Odisha Elections 2024

ପଲିଥିନ ବ୍ୟାନ୍‌ ପ୍ରହସନ ପାଲଟିଛି

ଜଗତ୍‌ସିଂହପୁର,୪ା୯ (ପ୍ରମୋଦ କୁମାର ନାୟକ): ପଲିଥିନର ବହୁଳ ବ୍ୟବହାର ପରିବେଶ ଉପରେ କୁପ୍ରଭାବ ପକାଉଛି। ଏଗୁଡ଼ିକ ବର୍ଷ ବର୍ଷ ଧରି ନଷ୍ଟ ନ ହୋଇ ପଡ଼ିରହିବାରୁ ଅନେକ ସମସ୍ୟା ସୃଷ୍ଟି କରୁଛି। ତେଣୁ ପଲିଥିନ ବ୍ୟାନ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ୨୦୧୯ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଓଡ଼ିଶା ସରକାର ପଲିଥିନ ବିକ୍ରି ଓ ବ୍ୟବହାର ଉପରେ ଅଙ୍କୁଶ ଲଗାଇଛନ୍ତି। କିନ୍ତୁ ସରକାରଙ୍କ ଏହି ନିର୍ଦ୍ଦେଶନାମା ଜଗତ୍‌ସିଂହପୁର ଜିଲାରେ ପ୍ରହସନ ପାଲଟିଛି। ବିଭିନ୍ନ ଦୋକାନ, ବଜାରରେ ପଲିଥିନ୍‌ ଖୁଲମଖୁଲା ବିକ୍ରି ଚାଲିଛି। ଇତିମଧ୍ୟରେ ଉପରଠାଉରିଆ ଭାବେ କାଁ ଭାଁ ଜିଲାର ବିଭିନ୍ନ ସ୍ଥାନ ବିଶେଷକରି ଜଗତ୍‌ସିଂହପୁର ଓ ପାରାଦୀପ ପୌରାଞ୍ଚଳରେ ଚଢ଼ାଉ କରାଯାଉଛି। ମାତ୍ର ଏହା କେବଳ ଔପଚାରିକତା ପୂରଣ ପାଇଁ ବୋଲି ଅଭିଯୋଗ ହେଉଛି।
ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୨୦୧୯ ସେପ୍ଟେମ୍ବର ୩୦ରେ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିରେ ଉଲ୍ଲେଖ ଥିଲା, ଯେଉଁ ପଲିଥିନ୍‌ଗୁଡିକ ଠିକ୍‌ ଭାବେ ନଷ୍ଟ ଅର୍ଥାତ୍‌ ଖତ ହୋଇପାରୁଛି ସେଗୁଡିକ ବ୍ୟବହାର ଉପଯୋଗୀ। ଅବଶିଷ୍ଟ ପଲିଥିନ ବ୍ୟବହାର ଉପଯୋଗୀ ନୁହେଁ। ତେଣୁ ଏହି ପଲିଥିନ୍‌ଗୁଡିକର ଉତ୍ପାଦନ ହୋଇପାରିବ ନାହିଁ। ଯଦି କେଉଁଠି ରହିଯାଇଥିବ ତେବେ ତାହା କିଣା ବିକା ହୋଇପାରିବ ନାହିଁ । ଅର୍ଥାତ୍‌ ଏହି ପଲିଥିନ ଉପରେ ଅଙ୍କୁଶ ଲଗାଗଲା। ଏପରି କି ପ୍ଲାଷ୍ଟିକ ଥାଳି, ଚାମଚ, ଗିନା, କପ୍‌, ପ୍ଲେଟ୍‌, ଗ୍ଲାସ୍‌ ଆଦି ମଧ୍ୟ ବ୍ୟବହାର ହୋଇପାରିବ ନାହିଁ । ଯେଉଁ ପଲିଥିନ୍‌ର ସ୍ଥଳତା (ଥିକ୍‌ନେସ୍‌) ୫୦ ମାଇକ୍ରୋନ୍‌ ତଳକୁ ଥିବ ତାହା ବ୍ୟବହାର ଉପଯୋଗୀ ନୁହେଁ। କେବଳ କ୍ଷୀର କିମ୍ବା ଅନ୍ୟ ଔଷଧୀୟ ସାମଗ୍ରୀ ରଖିବା ପାଇଁ ଉପଯୁକ୍ତ ମାନର ପଲିଥିନ୍‌ ବ୍ୟବହାର କରାଯାଇପାରେ। ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶନାମା ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଥିଲେ ସୁଦ୍ଧା ଜିଲାରେ ଏହା ପାଳନ କରାଯାଉନାହିଁ। ବିଶେଷକରି ଜିଲା ମୁଖ୍ୟାଳୟ ଜଗତ୍‌ସିଂହପୁର ଓ ପାରାଦୀପ ସହରରେ ଅବାଧରେ ପଲିଥିନ ବିକ୍ରି ଚାଲିଛି। ପାନ ଦୋକାନ, ରାଶନ, ଷ୍ଟେଶନାରି ଓ ଜଳଖିଆ ଆଦି ଦୋକାନରେ ପଲିଥିନ୍‌ କାରବାର ଖୋଲାଖୋଲି ଚାଲିଛି। ଧୀରେ ଧୀରେ ପୂର୍ବପରି ପଲିଥିନ୍‌ ବ୍ୟବହାର ହେବାରେ ଲାଗିଛି। ବଡ କଥା ହେଲା ଜିଲାରେ ପଲିଥିନ୍‌ ଉତ୍ପାଦନ ହେଉନାହିଁ। କଟକରୁ ପ୍ରାୟତଃ ପଲିଥିନ୍‌ ଆସୁଛି। ଅନ୍ୟପକ୍ଷରେ ଜିଲାର ଜଗତ୍‌ସିଂହପୁର ଓ ପାରାଦୀପ ପୌର ପରିଷଦ ପକ୍ଷରୁ ପଲିଥିନ୍‌ ବନ୍ଦ ପାଇଁ ଏନ୍‌ଫୋର୍ସମେଣ୍ଟ କମିଟି ଗଠନ କରାଯାଇଥିଲା। କିନ୍ତୁ କମିଟି ପକ୍ଷରୁ ଆଶାନୁରୂପ ଚଢ଼ାଉ କରାଯାଉ ନ ଥିବାରୁ ପଲିଥିନ୍‌ ପୂର୍ବପରି ବ୍ୟବହୃତ ହେଉଛି। ଯେତେବେଳେ ଅଭିଯୋଗ ହେଉଛି, ସେତେବେଳେ ଉଭୟ ପରିଷଦ ଚେଇଁ ଉଠୁଛନ୍ତି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ କହିଛନ୍ତି,ପଲିଥିନ ବ୍ୟାନ କଡ଼ାକଡି ଭାବେ ପାଳନ ପାଇଁ ବିଭାଗୀୟ ପତ୍ର ହସ୍ତଗତ ହୋଇଛି। ତେଣୁ ଚଢ଼ାଉ ଜୋରଦାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri