ଦୂରେଇ ଦେଉଛି ଦର

ବଇଣ୍ଡା,୨୯ା୧୦ (ପରିକ୍ଷିତ ସାହୁ): ଗରିବ ବୋଲି କିଲୋପିଛା ୧ ଟଙ୍କାରେ ଚାଉଳ ଦେଉଛନ୍ତି ସରକାର। ହେଲେ ସେହି ଗରିବଙ୍କୁ ଯୋଗାଉଥିବା କିରୋସିନର ମୂଲ୍ୟ ରଖିଛନ୍ତି ଲିଟର ପ୍ରତି ୮୪ ଟଙ୍କା। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ମିଳୁଥିବା ଏହି ଜାଳେଣିର ଏପରି ଦରକୁ ନେଇ ଆଶ୍ଚର୍ଯ୍ୟ ସହ ଅସନ୍ତୋଷ ପ୍ରକଟ କରୁଛନ୍ତି ହିତାଧିକାରୀ। ଏପରି କି ମାସିକିଆ କୋଟାରେ ସେମାନେ ଚାଉଳ ଉଠାଇବା ବେଳେ କିରୋସିନ କିଣିବାକୁ ଅକ୍ଷମ ବୋଲି ଦର୍ଶାଉଛନ୍ତି। ଏହି ଅତ୍ୟଧିକ ଦର କାରଣରୁ କିରୋସିନ କିଣାରୁ ଧୀରେ ଧୀରେ ଦୂରେଇ ଯାଉଛନ୍ତି ଦାରିଦ୍ର ସୀମାରେଖା ତଳେ ଥିବା ପରିବାର। ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ୭୦ ପ୍ରତିଶତ ରାଶନକାର୍ଡଧାରୀ ଏବେ ପିଡିଏସ୍‌ କିରୋସିନ ନେଉନାହାନ୍ତି। ଫଳରେ ଏହି ଗରିବଙ୍କ ପାଇଁ ଆସୁଥିବା ବହୁ ହଜାର ଲିଟର ସରକାରୀ ତେଲ କଳାବଜାରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି।
ଆଠମଲ୍ଲିକ ଉପଖଣ୍ଡର ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ରହିଛି ମୋଟ୍‌ ୪୭ ପଞ୍ଚାୟତ। ସେଥିରୁ ଆଠମଲ୍ଲିକ ବ୍ଲକରେ ୨୪ଟି ପଞ୍ଚାୟତ ଅଛି। ଏଥିସହ ଆଠମଲ୍ଲିକ ଏନ୍‌ଏସି ଅଞ୍ଚଳରେ ମଧ୍ୟ ରାଶନ କାର୍ଡଧାରୀ ରହିଛନ୍ତି। କେବଳ ଆଠମଲ୍ଲିକ ବ୍ଲକର ଏହି ରାଶନକାର୍ଡଧାରୀଙ୍କ ପାଇଁ ମାସିକ ୭୫ ହଜାର ଲିଟର କିରୋସିନ ଉଠାଯାଉଛି। କିନ୍ତୁ ଏତେ ଦର ଦେଇ ଏହି ଜାଳେଣି କିଣିବାକୁ ହିତାଧିକାରୀମାନେ ସକ୍ଷମ ହେଉନାହାନ୍ତି। ତେବେ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳରେ ବିନା ବିଦ୍ୟୁତ୍‌ରେ ରହୁଥିବା ଗରିବ ଲୋକେ କିରୋସିନ କିଣିବାକୁ ବାଧ୍ୟ ହେଉଛନ୍ତି। ଫଳରେ ମାତ୍ର ୩୦ ପ୍ରତିଶତ କାର୍ଡଧାରୀ ଏହାକୁ ନେଉଥିବା ବେଳେ ବାକି ୭୦ ପ୍ରତିଶତ ଏଥିରୁ ଦୂରେଇ ଯାଉଛନ୍ତି। ସେହିପରି କିଶୋରନଗର ବ୍ଲକର ୨୩ ପଞ୍ଚାୟତରେ ୭୦୫୮ ରାଶନ ଓ ୩ ହଜାର ଅନ୍ତ୍ୟୋଦୟ ଯୋଜନାର ହିତାଧିକାରୀ ରହିଛନ୍ତି। ଏମାନଙ୍କ ପାଇଁ ପ୍ରତି ମାସରେ ୩୨ ହଜାର ଲିଟର କିରୋସିନ ସରକାରଙ୍କ ପକ୍ଷରୁ ଯୋଗାଣ ହେଉଛି। କିନ୍ତୁ ଦର ଅଧିକ ଥିବାରୁ ଗରିବ ପରିବାର ତାହାକୁ କିଣିପାରୁ ନାହାନ୍ତି। ଗତ ଜୁନ ଓ ଜୁଲାଇରେ ଲିଟର ପ୍ରତି କିରୋସିନ ମୂଲ୍ୟ ୮୮. ୭୯ ଟଙ୍କା ରହିଥିଲା। ଅଗଷ୍ଟ ଓ ସେପ୍ଟେମ୍ବରରେ ଏହା ୯୦.୩୧ ଟଙ୍କା ହୋଇଥିବାବେଳେ ଅକ୍ଟୋବରରେ କିଛିଟା ହ୍ରାସ ପାଇ ୮୩.୨୩ ଟଙ୍କାରେ ରହିଛି। ଡିଲରମାନେ ଲିଟର ପ୍ରତି ୮୪ ଟଙ୍କାରେ ବିକ୍ରି କରୁଥିବାରୁ ବ୍ଲକ ଅଞ୍ଚଳର ୪୦ ପ୍ରତିଶତ ହିତାଧିକାରୀ ଏହି ଜାଳେଣି କ୍ରୟରୁ ବିମୁଖ ହେଲେଣି। ଏଥିଯୋଗୁ ପ୍ରତି ମାସରେ ହଜାର ହଜାର ଲିଟର କିରୋସିନ ବଳକା ରହିଯାଉଛି। କିନ୍ତୁ ଅନ୍‌ଲାଇନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଥିବା ସରକାର ଏ ସମ୍ପର୍କରେ ଠିକ୍‌ରେ ଜାଣିପାରୁ ନାହାନ୍ତି। କାରଣ ହିତାଧିକାରୀ ଆଙ୍ଗୁଠି ଛାପ ଦେବା ମାତ୍ରେ ସେ ମାସିକିଆ କୋଟା ନେଇଯାଉଥିବା ସରକାରୀ ରେକର୍ଡ ରହୁଛି। ଏହା କେତେଜଣ ଅସାଧୁ ଅଧିକାରୀ ଓ ଡିଲରମାନଙ୍କୁ ବେଶ୍‌ ସୁହାଉଛି। ସେମାନେ ଏହି ସରକାରୀ କିରୋସିନକୁ କଳାବଜାରରେ ବିକ୍ରି କରି ଲାଭ ନେଉଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ଏ ସମ୍ପର୍କରେ ଆଠମଲ୍ଲିକ ଉପଖଣ୍ଡ ଯୋଗାଣ ଅଧିକାରୀ ଶିବାଶିଷ ଜେନା କହିଛନ୍ତି, କଳାବଜାରରେ କିରୋସିନ ବିକ୍ରି ହେଉଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦର କମାଇବା ପାଇଁ ସରକାରଙ୍କୁ ରିପୋର୍ଟ ଦିଆଯାଇଛି।

ମୂଲ୍ୟ ବୃଦ୍ଧି ଉପରେ ଅଙ୍କୁଶ ଲାଗୁ
ସରକାର କିରୋସିନ ଦର ବଢ଼ାଇ ଚାଲିଛନ୍ତି। ଆବଶ୍ୟକ ହେଉଥିଲେ ବି ହୁ ହୁ ହୋଇ ବଢ଼ୁଥିବା ଦର ଯୋଗୁ ଏହାକୁ ବହୁ ଗରିବ ପରିବାର କିଣିପାରୁ ନାହାନ୍ତି। ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ କିରୋସିନ ମୂଲ୍ୟ ବୃଦ୍ଧି ଉପରେ ଅଙ୍କୁଶ ଲଗାନ୍ତୁ
-ଲକ୍ଷ୍ମଣ ଭୋଇ, ହିତାଧିକାରୀ

ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି
କିରୋସିନ ଲିଟର ଏତେ ଟଙ୍କା ହେବ ବୋଲି ଭାବି ନ ଥିଲୁ। ସରକାର ପୂର୍ବରୁ ଦେଉଥିବା ସବ୍‌ସିଡି ପ୍ରତ୍ୟାହାର କରିନେଇ ଥିବାରୁ ଦର ଏପରି ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ତୁରନ୍ତ କିରୋସିନ ଲିଟର ପିଛା ୨୦ରୁ ୩୦ ଟଙ୍କା ମଧ୍ୟରେ ରଖାଯାଉ।
-କକେୟା ବେହେରା, ହିତାଧିକାରୀ

କିଏ କିଣୁଛି ତ କିଏ ଅକ୍ଷମ
ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବାରୁ ବିଜୁଳି ସବୁବେଳେ ରହୁନାହିଁ। ବିଶେଷକରି ରାତିବେଳା ବିଦ୍ୟୁତ୍‌ ନ ଥିଲେ କିରୋସିନ ଜାଳିବାକୁ ପଡ଼ୁଛି। ହେଲେ ଲିଟର ପିଛା ଏତେ ଟଙ୍କା ହୋଇଥିବାରୁ କିଏ ବାଧ୍ୟ ହୋଇ କିଣୁଛି ତ ଆଉ କିଏ ସକ୍ଷମ ହୋଇପାରୁ ନାହିଁ।
-ପୀତାମ୍ବର ମାଝି, ମଇମୁରା

ସରକାରୀ ବ୍ୟବସ୍ଥାର ଲାଭ ମିଳୁନି
କିରୋସିନ କଳାବଜ଼ାର ରୋକାଯିବା ଦିଗରେ ପଦକ୍ଷେପ ନିଆଯିବା ସହ ଦର ହ୍ରାସ କରାଯାଉ। ଏହା ହେଲେ ସରକାରୀ ବ୍ୟବସ୍ଥାର ଲାଭ ହିତାଧିକାରୀ ପାଇପାରିବେ। ଏଥିପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ।
-ଅରବିନ୍ଦ ସାହୁ

କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ
କିରୋସିନ କଳାବଜ଼ାର ହେଉଥିବା ସମ୍ପର୍କରେ ଅଭିଯୋଗ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ଯୋଗାଣ ବିଭାଗକୁ ମଧ୍ୟ ନିୟମିତ ଚଢ଼ାଉ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ।
-ତରଣୀ ସୁନା, ଆଠମଲ୍ଲିକ ଉପଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri