ମହାନଗରରେ ବଦଳୁଛି ରାଜନୈତିକ ଚିତ୍ର

ବ୍ରହ୍ମପୁର ଅଫିସ,୨୮।୩: ଗଞ୍ଜାମ ଜିଲାର ଗୁରୁତ୍ୱପୂର୍ଣ୍ଣ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ଚଳିତ ପୌର ନିର୍ବାଚନରେ ଖାତା ଖୋଲିଛି ଭାଜପା। ୨୦୧୩ ନିର୍ବାଚନରେ ଜଣେ ବି କର୍ପୋରେଟର ଜିତିନଥିବା ବେଳେ ଏଥର ୭ ଜଣ ନିର୍ବାଚିତ ହୋଇଛନ୍ତି। ଅପରପକ୍ଷରେ ରେଶମ ନଗରୀରେ ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ଦାରୁଣ ବିପର୍ଯ୍ୟୟ ଘଟିଛି। ଗତ ନିର୍ବାଚନରେ ହାତ ଚିହ୍ନରୁ ୧୫ ଜଣ ଜିତିଥିବା ବେଳେ ଏଥର ମାତ୍ର ଜଣେ ନିର୍ବାଚିତ ହୋଇ ବଂଶରକ୍ଷା କରିଛନ୍ତି। ୨୦୧୩ ନିର୍ବାଚନରେ ବିଏମ୍‌ସିକୁ ମାତ୍ର ଜଣେ ସ୍ବାଧୀନ କର୍ପୋରେଟର ଜିତିଥିବା ବେଳେ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ସେହିପରି ଶାସକ ବିଜେଡି କର୍ପୋରେଟରଙ୍କ ସଂଖ୍ୟା ଗତଥର ଅପେକ୍ଷା ବଢ଼ିଛି। ଗତ ନିର୍ବାଚନରେ ୨୪ ଥିବା ବେଳେ ଚଳିତ ନିର୍ବାଚନରେ ୩୦ ଜିତିଛନ୍ତି। ୨୦୧୩ ନିର୍ବାଚନରେ ୱାର୍ଡ ସଂଖ୍ୟା ୪୦ ଥିଲା। ପୁନର୍ଗଠନ ପ୍ରକ୍ରିୟାରେ ୪୨କୁ ବଢ଼ିଥିଲା।
କଂଗ୍ରେସରୁ ମାତ୍ର ଜଣେ କର୍ପୋରେଟର ଜିତିବା ଏବେ ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି। ନେତୃତ୍ୱ ସଙ୍କଟ ଓ ଗୋଷ୍ଠୀ କନ୍ଦଳ ଏହାର କାରଣ ହୋଇଛି। ୪୨ ୱାର୍ଡ ମଧ୍ୟରୁ ୧୭ଟିରେ ପ୍ରାର୍ଥୀ ମିଳିନଥିଲେ ଏବଂ ଯେଉଁ ୨୫ ଜଣଙ୍କୁ ପ୍ରାର୍ଥୀ କରାଯାଇଥିଲା, ସେମାନେ ଠିକଣା ଭାବରେ ଲଢ଼ିନଥିବା ବିଭିନ୍ନ ମହଲରେ ଆଲୋଚନା ପରିସରକୁ ଆସିଛି। ଅନ୍ୟପକ୍ଷରେ ଗତ ନିର୍ବାଚନ ବେଳେ ଯେଉଁ ନେତାମାନେ କଂଗ୍ରେସରେ ଥିଲେ, ସେମାନଙ୍କ ମଧ୍ୟରୁ ବଡ଼ ଚେହେରାମାନେ ବିଜେଡିକୁ ଚାଲିଗଲେ। ଆଉ ଯେତେକ ଅଛନ୍ତି, ସେମାନେ ଦୂରେଇ ରହିଛନ୍ତି। ସେମାନଙ୍କୁ ଜିଲା ନେତୃତ୍ୱ ଡାକୁନାହାନ୍ତି, ସେମାନେ ମଧ୍ୟ ଆସୁନାହାନ୍ତି। ପୌର ନିର୍ବାଚନରେ ଦେଖାଦେଇଥିବା ଦୁର୍ଦ୍ଦଶା ନେଇ ପ୍ରତିକ୍ରିୟାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜିଲା ସଭାପତି ପୀତବାସ ପଣ୍ଡା କହିଛନ୍ତି, ସମନ୍ବୟ ରକ୍ଷା କରାଯାଇନଥିବାରୁ ଲଜ୍ଜାଜନକ ସ୍ଥିତି ଉପୁଜିଛି। ଅପରପକ୍ଷରେ ଭାଜପା ମହାନଗରରେ ସାଙ୍ଗଠନିକ ଶକ୍ତି ବୃଦ୍ଧି କରୁଥିବା ପୌର ନିର୍ବାଚନରୁ ସ୍ପଷ୍ଟ ହୋଇଛି। ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଦୁର୍ବଳ ବିଧାୟକ ପ୍ରାର୍ଥୀଙ୍କ ସୁଯୋଗରେ ଭାଜପା ପ୍ରାର୍ଥୀ ୩୨ ହଜାରରୁ ଅଧିକ ଭୋଟ ପାଇଥିଲେ। ସେବେଠାରୁ ଭାଜପା ମହାନଗର ରାଜନୀତିରେ ଦ୍ୱିତୀୟ ସ୍ଥାନକୁ ଉଠିଛି। ଚଳିତ ପୌର ନିର୍ବାଚନରେ ଶକ୍ତି ପ୍ରଦର୍ଶନ କରିଛି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାଜପା ରଣନୀତି ଏବେଠୁ ପ୍ରସ୍ତୁତ କରୁଛି। ତେଣୁ ଆଗାମୀ ଦିନରେ ଜିଲାର ବଡ଼ ସହର ବ୍ରହ୍ମପୁରରେ କଂଗ୍ରେସକୁ ମାତ୍‌ ଦେଇ ଶଙ୍ଖକୁ କଡ଼ା ଟକ୍କର ପଦ୍ମ ହିଁ ଦେବାର ସମ୍ଭାବନା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?