ଆସିଛନ୍ତି। ତେବେ କରୋନା ମହାମାରୀ ଯୋଗୁ ୨୦୨୦ରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ୭୦ ପ୍ରତିଶତ ହ୍ରାସ ଘଟିଥିଲା। ଲକ୍‌ଡାଉନ ଖୋଲିବା ପରେ ମାତ୍ର ୪୬ ଲକ୍ଷ ପର୍ଯ୍ୟଟକ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଭ୍ରମଣ କରିଥିବା ସୂଚନା ମିଳିଛି।
ଏହି କ୍ଷେତ୍ରକୁ ପୁନର୍ଜୀବିତ କରିବା ଲାଗି ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ରାଜ୍ୟରେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଛି। ଏହି ଅବସରରେ ପର୍ଯ୍ୟଟନ ଶିଳ୍ପକୁ ଚଳଚଞ୍ଚଳ କରିବାକୁ ପର୍ଯ୍ୟଟନ ବିଭାଗ ଶାସ୍ତ୍ରୀୟ ନୃତ୍ୟ, କୋଣାର୍କ ମହୋତ୍ସବ, ବାଲୁକା ମହୋତ୍ସବ, ମ୍ୟୁଜିକାଲ ଇଭେଣ୍ଟ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଉ ୭-୮ଟି ଇକୋ ରିଟ୍ରିଟ୍‌ କରିବାକୁ ଯୋଜନା କରିଛି। ରାଜ୍ୟ ସରକାର ରାଜ୍ୟସ୍ତରୀୟ ଉତ୍ସବ କୋରାପୁଟ ଜିଲାର ପରବ ଏବଂ ବାରିପଦାର ଛଉ ଉତ୍ସବ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ପର୍ଯ୍ୟଟକମାନଙ୍କୁ ଉତ୍ତମ ବ୍ୟଞ୍ଜନ ପରଷିିଦେବାକୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ନିମନ୍ତ୍ରଣ ରେଷ୍ଟୁରାଣ୍ଟ ଭଳି ପୁରୀ ବ୍ଲ୍ୟୁ ଫ୍ଲାଗ ବିଚ୍‌ ଏବଂ ସମ୍ବଲପୁରରେ ଥିବା ରାଣୀ ବାକରୀ ହୋଟେଲରେ ସୁସ୍ବାଦୁ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଶୀତଋତୁ ଆରମ୍ଭ ହୋଇଥିବାରୁ ପୁରୀ, ଗୋପାଳପୁର, କୋଣାର୍କ, ଚିଲିକା, ପାରାଦୀପ, ଦାରିଙ୍ଗବାଡ଼ି, କୋରାପୁଟ ଭଳି ପର୍ଯ୍ୟଟନ ସ୍ଥଳରେ ଭିଡ଼ ଜମିଲାଣି। ଇକୋ ରିଟ୍ରିଟ୍‌ଗୁଡ଼ିକରେ ସାମିଲ ହେବା ପାଇଁ ଅନ୍‌ଲାଇନ ବୁକିଂ ଆରମ୍ଭ ହେଲାଣି। ଦେଶ ଓ ରାଜ୍ୟ ଭିତର ପର୍ଯ୍ୟଟକମାନଙ୍କର ସଂଖ୍ୟା ବଢୁଥିବାବେଳେ ବିଦେଶୀ ପର୍ଯ୍ୟଟକମାନଙ୍କର ଆଗମନ ଆହୁରି ବିଳମ୍ବ ହେବ। କୋଭିଡ୍‌ ମହାମାରୀ ସମ୍ପୂର୍ଣ୍ଣ ଟଳି ନ ଥିବାରୁ ଟୁର୍‌ ଅପରେଟରମାନେ ମଧ୍ୟ ସେମାନଙ୍କର ବ୍ୟବସାୟ ଆରମ୍ଭ କରିନାହାନ୍ତି। ପର୍ଯ୍ୟଟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା ରାଜ୍ୟରେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ସଂକ୍ରମଣ ବର୍ତ୍ତମାନର ସ୍ଥିତିରୁ ଆଗକୁ ନ ଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ିବ। ଗତ କିଛିମାସ ଧରି ଅଚଳ ହୋଇ ରହିଥିବା ପର୍ଯ୍ୟଟନ କ୍ଷେତ୍ର ପୁଣି ଚଳଚଞ୍ଚଳ ହୋଇଉଠିବ। ସେଥିପାଇଁ ରାଜ୍ୟସ୍ତରୀୟ ଓ ଜିଲାସ୍ତରୀୟ ମହୋତ୍ସବର ଆୟୋଜନ କରାଯାଉଛି। ଆଗାମୀ ଦିନରେ ରୋଡ୍‌ ଶୋ’ କରିବା ପାଇଁ ଯୋଜନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?