ଏବେ ସହଜରେ ଧରାପଡିଯିବେ ମଦ୍ୟପ, ମୋବାଇଲ ଫୋନ କହିବ ସତ

ନୂଆଦିଲ୍ଲୀ,୧୧।୧୧: ମଦ୍ୟପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ପ୍ରତ୍ୟେକ ମଦ ବୋତଲରେ ଲେଖାଯିବା ସହ ଟିଭିରେ ବିଭିନ୍ନ ପ୍ରକାର ବିଜ୍ଞାପନରେ ମଧ୍ୟ ଦର୍ଶାଯାଇଥାଏ। ଏସବୁ ପରେ ବି ଲୋକମାନେ ମଦ୍ୟପାନ କରନ୍ତି । କିନ୍ତୁ ବହୁ ଲୋକ ମଦ୍ୟପାନ କରନ୍ତି ନାହିଁ ସିଧା ସିଧା ମୁହଁରେ ମନା କରି ଦିଅନ୍ତି। କିନ୍ତୁ ଏବେ ଫୋନ ଦ୍ୱାରା ଜଣାପଡିବ ମଦ୍ୟପାନ କରିଛନ୍ତି କି ନାହିଁ। ଯଦି ଆପଣଙ୍କ ବନ୍ଧୁ, ସ୍ବାମୀ-ସ୍ତ୍ରୀ, ଭାଇ-ଭଉଣୀ, ଯେ କେହି ବି ମଦ୍ୟପାନ କରିଥିବେ ତାହା ଫୋନରେ କଥା ହେବାବେଳେ ଜଣାପଡିଯିବ।
ଷ୍ଟାନଫୋର୍ଡ ୟୁନିଭରସିଟି ଜରୁରୀକାଳୀନ ଚିକିତ୍ସା ବିଭାଗର ପ୍ରଫେସର ବ୍ରାଏନ ସୁଫୋଲେଟୋ ଏବଂ ତାଙ୍କ ଟିମ୍‌ ଏକ ସେନ୍ସର ଉଦ୍ଭାବନ କରିଛନ୍ତି । ଯାହା ଆପଣଙ୍କ ସ୍ମାର୍ଟଫୋନରେ ଲଗାଯିବା ପରେ ଫୋନ ଆରପଟରେ କଥା ହେଉଥିବା ବ୍ୟକ୍ତି ମଦ୍ୟପାନ କରିଛନ୍ତି କି ନାହିଁ ତାହା ଜାଣିପାରିବେ । ଏହି ସିଷ୍ଟମ ୯୮ ପ୍ରତିଶତ ସଫଳତାର ସହ କାମ କରୁଛି ବୋଲି ବ୍ରାଏନଙ୍କ ଟିମ୍‌ କହିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ୧୮ ଜଣଙ୍କୁ ନେଇ ଏହି ରିସର୍ଚ୍ଚ କରାଯାଇଥିଲା । ଆଉ ଏମାନଙ୍କ ବୟସ ଥିଲା ୨୧ ବର୍ଷ କିମ୍ବା ତାଠାରୁ ଅଧିକ ଥିଲା । ରିସର୍ଚ୍ଚ ସମୟରେ ବୈଜ୍ଞାନିକ ମଦ୍ୟପାନ କରିବା ପୂର୍ବରୁ ଏବଂ ପରେ ଲୋକଙ୍କ ସ୍ବର ରେକର୍ଡ କରିଥିଲେ । ଏହାପରେ ଏହାକୁ ଯାଞ୍ଚ ପାଇଁ ଏହି ଡିଭାଇସ ଲଗାଇ ଦିଆଯାଇଥିଲା । ଏଥିରେ ଜଣାଗଡିଯାଇଥିଲା ସେମାନଙ୍କ ମଧ୍ୟରୁ କିଏ ମଦ୍ୟପାନ କରିଛନ୍ତି କି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri