ତାଇଓ୍ବାନ୍‌କୁ ଚାରିପଟୁ ଘେରିଲା ଚାଇନା

ବେଜିଂ, ୯।୪: ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ଶନିବାର ତାଇଓ୍ବାନ୍‌ ଚାରିପଟେ ବିପୁଳ ସଂଖ୍ୟାରେ ଯୁଦ୍ଧଜାହାଜ ମୁତୟନ କରିବା ସହ ଫାଇଟର ଜେଟ୍‌ ଉଡ଼ାଇଛି। ତାଇଓ୍ବାନ୍‌ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନ୍‌ଙ୍କ ଆମେରିକା ଗସ୍ତ ଏବଂ ହାଉସ୍‌ ସ୍ପିକର କେଭିନ୍‌ ମାକାର୍ଥତ୍ଙ୍କୁ ଭେଟିବା ପରେ ବେଜିଂ ନିଜର ଆକ୍ରମଣାତ୍ମକ ସାମରିକ ସାମର୍ଥ୍ୟ ପ୍ରଦର୍ଶନ କରିଛି। ସ୍ବୟଂଶାସିତ ଦ୍ୱୀପ ଦେଶ ତାଇଓ୍ବାନ୍‌କୁ ଚାଇନା ନିଜ ଭୂଖଣ୍ଡ ବୋଲି ଦାବି କରିଆସୁଛି।
ଶନିବାର ତାଇଓ୍ବାନ୍‌ ଦ୍ୱୀପ ଚାରିପଟେ ଚାଇନାର ୮ଟି ଯୁଦ୍ଧଜାହାଜ ଏବଂ ୭୧ଟି ଲଢ଼ୁଆ ବିମାନକୁ ଚିହ୍ନଟ କରାଯାଇଥିବା ତାଇଓ୍ବାନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ୪୫ ବିମାନ ତାଇଓ୍ବାନ୍‌ ପ୍ରଣାଳୀର ମଧ୍ୟରେଖା ଅତିକ୍ରମ କରିଥିଲା। ୨୯ଟି ଜେଟ୍‌ ତାଇଓ୍ବାନ୍‌ରେ ଦକ୍ଷିଣପଶ୍ଚିମାଞ୍ଚଳ ଏୟାର ଡିଫେନ୍ସ ଆଇଡେଣ୍ଟିଫିକେଶନ ଜୋନ୍‌ (ଏଡିଆଇଜେଡ୍‌) ଅତିକ୍ରମ କରିଛି। ଚଳିତ ବର୍ଷ ଗୋଟିଏ ଦିନରେ ଏହା ସର୍ବାଧିକ। ଚେଙ୍ଗଡୁ ଜେ-୧୦, ଶେନ୍ୟାଙ୍ଗ ଜେ-୧୧ ଏବଂ ଶେନ୍ୟାଙ୍ଗ ଜେ-୧୬ ଜେଟ୍‌ ଏଥିରେ ସାମିଲ ଅଛନ୍ତି। ତାଇଓ୍ବାନ୍‌କୁ ଚେତାବନୀ ସ୍ବରୂପ ୩ ଦିନିଆ ଯୁଦ୍ଧପ୍ରସ୍ତୁତି ପାଟ୍ରୋଲ ଆରମ୍ଭ ହୋଇଥିବା ଚାଇନା ସୈନ୍ୟବାହିନୀ ପକ୍ଷରୁ ଘୋଷଣା କରାଯାଇଛି। ତାଇଓ୍ବାନ୍‌ ଏହାର ତଥ୍ୟତଃ ସ୍ବାଧୀନତାକୁ ସ୍ଥାୟୀ କରିବାକୁ ଉଦ୍ୟମ ଚଳାଇଥିବାରୁ ଏଭଳି ଚେତାବନୀ ଦିଆଯାଇଥିବା ବେଜିଂ କହିଛି। ତେବେ ପୂର୍ବ ସମରାଭ୍ୟାସର ପୁନରାବୃତ୍ତି ହେବ କି ନାହିଁ ତାହା ସ୍ପଷ୍ଟ କରିନାହିଁ। ପୂର୍ବଥର ଚାଇନା ସେନା ସମରାଭ୍ୟାସ ବେଳେ ସମୁଦ୍ରକୁ କ୍ଷେପଣାସ୍ତ୍ର ନିକ୍ଷେପ କରିବାରୁ ଜାହାଜ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ଚାଇନା ନୌସେନା ପକ୍ଷରୁ ତାଇଓ୍ବାନ ଅପରପାର୍ଶ୍ୱରେ ଥିବା ଫୁଜି ପ୍ରଦେଶର ଲୋୟୁଆନ୍‌ ବେ’ରେ ‘ଲାଇଭ୍‌ ଫାୟାର ଟ୍ରେନିଂ’ ଲାଗି ଯୋଜନା କରିଛି। ଏହି ଫାୟାରିଂ ବେଳେ ଜାହାଜ ଚଳାଚଳକୁ ବନ୍ଦ ରଖାଯିବ। ଆଗାମୀ ଦୁଇ ସପ୍ତାହରେ ୫ ଦିନ ଧରି ଏଭଳି ପ୍ରଶିକ୍ଷଣ ଚାଲିବ ବୋଲି ସ୍ଥାନୀୟ ମେରିଟାଇମ୍‌ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି।
ଆମେରିକା ହାଉସ୍‌ ସ୍ପିକର ମାକାର୍ଥତ୍ ଗୁରୁବାର କାଲିଫର୍ନିଆରେ ତାଇଓ୍ବାନ୍‌ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନଙ୍କ ସହ ଆଲୋଚନା କରିଥିଲେ। ଚାଇନା ଧମକର ସମ୍ମୁଖୀନ ହେଉଥିବା ତାଇଓ୍ବାନକୁ ସମର୍ଥନ ସ୍ବରୂପ ଅନେକ ବିଦେଶୀ ଆଇନପ୍ରଣେତା ସାଇଙ୍କୁ ଭେଟିଛନ୍ତି। ଏହାର ପ୍ରତିକ୍ରିୟାରେ ଶୁକ୍ରବାର ବେଜିଂ ଆମେରିକୀୟ ଗ୍ରୁପ୍‌ ଏବଂ ସାଇଙ୍କ ଆମେରିକା ଗସ୍ତରେ ସାମିଲ ଥିବା ବ୍ୟକ୍ତିଙ୍କ ବିରୋଧରେ ଭ୍ରମଣ ଉପରେ ବ୍ୟାନ୍‌ ଲଗାଇବା ସହ ଆର୍ଥତ୍କ କଟକଣା ଜାରି କରିଛି।
୧୯୪୯ ଗୃହଯୁଦ୍ଧ ପରେ ତାଇଓ୍ବାନ୍‌ ଚାଇନାରୁ ଅଲଗା ହୋଇଥିଲା। ଆବଶ୍ୟକ ହେଲେ ବଳପ୍ରୟୋଗ କରି ଏହି ଦ୍ୱୀପକୁ ମୂଳ ଭୂଖଣ୍ଡରେ ସାମିଲ କରାଯିବ ବୋଲି ଚାଇନାର ଶାସକ କମ୍ୟୁନିଷ୍ଟ ପାର୍ଟି କହିଛି। ସ୍ଥାୟୀ ସ୍ବାଧୀନତା ଚାହୁଁଥିବା ତାଇଓ୍ବାନ୍‌କୁ ବିଦେଶ ଅଧିକାରୀମାନେ ପ୍ରୋତ୍ସାହିତ କରୁଛନ୍ତି। ଉକ୍ତ ଅଧିକାରୀମାନଙ୍କ ସହ ବେଜିଂ ଯୋଗାଯୋଗ କରୁଛି। ଏହା ଯୁଦ୍ଧ ଆଡ଼କୁ ନେଇଯାଇପାରେ ବୋଲି ଶାସକ ଦଳ ଚେତାବନୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri