ଜିଲାରେ ବଢୁଛି ସମସ୍ୟା, ସମାଧାନ ନାହିଁ

କେନ୍ଦ୍ରାପଡ଼ା ଅଫିସ, ୨।୧୦: କେନ୍ଦ୍ରାପଡ଼ା ଜିଲା ଗଠନକୁ ଇତିମଧ୍ୟରେ ୨୭ ବର୍ଷ ପୂରିଛି। ଖଣି, ଶିଳ୍ପ ବିହୀନ ଜିଲାରେ ଚାଷ ଓ ମାଛ ଜୀବନ ଜୀବିକା ହୋଇଛି। ମାନବ ସମ୍ବଳର ଉପଯୋଗ ପାଇଁ ସ୍ବତନ୍ତ୍ର ଯୋଜନା ନାହିଁ। କର୍ମନିଯୁକ୍ତି ପାଇଁ ଯୁବବର୍ଗଙ୍କୁ ଜିଲା ବାହାରକୁ ଯିବାକୁ ପଡୁଛି। ରାଜନେତା ଓ ପ୍ରଶାସକଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ତୃଣମୂଳସ୍ତରରେ ସରକାରୀ ଯୋଜନା ପହଞ୍ଚତ୍ ପାରୁନାହିଁ। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଜିଲାର ସମସ୍ତ ବିଧାୟକ ଓ ଏମ୍‌ପି ପଦ ହାତେଇଥିଲା। ଜିଲାରେ ବିଭିନ୍ନ ସମସ୍ୟା ବଢୁଥିବା ବେଳେ ଏହାର ସମାଧାନ କରାଯାଉନାହିଁ; ଯାହାର ପ୍ରତିଫଳନ ଆସନ୍ତା ପଞ୍ଚାୟତ, ପୌର ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି ସାଧାରଣ ଲୋକ ମତ ରଖିଛନ୍ତି।
୧୭ ଗାଁ କୁ ସଡ଼କ ଯୋଗାଯୋଗ ପଥ ନାହିଁ
ପ୍ରତି ଗ୍ରାମକୁ ସୁଗମ ପଥ, ଶୁଦ୍ଧ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ଆଦି ମୌଳିକ ଆବଶ୍ୟକତାର ପୂରଣ ସହ ଲୋକ ସମ୍ବଳକୁ ଉପଯୋଗ କରିବା ଦ୍ୱାରା ଆର୍ଥିକ ବିକାଶର ଅଗ୍ରଗତି ହୁଏ। ହେଲେ ଜିଲାର ୧୭ ପଞ୍ଚାୟତକୁ ଅଦ୍ୟାବଧି ସଡ଼କ ଯୋଗାଯୋଗ ପଥ ହୋଇନାହିଁ। ଚାଷୀ ଜଳ ପରିଚାଳନାର ସମସ୍ୟାରେ ପଡିଛନ୍ତି। ଜଳସେଚନ ସହ ଜଳ ନିଷ୍କାସନ ଚାଷୀଙ୍କ ପାଇଁ ପ୍ରମୁଖ ସମସ୍ୟା ପାଲଟିଛି। ଜିଲାର ଦୁଇ ପୌରାଞ୍ଚଳରେ ଜନସଂଖ୍ୟାର ବୃଦ୍ଧି ସହ ତାଳ ଦେଇ ଜବରଦଖଲ ବଢ଼ୁଛି। ସହରର ଶ୍ୟାମଗୁଡିଆଠାରେ ୧୦୦ ଶଯ୍ୟା ବିଶିଷ୍ଟ ଶିଶୁ ଓ ମାତୃମଙ୍ଗଳ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ଅନିଶ୍ଚିତତାରେ ଅଛି। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଗୁରୁତ୍ୱ ଦିଆଯାଉନାହିଁ। ପର୍ଯ୍ୟଟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିଲେ ମଧ୍ୟ ପ୍ରଶାସକ ଓ ରାଜନେତାଙ୍କ ଭିଜନ ଡକ୍ୟୁମେଣ୍ଟରେ ଏହା ସ୍ଥାନ ପାଉନାହିଁ।
– ରାଜକିଶୋର ସ୍ବାଇଁ, ଆଳି, କେନ୍ଦ୍ରାପଡ଼ା
କେନାଲ ଶେଷ ମୁଣ୍ଡରେ ପହଞ୍ଚୁନି ପାଣି
ରାଶନ କାର୍ଡ, ବାସଗୃହ ଯୋଜନାରେ ବହୁ ବ୍ୟତିକ୍ରମ ରହିଛି; ଯାହା ଆସନ୍ତା ପଞ୍ଚାୟତ ନିର୍ବାଚନରେ ରାଜନେତାଙ୍କ ପାଇଁ ବୁମେରାଂ ହେବ। କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଅଛି। ତେବେ ଏହାର ସୁରକ୍ଷା, ପରିଚାଳନା ପ୍ରତି ରାଜନେତା ଓ ପ୍ରଶାସକଙ୍କ ଆଗ୍ରହ ନାହିଁ। ସାମୁଦ୍ରିକ ଝଡ଼, ବନ୍ୟା ସମୟରେ ସ୍ଥାନାନ୍ତରଙ୍କ ସଂଖ୍ୟା, ବିଭିନ୍ନ କ୍ଷତିକୁ ଅଧିକ ଦେଖାଇ ଅନୁଦାନ ଅର୍ଥ ହଡ଼ପ କରିବା ପ୍ରଶାସକ ଓ ରାଜନେତାଙ୍କ ମୂଳ ଲକ୍ଷ୍ୟ ହୋଇଛି। ଚାଷ ଏଠାରେ ଅର୍ଥନୀତିକୁ ପରିଚାଳନା କରୁଥିବା ବେଳେ ଜଳ ସମ୍ପଦ, ମୃତ୍ତିକା ସଂରକ୍ଷଣ ବିଭାଗ, କୃଷି ବିଭାଗ ଆଦିର ଜିଲା ପାଇଁ କୌଣସି ସ୍ବତନ୍ତ୍ର ଯୋଜନା ନାହିଁ। କେନାଲର ଶେଷ ମୁଣ୍ଡରେ ପାଣି ପହଞ୍ଚୁ ନ ଥିଲେ ମଧ୍ୟ ରାଜନେତା ନୀରବ ରହୁଛନ୍ତି।
– ସଚ୍ଚିକାନ୍ତ ବେହେରା,ବୁଦ୍ଧିଜୀବୀ, କେନ୍ଦ୍ରାପଡ଼ା
ଲୁଣାବନ୍ଧ ଭାଙ୍ଗି ଚାଷକୁ ନଷ୍ଟ କରୁଛି
ରାଜନଗର ଓ ମହାକାଳପଡା ବ୍ଲକ ଜିଲାର ବଙ୍ଗୋପସାଗର କୂଳରେ ଅଛି। ଲୁଣା ବନ୍ଧ ଭାଙ୍ଗି ସମୁଦ୍ର ଜୁଆର ଚାଷକୁ ନଷ୍ଟ କରୁଛି। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସହ ତଟକ୍ଷୟ ଏହି
ଅଞ୍ଚଳ ପାଇଁ ପ୍ରମୁଖ ସମସ୍ୟା ହୋଇଛି। ତଟକ୍ଷୟ ପାଇଁ ସାତଭାୟାବାସୀ ବଗପାଟିଆକୁ ସ୍ଥାନାନ୍ତର ହୋଇଥିଲେ ମଧ୍ୟ ଥଇଥାନ ସ୍ଥଳର ଉନ୍ନତୀକରଣ ଅଦ୍ୟାବଧି ହୋଇନାହିଁ। ଦୁଇ ବ୍ଲକ ଅଞ୍ଚଳର ସମସ୍ତ ଗ୍ରାମକୁ ସଡ଼କପଥ ନାହିଁ। ଶିକ୍ଷା, ସ୍ବାସ୍ଥ୍ୟ ପରି ମୌଳିକ ଆବଶ୍ୟକତା ଲୋକଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ। ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ।
– କରୁଣାକର ବେହେରା, ରାଜନଗର
କର୍ମନିଯୁକ୍ତି ଅପେକ୍ଷାରେ ଯୁବବର୍ଗ
ଶିକ୍ଷକ, ଡାକ୍ତର ପଦବୀ ପୂରଣ ପାଇଁ ବହୁବାର ଦାବି ହୋଇଛି। କର୍ମ ନିଯୁକ୍ତି ଅପେକ୍ଷାରେ ଥିବା ଯୁବବର୍ଗ ଏବେ ଆପରାଧିକ କାର୍ଯ୍ୟକଳାପରେ ସାମିଲ ହେଉଛନ୍ତି। ବାଂଲାଦେଶୀ ଓ ରୋହିଙ୍ଗ୍ୟାଙ୍କ ଅନୁପ୍ରବେଶ ବଢ଼ିଛି। ଆପରାଧିକ କାର୍ଯ୍ୟକଳାପ ରୋକିବାରେ ଜିଲା ପୋଲିସ ବିଫଳ ହୋଇଛି। ଏବେ ଜିଲାରେ ଖରସ୍ରୋତା ପାଣି ବିବାଦ ଦେଖାଦେଇଛି। ପ୍ରକଳ୍ପ ପୂର୍ବରୁ ସ୍ଥାନୀୟ ରାଜନେତା ଓ ପ୍ରଶାସକ ଏ ନେଇ ଜନସଚେତନତା କରିବା କଥା। ସେହିପରି ପ୍ରକଳ୍ପ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ଜୀବନ ଜୀବିକା ଓ ଭିତରକନିକା ଜୈବ ବିବିଧତା ସୁରକ୍ଷା ସମ୍ପର୍କରେ ଅନୁଧ୍ୟାନ କରାଯାଇନାହିଁ। ତେବେ ପ୍ରଶାସକ ଓ ରାଜନେତା ଜିଲାବାସୀଙ୍କ ହିତ ଅପେକ୍ଷା ଜୋରଜବରଦସ୍ତ ପ୍ରକଳ୍ପ କାମ କରିବା ପରିଣାମ ଆସନ୍ତା ନିର୍ବାଚନ ଉପରେ ପ୍ରତ୍ୟକ୍ଷ ପ୍ରଭାବ ପକାଇବ।
-ଅମରବର ବିଶ୍ୱାଳ, ସାମାଜିକ କର୍ମୀ, କେନ୍ଦ୍ରାପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ଅହଂକାରର ପରାଜୟ: କଂଗ୍ରେସ

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ୩ କୃଷି ଆଇନକୁ ପ୍ରତ୍ୟାହାର କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଘୋଷଣା କରିଛନ୍ତି। ସେହି ଆଇନକୁ ସଂସଦର ଆସନ୍ତା ଶୀତକାଳୀନ ଅଧିବେଶନରେ...

କଣିହାଁରେ ଅମାନବୀୟ ଦୃଶ୍ୟ: ବସ୍ତା ପରି ବାଇକ୍‌ରେ ଜ୍ୱାଇଁଙ୍କୁ ବାନ୍ଧିନେଲେ

କଣିହାଁ, ୨୫ା୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକରେ ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି। ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ଜ୍ୱାଇଁଙ୍କୁ ଶ୍ୱଶୁର ଘର ଲୋକେ...

ଆଇକନିକ୍‌ ଡେଷ୍ଟିନେଶନରୁ ଓଡ଼ିଶା ଗାଏବ: ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର, ୧୨।୭(ବ୍ୟୁରୋ): କେନ୍ଦ୍ର ସରକାର ସମଗ୍ର ଦେଶରେ ୧୭ଟି ପର୍ଯ୍ୟଟନ ସ୍ଥଳକୁ ଆଇକନିକ୍‌ ଡେଷ୍ଟିନେଶନ ମାନ୍ୟତା ଦେଇଛନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, ବିଶ୍ୱପ୍ରସିଦ୍ଧ ପୁରୀ...

କୁସୁଡିହା-ଦଣ୍ଡାନାଳ ରାସ୍ତା ମରଣଯନ୍ତା

ରୂପସା, ୧୬।୭(ଡି.ଏନ.ଏ.) ବାଲେଶ୍ୱର ସଦର ବ୍ଲକ ରସଲପୁର ପଞ୍ଚାୟତ କୁସୁଡ଼ିହା ଛକଠାରୁ ଦଣ୍ଡାନାଳ ପର୍ଯ୍ୟନ୍ତ ଥିବା ଆରଡ଼ି ରାସ୍ତା ଏବେ ମରଣଯନ୍ତା ପାଲଟିଛି। ବର୍ଷାଦିନେ ରାସ୍ତାରେ...

ଡିଗ୍ରୀ ପାଠ୍ୟକ୍ରମ ପାଇଁ ଏସ୍‌ସି/ଏସ୍‌ଟି ଛାତ୍ରଙ୍କୁ ମିଳିବ ୫୦ ହଜାର

ଭୁବନେଶ୍ୱର,୧୨ା୭(ଅନିଲ ଦାସ): ଚଳିତ ବର୍ଷରୁ କୌଣସି ସରକାରୀ କଲେଜରେ ଡିଗ୍ରୀ ପାଠ୍ୟକ୍ରମ ପାଇଁ ଅସହାୟ ତଥା ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଥିବା ଅନୁସୂଚିତ ଜାତି ଓ...

ଆଜି ଭାରତ-ନ୍ୟୁଜିଲାଣ୍ଡ କ୍ରସ୍‌ ଓଭର

ଭୁବନେଶ୍ୱର, ୨୨।୧ (କ୍ରୀଡ଼ା ପ୍ରତିନିଧି): ଚଳିତ ହକି ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହୋଇଛି। ୪ଟି ଗ୍ରୁପ୍‌ରେ ଶୀର୍ଷସ୍ଥାନରେ ରହି ଅଷ୍ଟ୍ରେଲିଆ, ବେଲ୍‌ଜିୟମ, ନେଦରଲାଣ୍ଡ୍ସ ଓ...

ନିର୍ଦ୍ଦେଶ ଉଲ୍ଲଂଘନ କରି ବଦଳ

ଅନୁଗୋଳ ଅଫିସ, ୨୨।୧୨ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସରକାରଙ୍କ ନିର୍ଦ୍ଦେଶକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ। କେତେବେଳେ ବଦଳି ନିର୍ଦ୍ଦେଶର ପାଳନ ହେଉ...

ବିବାହ ଭୋଜି ଖାଇବାକୁ ଯାଉଥିବା ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ୫୨ ଆହତ, ୧୮ ଗୁରୁତର

ଦାରିଙ୍ଗବାଡ଼ି,୧୮ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପାଙ୍ଗାଲୀ ଗ୍ରାମ ନିକଟ ଶିଝିଗାଣ୍ଡା ଘାଟିରେ ବିବାହ ଭୋଜି ଖାଇବା ପାଇଁ ଯାଉଥିବା ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

Advertisement
Archives

Model This Week