ଏଥର ଖାଲି ପରିଚୟପତ୍ର ଦେଖାଇଲେ ବି ଛାଡ଼ିବନି ପୋଲିସ

ଭୁବନେଶ୍ୱର,୮।୫(ବ୍ୟୁରୋ): ଶନିବାରଠାରୁ ଭୁବନେଶ୍ୱର-କଟକରେ ଚେକିଂକୁ କଡ଼ାକଡ଼ି କରାଯାଇଛି। ପରିଚୟପତ୍ର ଦେଖାଇ ବାହାନା ମାରି ଚାରିଆଡ଼େ ବୁଲୁଥିବା ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଏନେଇ ଟୁଇନ୍‌ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଚଳିତଥର ଲକ୍‌ଡାଉନ ଓ ଶଟ୍‌ଡାଉନରେ କୌଣସି ପାସ ଜାରି କରାଯାଇନି। ଆଇଟି, ବ୍ୟାଙ୍କ, ଗଣମାଧ୍ୟମ ଭଳି ଜରୁରୀ ସେବାକୁ କଟକଣାମୁକ୍ତ କରାଯାଇଛି। ମାତ୍ର ଏହାର ସୁଯୋଗ ନେଇ କିଛି ଅମାନିଆ କର୍ମଚାରୀ ସେମାନଙ୍କ ପରିଚୟପତ୍ର ଦେଖାଇ ଖୁଲମଖୁଲା ବୁଲୁଛନ୍ତି।

ଏହା ଉପରେ ନିୟନ୍ତ୍ରଣ ଆଣିବା ପାଇଁ କେଉଁ କର୍ମଚାରୀ କେଉଁ ଅଫିସରେ, କେଉଁ ସମୟରେ କାମ କରିବେ ସେନେଇ ନିର୍ଦ୍ଦିଷ୍ଟ ଅଥରାଇଜେସନ ଲେଟର ଡିସିପିଙ୍କ ପାଖରେ ଦାଖଲ କରିବାକୁ ସଂପୃକ୍ତ ସଂସ୍ଥାଗୁଡ଼ିକୁ କୁହାଯାଇଛି। ଏପରି କରିବା ଦ୍ୱାରା ଅମାନିଆଙ୍କୁ ସାବାଡ୍‌ କରାଯାଇପାରିବ ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସମ୍ଭାଳ କଲାଣି ତାତି

ଭୁବନେଶ୍ୱର, ୨୦ା୪(ବ୍ୟୁରୋ): ନିୟନ୍ତ୍ରଣକୁ ଆସୁନି ତାତି। ଆଜି କମିବ କାଲି କମିବ ଶୁଣି ଶୁଣି ମନ ଭାଙ୍ଗିଗଲାଣି। କେବେ ତାତିରୁ ତ୍ରାହି ମିଳିବ ତାହା କହିବା...

ଜଗାକୁ ଶେଷ ଦର୍ଶନ କରି ଚାଲିଗଲା ଜୀବନ

ପୁରୀ ଅଫିସ, ୧୭।୪: ଜଗାକୁ ଶେଷ ଦର୍ଶନ କରି ଚାଲିଗଲା ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀରେ। ରବିବାର ଶ୍ରୀମନ୍ଦିରରେ ଠାକୁରଙ୍କ ଦର୍ଶନ କରୁଥିବା...

ହୃଦଘାତରେ ନାଲ୍‌କୋ କର୍ମଚାରୀ ମୃତ: ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦାବି

ବଅଁରପାଳ,୧।୧୦(ଡି.ଏନ.ଏ.)- ନାଲ୍‌କୋ ସିପିପି ଅପରେସନ ବିଭାଗରେ ଚାକିରି କରିଥିବା ପ୍ରବୀଣ ବରାହ(୫୨) ମଙ୍ଗଳବାର ସକାଳେ ହୃଦଘାତରେ ପ୍ରାଣ ହରାଇଛନ୍ତି। ପ୍ରବୀଣଙ୍କ ଘର ଗୋତମରା ଗ୍ରାମରେ। ସେ...

ଭୋଟ ପ୍ରତି ପଛଘୁଞ୍ଚା ରାଜଧାନୀର ଶିକ୍ଷିତ ଭୋଟର

ଭୁବନେଶ୍ୱର,୨୬।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସହରୀ ଉଚ୍ଚଶିକ୍ଷିତ ଭୋଟର ରହୁଛନ୍ତି। ଅଧିକାଂଶ ଦେଶ ବିଦେଶର କଥା ଉପରେ ଟିପ୍ପଣୀ ଦେବା ସହିତ ରାଜନୀତିକୁ ନେଇ ବହୁ ଆଲୋଚନା...

ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮ା୧୦(ବ୍ୟୁରୋ): ମାନବ ସମାଜ ଓ ବନ୍ୟପ୍ରାଣୀ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ମଣିଷ ପରି ପ୍ରତ୍ୟେକ ଜୀବଜନ୍ତୁଙ୍କର ମଧ୍ୟ ସୁସ୍ଥ ପରିବେଶରେ ବଞ୍ଚତ୍ବାର ସମାନ ଅଧିକାର...

ଏ ବର୍ଷ ବି ବୋଲ୍‌ବମ୍‌ ଉପରେ ଲାଗିଲା କଟକଣା

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ପାଇଁ ବୋଲବମ୍‌ ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର। ଏନେଇ ଏସ୍‌ଆର୍‌ସିଙ୍କ ପକ୍ଷରୁ ମଙ୍ଗଳବାର ନିର୍ଦ୍ଦେଶନାମା...

ବିଜେଡିରେ ଯୋଗଦେଲେ ୫୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ

ରାଜନଗର,୮।୧୨: କେନ୍ଦ୍ରପଡା ଜିଲା ରାଜନଗର ବ୍ଲକ କେରେଡାଗଡ ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ୱ କଂଗ୍ରେସକର୍ମୀ ବିଜେଡିରେ ଯୋଗଦେଇଛନ୍ତି। ରବିବାର ସନ୍ଧ୍ୟାରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।...

ରାଜଧାନୀରୁ ଜବତ ହେଲା ୨ କେଜିରୁ ଅଧିକ ବ୍ରାଉନସୁଗାର

ଭୁବନେଶ୍ୱର,୬।୬(ବ୍ୟୁରୋ): ଭୁବନେଶ୍ବର ଏମ୍‌ମ୍ସ ନିକଟରୁ ସୋମବାର ୨ କେଜି ୫୮ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହୋଇଛି। ବେଆଇନ ଚାଲାଣ ବେଳେ ଏସଟିଏଫ୍‌ ଟିମ୍‌ ଚଢ଼ାଉ...

Advertisement
Archives

Model This Week