କାନାଡାରେ ହେବ ‘ଅଡିୟୁ ଗୋଦାର୍ଡ’ର ପ୍ରିମିୟର

ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ କାନାଡାରେ ଆରମ୍ଭ ହେବାକୁ ଥିବା ମୋଜାଇକ୍‌ ଇଣ୍ଟରନ୍ୟାଶନାଲ ସାଉଥ ଏସିଆନ ଫିଲ୍ମ ଫେଷ୍ଟିଭାଲ (ଏମ୍‌ଆଇଏସ୍‌ଏଏଫ୍‌ଏଫ୍‌)ରେ ଓଡ଼ିଆ ଫିଚର ଫିଲ୍ମ ‘ଅଡିୟୁ ଗୋଦାର୍ଡ’ର ଉତ୍ତର ଆମେରିକୀୟ ପ୍ରିମିୟର ରିଲିଜ ହେବ। ଜାତୀୟ ପୁରସ୍କାର ପ୍ରାପ୍ତ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଫିଲ୍ମର ଲେଖକ ଏବଂ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି। ସ୍ବସ୍ତିକ ଆର୍ଥହାଉସ୍‌ ବ୍ୟାନରରେ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଛି। ଏହି ସାମାଜିକ-ସାଂସ୍କୃତିକ କମିକ୍‌ ଫିଲ୍ମ ଓଡ଼ିଶାରେ ଶୁଟିଂ ହୋଇଥିବାବେଳେ କିମ୍ବଦନ୍ତୀ ଫ୍ରାନ୍ସ ଚଳଚ୍ଚିତ୍ର ନିର୍ମାତା ଜିନ୍‌-ଲୁକ୍‌ ଗୋଦାର୍ଡଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି। ଭାରତ, ଫ୍ରାନ୍ସ କୋ-ପ୍ରଡକ୍ସନରେ ନିର୍ମିତ ‘ଅଡିୟୁ ଗୋଦାର୍ଡ’ରେ ଚୌଧୁରୀ ବିକାଶ ଦାସ ମୁଖ୍ୟ ଚରିତ୍ରରେ ରହିଛନ୍ତି। ଦୀପନବିତ୍‌ ଦାସମହାପାତ୍ର, ସୁଧାରଶ୍ରୀ ମଧୁସ୍ମିତା, ସ୍ବସ୍ତିକ ଚୌଧୁରୀ, ଚୌଧୁରୀ ଜୟପ୍ରକାଶ ଦାସ, ଶଙ୍କର ବାସୁ ମଲ୍ଲିକ, ଅଭିଷେକ ଗିରି, ଶ୍ୱେତପଦ୍ମା ଶତପଥୀ ଏବଂ ଡ. ବନିକାନ୍ତ ମିଶ୍ର ଅନ୍ୟ ପ୍ରମୁଖ ଭୂମିକାରେ ରହିଛନ୍ତି। ଶୁକ୍ରବାର ଫିଲ୍ମର ଟ୍ରେଲର ରିଲିଜ ହୋଇଛି। କିଶଲୟ ରଏ ଏବଂ ରକ୍‌ ମ୍ୟୁଜିକ୍‌ ଆଇକନ୍‌ ରୂପମ୍‌ ଇସ୍‌ଲାମ୍‌ ଏହି ଫିଲ୍ମ ଜରିଆରେ ସେମାନଙ୍କ ପ୍ରଥମ ଓଡ଼ିଆ ଗୀତ ସଂରଚନା କରିଛନ୍ତି। ଗତ ଏପ୍ରିଲରେ ମସ୍କୋ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ଚଳଚ୍ଚିତ୍ରର ଓ୍ବାଲର୍‌ଡ ପ୍ରିମିୟର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାନୁଙ୍କ ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଜୟପୁରର ଅଟୋ ଚାଳକଙ୍କ ଗୀତ, ମିଳିଲାଣି ଲକ୍ଷାଧିକ ଭିଉଜ୍‌

ଜୟପୁର,୩ା୯(ପବନ ପାଣିଗ୍ରାହୀ): ‘ଚଲ୍‌ତେ ଚଲ୍‌ତେ ମେରେ ୟେ ଗୀତ୍‌ ୟାଦ୍‌ ରଖନା, କଭି ଅଲ୍‌ବିଦା ନା କେହ୍‌ନା।’ ଜୟପୁର ସହରର ଏକ ନିର୍ଦ୍ଦିଷ୍ଟ ଅଟୋରେ ଆପଣ...

ଓଏଏସ୍‌ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୩ା୬(ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍‌ ଅଫିସରସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଏନେଇ ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ...

ଟ୍ରେନ୍‌ ଦୁର୍ଘଟଣାରେ ଚାଲିଗଲେ ହାସ୍ୟ ଅଭିନେତା ଗୁଡୁଙ୍କ ମା’

ଭୁବନେଶ୍ୱର,୩୦ା୯(ବ୍ୟୁରୋ): ଗୁରୁବାର ଏକ ଟ୍ରେନ୍‌ ଦୁର୍ଘଟଣାରେ ହାସ୍ୟ ଅଭିନେତା ଗୁଡୁଙ୍କ ମା’ଙ୍କର ଦେହାନ୍ତ ହୋଇଛି। ଯାଜପୁର ଜିଲା ଯଖପୁରା ରେଳ ଷ୍ଟେଶନରେ ଟ୍ରେନ୍‌ ଚଢୁଥିବା ସମୟରେ...

ପଶ୍ଚିମବଙ୍ଗ, ବାଂଲାଦେଶ ମୁହାଁ ‘ବୁଲ୍‌ବୁଲ୍‌’:ଓଡ଼ିଶାକୁ ମାଡ଼ ନ କରିପାରେ

ଭୁବନେଶ୍ୱର,୬-୧୧(ବ୍ୟୁରୋ):ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ(ଡିପ୍ରେଶନ)ରେ ପରିଣତ ହୋଇଛି। ଧୀରେ ଧୀରେ ଏହା ଶକ୍ତିଶାଳୀ ହେଉଛି। ଘଣ୍ଟା...

ନୂଆ ଠିକଣା ଅପେକ୍ଷାରେ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ

ଓଡ଼ିଶାରେ ଏମିତି କମ୍‌ ପ୍ରମୁଖ ଅଞ୍ଚଳ ଥିବ, ଯେଉଁ ଅଞ୍ଚଳକୁ ବାଦାମବାଡ଼ି ବସ୍‌ଷ୍ଟାଣ୍ଡରୁ ବସ୍‌ ଚଳାଚଳ କରୁ ନ ଥିବ। ଅର୍ଥାତ୍‌ ରାତି ପାହିଲେ ସାରା...

ଘୋଷଯାତ୍ରା: ଦେଢ଼ଘଣ୍ଟା ବିଳମ୍ବରେ ହେଲା ରଥ ଟଣା; ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ରଣପୁର,୫|୭(ସ୍ବ.ପ୍ର.)-ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୟାଗଡ଼ ଜିଲା ରଣପୁରରେ ଗୁରୁବାର ଶ୍ରୀଜୀଉଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତେବେ ୩ ରଥ ପ୍ରତିଷ୍ଠା କରାଯିବା ପରେ...

ଆୟକର ଅଧିକାରୀ ଗିରଫ: ୫ ଲକ୍ଷ ଲାଞ୍ଚ ନେଇ ପଡ଼ିଥିଲେ ଧରା

ଖୋର୍ଦ୍ଧା ଅଫିସ,୨୫।୯: ଜଣେ ସୁନା ଦୋକାନୀଙ୍କଠାରୁ ୫ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଶନିବାର ଖୋର୍ଦ୍ଧା ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁ ସିବିଆଇ ହାତରେ...

୩୦ ଯାଏ ପାଗ ଶୁଖିଲା

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ରାଜ୍ୟରେ ଆସନ୍ତା ୩୦ ତାରିଖ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି। ତେବେ ୩୧ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡା,...

Advertisement
Archives

Model This Week