ତାଇଓ୍ବାନ୍‌କୁ ଚାରିପଟୁ ଘେରିଲା ଚାଇନା

ବେଜିଂ, ୯।୪: ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଶନିବାର ତାଇଓ୍ବାନ୍‌ ଚାରିପଟେ ବିପୁଳ ସଂଖ୍ୟାରେ ଯୁଦ୍ଧଜାହାଜ ମୁତୟନ କରିବା ସହ ଫାଇଟର ଜେଟ୍‌ ଉଡ଼ାଇଛି। ତାଇଓ୍ବାନ୍‌ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନ୍‌ଙ୍କ ଆମେରିକା ଗସ୍ତ ଏବଂ ହାଉସ୍‌ ସ୍ପିକର କେଭିନ୍‌ ମାକାର୍ଥତ୍ଙ୍କୁ ଭେଟିବା ପରେ ବେଜିଂ ନିଜର ଆକ୍ରମଣାତ୍ମକ ସାମରିକ ସାମର୍ଥ୍ୟ ପ୍ରଦର୍ଶନ କରିଛି। ସ୍ବୟଂଶାସିତ ଦ୍ୱୀପ ଦେଶ ତାଇଓ୍ବାନ୍‌କୁ ଚାଇନା ନିଜ ଭୂଖଣ୍ଡ ବୋଲି ଦାବି କରିଆସୁଛି।
ଶନିବାର ତାଇଓ୍ବାନ୍‌ ଦ୍ୱୀପ ଚାରିପଟେ ଚାଇନାର ୮ଟି ଯୁଦ୍ଧଜାହାଜ ଏବଂ ୭୧ଟି ଲଢ଼ୁଆ ବିମାନକୁ ଚିହ୍ନଟ କରାଯାଇଥିବା ତାଇଓ୍ବାନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ୪୫ ବିମାନ ତାଇଓ୍ବାନ୍‌ ପ୍ରଣାଳୀର ମଧ୍ୟରେଖା ଅତିକ୍ରମ କରିଥିଲା। ୨୯ଟି ଜେଟ୍‌ ତାଇଓ୍ବାନ୍‌ରେ ଦକ୍ଷିଣପଶ୍ଚିମାଞ୍ଚଳ ଏୟାର ଡିଫେନ୍ସ ଆଇଡେଣ୍ଟିଫିକେଶନ ଜୋନ୍‌ (ଏଡିଆଇଜେଡ୍‌) ଅତିକ୍ରମ କରିଛି। ଚଳିତ ବର୍ଷ ଗୋଟିଏ ଦିନରେ ଏହା ସର୍ବାଧିକ। ଚେଙ୍ଗଡୁ ଜେ-୧୦, ଶେନ୍ୟାଙ୍ଗ ଜେ-୧୧ ଏବଂ ଶେନ୍ୟାଙ୍ଗ ଜେ-୧୬ ଜେଟ୍‌ ଏଥିରେ ସାମିଲ ଅଛନ୍ତି। ତାଇଓ୍ବାନ୍‌କୁ ଚେତାବନୀ ସ୍ବରୂପ ୩ ଦିନିଆ ଯୁଦ୍ଧପ୍ରସ୍ତୁତି ପାଟ୍ରୋଲ ଆରମ୍ଭ ହୋଇଥିବା ଚାଇନା ସୈନ୍ୟବାହିନୀ ପକ୍ଷରୁ ଘୋଷଣା କରାଯାଇଛି। ତାଇଓ୍ବାନ୍‌ ଏହାର ତଥ୍ୟତଃ ସ୍ବାଧୀନତାକୁ ସ୍ଥାୟୀ କରିବାକୁ ଉଦ୍ୟମ ଚଳାଇଥିବାରୁ ଏଭଳି ଚେତାବନୀ ଦିଆଯାଇଥିବା ବେଜିଂ କହିଛି। ତେବେ ପୂର୍ବ ସମରାଭ୍ୟାସର ପୁନରାବୃତ୍ତି ହେବ କି ନାହିଁ ତାହା ସ୍ପଷ୍ଟ କରିନାହିଁ। ପୂର୍ବଥର ଚାଇନା ସେନା ସମରାଭ୍ୟାସ ବେଳେ ସମୁଦ୍ରକୁ କ୍ଷେପଣାସ୍ତ୍ର ନିକ୍ଷେପ କରିବାରୁ ଜାହାଜ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ଚାଇନା ନୌସେନା ପକ୍ଷରୁ ତାଇଓ୍ବାନ ଅପରପାର୍ଶ୍ୱରେ ଥିବା ଫୁଜି ପ୍ରଦେଶର ଲୋୟୁଆନ୍‌ ବେ’ରେ ‘ଲାଇଭ୍‌ ଫାୟାର ଟ୍ରେନିଂ’ ଲାଗି ଯୋଜନା କରିଛି। ଏହି ଫାୟାରିଂ ବେଳେ ଜାହାଜ ଚଳାଚଳକୁ ବନ୍ଦ ରଖାଯିବ। ଆଗାମୀ ଦୁଇ ସପ୍ତାହରେ ୫ ଦିନ ଧରି ଏଭଳି ପ୍ରଶିକ୍ଷଣ ଚାଲିବ ବୋଲି ସ୍ଥାନୀୟ ମେରିଟାଇମ୍‌ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି।
ଆମେରିକା ହାଉସ୍‌ ସ୍ପିକର ମାକାର୍ଥତ୍ ଗୁରୁବାର କାଲିଫର୍ନିଆରେ ତାଇଓ୍ବାନ୍‌ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନଙ୍କ ସହ ଆଲୋଚନା କରିଥିଲେ। ଚାଇନା ଧମକର ସମ୍ମୁଖୀନ ହେଉଥିବା ତାଇଓ୍ବାନକୁ ସମର୍ଥନ ସ୍ବରୂପ ଅନେକ ବିଦେଶୀ ଆଇନପ୍ରଣେତା ସାଇଙ୍କୁ ଭେଟିଛନ୍ତି। ଏହାର ପ୍ରତିକ୍ରିୟାରେ ଶୁକ୍ରବାର ବେଜିଂ ଆମେରିକୀୟ ଗ୍ରୁପ୍‌ ଏବଂ ସାଇଙ୍କ ଆମେରିକା ଗସ୍ତରେ ସାମିଲ ଥିବା ବ୍ୟକ୍ତିଙ୍କ ବିରୋଧରେ ଭ୍ରମଣ ଉପରେ ବ୍ୟାନ୍‌ ଲଗାଇବା ସହ ଆର୍ଥତ୍କ କଟକଣା ଜାରି କରିଛି।
୧୯୪୯ ଗୃହଯୁଦ୍ଧ ପରେ ତାଇଓ୍ବାନ୍‌ ଚାଇନାରୁ ଅଲଗା ହୋଇଥିଲା। ଆବଶ୍ୟକ ହେଲେ ବଳପ୍ରୟୋଗ କରି ଏହି ଦ୍ୱୀପକୁ ମୂଳ ଭୂଖଣ୍ଡରେ ସାମିଲ କରାଯିବ ବୋଲି ଚାଇନାର ଶାସକ କମ୍ୟୁନିଷ୍ଟ ପାର୍ଟି କହିଛି। ସ୍ଥାୟୀ ସ୍ବାଧୀନତା ଚାହୁଁଥିବା ତାଇଓ୍ବାନ୍‌କୁ ବିଦେଶ ଅଧିକାରୀମାନେ ପ୍ରୋତ୍ସାହିତ କରୁଛନ୍ତି। ଉକ୍ତ ଅଧିକାରୀମାନଙ୍କ ସହ ବେଜିଂ ଯୋଗାଯୋଗ କରୁଛି। ଏହା ଯୁଦ୍ଧ ଆଡ଼କୁ ନେଇଯାଇପାରେ ବୋଲି ଶାସକ ଦଳ ଚେତାବନୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

SIR ପ୍ରକ୍ରିୟାକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଲା ନିର୍ବାଚନ ଆୟୋଗ: କହିଲେ, ସମସ୍ତଙ୍କ ସହମତି କ୍ରମେ…

ନୂଆଦିଲ୍ଲୀ,୨୩।୯: ନିର୍ବାଚନ ଆୟୋଗଙ୍କ ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା’ (SIR) ସମ୍ପର୍କରେ ‘ଇଣ୍ଡିଆନ ଏକ୍ସପ୍ରେସ’ର ଏକ ରିପୋର୍ଟ ପ୍ରକାଶ ପାଇବା ପରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି।…

ପେଟ୍ରୋଲ ଚିନ୍ତା ଦୂର! ଅକ୍ଟୋବରରେ ଆସିବ ୧୦୦%…ଗଡକରୀଙ୍କ ବଡ଼ ଘୋଷଣାକୁ ଦେଶରେ ଚହଳ

ନୂଆଦିଲ୍ଲୀ,୨୩।୯: E20 ପେଟ୍ରୋଲକୁ ନେଇ ଦେଶରେ ବିତର୍କ ଚାଲିଥିବା ବେଳେ ଇଥାନଲ ଇନ୍ଧନକୁ ନେଇ ପୁଣିଥରେ ସରକାରଙ୍କ ପକ୍ଷ ରଖିଛନ୍ତି କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ…

ପାଣିଘେରରେ ଛତ୍ରପୁର ପୌରପରିଷଦର ୩ ଅଞ୍ଚଳ

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ): ଗଭୀର ଅବପାତଜନିତ ବର୍ଷା ଲାଗିରହିଥିବା ବେଳେ ଛତ୍ରପୁର ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁ ଆସ୍ତେ ଆସ୍ତେ…

ଉପକୂଳ ଆଡ଼କୁ ମାଡିଆସୁଛି ଗଭୀର ଅବପାତ: IMDର ବଡ଼ ସୂଚନା, ଆଜି ରାତି ସୁଦ୍ଧା…

ଭୁବନେଶ୍ୱର,୨୩।୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଡିପ ଡିପ୍ରେସନରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ ଏହି ପାଣିପାଗ ପ୍ରଣାଳୀ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ…

ସମୁଦ୍ର ଅଶାନ୍ତ: ଜେଟିରେ ବୁଡ଼ିଲା ଡଙ୍ଗା, ସ୍ଥାନୀୟ ମତ୍ସ୍ୟଜୀବୀ…

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ଉପକୁଳ ଜେଟିରେ ବନ୍ଧା ହୋଇଥିବା ମାଛ ଡଙ୍ଗା ବୁଡ଼ିଯିବା ଦେଖିବାକୁ ମିଳିଛି। ବଙ୍ଗୋପସାଗରରେ ସକ୍ରିୟ…

ଆଜି ‘ନୋ UPI ଡେ’: QR କୋଡ୍‌ରେ କଳା କପଡ଼ା ବାନ୍ଧିଲେ ବ୍ୟବସାୟୀ; ପକେଟ୍‌ରେ ରଖନ୍ତୁ ନଗଦ

ନୂଆଦିଲ୍ଲୀ,୨୩।୯: UPI ପେମେଣ୍ଟକୁ ନେଇ ପ୍ରସ୍ତାବିତ ନୂଆ ନିୟମ ବିରୋଧରେ ମଧ୍ୟପ୍ରଦେଶର ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ରାଜ୍ୟର ବିଭିନ୍ନ ବଡ଼ ସହରରେ ‘ନୋ UPI ଡେ’…

ମାତ୍ର ଗୋଟିଏ ବଲ୍‌ ବଦଳାଇଦେଲା ଦେଲା ମ୍ୟାଚ୍‌ର ଫଳାଫଳ: ଭାରତ ସପକ୍ଷରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର T20 ମ୍ୟାଚ୍‌ର ଶେଷ ଓଭରରେ ଅମ୍ପାୟାରଙ୍କ ଏକ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ମ୍ୟାଚ୍‌ର ଫଳାଫଳ…

LPG ଦର ନେଇ ନୂଆ ଖବର: ୬୦୦ ଟଙ୍କା ଯାଏ କମିଲା ଗ୍ୟାସ ଦାମ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୩।୯: କମର୍ସିଆଲ LPG ସିଲିଣ୍ଡରକୁ ନେଇ ଏବେ ବଜାରରେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। କିଛି ଅଞ୍ଚଳରେ ସରକାରୀ ଦରଠାରୁ ଯଥେଷ୍ଟ କମ ମୂଲ୍ୟରେ ୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?