Posted inଭଦ୍ରକ

ବୃତ୍ତି ଏ ମୋ ପୋଷେ କୁଟୁମ୍ବ

ପଦ୍ମପୁର, ୧୪।୪ (ଡି.ଏନ.ଏ.): ଧୂ ଧୂ ଖରାବେଳେ ଏକ ସାଇକେଲରେ ବନ୍ଧା ହୋଇଛି ମାଟିଘୋଡ଼ା ଓ ଭଳିକି ଭଳି ମାଟିରେ ତିଆରି ଠେକି। ମା’ ଘୋଡ଼ା ନେବ ଘୋଡ଼ା, ମାଟି ତିଆରି ଘୋଡ଼ା, ଠେକି ନେବ ଠେକି ମାଟି ଠେକି, ପିତୃପୁରୁଷଙ୍କୁ ପଣା ଦେବ। ଖରାକୁ ଭ୍ରୁକ୍ଷେପ ନ କରି ଡାକି ଚାଲନ୍ତି। ଏଭଳି ଭାବେ ନିଆରା ଢଙ୍ଗରେ ମାଟି ଘୋଡ଼ା ଓ ଠେକି ସମେତ ମାଟିରେ ତିଆରି ବିଭିନ୍ନ ସାମଗ୍ରୀ ବିକ୍ରି କରୁଛନ୍ତି ଭଦ୍ରକ ସଦର ବ୍ଲକ ନୂଆନନ୍ଦ ଗ୍ରାମର ନିରଞ୍ଜନ ବେହେରା। ବୟସ ୫୫ ହେଲାଣି। ବିଗତ ତିନିପିଢ଼ି ଧରି ମାଟିରେ ତିଆରି ବିଭିନ୍ନ ସାମଗ୍ରୀ ସେ ବିକ୍ରି କରିଆସୁଛନ୍ତି। ପଣା ସଂକ୍ରାନ୍ତି ଓ ଚଇତି ପର୍ବରେ ଓଡ଼ିଆ ଘରର ସଂସ୍କୃତି ଅନୁଯାୟୀ ବିଭିନ୍ନ ଦେବଦେବୀଙ୍କ ମନ୍ଦିରରେ ଘୋଡ଼ା ଦେଇ ପୂଜାର୍ଚ୍ଚନା କରାଯାଇଥାଏ। ନିରଞ୍ଜନ କହନ୍ତି, ଆଗରୁ ବେପାର ଭଲ ହେଉଥିଲା, ଏବେ ଆଧୁନିକ ଯୁଗରେ ଆଗଭଳି ବେପାର ହେଉନାହିଁ। ଦିନସାରା ଖରାରେ ବୁଲି ବୁଲି ବିକ୍ରି କରି ୪ ଶହରୁ ୫ଶହ ଟଙ୍କା ରୋଜଗାର ହୁଏ। ଏଥିରେ ୫ ପ୍ରାଣୀ କୁଟୁମ୍ବ ପୋଷିବା କଷ୍ଟକର ହେଉଛି। ବଜାର ଦର ହୁ ହୁ ହୋଇ ବଢ଼ୁଥିବା ବେଳେ କୁମ୍ଭକାରଙ୍କ ଜୀବିକା ଏବେ ବିପଦରେ। ଏହି ବୃତ୍ତି ଆମ କୁଟୁମ୍ବ ପୋଷିଥାଏ। ସରକାର କୁମ୍ଭକାରମାନଙ୍କୁ କିଛି ସୁବିଧା ସୁଯୋଗ ଯୋଗାଇ ନ ଦେଲେ କୌଳିକ ବୃତ୍ତି ବୁଡ଼ିଯିବ। ସରକାର ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ- ପୁଅ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ, ପୁଅଙ୍କୁ ଟାଣିଟାଣି ଥାନାକୁ ଆଣିଲେ ବାପା

ବାସୁଦେବପୁର,୮।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏଡ଼ତାଳ ଗ୍ରାମର ଅଜୟ ଜେନା ନାମକ ଜଣେ ବିବାହିତ ଯୁବକ ମଙ୍ଗଳବାର ଚାନ୍ଦିମାଳ ଅଞ୍ଚଳର ଜଣେ...

ନିଟ୍‌ ପରୀକ୍ଷାରେ ଜାଲିଆତି ଘଟଣା: ୩ ଅଭିଯୁକ୍ତ ଗିରଫ

ଭଦ୍ରକ,୭।୫: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଜାଲିଆତି ଘଟଣାରେ ମଙ୍ଗଳବାର ୩ ଜଣ ଗିରଫ ହୋଇଛନ୍ତି। ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ପରୀକ୍ଷା ଦେଉଥିଲେ...

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

ଜରାଜୀର୍ଣ୍ଣ ଅବସ୍ଥାରେ ପାନ୍ଥଶାଳା

ଧାମନଗର,୩।୫(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଏନ୍‌ଏସି ଅଧୀନ ଜୟନଗର ଛକଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପାନ୍ଥଶାଳା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। କୌଣସି ପର୍ଯ୍ୟଟକଙ୍କ...

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri