Posted inଖେଳ

ଅଲିମ୍ପିକ୍ସ ଆଥ୍‌ଲେଟଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଳୀ,୨୮।୬(ପି.ଟି.): ଆସନ୍ତାମାସରେ ଆରମ୍ଭ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ଜାପାନ ଯିବାକୁ ଥିବା ଭାରତୀୟ ଆଥ୍‌ଲେଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମର୍ଥନ ଜଣାଇଛନ୍ତି। ଏହି ଆଥ୍‌ଲେଟମାନେ ଦୀର୍ଘବର୍ଷ ଧରି ବହୁତ ସଂଘର୍ଷ କରିଛନ୍ତି ଓ ଏହା ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଏଥିସହ ଆଥ୍‌ଲେଟମାନଙ୍କ ଉପରେ ଚାପ ପ୍ରୟୋଗ ନ କରି ସେମାନଙ୍କୁ ସମର୍ଥନ ଦେବାକୁ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ସେ ରବିବାର ସମସ୍ତଙ୍କୁ ନିବେଦନ କରିଛନ୍ତି।
ଜୁଲାଇ ୨୩ରେ ଆରମ୍ଭ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଏପର୍ଯ୍ୟନ୍ତ ୧୦୦ ଆଥ୍‌ଲେଟ ଯୋଗ୍ୟତା ହାସଲ କରିସାରିଛନ୍ତି। ୨୦୨୦ରେ ଆୟୋଜିତ ହେବାକୁ ଥିବା ଏହି ମେଗା ଇଭେଣ୍ଟ କୋଭିଡ୍‌-୧୯ କାରଣରୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିଲା। ଏହା ଅଗଷ୍ଟ ୮ ତାରିଖରେ ଶେଷ ହେବ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ୬ଟି ପଦକ ହାସଲ କରି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଏଥିରେ ଦୁଇଟି ରୌପ୍ୟ ପଦକ ସାମିଲ ରହିଥିଲା। ତେବେ ୨୦୧୬ ରିଓ ଅଲିମ୍ପିକ୍ସରେ ମାତ୍ର ୨ଟି ପଦକ ହାସଲ କରି ଖରାପ ପ୍ରଦର୍ଶନ କରିଥିଲା।
କୋଭିଡ୍‌-୧୯ରେ ମିଲ୍‌ଖା ସିଂଙ୍କ ଦେହାନ୍ତ ନେଇ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିଥିଲେ। ଭାରତୀୟ ଆଥ୍‌ଲେଟିକ୍ସ ପ୍ରତି ମିଲ୍‌ଖାଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି। ଗାଁ ଓ ଛୋଟ ସହରରୁ ଆସି ଖେଳାଳିମାନେ ବିଶ୍ୱସ୍ତରରେ ସଫଳତା ହାସଲ କରିଛନ୍ତି। ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଏମାନେ ସଫଳ ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଶଂସକଙ୍କ ବିବାହ ଭୋଜିରେ ଯୋଗଦେଇପାରନ୍ତି ରୋନାଲ୍ଡୋ

ଜାକର୍ତ୍ତା,୩।୧- ସକର ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଇଣ୍ଡୋନେସିଆନ ବିବାହରେ ଯୋଗଦେଇପାରନ୍ତି। ଏ ନେଇ ଜୁଭେଣ୍ଟସ ଫରଓ୍ବାର୍ଡଙ୍କ ଜଣେ ବିଶେଷ ପ୍ରଶଂସକ ସୂଚନା ଦେଇଛନ୍ତି। ପ୍ରଳୟଙ୍କରୀ ସୁନାମିରୁ...

ବିରାଟ କୋହଲିଙ୍କୁ ଲାଗିପାରେ ଆଉ ଏକ ଝଟ୍‌କା

ଲଣ୍ଡନ,୨୫।୭: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ଅଫ୍‌ ସ୍ପିନର୍‌ ତଥା ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର କେବଳ ଇଂଲଣ୍ଡ...

ଆଉ ଏକ ଇଞ୍ଜୁରି: ସଇନୀ ଆହତ

ବ୍ରିସ୍‌ବେନ୍‌,୧୬।୧(ପି.ଟି.): ଆଘାତ ସମସ୍ୟା ଜର୍ଜରିତ ଭାରତୀୟ ଦଳର ସମସ୍ୟା ବଢିବାରେ ଲାଗିଛି। ଆଉ ଜଣେ ଖେଳାଳି ଆହତ ହୋଇ ପଡିଆ ବାହରକୁ ଯାଇଛନ୍ତି। ଶୁକ୍ରବାରଠାରୁ ଆରମ୍ଭ...

‘ପରାରୁଛ ନା ଗାଳି କରୁଛ’; କାହିଁକି ଇଶାନ୍ତ ଶର୍ମାଙ୍କୁ ଏମିତି କହିଲେ କୋହଲି

ସାଉଥମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆ ଉପରେ ଭାରୀ ପଡିଛି। ମ୍ୟାଚର ତୃତୀୟ ଦିନରେ ପ୍ରଥମ ଇନିଂସରେ ୨୧୭ରନ ସ୍କୋର କରିବା...

ବଦଳିଲା ଭାରତ-ପାକ୍‌ ମ୍ୟାଚ ତାରିଖ, ୧୫ ଅକ୍ଟୋବରରେ ନୁହେଁ ଏହି ଦିନ ହେବ ମୁକାବିଲା

ନୂଆଦିଲ୍ଲୀ,୨।୮: ୨୦୨୩ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେଉଛ। ଏଥି ସହିତ ୧୪ ଅକ୍ଟୋବରରେ ଭାରତ ଏବଂ ପାକିସ୍ଥାନର ଦଳ ମୁହାଁମୁହିଁ ହେବେ। ହେଲେ ଏହା...

ଏହି ପଦବୀ ହାତେଇବାକୁ ଚାହୁଁଛନ୍ତି ସେହଓ୍ବାଗ୍‌

ନୂଆଦିଲ୍ଲୀ, ୧୩।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହଓ୍ବାଗ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ବେଳେବେଳେ ମଜାକିଆ ପୋଷ୍ଟ କରି ସେ...

ହିମା ଦାସଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୪।୭(ପିଟି)- ଭାରତୀୟ ଷ୍ଟାର ସ୍ପ୍ରିଣ୍ଟର ହିମା ଦାସ ପୋଲାଣ୍ଡରେ ଅନୁଷ୍ଠିତ ପୋଜନାନ ଆଥ୍‌ଲେଟିକ୍ସ ଗ୍ରାଁ ପ୍ରି ଟୁର୍ନାମେଣ୍ଟର ୨୦୦ ମିଟର ଦୌଡ଼ ଇଭେଣ୍ଟରେ ସ୍ବର୍ଣ୍ଣ...

ରାଜ ଅଥଓ୍ବାଲ ଓଡ଼ିଶା ଏଫ୍‌ସିର ନୂଆ ସଭାପତି

ଭୁବନେଶ୍ୱର, ୧୫।୧(କ୍ରୀଡ଼ା ପ୍ରତିନିଧି)- ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ନୈରାଶ୍ୟଜନକ ପ୍ରଦର୍ଶନ ସହ ସଂଘର୍ଷ ଜାରି ରଖିଥିବା ଓଡ଼ିଶା ଏଫ୍‌ସି କ୍ଲବର ନୂଆ ସଭାପତି ହୋଇଛନ୍ତି...

Advertisement
Archives

Model This Week