ଘର ସାମ୍ନାକୁ ଆସିଗଲା ବିମାନ, ଡରରେ ଲୋକଙ୍କ ଅବସ୍ଥା ହେଲା ଖରାପ; ଭିଡିଓ ଦେଖିଲେ…

କାନବେରା,୩୦ା୯: ଅଷ୍ଟ୍ରେଲିଆର ବ୍ରିସବେନର ଏକ ଉଚ୍ଚ କୋଠା ନିକଟରେ ବାୟୁସେନାର ସି-୧୭ କାର୍ଗୋ ବିମାନ ଉଡ଼ାଣ କରିଥିଲା। ଏହାର କକ୍‌ପିଟ୍‌ ଫୁଟେଜ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ପାଇଲଟ ଯେଉଁଭଳି ଗଗନଶ୍ଚୁମ୍ବୀ କୋଠା ମଝିରେ ବିମାନ ଉଡ଼ାଉଥିଲେ, ଯିଏ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ।

ବିମାନ ଆକାଶରେ ଉଡ଼ିବା ସମୟରେ ବେଶ୍‌ ରୋମାଞ୍ଚର ଦେଖାଯାଇଥାଏ। ସବୁଠୁ ସୁନ୍ଦର ଦେଖାଯାଏ ଯେଉଁଠି ପାଇଲଟ୍‌ ବସି ବିମାନ ଚଳାଇଥାନ୍ତି। ତାହାକୁ କକ୍‌ପିଟ୍‌ କୁହାଯାଏ। ଭାଇରାଲ ହୋଇଥିବା ଭିଡିଓରେ, ବ୍ରିସବେନ ସହରର କିଛି କୋଠା ଉପରେ ବାୟୁସେନାର ବିମାନଟି ଉଡ଼ାଣ କରୁଛି। ଉଡ଼ାଣ ଦେଖିଲେ ଲାଗିବ ବିମାନଟି ସତେ ଯେମିତି କୋଠାରେ ପିଟି ହୋଇଯିବ। କିନ୍ତୁ ଚାଳକ ଏତେ ସାବଧାନତାର ସହ ଉଡ଼ାଣ କରୁଛନ୍ତି କୌଣସି କୋଠାରେ ବିମାନ ମାଡ଼ ହେଉନାହିଁ।

ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ନାନା ପ୍ରତିକ୍ରିୟା ସବୁ ଦେଇଛନ୍ତି। କିଛି ଲୋକ ଏହାକୁ ଅତ୍ୟନ୍ତ ଭୟଙ୍କର ଘଟଣା କହିଥିବା ବେଳେ ଆଉ କେହି ସହରର ସୁରକ୍ଷା ନେଇ ପ୍ରଶ୍ନବାଚୀ ଉଠାଇଛନ୍ତି। ଯେତେବେଳେ ବିମାନଟି ଉଡ଼ାଣ କରିଥିଲା ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ବେଶ୍‌ ଭାଇରାଲ ହେଉଛି।

ସୂଚନାଯୋଗ୍ୟ, ବାୟୁସେନାର ବାର୍ଷିକ ଉତ୍ସବ ଉପଲକ୍ଷେ କିଛିଦିନ ତଳେ ପୂର୍ବାଭାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯାହା ଶନିବାର ଉଦ୍‌ଯାପିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାଡି ପଳାଇଲେ କାନାଡା ପ୍ରଧାନମନ୍ତ୍ରୀ

ଓଟାଓ୍ବା,୩୦।୧: କାନାଡାରେ କରୋନା ଟିକା ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଟିକା ନେବା ବାଧ୍ୟତାମୂଳକ ନିୟମକୁ ପ୍ରତ୍ୟାହାର କରିବା...

‘କୋଭିଡ-୧୯’ ଚାଇନାର ଅତ୍ୟଧିକ ଖରାପ ଉପହାର: ଟ୍ରମ୍ପ

ଓ୍ବାଶିଂଟନ,୬।୬: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ବା କୋଭିଡ-୧୯ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଛି। ଏହା ଚାଇନାରେ ଯେତିକି ସଂକ୍ରମିତ...

