ଅସ୍ବାଭାବିକତା ବିରୋଧରେ କହିବା ଲାଗି ବୃତ୍ତି ସୁଯୋଗ ଦେଇଛି

ପୁରୀ ଜିଲା ଅସ୍ତରଙ୍ଗର ଅଶୋକ ସ୍ବାଇଁ। ସ୍ବିଡେନ୍‌ର ଉପସଲା ବିଶ୍ୱବିଦ୍ୟାଳୟର ‘ପିସ୍‌ ଆଣ୍ଡ୍‌ କନ୍‌ଫ୍ଲିକ୍ଟ ରିସର୍ଚ୍ଚ’ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତ। ଅନ୍ତର୍ଜାତୀୟ ସ୍ତରର ବୁଦ୍ଧିଜୀବୀ ଭାବେ ସେ ଜଣାଶୁଣା। ନିକଟରେ ଭାରତ ସରକାର ତାଙ୍କ ଦରିଆପାରି ଭାରତୀୟ ନାଗରିକତ୍ୱ (ଓସିଆଇ) ମାନ୍ୟତାକୁ ପ୍ରତ୍ୟାହାର କରିନେଇଛନ୍ତି। ଭାରତ ସରକାରଙ୍କ ନୀତି ଏବଂ ରାଜନୀତି ବିରୋଧରେ ସାମାଜିକ ଗଣମାଧ୍ୟମରେ ଲେଖୁଥିବାରୁ ତାହା ନୂଆଦିଲ୍ଲୀରେ କ୍ଷମତାଶାଳୀ ଲୋକଙ୍କୁ ବିବ୍ରତ କରିଛି। ଧରିତ୍ରୀ ତରଫରୁ ତାଙ୍କ ସହ ଏକ ସାକ୍ଷାତ୍‌କାର।

ପ୍ର- ଆପଣ ବୋଧହୁଏ ପ୍ରଥମ ଓଡ଼ିଆ, ଯାହାଙ୍କର ଓସିଆଇ ମାନ୍ୟତା ଭାରତ ସରକାରଙ୍କ ଦ୍ୱାରା ପ୍ରତ୍ୟାହାର କରିନିଆଯାଇଛି। ଏଥିରେ ଆପଣ ଦୁଃଖିତ କି, ଏହି ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଆପଣ ଆପଣଙ୍କ ମା’ଙ୍କୁ ଦେଖିବାରେ ସକ୍ଷମ ହେବେ ନାହିଁ? ଆପଣ ସ୍ବିଡେନରେ ରହୁଛନ୍ତି ଓ ଭାରତରେ ଘଟୁଥିବା ଘଟଣା ଦ୍ୱାରା ପ୍ରଭାବିତ ହୋଇ ନ ଥିଲେ ମଧ୍ୟ ସରକାରଙ୍କୁ ବିରୋଧ କରିବା ଜାରି ରଖିଛନ୍ତି କି?

ଅଶୋକ ସ୍ବାଇଁ – ହଁ, ମୁଁ କେବଳ ଓଡ଼ିଶାର ପ୍ରଥମ ନୁହେଁ, ବରଂ ଭାରତୀୟ ମୂଳ ଏକାଡେମିକ୍‌ର ପ୍ରଥମ ବ୍ୟକ୍ତି; ଯାହାର ଓସିଆଇ ମାନ୍ୟତା ପ୍ରତ୍ୟାହାର କରାଯାଇଛି। ଫଳରେ ଭାରତ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହା ଅତ୍ୟନ୍ତ ଦୁଃଖଦାୟକ ଯେ, ମୁଁ ଚାରି ବର୍ଷରୁ ଅଧିକ ସମୟ ଧରି ମା’ଙ୍କୁ ଦେଖା କରିବାକୁ ସମର୍ଥ ହୋଇପାରୁନାହିଁ। ଏପରିକି କୋଭିଡ୍‌ ସଙ୍କଟ ସମୟରେ ମଧ୍ୟ ତାଙ୍କୁ ଦେଖା କରିବାର ସୁଯୋଗ ହରାଇଥିଲି। ଖୁସିର କଥା ଯେ ସେ ଭଲ ଅଛନ୍ତି ଏବଂ ପ୍ରତିକୂଳ ପରିସ୍ଥିତିରେ ତାଙ୍କର ଶକ୍ତି ମୋତେ ପ୍ରେରଣା ଦେଉଛି। ବିଭିନ୍ନ ଆହ୍ବାନ ଥିବା ସତ୍ତ୍ୱେ ମୁଁ ମୋଦିଙ୍କ ଶାସନକୁ ସମାଲୋଚନା କରିବା ଲାଗି ମିଳୁଥିବା ଯେକୌଣସି ମଞ୍ଚକୁ ବ୍ୟବହାର କରିବାରେ ଅଟଳ ଅଛି। ମୁଁ ତାଙ୍କ ହିନ୍ଦୁତ୍ୱ ସଂଖ୍ୟାଗରିଷ୍ଠବାଦୀ ରାଜନୀତିକୁ ଦୃଢ଼ ବିରୋଧ କରୁଛି, ଯାହା ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ନୈତିକତା ପାଇଁ କ୍ଷତିକାରକ ବୋଲି ମୋର ବିଶ୍ୱାସ। ଗାନ୍ଧୀ ଏବଂ ନେହେରୁଙ୍କ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ହେବା ଭଳି ଦେଶରେ ବଢ଼ିଛି। କିନ୍ତୁ ଘୃଣା ଏବଂ ଧର୍ମାନ୍ଧତା ବଢ଼ୁଥିବା ଦେଖି କଷ୍ଟ ଲାଗୁଛି। ଯଦିଓ ମୁଁ ସ୍ବିଡେନରେ ରହେ ଓ କାର୍ଯ୍ୟ କରେ, ତଥାପି ମୋଦି ସରକାରଙ୍କ ଦୃଷ୍ଟିକୋଣକୁ ଖାତିର ନ କରି ଭାରତ ସହ ମୋର ଯୋଗାଯୋଗ ଅବିରତ ରହିଛି। ମୋର ମା’ ଓ ଭଉଣୀ ସେଠାରେ ରୁହନ୍ତି ଏବଂ ଅବସର ପରେ ଓଡ଼ିଶାକୁ ଫେରିଯାଇ ଅବସ୍ଥାନ କରିବା ବିଷୟରେ ସବୁବେଳେ ଭାବୁଥିଲି। ତେଣୁ ଭାରତରେ ଯାହା କିଛି ଘଟୁଛି ତାହା ମୋତେ ପ୍ରଭାବିତ କରୁନାହିଁ ବୋଲି କହିବା ଠିକ୍‌ ନୁହେଁ।

ପ୍ର– ଆପଣ ଜଣେ ମିଶନାରୀ ନୁହନ୍ତି, ଯିଏ ଲୋକଙ୍କୁ ଧର୍ମାନ୍ତରଣ କରୁଛନ୍ତି କିମ୍ବା ସଂଖ୍ୟାଲଘୁ ସମସ୍ୟା ସୃଷ୍ଟି କରୁଥିବା ଜଣେ ବ୍ୟକ୍ତି। କିନ୍ତୁ ଆପଣ ସବୁବେଳେ କାହିଁକି ଅସୁବିଧାରେ ପଡ଼ୁଛନ୍ତି? କିଏ ଆପଣଙ୍କୁ ହଇରାଣରେ ପକାଉଛି ଓ କାହିଁକି?

ଅଶୋକ ସ୍ବାଇଁ – ମୁଁ ଜଣେ ମିଶନାରୀ ବା ମୁସଲମାନ ନୁହେଁ, କିନ୍ତୁ ମୁଁ ଜଣେ ମଣିଷ। ଜଣେ ଶିକ୍ଷାବିତ୍‌ ଭାବେ ଦଶନ୍ଧିବ୍ୟାପୀ ସଂଖ୍ୟାଗରିଷ୍ଠଙ୍କ ଶାସନ ଦ୍ୱାରା ପ୍ରଭାବିତ ଦେଶର ଅବସ୍ଥା ଉପରେ ଗବେଷଣା କରିଛି। ଭାରତରେ ଜଣଙ୍କୁ ଏହାର ପରିଣାମ ଦେଖିବାକୁ ବେଶି ଦୂରଦୂରାନ୍ତରର ଆବଶ୍ୟକତା ନାହିଁ। ପାକିସ୍ତାନ ଏବଂ ଶ୍ରୀଲଙ୍କା ପରି ପଡ଼ୋଶୀ ଦେଶ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ। ସଂଖ୍ୟାଗରିଷ୍ଠତାବାଦ ଏହି ଦେଶଗୁଡ଼ିକୁ ଧ୍ୱଂସ କରିଦେଇଛି। ଭାରତ କେବଳ ଧର୍ମନିରପେକ୍ଷ ଗଣତନ୍ତ୍ର ଭାବରେ ସମୃଦ୍ଧ ହୋଇପାରିବ, କିନ୍ତୁ ହିନ୍ଦୁତ୍ୱ ତତ୍ତ୍ୱ ଅଧୀନରେ ନୁହେଁ। ଏ ବିଷୟ ମୋତେ ଭୀଷଣ ଅସୁବିଧାରେ ପକାଉଛି ଏବଂ ଯେପର୍ଯ୍ୟନ୍ତ ମୋଦି ଶାସନ ଭାରତର ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ଓ ବୈଜ୍ଞାନିକ ନୀତିକୁ କ୍ଷୁଣ୍ଣ କରୁଥିବ, ସେପର୍ଯ୍ୟନ୍ତ ଏହା ଜାରି ରହିବ।

ପ୍ର– ବୃଦ୍ଧା ମା’ଙ୍କୁ ଭେଟିବା ପାଇଁ ଭାରତ ଆସିଲେ ଆପଣ ଗିରଫ ହୋଇଯିବାର ଭୟ ରହିଛି କି?

ଅଶୋକ ସ୍ବାଇଁ – ଯଦି ମୁଁ ଯିବା ପାଇଁ ଚେଷ୍ଟା କରିବି, ତେବେ ନିଷେଧାଦେଶ ଯୋଗୁ ମୋତେ ବିମାନବନ୍ଦରରୁ ସିଧାସଳଖ ସ୍ବିଡେନକୁ ପଠାଯିବାର ସମ୍ଭାବନା ଅଛି। ତେବେ ମୋ ଘଟଣାକୁ ଏକ ଉଦାହରଣ ଭାବରେ ବ୍ୟବହାର କରି ମୋଦି ଶାସନ ଏହାର ସମାଲୋଚକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ତେଣୁ ଦେଶକୁ ପ୍ରତ୍ୟର୍ପଣ ହେବା ପରିବର୍ତ୍ତେ ମୋତେ ଗିରଫ କରାଯିବା ସମ୍ଭାବନା ଅଧିକ।

ପ୍ର– ଯେତେବେଳେ ଆମ ଯୁବପିଢ଼ି ଏହି ଦେଶ ମଧ୍ୟରେ ରୋଜଗାରର କୌଣସି ସୁଯୋଗ ପାଉନାହାନ୍ତି, ରୁଷିଆ ସେନାରେ ଯୋଗଦେବା ଓ ୟୁକ୍ରେନ ବିରୋଧରେ ଲଢ଼ିବାକୁ ବାଧ୍ୟ ହେଉଛନ୍ତି, ଆପଣଙ୍କର ଭଲ ଚାକିରି ଅଛି ଏବଂ ସ୍ବିଡେନରେ ଜୀବନକୁ ଉପଭୋଗ କରୁଛନ୍ତି, ଏହି ସମୟରେ ଭାରତର ରାଜନୈତିକ ଅବସ୍ଥାକୁ ସମାଲୋଚନା କରିବା ଆପଣଙ୍କ ପକ୍ଷରେ ଭଲ ବୋଲି ଭାବୁଛନ୍ତି କି ?

ଅଶୋକ ସ୍ବାଇଁ – ମୁଁ ସ୍ବିଡେନରେ ମୋ ଜୀବନକୁ ଉପଭୋଗ କରୁଛି କି ନାହିଁ ମୁଁ ନିଶ୍ଚିତ ନୁହେଁ। ତଥାପି ମୋର ଏକ ଭଲ ଚାକିରି ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି। ଏକ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ମୋଦି ଶାସନ ବିରୋଧରେ କହିବା ପାଇଁ ମୋ ବୃତ୍ତି ମୋତେ ସୁଯୋଗ ଦେଇଛି। ଶେଷରେ ଆପଣ ନିଜ ଜୀବନ ପାଇଁ କ’ଣ ହାସଲ କରିଛନ୍ତି ତାହା ଗଣାଯାଏ ନାହିଁ; ବରଂ ଆପଣ କିପରି ଆପଣଙ୍କ ଆଦର୍ଶ ଓ ମୂଲ୍ୟବୋଧକୁ ପାଥେୟ କରି ଆଗେଇଛନ୍ତି, ତାହା ବଡ଼ କଥା।


Enter your email to get our daily news in your inbox.

All Right Reserved By Dharitri.Com

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଲିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri