Posted inଖେଳ

ଧୋନୀଙ୍କ ଲମ୍ବା କେଶର ପ୍ରଶଂସକ ଥିଲେ ଏହି ଦେଶର ରାଷ୍ଟ୍ରପତି

ରାଞ୍ଚି ଭଳି ଛୋଟ ସହରରୁ ଆସିଥିବା ଜଣେ ଯୁବକ ନିଜ ଦକ୍ଷତା ବଳରେ ଦିନେ କ୍ରିକେଟର ସବୁଠାରୁ ବଡ଼ ଆଇକନ୍‌ ହୋଇଯିବ ତାହା କେହି ଭାବି ନ ଥିେଲେ। ବୋଧେ ଧୋନୀ ନିଜେ ମଧ୍ୟ ନୁହଁ। ମହେନ୍ଦ୍ର ସିଂହ ଧୋନୀ ମଙ୍ଗଳବାର ୩୭ବର୍ଷ ବୟୟସରେ ପାଦ ଥାପିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ଖେଳାଳିଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ଓ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ତେବେ ଏହି ଅବସରରେ ଆସନ୍ତୁ ଜାଣିବା ଧୋନୀଙ୍କ ବିଷୟରେ କିଛି ଜଣା ଓ ଅଜଣା କଥା। ଧୋନୀଙ୍କ ଖେଳିବା ଷ୍ଟାଇଲ୍‌ କେତେଜଣଙ୍କୁ ପ୍ରେରଣା ଦେଇଥିଲା ବେଳେ ଆଉ କେତେକ ତାଙ୍କ ହେୟାର ଷ୍ଟାଇଲ୍‌ ପାଇଁ ପାଗଳ ଥିଲେ। ଲମ୍ବା କେଶରୁ ଆରମ୍ଭ କରି ଛୋଟ କେଶ ପର୍ଯ୍ୟନ୍ତ ଧୋନୀଙ୍କୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳେ। ଆଜି ବି ମାହିଙ୍କ ଲୁକ୍‌କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ।

ତାଙ୍କ ଲମ୍ବା କେଶ ପାଇଁ କେବଳ ପ୍ରଶଂସକଙ୍କ ପାଗଳ ନୁହଁନ୍ତି। ଆଉ ଜଣେ ବି ବଡ଼ ପ୍ରଶଂସକ ରହିଛନ୍ତି। ସେ ଆଉ କେହି ନୁହଁନ୍ତି ଅତି ଜଣାଶୁଣା ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ। ଯେତେବେଳେ ଧୋନୀ ଟିମ୍‌ ଇଣ୍ଡିଆରେ ସାମିଲ ହୋଇଥିଲେ ସେତେବେଳେ ତାଙ୍କ କେଶ ଲମ୍ବା ଥିଲା। ଆଉ ଏହି କେଶର ପାଗଳ ସାରା ଦୁନିଆ ଥିଲା। ଧୋନୀଙ୍କ ଲମ୍ବା କେଶର ପ୍ରଶଂସକ ତତ୍କାଳୀନ ପାକିସ୍ତାନ ରାଷ୍ଟ୍ରପତି ପରଭେଜ ମୁଶାରଫ ଏଭଳି ଥିଲେ ଯେ, କେଶର ପ୍ରଶଂସା କରିବାକୁ ଥକୁ ନ ଥିଲେ। ଏହାର ଉଦାହରଣ ୨୦୦୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌ ଲାହୋରରେ ଅନୁଷ୍ଠିତ ହୋଇଥିବା ବେଳେ ଦଳରେ ମାହି ମଧ୍ୟ ସାମିଲ ଥିଲେ। ସେହି ସମୟରେ ଧୋନୀ ୪୬ ବଲ୍‌ରେ ୭୨ ରନ୍‌ ସଂଗ୍ରହ କରି ଭାରତୀୟ ଦଳକୁ ଚମତ୍କାର ବିଜୟ ଦେଇଥିଲେ। ମ୍ୟାଚ୍‌ ସରିବା ପରେ ଉପସ୍ଥାପନା ସମାରୋହରେ ପାକିସ୍ତାନ ରାଷ୍ଟ୍ରପତି ପହଞ୍ଚି ଧୋନୀଙ୍କୁ ପ୍ରଂଶସା କରିଥିଲେ। ଏଥିସହ ପରଭେଜ କହିଥିଲେ, ଷ୍ଟାଡିୟମ୍‌ରେ ଅନେକ ଲୋକ ପ୍ଲାକାର୍ଡ ଧରି କେଶ କାଟିବାକୁ ତୁମକୁ ପରାମର୍ଶ ଦେଉଥିବା ଦେଖିଛି।

କିନ୍ତୁ ଯଦି ମୋର ମତ ଗ୍ରହଣ କରିବ, ତେବେ ତୁମେ ତୁମର କେଶ କାଟିବା ଉଚିତ୍‌ ନୁହେଁ ବୋଲି ମୁଶରଫ ଧୋନୀଙ୍କୁ କହିଥିଲେ। କେବଳ ସେତିକି ନୁହେଁ ଉକ୍ତ ସମାରୋହରେ ମୁଶାରଫ ତତ୍କାଳୀନ ଭାରତୀୟ ଦଳର କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କୁ ଧୋନୀଙ୍କ ବିଷୟରେ ଆଲୋଚନା କରି ପଚାରିଥିଲେ, ତାଙ୍କୁ କେଉଁଠାରୁ ପାଇଲ। ସେହି ସମୟରେ ଗାଙ୍ଗୁଲି ମଧ୍ୟ ମଜାଳିଆ ଢ଼ଙ୍ଗରେ ତାଙ୍କୁ ଉତ୍ତର ଦେଇ କହିଥିଲେ, ଓ୍ବାଘା ବର୍ଡରରେ ବୁଲୁଥିଲେ, ସେଠାରୁ ଟାଣିକି ନେଇ ଆସିଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଗ୍ରାମୀଣ ଚେହେରା, ଆଦର୍ଶ ଗ୍ରାମ ଯୋଜନାରେ ଗଞ୍ଜାମ ଜିଲାର ୧୮୧ ଗାଁ

ଛତ୍ରପୁର,୮।୭(ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ମନ୍ତ୍ରଣାଳୟର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଗତ ୯ ଟି ଆର୍ଥିକ ବର୍ଷର ଗଞ୍ଜାମ…

ମୁଖ୍ୟରାସ୍ତା ପାର୍ଶ୍ବରେ ମଦ ଦୋକାନ ଖୋଲିବାକୁ ବିରୋଧ, ଅବକାରୀ-ଥାନାରେ ଅଭିଯୋଗ

କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଓ ବଲାଙ୍ଗୀର ଜିଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ଵରେ ନିଶାନ୍ତ ବାର ଖୋଲିବାକୁ ୱାର୍ଡବାସୀ ବିରୋଧ କରି ଜିଲାପାଳ, ଜିଲା…

ବନ୍ୟା ପରିଚାଳନା ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଆଲୋଚନା, ଅଣମୌସୁମୀ ଜଳ ବିବାଦ ପ୍ରଶ୍ନରେ ଚୁପ୍ ରହିଲେ ଛତିଶଗଡ଼ ଅଧିକାରୀ

​ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ହୀରାକୁଦ ଅଶୋକ ନିବାସଠାରେ ବୁଧବାର ଓଡ଼ିଶା ଏବଂ ଛତିଶଗଡ଼ ଜଳସମ୍ପଦ ବିଭାଗ ସମେତ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ଯୁସି)ର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏକ…

ସମ୍ବଲପୁର ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ, ମହିଳାଙ୍କୁ କହିଲେ ଇନଷ୍ଟାଗ୍ରାମରେ….

ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ସମ୍ପ୍ରତ୍ତି କେବଳ ମହିଳାଙ୍କ ବିକାଶ ନୁହେଁ, ବରଂ ମହିଳାମାନଙ୍କ ନେତୃତ୍ୱରେ ସମାଜର ସର୍ବାଙ୍ଗୀନ ବିକାଶ ହେଉଛି। ମହିଳାଙ୍କ ବିକାଶରେ ମିଶନ ଶକ୍ତି ଓ ସୁଭଦ୍ରା…

ଏକାଠି ଖେଳିବେ ସଞ୍ଜୁ ସାମସନ-ବୈଭବ ସୂର୍ଯ୍ୟବଂଶୀ? ଜଣେ ଖେଳାଳିଙ୍କୁ ଦେବାକୁ ପଡିବ ‘ବଳିଦାନ’

ନୂଆଦିଲ୍ଲୀ,୮।୭: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ସଂଘର୍ଷ କରୁଛି, ପ୍ରଥମ ତିନୋଟି ମ୍ୟାଚରେ ବିଜୟ ହାସଲ କରିପାରି ନାହିଁ। ମଙ୍ଗଳବାର ରାତିରେ ଇଂଲଣ୍ଡ ଭାରତକୁ…

ଚୌଦ୍ୱାର ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିଲେ କାଉନସିଲର ସୁବ୍ରତ ସାମଲ, ଦର୍ଶାଇଲେ ଏହି କାରଣ

ଚୌଦ୍ବାର,୮।୭: ବିଜେଡିରୁ ଇସ୍ତଫା ଦେଲେ ଚୌଦ୍ୱାର ୧୨ନଂ ୱାର୍ଡ କାଉନସିଲର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୁବ୍ରତ ସାମଲ ଇସ୍ତଫା ପତ୍ର ପଠାଇଛନ୍ତି । ତାଙ୍କର…

ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଏବେଠୁ କର୍ମୀଙ୍କୁ କର୍ଣ୍ଣମନ୍ତ୍ର ଦେବାକୁ ବିଜେଡିର ମେଳି

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଏବେଠାରୁ ଗାଁଗାଁରେ ଲୋକଙ୍କୁ ବିଭିନ୍ନ ଦଳ ପକ୍ଷରୁ ଦିଆଯାଉଛି ମନ୍ତ୍ରଣା। ଏଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲା…

‘ରିସେଟ’ର ମୂଲ୍ୟ ଦେଉଛି ଟିମ ଇଣ୍ଡିଆ? ଲଗାତାର ପରାଜୟ ଉପରେ ନୀରବତା ଭାଙ୍ଗିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୭: ଇଂଲଣ୍ଡ ବିପକ୍ଷରେ ୧୨୫ ରନର ଦମ ଦାର ପରାଜୟ ପରେ ଏହା କ୍ରମାଗତ ଚତୁର୍ଥ ଟି-୨୦ ପରାଜୟ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri