ପୋଲିସକୁ ଏଯାଏ ମିଳିନି ସୁରାକ

ଭେଡ଼େନ,୨୦।୪(ଡି.ଏନ.ଏ): ବରଗଡ଼ ଜିଲା ଭେଡ଼େନ ଥାନା ରୁଷୁଡ଼ା ଫାଣ୍ଡି ଅନ୍ତର୍ଗତ ଆଖିଫୁଟା ଗ୍ରାମରେ ସୋମବାର ସଂଘଠିତ ଟ୍ରିପଲ ମର୍ଡ଼ର ଘଟଣା ସାରାରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବୁଧବାର ବ୍ୟବଚ୍ଛେଦ ପରେ ୩ମୃତଦେହ ଗ୍ରାମରେ ପହଞ୍ଚିଥିଲା । ଏକ ଶୋକାକୁଳ ପରିବେଶରେ ଗ୍ରାମର ଶ୍ମଶାନରେ ଗୋଟିଏ ଜୁଇରେ ମୃତ ଟଙ୍କଧର ସାହୁ ଏବଂ ୨ସ୍ତ୍ରୀ ଦ୍ରୌପଦୀ, ମାଧବୀଙ୍କ ଶବଦାହ କରାଯାଇଥିଲା। ଅନ୍ୟପଟେ ହତ୍ୟାକାଣ୍ଡ ନେଇ ଭେଡ଼େନ ଥାନାରେ ଦଫା ୩୦୨ରେ ଏକ ମାମଲା(୧୨୯/୨୩) ରୁଜୁ ହୋଇଛି। ତେବେ ଘଟଣାକୁ ୨ଦିନ ବିତିଯାଇ ଥିଲେ ସୁଦ୍ଧା ହତ୍ୟା ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ କୌଣସି ସୁରାକ୍‌ ପାଇ ପାରିନାହିଁ। ପୋଲିସ ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ କରୁଛି ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ମିଳିବ ଏସ୍‌ଡ଼ିପିଓ ଅମ୍ରିତ କୁମାର ପଣ୍ଡା କହିଛନ୍ତି।
ହତ୍ୟାକାଣ୍ଡକୁ ନେଇ ସାଧାରଣରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଛି। ପାରିପାର୍ଶ୍ୱିକ ସ୍ଥିତି ଏବଂ ପଡ଼ୋଶୀ ଲୋକଙ୍କ କଥାରୁ ତାହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା ବୋଲି ସ୍ପଷ୍ଟ ବାରି ହେଉଥିବାବେଳେ ଗୁମର ମଧ୍ୟ ଧିରେଧିରେ ଖୋଲିବାରେ ଲାଗିଛି। ପଡ଼ୋଶୀ ସାରଦୁଲ ରଣା କହିଛନ୍ତି, ମୃତ ଟଙ୍କଧରଙ୍କ ପୈତୃକ ଘର ସୋହେଲା ଥାନା ବାରଗୁଡ଼ା ଅଞ୍ଚଳରେ। ସେ ବହୁବର୍ଷତଳେ କିଛି ମସଲା ସାମଗ୍ରୀ ଧରି ଗାଁ ଗାଁ ବୁଲି ବିକ୍ରି କରୁଥିଲେ । ତେବେ ପ୍ରଥମ ସ୍ତ୍ରୀ ଦ୍ରୌପଦୀଙ୍କୁ ବିବାହ ପରେ ସେ ଆଖିଫୁଟା ଗ୍ରାମରେ ରହୁଥିଲେ। ଦ୍ରୌପଦୀଙ୍କୁ ପିଲାଛୁଆ ନ ହେବାରୁ ଗତ ୬ବର୍ଷତଳେ ଡୁଙ୍ଗୁରିପାଲି ଥାନା ଟୁନିଆମୁଣ୍ଡା ଗ୍ରାମର ମାଧବୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସେହିପରି ଟଙ୍କଧରଙ୍କ ଭାଗଚାଷ କରୁଥିବା ସୁଣ୍ଡି ଭେଙ୍କଟ ରାଓ କହିଛନ୍ତି, ଗତ ଦଶହରାରେ ସୋହେଲା ଥାନା ଅଞ୍ଚଳର ଜଣେ ସମ୍ପର୍କୀୟ ଭଣଜା ଟଙ୍କଧରଙ୍କ ଘରକୁ ଆସି ପ୍ରାୟ ୧୦ଦିନ ଧରି ରହିଥିଲେ। ପରେ ଟଙ୍କଧରଙ୍କୁ ମାରପିଟ୍‌ କରିବା ସହିତ କିଛିଟଙ୍କା ଏବଂ ବାଇକ୍‌ ଧରି ଫେରାର୍‌ ହୋଇଯାଇଥିଲେ। ଏ ନେଇ ସେତେବେଳେ ଟଙ୍କଧର ସୋହେଲା ଥାନାକୁ ଯାଇଥିଲେ ଏବଂ ସେଠାରେ ଆପୋସ ବୁଝାମଣା ପରେ ନିଜ ବାଇକ୍‌କୁ ଆଣିଥିଲେ। ଫଳରେ ଏହି ହତ୍ୟାକାଣ୍ଡ ପଛରେ ଟଙ୍କଧରଙ୍କ ସେହି ସମ୍ପର୍କୀୟ ଭଣଜାଙ୍କ ସମ୍ପୃକ୍ତି ଥାଇପାରେ ବୋଲି ସାଧାରଣରେ ଆଲୋଚିତ ହେଉଛି ।
ଅନ୍ୟପଟେ ପୋଲିସ ଟଙ୍କଧରଙ୍କ ଘର ପଛପଟୁ ମଙ୍ଗଳବାର ଏକ କୁରାଢ଼ୀ ଜବତ କରିଥିଲା । ଜବତ କୁରାଢ଼ୀ ଟଙ୍କଧରଙ୍କ ନୁହେଁ ବୋଲି ପଡ଼ୋଶୀ ଲୋକେ କହୁଛନ୍ତି। ସେହିପରି ଅନୁସନ୍ଧାନୀ କୁକୁର ଟଙ୍କଧରଙ୍କ ଘର ପଛପଟ କେନାଲ ଦେଇ ଆଖିଫୁଟା ଛକରୁ ଗର୍ଭନା ରାସ୍ତାରେ ପ୍ରାୟ ୨ଶହ ମିଟର ଦୂରରେ ରହିଥିବା ଏକ ବନ୍ଦ ଢ଼ାବାରେ ପହଞ୍ଚିଥିଲା। ଫଳରେ ହତ୍ୟା ଘଟାଇବା ପରେ ଅଭିଯୁକ୍ତ ସେ ଦେଇ ଫେରାର୍‌ ହୋଇ ଯାଇଥିବା ଅନୁମାନ କରାଯାଉଛି । ତେବେ ଗତବର୍ଷ ଅକ୍ଟୋବର ୩୦ତାରିଖ ବରଗଡ଼ ଜିଲା ଭେଡ଼େନ ଥାନା ଜାଣ୍ଡୋଲ ଗ୍ରାମରେ ବନ୍ଦ କୋଠରୀରୁ ଗୋଟିଏ ପରିବାରର ୪ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରେ ଗୃହକର୍ତ୍ତା, ସ୍ତ୍ରୀ ଓ ୨ଝିଅପୁଅ ଥିଲେ । ଏହି ଘଟଣା ଏବେ ମଧ୍ୟ ରହସ୍ୟାବୃତ୍ତ ରହିଥିବାବେଳେ ଆଖିଫୁଟା ଟ୍ରିପଲ ମର୍ଡ଼ର ଘଟଣା ଉପରୁ ପୋଲିସ କେତେଶୀଘ୍ର ପରଦା ହଟାଇବାରେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?