ଗୋଲାପ ଦର ଆକାଶଛୁଆଁ

ବ୍ରହ୍ମପୁର ଅଫିସ, ୭ା୨: ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଦିନ ସୋମବାରଠାର ରୋଜ୍‌ ଡେ ପାଳନ ହେବ। ପଶ୍ଚାତ୍ୟ ସଂସ୍କୃତି ଅନୁସାରେ ଏହି ଦିନ ପ୍ରିୟଜନଙ୍କୁ ଗୋଲାପ ଫୁଲ ଉପହାର ସ୍ବରୁପ ପ୍ରଦାନ କରାଯାଏ। ଏଣୁ ସାଧାରଣ ଦିନ ଅପେକ୍ଷା ରୋଜଡ଼େରେ ଗୋଲାପର ଚାହିଦା ସହ ଦର ବୃଦ୍ଧି ପାଇଥାଏ। ତେବେ ବ୍ରହ୍ମପୁର ବଜାରରେ ଫୁଲ ବ୍ୟବସାୟ ମୁଖ୍ୟତଃ ଋତୁ କାଳୀନ ହୋଇଥିବା ବେଳେ ଚଳିତ ମାସରେ ବିବାହ ଆରମ୍ଭ ହେଉଥିବାରୁ ଫୁଲ ଦର ଅଧିକ ରହିଛି। କିନ୍ତୁ ରୋଜ ଡ଼େ’ ଦୁଇଦିନ ପୂର୍ବରୁ ଗୋଲାପ ନିୟମିତ ଦରଠାରୁ ୨ ରୁ ୩ ଗୁଣା ଅଧିକା ଦାମରେ ବିକ୍ରି ହେଉଛି। ବ୍ରହ୍ମପୁର ସହରକୁ ବର୍ତ୍ତମାନ ବେଙ୍ଗାଲୁରୁ, କୋଲକାତା ଓ ଆନ୍ଧ୍ରରୁ ନିୟମିତ ଗୋଲାପ ସମେତ ଅନ୍ୟାନ୍ୟ ଫୁଲ ଆମଦାନୀ ହେଉଛି। ତେବେ ବେଙ୍ଗାଲୁରୁ ଗୋଲାପର ଚାହିଦା ଗ୍ରାହକଙ୍କ ମଧ୍ୟରେ ସର୍ବାଧିକ ବୋଲି କହିଛନ୍ତି ବ୍ୟବସାୟୀ ଅଜୟ ରାଉଳ। ନିୟମିତ ଭାବେ ବ୍ରହ୍ମପୁର ବଜାରରେ ପ୍ରତ୍ୟେକ ଫୁଲ ଦୋକାନରେ ଗୋଲାପ ଫୁଲ ପିଛା ୧୦ ରୁ ୧୫ ଟଙ୍କା ଥାଏ। ବିବାହ ଓ ପର୍ବପର୍ବାଣୀରେ ଦର ସାମାନ୍ୟ ବୃଦ୍ଧି ପାଇ ୨୦ ରୁ ୨୫ ଟଙ୍କା ହୋଇଥାଏ। କିନ୍ତୁ ଚଳିତ ବର୍ଷ ଭାଲେଣ୍ଟାଇନ୍ସ ସପ୍ତାହ ଆରମ୍ଭ ଦୁଇ ଦିନ ପୁର୍ବରୁ ହଠାତ ଗୋଲାପ ଫୁଲ ଦର ବୃଦ୍ଧି ପାଇ ପ୍ରତ୍ୟେକ ଦୋକାନୀଙ୍କ ନିକଟରେ ଭିନ୍ନ ଭିନ୍ନ ଦରରେ ବିକ୍ରି ହେଉଛି। ସହରରେ ସୁବାରାଓ ଛକରେ ଗୋଟିଏ ଗୋଲାପର ଦାମ୍‌ ୩୦ରୁ ୪୦ ଟଙ୍କା ରିହିଛି। ସେହପରି ପୁରୁଣା ବସ୍‌ଷ୍ଟାଣ୍ଡରେ ୨୫ରୁ ୬୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri