ଗାଁ ଦାଣ୍ଡରେ ଗଡୁନି ଶଗଡ଼, କ୍ଷେତକୁ ଯାଉନି ହଳ

ପଟ୍ଟାମୁଣ୍ଡାଇ, ୧୨ା୬(ସ୍ବ.ପ୍ର.): ବର୍ତ୍ତମାନ ବିଜ୍ଞାନ ଯୁଗରେ ବାସ କରୁଛି ମଣିଷ। ପୁରଠୁ ପଲ୍ଲୀ ସବୁଠି ଆଧୁନିକତାର ଛାପ। ଦିନ ଥିଲା ଶଗଡ଼ ଗାଡ଼ି ଯାତ୍ରୀ ପରିବହନଠାରୁ ଆରମ୍ଭ କରି ମାଲ ପରିବହନ ପାଇଁ ଏକମାତ୍ର ମାଧ୍ୟମ ଥିଲା। ଅଧିକାଂଶ ଘରେ ବଳଦ, ଲଙ୍ଗଳ ଓ ଶଗଡ଼ ଗାଡ଼ି ଥିବାର ଦେଖିବାକୁ ମିଳୁଥିଲା। ଗ୍ରାମୀଣ ଜୀବନରେ ମଧ୍ୟ ଆଧୁନିକତାର ଚାକଚକ୍ୟରେ ଏହା ହଜିଗଲାଣି। ବିଜ୍ଞାନର ଅଗ୍ରଗତି ଏବଂ ଯନ୍ତ୍ର ଯୁଗର ଆଗମନ ପରେ ଏକଦା ଚାଷୀ ପାଇଁ ନିତାନ୍ତ ଆବଶ୍ୟକ ଥିବା ବଳଦ, ଲଙ୍ଗଳ ଓ ଶଗଡ଼ ଗାଡ଼ି ଅଲୋଡ଼ା ହେବାରେ ଲାଗିଛି।
ଉତିକଣ ଅଞ୍ଚଳର ପୁରୁଖା ଚାଷୀ ତଥା କୃଷକ ନେତା ବିଜୟ ଦାସ କୁହନ୍ତି, କେନ୍ଦ୍ରାପଡ଼ା ଏକ କୃଷି ପ୍ରଧାନ ଜିଲା। ଏହାର ୮୦ ଭାଗ ଅଧିବାସୀ କୃଷି ଉପରେ ନିର୍ଭରଶୀଳ। କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଆଗକାଳର ଚାଷୀ ସୂର୍ଯ୍ୟ ଉଇଁଲା ମାତ୍ରେ ବଳଦ ଓ ଲଙ୍ଗଳ ସହ କ୍ଷେତକୁ ବାହାରି ପଡ଼ୁଥିଲେ। କ୍ଷେତ କାମ ସାରି ପୁଣି ସୂର୍ଯ୍ୟ ନଇଁଲେ ନଡ଼ା, କ୍ଷେତର ଫସଲ ଧରି ଶଗଡ଼ ଗାଡ଼ିରେ ଘର ମୁହଁା ହେଉଥିଲେ। ହେଲେ ଏସବୁ ଏବେ ସ୍ମୃତି ହୋଇ ରହିଯାଇଛି। ସିମୁଳିଆ ଗ୍ରାମର କ୍ଷୀରୋଦ ମଲିକ କୁହନ୍ତି, ଆଜିକାଲି ଗଁାଗଣ୍ଡାରେ ଆଉ ଗଡ଼ୁନି ଶଗଡ଼ ନା ଆଗଭଳି ଆଉ ହଳ ଲଙ୍ଗଳ ଦିଶୁନି କି ବଳଦଙ୍କ ହମ୍ବାରଡ଼ି ଶୁଭୁନାହିଁ। ପୁରୁଣାକାଳିଆ ଶଗଡ଼ର ସ୍ଥାନ ନେଇଛି ଆଧୁନିକ ଯନ୍ତ୍ରପାତି। ଜମିରେ ଲଙ୍ଗଳ ବଦଳରେ ବୁଲୁଛି ଟ୍ରାକ୍ଟର, ପାଓ୍ବାର ଟିଲର ଓ ହାର୍ଭେଷ୍ଟର ଭଳି ଆଧୁନିକ ଯନ୍ତ୍ରପାତି। ଏହି ଯାନ୍ତ୍ରିକ ଗାଡ଼ିର ଘଡ଼ ଘଡ଼ କର୍କଶ ଶବ୍ଦରେ କାନ ଫାଟିଯାଉଛି। ଆଉ ଏଥିରୁ ବାହାରୁଥିବା କଳାଧୂଅଁା ପରିବେଶକୁ ପ୍ରଦୂଷିତ କରୁଛି। ମାତ୍ର ଏହା ଚାଷୀ ପାଇଁ ଧାନ ଅମଳ ଏବଂ ପରିବହନ କରିବା ସହଜ ହେଉଛି। ସେଥିନେଇ ଯାନ୍ତ୍ରିକ ଗାଡ଼ିର ବ୍ୟବହାର ଅଧିକ ହେଉଛି। ଚାଷୀ ସୁଶାନ୍ତ ସାମଲ କୁହନ୍ତି, ହଳ ଲଙ୍ଗଳ, ଶଗଡ଼ ଆଜିି ସ୍ମୃତି ପାଲଟି ଯାଇଛି। ରାତିର ଘନ ଅନ୍ଧାରରେ ଶଗଡ଼ର କେଁ କଟର ଶବ୍ଦ ଶୁଭୁନି କି ଶଗଡ଼ିଆ ଗୀତ ଗାଉନି। କାଠରେ ନିର୍ମିତ ପ୍ରଦୂଷଣବିହୀନ ପ୍ରାଚୀନ ପରିବହନ ଯନ୍ତ୍ର ଏବେ ଅଲୋଡ଼ା ହୋଇପଡ଼ିଛି। ଅଣ୍ଢରା ଗ୍ରାମର ସମବାୟବିତ୍‌ ଚିତ୍ତରଞ୍ଜନ ମଲ୍ଲିକ କୁହନ୍ତି, ଗ୍ରାମାଞ୍ଚଳରେ କଁା ଭଁା ସ୍ବାବଲମ୍ବୀ ଚାଷୀ ବଳଦ, ହଳ, ଲଙ୍ଗଳ ରଖିଥିବା ବେଳେ ଶଗଡ଼ ଗାଡ଼ିରେ ଧାନ କ୍ଷେତରୁ ଧାନ ଅମଳ କରି ଖଳାକୁ ଆଣୁଥିବାର ବିରଳ ଦୃଶ୍ୟ କ୍ୱଚିତ ଦେଖିବାକୁ ମିଳୁଛି। ପୁରୁଣା କାଳରେ ଲୋକେ ବ୍ୟବହାର କରୁଥିବା ଲଙ୍ଗଳ ଫାଳ, ଜୁଆଳି ଓ ଶଗଡ଼ ଗାଡ଼ିରେ ଲାଗୁଥିବା ଚକ ବର୍ଜ୍ୟବସ୍ତୁ ଭଳି କେଉଁଠି ରାସ୍ତା କଡ଼ରେ ପଡିଛି ତ କେଉଁଠି ପିଣ୍ଡାରେ ଡେରା ହୋଇଛି। ଶିକ୍ଷାବିତ୍‌ ପ୍ରେମାନନ୍ଦ ପଣ୍ଡା କୁହନ୍ତି, ନିଜକୁ ଆଧୁନିକ ବୋଲାଉଥିବା ମଣିଷ ନିଜର ପୁରୁଣା ଜିନିଷକୁ ଭୁଲିବାରେ ଲାଗିଛି। ଆଜିର ଯୁବପିଢି କେବଳ ବର୍ଣ୍ଣବୋଧ ବହିରେ ଚକ, ଅଖ, ଶଗଡ଼ ଚିହ୍ନୁଛନ୍ତି। ଯନ୍ତ୍ରପାତିର ବହୁଳ ବ୍ୟବହାର ଯୋଗୁ ମାଟି, ପାଣି, ପବନ ବିଷାକ୍ତ ହେବାରେ ଲାଗିଛି। ଯେଉଁ କାରଣରୁ ନାନାବିଧ ରୋଗରେ ପଡ଼ି ମଣିଷ ଛଟପଟ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?