କରୋନା ଭୂତାଣୁ ଆସିଛି କେଉଁଠୁ: ୯୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି…

ଓ୍ବାଶିଂଟନ,୨୭।୫: ପୃଥିବୀରେ ତାଣ୍ଡବ ରଚିଥିବା କରୋନା ମହାମାରୀ ଭୂତାଣୁ କେଉଁଠୁ ଆସିଛି ତାହାର ରିପୋର୍ଟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୯୦ ଦିନ ମଧ୍ୟରେ ଲୋଡିଛନ୍ତି।...

ଗର୍ଭବତୀଙ୍କ ପାଇଁ ସୁରକ୍ଷିତ କରୋନା ଭାକ୍ସିନ୍‌: ଏଠାରେ ଆରମ୍ଭ ହେବ ଟିକାକରଣ…

ଅକ୍‌ଲାଣ୍ଡ,୧୩।୬: କରୋନା ଭାକ୍ସିନ୍‌ ଗର୍ଭବତୀଙ୍କ ପାଇଁ ସୁରକ୍ଷିତ ଜଣାପଡ଼ିବା ପରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ସେମାନଙ୍କୁ ଟିକାକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଖୁବ୍‌ ଶୀଘ୍ର ଏଠାରେ...

ଧୂଳିଝଡ଼ ନେଇ ହାହାକାର, ୪ ହଜାରରୁ ଅଧିକ ହସ୍ପିଟାଲରେ ଭର୍ତ୍ତି, ସ୍କୁଲ-କଲେଜ-ଅଫିସ ବନ୍ଦ…

ବାଗ୍‌ଦାଦ, ୧୮।୫ : ଇରାକରେ ଭୟଙ୍କର ଧୂଳିଝଡ଼ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ନିଶ୍ୱାସ ନେବାରେ ଅସୁବିଧା ହେବାରୁୁ ୪ ହଜାରରୁ ଅଧିକ...

ପଛରେ ପଡ଼ିଲେ ଟ୍ରମ୍ପ୍‌, ଆଗରେ ବାଇଡେନ୍‌

ୱାଶିଂଟନ, ୧୩।୮: ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ର୍ନିବାଚନ ଅନୁଷ୍ଠିତ ହେବ। ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଡେମୋକ୍ରେଟିକ ପାର୍ଟିର ପ୍ରାର୍ଥୀ ଜୋ...

ଦକ୍ଷିଣ ୟୁକ୍ରେନରେ ରୁଷିଆର ମିଶାଇଲ ମାଡ, ୩୦ ମୃତ, ୮୮ ଆହତ

କ୍ୱିଭ,୧ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଏବେବି ସେଠାକାର ଲୋକଙ୍କୁ ଭୟଭୀତ କରି ରଖିଛି । ଦୀଘ ପ୍ରାୟ ୭ ମାସ ହେବ ଚାଲିଥିବା ଏହି ଯୁଦ୍ଧରେ...

‘ୟୁକ୍ରେନକୁ ବିଶ୍ୱ ମାନଚିତ୍ରରୁ ହଟାଇବାକୁ ଚାହୁଁଛି ରୁଷିଆ’

ଓ୍ବାଶିଂଟନ,୩୦ା୭: ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ୍‌ ଗ୍ରୀନଫିଲ୍ଡ କହିଛନ୍ତି, ରୁଷିଆ ୟୁକ୍ରେନକୁ ବିଶ୍ୱ ମାନଚିତ୍ରରୁ ହଟାଇବା ଅର୍ଥାତ୍‌ ମୂଳପୋଛ କରିବାକୁ ଚାହୁଁଛି। ଗ୍ରୀନଫିଲ୍ଡ...

Advertisement
Archives

Model This Week