ରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲାଣି ପ୍ରକ୍ରିୟା

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ଲାଗି ଏବେଠାରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜୁଲାଇରେ ହେବାକୁ ଥିବା ଏହି ନିର୍ବାଚନ ସକାଶେ ଓଡ଼ିଶା ବିଧାନସଭାର ଦୁଇଜଣ ଅଫିସର ଆସିଷ୍ଟାଣ୍ଟ ରିଟର୍ନିଂ ଅଫିସର(ଏଆର୍‌ଓ) ଭାବେ ନିଯୁକ୍ତ ହେବେ । ହେଲେ ଦୁଇ ଜଣଙ୍କ ମଧ୍ୟରୁ ରାଷ୍ଟ୍ରପତି ନିର୍ବାଚନ ଲାଗି ବିଧାନସଭା ବ୍ୟବସ୍ଥାପିକା ବ୍ରାଞ୍ଚ ଅନୁସଚିବ ରଙ୍ଗାଧର ମଲ୍ଲିକଙ୍କୁ ଆସିଷ୍ଟାଣ୍ଟ ରିଟର୍ନିଂ ଅଫିସର ଭାବେ ନିଯୁକ୍ତି ଦେବାକୁ ବିଧାନସଭା ତରଫରୁ ରାଜ୍ୟ ନିର୍ବାଚନ କମିଶନଙ୍କ ଜରିଆରେ ରାଜ୍ୟ ସଭାକୁ ପ୍ରସ୍ତାବ ପଠାଯାଇଛି। ନିୟମାନୁଯାୟୀ, ନିର୍ବାଚନ କମିଶନଙ୍କ ପକ୍ଷରୁ ୨ ଜଣ ରିଟର୍ନିଂ ଅଫିସର ନିଯୁକ୍ତ କରିବା ଲାଗି ଚିଠିରେ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିଲାଗି ମଧ୍ୟ କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି। ଯେଉଁମାନଙ୍କ କାର୍ଯ୍ୟକାଳକୁ ଆଉ ୬ ମାସରୁ ଅଧିକ ଦିନ ରହିଥିବ ସେମାନଙ୍କ ନାମ ଏଥିଲାଗି ପ୍ରସ୍ତାବ ରହିବା କଥା। ବିଧାନସଭା ସଚିବଙ୍କ ସହିତ ଆଉ ଜଣଙ୍କ ନାମ ଏଥିପାଇଁ ବଛାଯାଇଥାଏ। ହେଲେ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଛି। ଗତ ଫେବୃୟାରୀ ଆରମ୍ଭରୁ ସେ ଅତିରିକ୍ତ ବର୍ଷେ ପାଇଁ ବିଧାନସଭାର ଓଏସ୍‌ଡି(ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି) କମ୍‌ ସଚିବ ଭାବେ ଦାୟିତ୍ୱରେ ଅଛନ୍ତି। ଯେହେତୁ ସେ ଅବସର ନେଇସାରିଛନ୍ତି ତାଙ୍କୁ ଆସିଷ୍ଟାଣ୍ଟ ରିଟର୍ନିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇପାରିବ ନା ନାହିଁ ସେନେଇ ନିର୍ବାଚନ କମିଶନଙ୍କ ମତାମତ ଲୋଡ଼ାଯାଇଛି। ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ବିଧାନସଭା ପକ୍ଷରୁ ସ୍ବତନ୍ତ୍ର ଭାବେ ଚିଠି ଲେଖି ଅବଗତ କରାଯାଇଛି। ଅନ୍ୟପଟେ ଯଦି ବିଧାନସଭା ସଚିବଙ୍କ ନାମକୁ ଅଗ୍ରାହ୍ୟ କରିଦିଆଯାଏ ତେବେ ରାଜ୍ୟ ସରକାର ସେହି ପଦବୀର କୌଣସି ଅଫିସର ଯିଏ ରାଜ୍ୟ ସଭା ପକ୍ଷରୁ ଆସିଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ନିଯୁକ୍ତ ହୋଇପାରିବେ ସେଭଳି କାହାରି ଜଣଙ୍କ ନାମ ପ୍ରସ୍ତାବ ଆକାରରେ ନିର୍ବାଚନ କମିଶନଙ୍କ ଜରିଆରେ ରାଜ୍ୟ ସଭାକୁ ପଠାଇପାରନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହାସହ ଇଲେକ୍‌ଟ୍ରୋରାଲ କଲେଜରେ କେଉଁମାନେ ଭାଗନେବେ ସେନେଇ ସମସ୍ତ ତଥ୍ୟ କେନ୍ଦ୍ର ନିର୍ବାଚନ କମିଶନଙ୍କୁ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri