Posted inUncategorized

ମାଡ଼ି ଆସିଲେ, କିଛି ମାନିଲେନି

ଭୁବନେଶ୍ୱର,(ବ୍ୟୁରୋ)/ କଟକ ଅଫିସ,୨୫।୫: କରୋନା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ଜାରି ରହିଛି। ଏଭଳି ସଙ୍କଟଜନକ ସ୍ଥିତିରେ ଓଡ଼ିଶାକୁ ବାତ୍ୟା ବିପଦ ମାଡ଼ି ଆସୁଛି। ୨୬ ତାରିଖ ସକାଳେ ବାତ୍ୟା ‘ୟାସ୍‌’ ଉପକୂଳ ଛୁଇଁବ। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଜଗତ୍‌ସିଂହପୁରରେ ଅଧିକ କ୍ଷୟକ୍ଷତି ଘଟାଇବା ସହ ଆଖପାଖ ଜିଲାରେ ପବନ ସହ ବର୍ଷା ବି ହେବ। ଏହାକୁ ନେଇ ଲୋକେ ଛାନିଆ ହୋଇପଡିଛନ୍ତି। ଭୟରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ପାଇଁ ଲାଗିପଡିଛନ୍ତି। ଶନିବାର ଓ ରବିବାର ଶଟ୍‌ଡାଉନ୍‌ ଥିଲା। ସୋମବାର ସକାଳ ହେବାମାତ୍ରେ କଟକ ଓ ଭୁବନେଶ୍ୱରର ଲୋକେ କିଛି କଟକଣା ନ ମାନି ସିଧା ବଜାର ଧାଇଁଥିଲେ। ବିଭିନ୍ନ କଲୋନୀରୁ ଦଳଦଳ ହୋଇ ରାସ୍ତାକୁ ମାଡ଼ି ଆସିଥିଲେ। ଚାଲିଚାଲି ଆସି ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ନିୟମ ରହିଥିଲେ ମଧ୍ୟ ଅଧିକାଂଶ ଗାଡିମୋଟରରେ ଆସି ହାଟ ବଜାରରେ ଭିଡ଼ ଜମାଇଥିଲେ। କିଣାକିଣି ସମୟରେ କାହା ମଧ୍ୟରେ ସାମାଜିକ ଦୂରତ୍ୱ ନ ଥିଲା। କେତେଜଣଙ୍କ ମୁହଁରେ ବି ମାସ୍କ ନ ଥିଲା। ଲୋକଙ୍କ ଏଭଳି ଆତଙ୍କିତ ଅବସ୍ଥା ଦେଖି ବିଭିନ୍ନ ସ୍ଥାନରେ ଜଗି ରହିଥିବା ପୋଲିସ ବି ହାତ ଟେକି ଦେଇଥିଲା। ଅଳ୍ପ କେତେକ ସ୍ଥାନରେ ପୋଲିସ ଗାଡ଼ି ଅଟକାଇ ଯାଞ୍ଚ କରିଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ସହାନୁଭୂତି ଦେଖାଉଥିବା ଦେଖିବାକୁ ମିଳିଥିଲା।
ସେହିପରି କଟକରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ମାଲଗୋଦାମ, ଓଏମ୍‌ପି ଫିଲ୍ଡ, ବାଦାମବାଡି ଓ ସିଡ଼ିଏ ପେଟାନାଳ ରୋଡ୍‌ ସମେତ ଅନେକ ସ୍ଥାନରେ ଭିଡ ଜମିଥିଲା। ଏଥିପାଇଁ ସହରର ବାଦାମବାଡି, ଦୋଳମୁଣ୍ଡାଇ, ରାଣୀହାଟ, ଚୌଧୁରୀବଜାର, ମଙ୍ଗଳାବାଗ ଆଦି ମୁଖ୍ୟରାସ୍ତା ସମେତ ଅନେକ ସ୍ଥାନରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।
ସରକାର ବାତ୍ୟା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଓ ଅତ୍ୟାବଶ୍ୟକ ଜିନିଷ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ବାରମ୍ବାର ସୂଚନା ଦିଆଯାଉଛି। ଏଥିସହ ସୋମବାର ଓ ମଙ୍ଗଳବାର ଏସବୁ ସାମଗ୍ରୀ କିଣାକିଣି ପାଇଁ କଟକଣାକୁ କୋହଳ କରାଯାଇଛି। ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପରିବର୍ତ୍ତେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାସତ୍ତ୍ୱେ ସଚେତନ ନାଗରିକ ରହୁଥିବା ଦ୍ୱୈତନଗରୀରେ ଏଭଳି ଭିଡ଼କୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।
ହାଟ ସ୍ଥିତି ଅସମ୍ଭାଳ, ଦାମ୍‌ ଭିଡ଼ିନେଲେ ବେପାରୀ
ରାସ୍ତାପାର୍ଶ୍ୱ ଅପେକ୍ଷା ହାଟର ସ୍ଥିତି ଅସମ୍ଭାଳ ହୋଇପଡିଥିଲା। ରାଜଧାନୀର ପ୍ରମୁଖ ହାଟ କୁହାଯାଉଥିବା ୧ନମ୍ବର ହାଟରେ ଅବସ୍ଥା ଅଣାୟତ୍ତ ହୋଇପଡିଥିଲା। ସାଇକେଲ, ଦୁଇଚକିଆ ଯାନ ସହିତ ଡାଲା ଅଟୋରେ ପରିବା କିଣି ନେଇ ଯାଉଥିବା ଦେଖାଯାଇଥିଲା। ଡିମାଣ୍ଡ ଦେଖି ବ୍ୟବସାୟୀମାନେ ଚଢା ଦରରେ ପରିବା ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ମୁତୟନ ଥିବା ପୋଲିସ ବାରମ୍ବାର ତାଗିଦ୍‌ କରୁଥିଲେ ବି ଲୋକେ ଓ ବ୍ୟବସାୟୀ କିଛି ଶୁଣି ନ ଥିଲେ। ସେହିଭଳି ୟୁନିଟ୍‌ ୪ ହାଟ, ପଳାଶୁଣୀ ହାଟ, ଝାରପଡା ଗଣେଶ ମଣ୍ଡପସ୍ଥିତ ଅସ୍ଥାୟୀ ହାଟ, ରସୁଲଗଡ ହାଟ ସବୁଠାରେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମାନ ସ୍ଥିତି ଲାଗି ରହିଥିଲା। ପରିବା ଓ ରାଶନ ଦୋକାନରେ ଅଧିକ ଭିଡ଼ ହୋଇଥିଲା। ଲୋକେ ଠେଲାପେଲା ହୋଇ କିଣାକିଣି କରୁଥିଲେ। ସୋମବାର ପାଇଁ ଅଧିକାଂଶ ଆମିଷ ଦୋକାନ ବନ୍ଦ ଥିବାବେଳେ ଖୋଲିଥିବା କେତେକ ଦୋକାନରେ ଗ୍ରାହକ ଭିଡ ଲଗାଇଥିଲେ।
ଜେନେରେଟର ଦୋକାନ ଚଳଚଞ୍ଚଳ
ପବନ ସହ ବର୍ଷା ହେଲେ ବିଦ୍ୟୁତ୍‌ ବିଭ୍ରାଟ ହେବାର ଆଶଙ୍କା ରହିଛି। ତେଣୁ ବିଭିନ୍ନ ବିଦ୍ୟୁତ୍‌ ଓ ଜେନେରେଟର ଦୋକାନରେ ଲୋକଙ୍କ ଧାଡ଼ି ଲାଗିଥିଲା। ଜେନେରେଟର ସଜାଡିବାଠାରୁ ଆରମ୍ଭ କରି ଟର୍ଚ୍ଚ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣାକିଣି କରିବାରୁ ସେସବୁ ଦୋକାନ ବେଶ୍‌ ଚଳଚଞ୍ଚଳ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri