Posted inଜାତୀୟ

ତେଜପୁରରୁ ସୁଖୋଇରେ ଉଡ଼ିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୯।୪: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଆସାମର ତେଜପୁର ବାୟୁସେନା ଷ୍ଟେଶନରୁ ସୁଖୋଇ-୩୦ ଏମ୍‌କେଆଇ ଯୁଦ୍ଧବିମାନରେ ଉଡ଼ିଛନ୍ତି। ସେ ଏକ ମାଧ୍ୟାକର୍ଷଣ ନିରୋଧୀ ସୁଟ୍‌ ପିନ୍ଧିଥିବା ଦେଖାଯାଇଥିଲା। ଭାରତୀୟ ସଶସ୍ତ୍ର ବଳର ସର୍ବୋଚ୍ଚ କମାଣ୍ଡର ରାଷ୍ଟ୍ରପତି ପ୍ରାୟ ୩୦ ମିନିଟ୍‌ ଯୁଦ୍ଧବିମାନରେ ଉଡ଼ିଥିଲେ। ସେ ହିମାଳୟ ସମେତ ବ୍ରହ୍ମପୁତ୍ର ଓ ତେଜପୁର ଉପତ୍ୟକା ଦେଖିବାର ସୁଯୋଗ ପାଇଥିଲେ। ବହୁତ ଭଲ ଲାଗିଲା ବୋଲି ଅବତରଣ କରିବା ପରେ ରାଷ୍ଟ୍ରପତି ଖବରଦାତାମାନଙ୍କୁ କହିଛନ୍ତି। ୩ ଦିନିଆ ଆସାମ ଗସ୍ତରେ ଥିବା ରାଷ୍ଟ୍ରପତି ମୁର୍ମୁ ଶନିବାର ତେଜପୁରରେ ପହଞ୍ଚତ୍ବା ପରେ ତାଙ୍କୁ ଏୟାରବେସ୍‌ରେ ଏୟାର ମାର୍ଶାଲ ଏସ୍‌.ପି. ଧାରକର, ରାଜ୍ୟପାଳ ଗୁଲାବ ଚାନ୍ଦ୍‌ କାଟାରିଆ ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସ୍ବାଗତ କରିଥିଲେ। ବାୟୁସେନା ଯବାନମାନେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦେଇଥିଲେ। ପରେ ସେ ଫ୍ଲାଇଂ ସୁଟ୍‌ ପିନ୍ଧି ହ୍ୟାଙ୍ଗରରେ ପହଞ୍ଚତ୍ ଯୁଦ୍ଧବିମାନରେ ଚଢ଼ିଥିଲେ। ୧୦୬ ସ୍କ୍ବାଡ୍ରନ୍‌ର କମାଣ୍ଡିଂ ଅଫିସର ଗ୍ରୁପ୍‌ କ୍ୟାପ୍‌ଟେନ୍‌ ନବୀନ କୁମାର ଯୁଦ୍ଧବିମାନ ଉଡ଼ାଇଥିଲେ। ଏହା ସମୁଦ୍ର ପତ୍ତନଠାରୁ ୨ କିଲୋମିଟର ଉଚ୍ଚରେ ୮୦୦ କିଲୋମିଟର ବେଗରେ ଉଡ଼ିଥିଲା। ଯୁଦ୍ଧବିମାନରେ ଉଡ଼ିବାରେ ମୁର୍ମୁ ତୃତୀୟ ରାଷ୍ଟ୍ରପତି ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରପତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri