୨ ଥର ନାଁ ପରିବର୍ତ୍ତନ କରିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: ଏବେ ଫିଲ୍ମ ଜଗତଠାରୁ ବହୁ ଦୂରରେ

ବଲିଉଡରେ ପ୍ରତିଦିନ ଷ୍ଟାରଙ୍କ ଭାଗ୍ୟ ନିର୍ଦ୍ଧାରଣ ହୁଏ। ଫିଲ୍ମ ହିଟ୍‌ ହେଲେ କଳାକାର ରାତାରାତି ଷ୍ଟାର ପାଲଟିଯାଆନ୍ତି। ତେବେ ୨୦୦୫ ମସିହାରେ ଫିଲ୍ମ ‘ସରକାର’ସହିତ ବଲିଉଡରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ପ୍ରିୟଙ୍କା କୋଠାରୀ। ପରେ ‘ଜେମ୍ସ’ ଏବଂ ‘ଦ କିଲର୍‌’ ଭଳି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ପ୍ରିୟଙ୍କା ଆଜି ଫିଲ୍ମ ପରଦାରୁ ବହୁତ୍‌ ଦୂରରେ।

ତାଙ୍କ ପ୍ରକୃତ ନାମ ନିଶା କୋଠାରୀ । ପ୍ରିୟଙ୍କା ‘ଚଢ଼ତୀ ଜବାନୀ ମେରି ଚାଲ ମସ୍ତାନୀ’ର ରିମିକ୍ସ ଗାଇ ଚର୍ଚ୍ଚାକୁ ଆସିଥିଲେ । ୨୦୦୩ ରେ ଆର ମାଧବନଙ୍କ ଲାଗି ସେ ତାମିଲ ଚଳଚ୍ଚିତ୍ର ‘ଜୟ ଜୟ’ରେ ବ୍ରେକ୍‌ ପାଇଥିଲେ।

ହିନ୍ଦୀ ଚଳଚ୍ଚିତ୍ରରେ ରାମ ଗୋପାଳ ବର୍ମା ତାଙ୍କୁ ପ୍ରଥମ ବ୍ରେକ୍‌ ଦେଇଥିଲେ। ପରେ ସେ ବଲିଉଡ୍‌କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଥିଲେ।

୨୦୧୬ରେ ପ୍ରିୟଙ୍କା ଦିଲ୍ଲୀର ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ପୁଣି ଥରେ ନିଜ ନାମ ଅଞ୍ଜଳି ବର୍ମାକୁ ବଦଳାଇଥିଲେ। କିଛି ଦିନ ପୂର୍ବରୁ ଯେତେବେଳେ ସେ ଦିଲ୍ଲୀର ଏକ ସେଲିବ୍ରିଟି ଫୁଟବଲ ମ୍ୟାଚରେ ପହଞ୍ଚି ଥିଲେ, ସେତେବେଳେ ଲୋକେ ତାଙ୍କୁ ଚିହ୍ନି ପାରି ନ ଥିିଲେ। କାରଣ ସେ ଅଧିକ ମୋଟା ଦେଖାଯାଉଥିଲେ।

ପ୍ରିୟଙ୍କାଙ୍କୁ ଶେଷ ଥର ପାଇଁ ୨୦୧୬ରେ ଫିଲ୍ମ ‘ବୁଲେଟ ରାଜା’ ରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରଟି କନ୍ନଡ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଥିଲା। ଏହା ପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ନିଜକୁ ଦୂରେଇ ରଖିଥିଲେ। ସେ ବେଳେବେଳେ ବଡ ଶୋ’ରେ ନଜର ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ନିୟମ ଭାଙ୍ଗି ଲୋକଙ୍କ ଆକ୍ରୋଶର ଶିକାର ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ରେ କେତୋଟି ଫିଲ୍ମକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ସେଥିମଧ୍ୟରୁ କିଛି ଫିଲ୍ମର ଶୁଟିଂ ଚାଲିଥିବା ବେଳେ ଆଉ କିଛିର ରିଲିଜ୍‌ ତାରିଖ ଘୋଷଣା...

ଅଜୟ ଦେବଗନଙ୍କ ପୁଅଙ୍କ ପ୍ରଶଂସା କଲେ ମୋଦି: କହିଲେ ଏଭଳି

ବମ୍ବେ: ଦୁଇଦିନ ପୂର୍ବେ ନିଜର ୭୦ତମ ଜନ୍ମଦିବସ ପାଳନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ ନେଇ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଅନେକ...

ଅକ୍ଷୟଙ୍କୁ ଧନ୍ୟବାଦ ଦେଲେ ଆମିର

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ଧନ୍ୟବାଦ ଦେଇଥିବା ଜଣାପଡିଛି। ଏହା ପଛରେ କିଛି କାରଣ ନିଶ୍ଚିତ...

ଗୋଟିଏ ଦିନ ଶୁଟିଂ ପାଇଁ ୧.୫ କୋଟି ଟଙ୍କା ନିଅନ୍ତି ଏହି ଅଭିନେତ୍ରୀ: ରୋଜଗାରକୁ ନେଇ ଉଠିଛି ବିବାଦ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଲିଉଡ୍‌ର କୁଇନ୍‌ କୁହାଯାଏ। ଅଭିନୟ କରିଥିବା ପ୍ରତିଟି ଫିଲ୍ମରେ ସେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଥାନ୍ତି। ପ୍ରଥମେ ନେପୋଟିଜିମ୍‌ ଆଉ...

ସଲମାନ କହିଲେ, କ୍ରିକେଟ ପଡିଆରେ ଏହି ଖେଳାଳି ହେଉଛନ୍ତି ଅସଲ ଦବଙ୍ଗ

ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ଏବେ ନିଜ ଆଗାମୀ ଫିଲ୍ମ ଦବଙ୍ଗ-୩ ପ୍ରମୋଶନ କରିବାରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ସେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌...

ଭିନ୍ନ ଜାତିରେ ବିବାହ ଯୋଗୁ ଭାଗ୍ୟଶ୍ରୀଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ ପରିବାର; ଅମିତାଭ ଜାଣିବା ପରେ…

ବମ୍ବେ: ପ୍ରେମବିବାହକୁ ଆଜି ବି ଅନେକେ ପରିବାର ପସନ୍ଦ କରନ୍ତି ନାହିଁ। ଯଦି ବି ପ୍ରେମୀଯୁଗଳ ପରିବାରକୁ ନ ଜଣାଇ ବିବାହ କରିନିଅନ୍ତି, ତେବେ ପରିବାରଲୋକେ...

ଅଭିନେତା-ପେଣ୍ଟର ଅଶୋକ କୁମାର: ସ୍ତ୍ରୀଙ୍କର ଏଭଳି ଚିତ୍ର କରିଥିଲେ ପେଣ୍ଟିିଂ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଶୋକ କୁମାରଙ୍କର ପୁଣ୍ୟତିଥି ମଙ୍ଗଳବାର ପାଳିତ ହେଉଛି। ୨୦୦୧ ଡିସେମ୍ବର ୧୦ ତାରିଖରେ ସେ ଦେହତ୍ୟାଗ କରିଥିଲେ। ୧୯୧୧ ଅକ୍ଟୋବର ୧୩ରେ...

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ସୁପ୍ରିମକୋର୍ଟ ଗଲା ସିବିଆଇ

ନୂଆଦିଲ୍ଲୀ, ୭।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟା ବହୁବାର...

Advertisement
Seven Jackpot


Archives

Model This Week