Posted inUncategorized

ମାଡ଼ି ଆସିଲେ, କିଛି ମାନିଲେନି

ଭୁବନେଶ୍ୱର,(ବ୍ୟୁରୋ)/ କଟକ ଅଫିସ,୨୫।୫: କରୋନା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ଜାରି ରହିଛି। ଏଭଳି ସଙ୍କଟଜନକ ସ୍ଥିତିରେ ଓଡ଼ିଶାକୁ ବାତ୍ୟା ବିପଦ ମାଡ଼ି ଆସୁଛି। ୨୬ ତାରିଖ ସକାଳେ ବାତ୍ୟା ‘ୟାସ୍‌’ ଉପକୂଳ ଛୁଇଁବ। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଜଗତ୍‌ସିଂହପୁରରେ ଅଧିକ କ୍ଷୟକ୍ଷତି ଘଟାଇବା ସହ ଆଖପାଖ ଜିଲାରେ ପବନ ସହ ବର୍ଷା ବି ହେବ। ଏହାକୁ ନେଇ ଲୋକେ ଛାନିଆ ହୋଇପଡିଛନ୍ତି। ଭୟରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ପାଇଁ ଲାଗିପଡିଛନ୍ତି। ଶନିବାର ଓ ରବିବାର ଶଟ୍‌ଡାଉନ୍‌ ଥିଲା। ସୋମବାର ସକାଳ ହେବାମାତ୍ରେ କଟକ ଓ ଭୁବନେଶ୍ୱରର ଲୋକେ କିଛି କଟକଣା ନ ମାନି ସିଧା ବଜାର ଧାଇଁଥିଲେ। ବିଭିନ୍ନ କଲୋନୀରୁ ଦଳଦଳ ହୋଇ ରାସ୍ତାକୁ ମାଡ଼ି ଆସିଥିଲେ। ଚାଲିଚାଲି ଆସି ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ନିୟମ ରହିଥିଲେ ମଧ୍ୟ ଅଧିକାଂଶ ଗାଡିମୋଟରରେ ଆସି ହାଟ ବଜାରରେ ଭିଡ଼ ଜମାଇଥିଲେ। କିଣାକିଣି ସମୟରେ କାହା ମଧ୍ୟରେ ସାମାଜିକ ଦୂରତ୍ୱ ନ ଥିଲା। କେତେଜଣଙ୍କ ମୁହଁରେ ବି ମାସ୍କ ନ ଥିଲା। ଲୋକଙ୍କ ଏଭଳି ଆତଙ୍କିତ ଅବସ୍ଥା ଦେଖି ବିଭିନ୍ନ ସ୍ଥାନରେ ଜଗି ରହିଥିବା ପୋଲିସ ବି ହାତ ଟେକି ଦେଇଥିଲା। ଅଳ୍ପ କେତେକ ସ୍ଥାନରେ ପୋଲିସ ଗାଡ଼ି ଅଟକାଇ ଯାଞ୍ଚ କରିଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ସହାନୁଭୂତି ଦେଖାଉଥିବା ଦେଖିବାକୁ ମିଳିଥିଲା।
ସେହିପରି କଟକରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ମାଲଗୋଦାମ, ଓଏମ୍‌ପି ଫିଲ୍ଡ, ବାଦାମବାଡି ଓ ସିଡ଼ିଏ ପେଟାନାଳ ରୋଡ୍‌ ସମେତ ଅନେକ ସ୍ଥାନରେ ଭିଡ ଜମିଥିଲା। ଏଥିପାଇଁ ସହରର ବାଦାମବାଡି, ଦୋଳମୁଣ୍ଡାଇ, ରାଣୀହାଟ, ଚୌଧୁରୀବଜାର, ମଙ୍ଗଳାବାଗ ଆଦି ମୁଖ୍ୟରାସ୍ତା ସମେତ ଅନେକ ସ୍ଥାନରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।
ସରକାର ବାତ୍ୟା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଓ ଅତ୍ୟାବଶ୍ୟକ ଜିନିଷ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ବାରମ୍ବାର ସୂଚନା ଦିଆଯାଉଛି। ଏଥିସହ ସୋମବାର ଓ ମଙ୍ଗଳବାର ଏସବୁ ସାମଗ୍ରୀ କିଣାକିଣି ପାଇଁ କଟକଣାକୁ କୋହଳ କରାଯାଇଛି। ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପରିବର୍ତ୍ତେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାସତ୍ତ୍ୱେ ସଚେତନ ନାଗରିକ ରହୁଥିବା ଦ୍ୱୈତନଗରୀରେ ଏଭଳି ଭିଡ଼କୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।
ହାଟ ସ୍ଥିତି ଅସମ୍ଭାଳ, ଦାମ୍‌ ଭିଡ଼ିନେଲେ ବେପାରୀ
ରାସ୍ତାପାର୍ଶ୍ୱ ଅପେକ୍ଷା ହାଟର ସ୍ଥିତି ଅସମ୍ଭାଳ ହୋଇପଡିଥିଲା। ରାଜଧାନୀର ପ୍ରମୁଖ ହାଟ କୁହାଯାଉଥିବା ୧ନମ୍ବର ହାଟରେ ଅବସ୍ଥା ଅଣାୟତ୍ତ ହୋଇପଡିଥିଲା। ସାଇକେଲ, ଦୁଇଚକିଆ ଯାନ ସହିତ ଡାଲା ଅଟୋରେ ପରିବା କିଣି ନେଇ ଯାଉଥିବା ଦେଖାଯାଇଥିଲା। ଡିମାଣ୍ଡ ଦେଖି ବ୍ୟବସାୟୀମାନେ ଚଢା ଦରରେ ପରିବା ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ମୁତୟନ ଥିବା ପୋଲିସ ବାରମ୍ବାର ତାଗିଦ୍‌ କରୁଥିଲେ ବି ଲୋକେ ଓ ବ୍ୟବସାୟୀ କିଛି ଶୁଣି ନ ଥିଲେ। ସେହିଭଳି ୟୁନିଟ୍‌ ୪ ହାଟ, ପଳାଶୁଣୀ ହାଟ, ଝାରପଡା ଗଣେଶ ମଣ୍ଡପସ୍ଥିତ ଅସ୍ଥାୟୀ ହାଟ, ରସୁଲଗଡ ହାଟ ସବୁଠାରେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମାନ ସ୍ଥିତି ଲାଗି ରହିଥିଲା। ପରିବା ଓ ରାଶନ ଦୋକାନରେ ଅଧିକ ଭିଡ଼ ହୋଇଥିଲା। ଲୋକେ ଠେଲାପେଲା ହୋଇ କିଣାକିଣି କରୁଥିଲେ। ସୋମବାର ପାଇଁ ଅଧିକାଂଶ ଆମିଷ ଦୋକାନ ବନ୍ଦ ଥିବାବେଳେ ଖୋଲିଥିବା କେତେକ ଦୋକାନରେ ଗ୍ରାହକ ଭିଡ ଲଗାଇଥିଲେ।
ଜେନେରେଟର ଦୋକାନ ଚଳଚଞ୍ଚଳ
ପବନ ସହ ବର୍ଷା ହେଲେ ବିଦ୍ୟୁତ୍‌ ବିଭ୍ରାଟ ହେବାର ଆଶଙ୍କା ରହିଛି। ତେଣୁ ବିଭିନ୍ନ ବିଦ୍ୟୁତ୍‌ ଓ ଜେନେରେଟର ଦୋକାନରେ ଲୋକଙ୍କ ଧାଡ଼ି ଲାଗିଥିଲା। ଜେନେରେଟର ସଜାଡିବାଠାରୁ ଆରମ୍ଭ କରି ଟର୍ଚ୍ଚ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣାକିଣି କରିବାରୁ ସେସବୁ ଦୋକାନ ବେଶ୍‌ ଚଳଚଞ୍ଚଳ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଡିଭିଜନ ବେଞ୍ଚରେ ରାଜ୍ୟ ସରକାରଙ୍କ ଅପିଲ

କଟକ,୨୫ା୪(କାର୍ତ୍ତିକ ସାହୁ): ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ମାମଲାର ରାୟ ପ୍ରକାଶ କରି...

ନାବାଳିକାଙ୍କୁ ବାରମ୍ବାର ବଳାତ୍କାର : ଦୋଷୀଙ୍କୁ ୨୦ବର୍ଷ କାରାଦଣ୍ଡ

ବାଲେଶ୍ୱର,୨୫।୪(ମାନସ ବିଶ୍ୱାଳ): ବାଲେଶ୍ୱର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ରