କଂସଙ୍କ ନିମନ୍ତ୍ରଣରେ ହାଜର ହେଲେ ରାଜନେତା

ଚନ୍ଦାହାଣ୍ଡି,୧୫।୫(ଡି.ଏନ୍‌.ଏ.): ଚନ୍ଦାହାଣ୍ଡି ବ୍ଲକ ସଦରଠାରେ ମଣ୍ଡଳ ବୀମା ବାଲିଯାତ୍ରାରେ ଚାଲିଥିବା ଧନୁଯାତ୍ରାର ୭ମ ରଜନୀରେ ମଥୁରା ନଗରୀରେ କଂସ ମହାରାଜ କୃଷ୍ଣଙ୍କୁ ହତ୍ୟାକରିବା ନିମନ୍ତେ ପୁତନାଙ୍କୁ ଗୋପପୁରକୁ ପ୍ରେରଣ କରିଛନ୍ତି । ଚନ୍ଦାହାଣ୍ଡି ଗ୍ରାମବାସୀ ମହାରାଜ କଂସଙ୍କୁ ଏକ ସୁସଜ୍ଜିତ ରଥରେ ଗୋପପୁରରୁ ବାଦ୍ୟ ବାଜଣା ଓ ହୁଳହୁଳି ଦେଇ ମଥୁରା ନଗରୀକୁ ପାଛୋଟି ନେଇଥିଲେ। ମହାରାଜ କଂସଙ୍କ ନିମନ୍ତ୍ରଣ ପାଇ ରାଜନେତାମାନେ ହାଜର ହୋଇଥିଲେ।
ପିସିସି ସମ୍ପାଦକ କ୍ଷେମରାଜ ବାଘ, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୋବିନ୍ଦ କୁମାର ଜୈନ, ବ୍ଲକ କଂଗ୍ରେସ ସଭାପତି ହୁମେଶ୍ୱର ହଂସ, ଯୁବ ବିଜେଡି ସଭାପତି ତ୍ରିନାଥ ଦାଶ, ପୂର୍ବତନ ଜିଲା ପରିଷଦ ସଭ୍ୟ ସନିନ୍ଦ୍ର ସୋରୀ, ପ୍ରଭାତ ସୁନା ପ୍ରମୁଖ ହାଜର ହୋଇଥିଲେ। ଏହି ଅବସରରେ ଉଭୟ କଂଗ୍ରେସ ଓ ଭାଜପା ନେତା ଚନ୍ଦାହାଣ୍ଡି ଅଞ୍ଚଳର ନିର୍ବାଚନୀ ପ୍ରସଙ୍ଗ ପାଲଟିଥିବା ଜଳସେଚନ ସମସ୍ୟା ବିଷୟରେ କଂସ ମହାରାଜଙ୍କୁ ଅବଗତ କରାଇଥିଲେ। କଂସ ମହାରାଜ ସମସ୍ତ ରାଜନେତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଭୁଲ୍‌ ଉତ୍ତର ଦେଇଥିବା ନେତାଙ୍କୁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଚନ୍ଦାହାଣ୍ଡି ଭଳି ଉପାନ୍ତ ଅଞ୍ଚଳରେ ଏଭଳି ଏକ ପୌରାଣିକ ନାଟକର ଆୟୋଜନ କରି ଅଞ୍ଚଳବାସୀଙ୍କୁ ପୁରାଣ ବିଷୟରେ ଭାବାଦର୍ଶ କରାଇଥିବାରୁ ସମସ୍ତ ନେତୃମଣ୍ଡଳୀ ଧନୁଯାତ୍ରା କମିଟି ତଥା ଆୟୋଜକଙ୍କୁ ସାଧୁବାଦ ଜଣାଇଥିଲେ। ଦୁର୍ଯ୍ୟୋଧନ ପୂଜାରୀ, ନଳିନୀ ଦାସ, କମଳ ପୂଜାରୀ, ରତ୍ନାକର ପୂଜାରୀ, ବାସୁଦେବ ସୁନା, ବବି ବିଶୋଇ, ମୁରଲୀ ସାଗର, କୈଳାସ ବେହେରା ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଝରିଗାଁ, ୧୪।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଚାରଡଙ୍ଗରିପଡା ଗ୍ରାମକୁ ରାସ୍ତା ନଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri