ରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲାଣି ପ୍ରକ୍ରିୟା

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ଲାଗି ଏବେଠାରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜୁଲାଇରେ ହେବାକୁ ଥିବା ଏହି ନିର୍ବାଚନ ସକାଶେ ଓଡ଼ିଶା ବିଧାନସଭାର ଦୁଇଜଣ ଅଫିସର ଆସିଷ୍ଟାଣ୍ଟ ରିଟର୍ନିଂ ଅଫିସର(ଏଆର୍‌ଓ) ଭାବେ ନିଯୁକ୍ତ ହେବେ । ହେଲେ ଦୁଇ ଜଣଙ୍କ ମଧ୍ୟରୁ ରାଷ୍ଟ୍ରପତି ନିର୍ବାଚନ ଲାଗି ବିଧାନସଭା ବ୍ୟବସ୍ଥାପିକା ବ୍ରାଞ୍ଚ ଅନୁସଚିବ ରଙ୍ଗାଧର ମଲ୍ଲିକଙ୍କୁ ଆସିଷ୍ଟାଣ୍ଟ ରିଟର୍ନିଂ ଅଫିସର ଭାବେ ନିଯୁକ୍ତି ଦେବାକୁ ବିଧାନସଭା ତରଫରୁ ରାଜ୍ୟ ନିର୍ବାଚନ କମିଶନଙ୍କ ଜରିଆରେ ରାଜ୍ୟ ସଭାକୁ ପ୍ରସ୍ତାବ ପଠାଯାଇଛି। ନିୟମାନୁଯାୟୀ, ନିର୍ବାଚନ କମିଶନଙ୍କ ପକ୍ଷରୁ ୨ ଜଣ ରିଟର୍ନିଂ ଅଫିସର ନିଯୁକ୍ତ କରିବା ଲାଗି ଚିଠିରେ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିଲାଗି ମଧ୍ୟ କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି। ଯେଉଁମାନଙ୍କ କାର୍ଯ୍ୟକାଳକୁ ଆଉ ୬ ମାସରୁ ଅଧିକ ଦିନ ରହିଥିବ ସେମାନଙ୍କ ନାମ ଏଥିଲାଗି ପ୍ରସ୍ତାବ ରହିବା କଥା। ବିଧାନସଭା ସଚିବଙ୍କ ସହିତ ଆଉ ଜଣଙ୍କ ନାମ ଏଥିପାଇଁ ବଛାଯାଇଥାଏ। ହେଲେ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ କାର୍ଯ୍ୟକାଳ ଶେଷ ହୋଇସାରିଛି। ଗତ ଫେବୃୟାରୀ ଆରମ୍ଭରୁ ସେ ଅତିରିକ୍ତ ବର୍ଷେ ପାଇଁ ବିଧାନସଭାର ଓଏସ୍‌ଡି(ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି) କମ୍‌ ସଚିବ ଭାବେ ଦାୟିତ୍ୱରେ ଅଛନ୍ତି। ଯେହେତୁ ସେ ଅବସର ନେଇସାରିଛନ୍ତି ତାଙ୍କୁ ଆସିଷ୍ଟାଣ୍ଟ ରିଟର୍ନିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇପାରିବ ନା ନାହିଁ ସେନେଇ ନିର୍ବାଚନ କମିଶନଙ୍କ ମତାମତ ଲୋଡ଼ାଯାଇଛି। ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ବିଧାନସଭା ପକ୍ଷରୁ ସ୍ବତନ୍ତ୍ର ଭାବେ ଚିଠି ଲେଖି ଅବଗତ କରାଯାଇଛି। ଅନ୍ୟପଟେ ଯଦି ବିଧାନସଭା ସଚିବଙ୍କ ନାମକୁ ଅଗ୍ରାହ୍ୟ କରିଦିଆଯାଏ ତେବେ ରାଜ୍ୟ ସରକାର ସେହି ପଦବୀର କୌଣସି ଅଫିସର ଯିଏ ରାଜ୍ୟ ସଭା ପକ୍ଷରୁ ଆସିଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ନିଯୁକ୍ତ ହୋଇପାରିବେ ସେଭଳି କାହାରି ଜଣଙ୍କ ନାମ ପ୍ରସ୍ତାବ ଆକାରରେ ନିର୍ବାଚନ କମିଶନଙ୍କ ଜରିଆରେ ରାଜ୍ୟ ସଭାକୁ ପଠାଇପାରନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହାସହ ଇଲେକ୍‌ଟ୍ରୋରାଲ କଲେଜରେ କେଉଁମାନେ ଭାଗନେବେ ସେନେଇ ସମସ୍ତ ତଥ୍ୟ କେନ୍ଦ୍ର ନିର୍ବାଚନ କମିଶନଙ୍କୁ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨ରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର,୨୭।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ହେବ। ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା...

କରୋନା ପାଇଁ ରାସନ ସାମଗ୍ରୀ କଳାବଜ଼ାରି: ଖାଉଟି ମୁଣ୍ଡରେ ଚଡକ

ଗଞ୍ଜାମ, ୫।୪(ଡି.ଏନ୍‌.ଏ.): ସାରା ଦେଶରେ କରୋନା ଭୂତାଣୁ ବ୍ୟାପିବା ପରେ ଗତ ଦେଢ଼ ମାସରୁ ଊର୍ଦ୍ଧ୍ୱ ହେବ ଏହାକୁ ନେଇ ସମସ୍ତେ ଚିନ୍ତିତ ହୋଇପଡ଼ିଛନ୍ତି। କରୋନା...

‘ଓମିକ୍ରନ’ ନେଇ ବଢ଼ିଲା ଚିନ୍ତା: ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ସରକାର

ଭୁବନେଶ୍ବର, ୨୧।୧୨(ବ୍ୟୁରୋ): ଓଡ଼ିଶାରେ ଦୁଇ ଓମିକ୍ରନ ଆକ୍ରାନ୍ତ ମଙ୍ଗଳବାର ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି । ଏନେଇ ପ୍ରସ୍ତୁତି ସମ୍ପର୍କରେ ସରକାର...

ଦୁର୍ଦ୍ଦଶାରେ କଂସା ପିତ୍ତଳ କାରିଗର

ଖୋର୍ଦ୍ଧା ଅଫିସ,୨୧।୫: ଲକ୍‌ଡାଉନ ଓ ଶଟ୍‌ଡାଉନ ମଧ୍ୟରେ କଂସାପିତ୍ତଳ କାରିଗରଙ୍କ ଜୀବିକା ପ୍ରଭାବିତ ହୋଇଛି। ବିକ୍ରିବଟା ବନ୍ଦ ଥିବାବେଳେ କଞ୍ଚାମାଲ ଅଭାବରୁ କାମ ଧିମେଇଛି। ଫଳରେ...

ବିବନଙ୍କ ଆଜି ହେବ ଟିଆଇ ପରେଡ

ଭୁବନେଶ୍ୱର(ବ୍ୟୁରୋ),୩।୩:ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ବୁଧବାର ଟେଷ୍ଟ ଅଫ୍‌ ଆଇଡେଣ୍ଟିଫିକେଶନ(ଟିଆଇ) ପରେଡ୍‌ ହେବ। ଝାରପଡ଼ା ଜେଲ୍‌ରେ ମଧ୍ୟାହ୍ନରେ ବିଚାର ବିଭାଗୀୟ...

ମହାନଦୀ ବିପଦ: ଆଜି ମୁଣ୍ଡଳୀରେ ପ୍ରବାହିତ ହେବ ୧୦.୫୦ ଲକ୍ଷ କ୍ୟୁସେକ ଜଳ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ପଡ଼ୋଶୀ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ଓଡ଼ିଶା ପାଇଁ ବିପଦ ହୋଇ ମାଡ଼ିଆସୁଛି ମହାନଦୀର ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରର ୪୬ଟି ଗେଟ୍‌ ଖୋଲାଯାଇଥିବାରୁ ମହାନଦୀ...

ବାତ୍ୟା ପୂର୍ବରୁ ସତର୍କ ସୂଚନା ମାନିବାକୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ଭୁବନେଶ୍ୱର, ୪।୧୨(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’ ପାଇଁ ପ୍ରଶାସନ ଦ୍ୱାରା ଜାରି ହୋଇଥିବା ସତର୍କ ସୂଚନା ପାଳନ କରିବା ସହ ଧୈର୍ଯ୍ୟ ଓ ସାହସର ସହ...

୨୮୯ କୋଟିର ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୨୮୯ କୋଟି ୪୧ ଲକ୍ଷର ପ୍ୟାକେଜ ଘୋଷଣା କରିଛନ୍ତି। ପ୍ୟାକେଜ...

Advertisement
Archives

Model This Week