ଭୟ ବଢ଼ାଇଲାଣି ବନାଗ୍ନି

ଢେଙ୍କାନାଳ ଅଫିସ, ୯।୨: ଫେବୃୟାରୀ ପ୍ରଥମ ସପ୍ତାହରୁ ପାରଦ ଛୁଇଁଲାଣି ୩୩ ଡିଗ୍ରୀ। ଚଳିତବର୍ଷ ଆକାଶରୁ ଅଗ୍ନି ବର୍ଷିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କରିଥିବା ଅନୁମାନ ଏଥିରୁ ଜଳଜଳ ହୋଇ ଦିଶିଲାଣି। ଏସବୁ ଭିତରେ ଓଡ଼ିଶାରେ ଜଙ୍ଗଲ ନିଅଁାକୁ ନେଇ ଯେଉଁ ଚିତ୍ର ସାମ୍ନାକୁ ଆସିଛି, ତାହା ଯେତିକି ଉଦ୍‌ବେଗଜନକ ସେତିକି ଚିନ୍ତାଜନକ ମଧ୍ୟ। ପତ୍ରଝଡ଼ା ଦେଇଥିବା ଗଛର ଶୁଖିଲା ପତ୍ର ଜଙ୍ଗଲରେ ଗଦା ହୋଇ ରହିଥିବାବେଳେ ସାମାନ୍ୟ ଭୁଲ ବଡ଼ଧରଣର ବନାଗ୍ନିର ରୂପ ନେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏ ସଂକ୍ରାନ୍ତରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ସମସ୍ତ ଜିଲାର ବନଖଣ୍ଡ ଅଧିକାରୀଙ୍କୁ ସତର୍କ କରାଇବା ପରେ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ କରିଛି ଢେଙ୍କାନାଳ ବନ ବିଭାଗ।

ସମ୍ଭାବ୍ୟ ବନାଗ୍ନିରେ ପ୍ରଭାବିତ ଜଙ୍ଗଲଗୁଡ଼ିକ ମଧ୍ୟରୁ କାମାକ୍ଷାନଗର ଉପଖଣ୍ଡର ଅନନ୍ତପୁର, ରଞ୍ଜାଗଡ଼, ହିନ୍ଦୋଳ ଉପଖଣ୍ଡର କନ୍ଧରା, ବମ୍ପା, ନନ୍ଦିନିଆ, ଢେଙ୍କାନାଳ ସଦର ବନାଞ୍ଚଳର କପିଳାସ ଅଭୟାରଣ୍ୟ ଓ ସପ୍ତଶଯ୍ୟା ସଂରକ୍ଷିତ ଜଙ୍ଗଲକୁ ରେଡ୍‌ଜୋନ୍‌ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ୟେଲୋ ଜୋନ୍‌ରେ ସୁନାଝରି, କୋଇ, ମଉଳାଭଞ୍ଜ, ସୁନ୍ଦରଖୋଲ, ଅଶ୍ୱଖୋଲା, ହିତିଣ୍ଡା, ବେଲବଣିଆ, ତାଳଚେର ସୀମାନ୍ତ ଜଙ୍ଗଲ, ଘଣ୍ଟାବାଜ, ମାଟିଆମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ ରହିଛି। ଡୋଲିଆ, ରାମେଇ, ଆମ୍ବିଠି, ବାରବାଙ୍କ ଉତ୍ତର, ବାରବାଙ୍କ ଦକ୍ଷିଣ, ଜିରିଡାମାଳି, ଅଁଳାବେରେଣୀ, ସୁଲିଆ, ଭଏରପୁର, ଚାରଖୋଲା, ଖାଲପାଳ, ମଢ଼ି, ମଠରଗଡ଼ି, ତାମଣ୍ଡା, ଗଁଦିଆ, ପଟାଳୁ, ପାଟପୁରି, ରୁପାବଳିଆ, ସିଆରିମାଳିଆ, ସୁନିଆମାରୁ, ବାଲିବୋ, ବାଲିପଶି ଓ ଘଣ୍ଟାବାଇଆ ଜଙ୍ଗଲକୁ ଗ୍ରୀନ୍‌ ଜୋନ୍‌ ଅନ୍ତର୍ଭୁକ୍ତ କରାଯାଇଛି।

ବନାଗ୍ନି ପ୍ରକୋପ ହ୍ରାସ କରିବା ଲାଗି ୧୦୦୦ କିଲୋମିଟର ଫାୟାର ଲାଇନ ପ୍ରସ୍ତୁତ କରାଯାଇଛି। ୧୦ ଫୁଟ ଓସାର ବିଶିଷ୍ଟ ଏହି ଫାୟାର ଲାଇନ୍‌କୁ ସର୍ବଦା ସଫା ରଖାଯିବ। ଫଳରେ ନିଅଁା ଲାଗିଲେ ତାହା ସହଜରେ ଅନ୍ୟତ୍ର ବ୍ୟାପିବ ନାହିଁ। ଚଳିତବର୍ଷ ନୂତନ ପଦକ୍ଷେପ ସ୍ବରୂପ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ନିଅଁା ଲିଭା କାର୍ଯ୍ୟରେ ନିୟୋଜିତ କରାଯିବ। ସେମାନେ ବନାଗ୍ନି ପ୍ରଭାବିତ ଗ୍ରାମବାସୀଙ୍କୁ ସଚେତନ କରାଇବେ। ଏଥିଲାଗି ୩୦୦ ଗ୍ରାମ ଚିହ୍ନଟ କରାଯାଇଛି। ଏହି କାର୍ଯ୍ୟ ପାଇଁ ପ୍ରତି ଏସ୍‌ଏଚ୍‌ଜିକୁ ୨୫୦୦ ଟଙ୍କା ପ୍ରଦାନ କରାଯିବ। ଢେଙ୍କାନାଳ ସହରକୁ ଲାଗିଥିବା ପାଣି ଓହଳା ପାହାଡ଼ ଓ ଚାରଖୋଲା ଜଙ୍ଗଲ ପ୍ରତିବର୍ଷ ବନାଗ୍ନି ଦ୍ୱାରା ପ୍ରଭାବିତ ହେଉଛି। ଏହାର ପ୍ରତିକାର ଲାଗି ପାଣିଓହଳା ପାହାଡ଼ ଶୀର୍ଷରେ ବନ ବିଭାଗ ପକ୍ଷରୁ ଲୁହାରେ ଏକ ୱାଚ୍‌ ଟାୱାର ନିର୍ମାଣ କରାଯାଇଛି। ଏହା ଉପରୁ ଚାରଖୋଲା, ପାଣିଓହଳା, ସପ୍ତଶଯ୍ୟା, ମେଘା ଜଙ୍ଗଲ ଉପରେ ନଜର ରଖାଯାଇପାରିବ। ଓ୍ବାଚ୍‌ ଟାଓ୍ବାର ଉପରୁ ଡ୍ରୋନ୍‌ କ୍ୟାମେରା ସହାୟତାରେ ବନାଗ୍ନି ସ୍ଥିତି ସମ୍ପର୍କରେ ସହଜରେ ଜାଣିହେବ। ସେହିପରି କଟକ ଜିଲା ନରସିଂହପୁର, ବଡ଼ମ୍ବା, ଆଠଗଡ଼, ଯାଜପୁର ସୀମାନ୍ତ, କେନ୍ଦୁଝର-ଅନୁଗୋଳ ସୀମାରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ଏହାକୁ ବାଦ୍‌ଦେଲେ ଜିଲାର ୧୦୬ ବିଟ୍‌ ହାଉସକୁ ଫାୟାର ବ୍ଲୋୟାର ପ୍ରଦାନ କରାଯାଇଛି। ୫ଟି ଡ୍ରୋନ୍‌ କ୍ୟାମେରା, ୮ଟି ରେଞ୍ଜ୍‌ରେ ୮ ସ୍କ୍ବାଡ୍‌, ଗାଡ଼ି ପ୍ରସ୍ତୁତ ରଖାଯାଇଛି। ପଞ୍ଚାୟତ ପ୍ରତିନିଧିମାନଙ୍କୁ ମଧ୍ୟ ଏଥିରେ ସହଯୋଗ କରିବା ପାଇଁ ନିବେଦନ କରାଯାଇଥିବା ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।

(ରତନ ନାୟାର)


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ...

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri