ଆଉ ବଢ଼ି ନ ପାରେ ଅବଧି

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ଯେଉଁ ସବୁ ଗାଡିର ଶେଷ ନମ୍ବର ୧,୨,୩,୪ ହୋଇଥିବ ସେହି ଯାନବାହନଗୁଡ଼ିକର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ୍‌ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି) ଲଗେଇବାର ସମୟସୀମା ନଭେମ୍ବର ୩୦ରେ ଶେଷ ହେବ। ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ଯାନବାହନ ମାଲିକ ସେମାନଙ୍କ ଗାଡ଼ିରେ ଏଚ୍‌ଏସ୍‌ଆର୍‌ପି ସଂଲଗ୍ନ କରିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ପକ୍ଷରୁ ସଚେତନ କରାଯାଇଛି। ଏହି ସମୟ ସୀମା ପରେ ଜରିମାନା ଆଦାୟ କରାଯିବ। ପରିବହନ ଯୁଗ୍ମ କମିଶନର ଦୀପ୍ତିରଞ୍ଜନ ପାତ୍ର କହିଛନ୍ତି, ନଭେମ୍ବର ୧୪ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୩୧,୨୫,୨୩୬ ଗାଡ଼ି ମାଲିକ ସ୍ଲଟ୍‌ ବୁକ୍‌ କରିଛନ୍ତି। ସେଥିରୁ ୧୫,୩୦,୫୭୬ ଯାନରେ ଏଚ୍‌ଏସ୍‌ଆର୍‌ପି ଲଗାଯାଇଛି। ଗାଡ଼ି ମାଲିକଙ୍କ ସୁବିଧା ପାଇଁ ବିଭାଗ ସମୟସୀମାକୁ ୩ ଥର ବୃଦ୍ଧି କରାଯାଇଛି। ଯେଉଁ ଗାଡ଼ି ମାଲିକମାନଙ୍କର ଇଣ୍ଟରନେଟର ବ୍ୟବହାର କିମ୍ବା ଟେକ୍ନୋଲୋଜି ବିଷୟରେ କୌଣସି ଜ୍ଞାନ ନାହିଁ, ସେମାନଙ୍କ ସୁବିଧା ଅନୁଯାୟୀ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ଏଚ୍‌ଏସ୍‌ଆର୍‌ପି ସୁବିଧା କେନ୍ଦ୍ରରେ ଆରଟିଓ ମାଧ୍ୟମରେ ଆବେଦନ କରିପାରିବେ।
ଓଇଏମ୍‌(ଯାନ ନିର୍ମାତା) ସେମାନଙ୍କର ପ୍ରାଧିକୃତ ବିକ୍ରେତାଙ୍କ ମାଧ୍ୟମରେ ୮୮ ଟି ସ୍ଥାନରେ ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କ୍ୟାମ୍ପ ଫିଟ୍‌ମେଣ୍ଟ ସେଣ୍ଟର/ଅସ୍ଥାୟୀ ଫିଟ୍‌ମେଣ୍ଟ ସେଣ୍ଟର ଖୋଲିଛନ୍ତି। ଏହାଛଡ଼ା କେତେକ ଆରଟିଓ କାର୍ଯ୍ୟାଳୟରେ ଏହି ଫିଟ୍‌ମେଣ୍ଟ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି। ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ତଥା ସ୍ଥାନୀୟ ଉତ୍ପାଦିତ ଟ୍ରେଲର ଏବଂ ଯାନ ସହିତ ଏଚ୍‌ଏସ୍‌ଆର୍‌ପିର ଫିଟ୍‌ମେଣ୍ଟ, ଯାହାର ଉତ୍ପାଦକମାନେ ସେମାନଙ୍କ ବ୍ୟବସାୟ ବନ୍ଦକରି ଦେଇଛନ୍ତି ସେହି ସ୍ଥାନରୁ କିଣାଯାଇଥିବା ଗାଡି ଆରଟିଓରେ କରାଯାଇପାରିବ। ଆରଟିଓ କାର୍ଯ୍ୟାଳୟରେ କେବଳ ବାହାନ୍‌ ପୋର୍ଟାଲ ମାଧ୍ୟମରେ ଆବେଦନ କରାଯାଇ ପାରିବ। ଏଚ୍‌ଏସ୍‌ଆରପି ନମ୍ବର ପ୍ଲେଟ ବଦଳାଇବା ସମୟରେ କିମ୍ବା ଅନ୍ୟ କୌଣସି କାରଣବଶତଃ ଏଥିରେ କିଛି କ୍ଷତି ହେଲେ ଯାନବାହନ ମାଲିକ ଏହାର ରିପ୍ଲେସମେଣ୍ଟ ପାଇଁ ବୁକିଂ କରିପାରିବେ। ସମସ୍ତ ଅଟୋ ମୋବାଇଲ୍‌ ନିର୍ମାତା ଏବଂ ଓଇଏମ୍‌ର ପ୍ରାଧିକୃତ ବିକ୍ରେତାମାନଙ୍କୁ ଏ ବିଷୟରେ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ (ଏସଓପି) ପ୍ରଣାଳୀ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri