Posted inରାଜ୍ୟ

ଜମାକାରୀଙ୍କ ଟଙ୍କା ହଡ଼ପ କରି ୭ ବର୍ଷ ଜେଲ୍‌ ଗଲେ ପୋଷ୍ଟମାଷ୍ଟର

ଭଦ୍ରକ ଅଫିସ,୨୫।୩ – ଜମାକାରୀଙ୍କ ଟଙ୍କା ଆତ୍ମସାତ୍‌ କରିଥିବା ପୋଷ୍ଟମାଷ୍ଟର କମଳାକାନ୍ତ ନାୟକଙ୍କୁ ୭ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଦେବଦତ୍ତ ପଟ୍ଟନାୟକ। ଏଥିସହ ୧୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦାୟ ପୁଣି ୧ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ।

ସୂଚନାଯୋଗ୍ୟ, ଭଦ୍ରକ ବ୍ଲକ ଆହାରପଦା ଶାଖା ପୋଷ୍ଟ ଅଫିସର ତତ୍କାଳୀନ ପୋଷ୍ଟମାଷ୍ଟର ନାୟକ ୧୮୫ ଜମାକାରୀଙ୍କ ୩୫ ଲକ୍ଷ ଜମାରାଶି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ ହୋଇ ବିଚାରାଧୀନ ବନ୍ଦୀ ଭାବେ ଜେଲରେ ଥିଲେ। ୨୦୧୬ରେ ତତ୍କାଳୀନ ଭଦ୍ରକ ମଣ୍ଡଳ ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟ ପରମାନନ୍ଦ ସାହୁ ଅଡିଟ୍‌ ସମୟରେ ଏହି ଅନିୟମିତତା ସମ୍ପର୍କରେ ଜାଣିବାକୁ ପାଇଥିଲେ। ସେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ମାମଲା (ନଂ. ୭୦/୧୬ ) ରୁଜୁ ହୋଇଥିଲା। ୨୦୧୭ ଅଗଷ୍ଟ ୨୩ରେ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଗୁରୁବାର କୋର୍ଟ ଚୂଡ଼ାନ୍ତ ରାୟ ପ୍ରକାଶ କରି ଦଣ୍ଡାଦେଶ ଶୁଣାଇଛନ୍ତି। ପବ୍ଲିକ ପ୍ରସିକ୍ୟୁଟର ଦୁର୍ଗା ରାୟମହାପାତ୍ର ଓ ଜତିକାନ୍ତ ନାୟକ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ାରୁ ଗଣେଶ୍ୱର, ବଡ଼ଚଣାରୁ ଲଢ଼ିବେ ବର୍ଷା

ଭୁବନେଶ୍ୱର,୨୦।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡି ପକ୍ଷରୁ ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ...

ବର୍ଷାଙ୍କୁ ମିଳିଲା ଟିକେଟ୍‌, ଏହି ଠୁ ଲଢିବେ

ଭୁବନେଶ୍ୱର,୨୦।୪: ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି।

ସକାଳୁ ନିଆଁବର୍ଷା! ୩୫ ଛୁଇଁଲାଣି ପାରା

ଭୁବନେଶ୍ୱର,୨୦।୪: ଆଜି ବି କଲବଲ କରିବ ତାତି । ସକାଳୁ ଛୁଇଁଲାଣି ୩୫ । ଆଜି ସକାଳ ୮ଟା ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା...

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଜାଣନ୍ତୁ କାହାକୁ ମିଳିଲା କେଉଁ ଆସନ

ଭୁବନେଶ୍ୱର,୨୦।୪: ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି। ବଡ଼ଚଣାରୁ ଲଢିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସେହିପରି ଚିଲିକାରୁ ରଘୁନାଥ ସାହୁ, କେନ୍ଦ୍ରାପଡ଼ାରୁ ଗଣେଶ୍ବର ବେହେରା,...

ରାଜନୀତିରେ ରାଜାରାଣୀ, ଜୋରଦାର ହେବ ଲଢେଇ

ଭୁବନେଶ୍ୱର,୨୦।୪: ୨୦୨୪ ନିର୍ବାଚନରେ ଓଡିଶା ଦେଖିବାକୁ ଯାଉଛି ଭିନ୍ନ ଧରଣର ଲଢେଇ। କାରଣ ଏଥର ରାଜ୍ୟ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି ରାଜ ପରିବାର। ମଇଦାନରେ ଜନତା...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri