ମୋଟରରେ ପାଣି ମଡ଼ାଇ ଚାଲିଛି ଧାନଚାଷ

ପଟ୍ଟାମୁଣ୍ଡାଇ,୪ା୯ (କଳ୍ପତରୁ ନାୟକ): ସରିଲା ଦୁଇମାସିଆ ଶ୍ରାବଣ, କିନ୍ତୁ ମୌସୁମୀ କି ଲଘୁଚାପଜନିତ ବର୍ଷାର ଦେଖାନାହିଁ। ନିଅଣ୍ଟିଆ ବର୍ଷା ସାଙ୍ଗକୁ କେନାଲ ପାଣି କ୍ଷେତକୁ ମାଡୁ ନ ଥିବା ଯୋଗୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସବୁଠି ସ୍ଥିତି ବେହାଲ। ଚାଷୀ ଧାନ ଚାଷ କାର୍ଯ୍ୟ ପାଇଁ ମୋଟର ଲଗାଇ ଜମିକୁ ପାଣି ମଡାଇ ରୁଆ ପୋତା କରୁଛନ୍ତି। ପଟ୍ଟାମୁଣ୍ଡାଇ ଓ ଗୋବରୀ ସମ୍ପ୍ରସାରିତ ମୁଖ୍ୟ କେନାଲର ଅବ୍ୟବସ୍ଥା ତଥା ମରାମତି କାର୍ଯ୍ୟର ଅବହେଳା ହେତୁ ପାଣି କ୍ଷେତକୁ ମାଡୁନାହିଁ। ସରକାରୀ ବାବୁମାନଙ୍କୁ ହାତବାରିସି କରି ପାଣି ପଞ୍ଚାୟତର ସଭାପତି ଓ ସମ୍ପାଦକ ଖରା ମାସରେ କେନାଲ, କାଡା କାମ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ମାତ୍ର ଏବେ କେନାଲ ଭିତରେ ଦଳ ଭର୍ତ୍ତି ଥିବାରୁ ପାଣି କ୍ଷେତରେ ପହଞ୍ଚତ୍ ପାରୁନାହିଁ। ଯଦି ସପ୍ତାହେ ମଧ୍ୟରେ ବର୍ଷା ନ ହୁଏ ସ୍ଥିତି ଆହୁରି ଭୟଙ୍କର ହେବାର ଆଶଙ୍କା କରାଯାଇଛି। କୃଷି ବିଭାଗର ସୂଚନା ଅନୁସାରେ, ଚଳିତ ବର୍ଷ ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସିପାଲିଟି ଅଞ୍ଚଳରେ ୧୧ .୩୪୧ ହେକ୍ଟର ଜମିରେ ଖରିଫ ଫସଲ ହେବା ଲକ୍ଷ୍ୟ ରଖାଯାଇଛି। ୨୦୦ ହେକ୍ଟର ଜମିରେ ଧାନ ବୁଣା ଯାଇଥିବାବେଳେ ୩୦୦୭ ହେକ୍ଟର ଜମିରେ ଅଦ୍ୟାବଧି ବେଉଷଣ ସରିନାହିଁ। ତନ୍ମଧ୍ୟରୁ ୧୪୦ ହେକ୍ଟର ଜମିରେ ପାଣି ଅଭାବ ଯୋଗୁ ରୁଆ କାର୍ଯ୍ୟ ହୋଇପାରିନାହିଁ। ଅନେକ ସ୍ଥାନରେ ଜଳସେଚନ ବ୍ୟବସ୍ଥା ଥାଇ ମଧ୍ୟ ଚାଷ ବଞ୍ଚାଇବା ପାଇଁ ଚାଷୀ ଉଦ୍ୟମ କରୁଛନ୍ତି।
ସମବାୟବିତ୍‌ ଜ୍ୟୋତି ପ୍ରକାଶ ପ୍ରଧାନ କହିଛନ୍ତି, ଗତବର୍ଷ ତୁଳନାରେ ଚଳିତବର୍ଷ ସ୍ବାଭାବିକଠାରୁ କମ୍‌ ବର୍ଷା ରେକର୍ଡ କରାଯାଇଛି। ୩ ମାସରେ ପଟ୍ଟାମୁଣ୍ଡାଇରେ ନିଅଣ୍ଟିଆ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଥ୍ୟରୁ ଜଣାପଡ଼ିଛି। ୨୦୨୨ ଜୁନରେ ୧୪୯ ମିମି ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ୮୧ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି। ସେହିପରି ୨୦୨୨ ଜୁଲାଇରେ ୨୮୬ ମିମି ହୋଇଥିବା ବେଳେ ଚଳିତ ବର୍ଷ ୨୬୭ ଓ ୨୦୨୨ ଅଗଷ୍ଟରେ ୫୩୩ ମିମି ବର୍ଷା ହୋଇଥିବା ବେଳେ ଚଳିତବର୍ଷ ୨୧୪ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି। ଅନ୍ୟପକ୍ଷରେ ପାଣି ପାଇଁ ଧାନ ଫସଲ ନଷ୍ଟ ହେବାକୁ ଯାଉଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ପାଣି ଅଭାବ ଯୋଗୁ କେହି କେହି ଏ ପର୍ଯ୍ୟନ୍ତ ଚାଷ କାମ ଆରମ୍ଭ କରିନାହାନ୍ତି। ଅନେକ ଚାଷୀ ରୁଆ କାମ ସାରିଥିବା ବେଳେ କେନାଲରେ ପାଣି କ୍ଷେତକୁ ଆସୁ ନ ଥିବାରୁ ଜମି ଫାଟି ଅଁା କରିବା ସହ ତଳି ମଧ୍ୟ ଶୁଖି ଗଲାଣି। ଏପରି ସ୍ଥିତିରେ କିଛି ସ୍ଥାନରେ ଚାଷୀ ମୋଟର ଲଗାଇ ପାଣି ମଡାଇ ଚାଷ କରୁଥିବା ଦେଖିବାକୁ ମିଳିଛି। କୃଷକନେତା ବିଜୟ ଦାସ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସମୁଦାୟ ଜଳସେଚିତ ୧୧,୦୪୯ ହେକ୍ଟର ଜମିକୁ କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯାଏ। ପଟ୍ଟାମୁଣ୍ଡାଇ କେନାଲ ଓ ଗୋବରୀ ସମ୍ପ୍ରସାରିତ କେନାଲ ଓ ତାହାର ଶାଖା କେନାଲଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ପାଣି ଥାଇ ସୁଦ୍ଧା କ୍ଷେତକୁ ପହଞ୍ଚତ୍ ପାରୁନାହିଁ। ବିଭାଗୀୟ ଅଧିକାରୀ ଏହାର ତଦାରଖ କରୁ ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଯାହାଦ୍ୱାରା ଅଗଷ୍ଟ ଶେଷ ହୋଇଥିବା ବେଳେ ଠିକ୍‌ ଭାବେ କେନାଲ ସଫେଇ ହୋଇ ନ ଥିବାରୁ ପାଣି ଚାଷଜମିକୁ ମାଡି ପାରିନାହିଁ। ପଟ୍ଟାମୁଣ୍ଡାଇ ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟକୁ ଚାଷୀମାନେ ଅଭିଯୋଗ କରିବାକୁ ଯାଇ କୌଣସି ବିଭାଗୀୟ ଅଧିକାରୀଙ୍କୁ ନ ପାଇ ନିରାଶରେ ଫେରିଛନ୍ତି ବୋଲି ସେ କହିଛନ୍ତି। ବୁଦ୍ଧିଜୀବୀ ସୂର୍ଯ୍ୟ ନାରାୟଣ ଦାଶ କହିଛନ୍ତି, ଚଳିତ ବର୍ଷରେ ନାଳ ଓ ପାଟ ନାଳ ଖନନ ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ବହୁ ଅର୍ଥ ଖର୍ଚ୍ଚ କରାଯାଇଛି। ଏଥିରେ କେବଳ ଠିକାଦାର ମାଲାମାଲ ହୋଇଥିବାବେଳେ ନାଳର କୌଣସି ଅଂଶ ଚାଷୀଙ୍କ କାର୍ଯ୍ୟରେ ଲାଗୁ ନାହିଁ। ବହୁ କେନାଲ ଭିତରୁ ମାଟି ଖୋଳି ବନ୍ଧ କାମ କରାଯାଉଛି। ଫଳରେ ବର୍ଷା ପାଣିରେ ଉକ୍ତ ମାଟି ବୋହି ପୁଣି କେନାଲରେ ପଶୁଛି। ବିଭାଗ ପକ୍ଷରୁ ନାଳ ସଫେଇ ପାଇଁ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ନାମକୁ ମାତ୍ର ସଫା କରାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଥ୍ୟ ଅନୁଯାୟୀ କେନ୍ଦ୍ରାପଡାରେ ୩୭ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ପଟ୍ଟାମୁଣ୍ଡାଇରେ ସବୁଠୁ କମ୍‌ ବର୍ଷା ରେକର୍ଡ ହୋଇଛି। ତେବେ ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି କଣ୍ଟିଜେନ୍ସି ପ୍ଲାନ କରାଯାଇଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ କହିଛନ୍ତି। କୃଷି ବିଭାଗ ଏ ନେଇ ଆବଶ୍ୟକ ପଦକ୍ଷେପ ନେଉଛି ବୋଲି ସେ କହିଛନ୍ତି। ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉକ୍ତ ନାଳରେ ତୁରନ୍ତୁ ସଫେଇ ପାଇଁ ସ୍ଥାନୀୟ ଚାଷୀ କୁଞ୍ଜବିହାରୀ ନାୟକ, ପ୍ରଶାନ୍ତ ଦାସ, ନରେଶ ଜେନା, ରଞ୍ଜିତ ପ୍ରଧାନ ପ୍ରମୁଖ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ମନୋରଞ୍ଜନ ସାହୁଙ୍କୁ ପଚାରିବାରେ ପାଣି ପଞ୍ଚାୟତକୁ ସଫେଇ ପାଇଁ ଅର୍ଥ ବରାଦ କରାଯାଇଛି, ଖୁବ୍‌ ଶୀଘ୍ର କେନାଲ ସଫେଇ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri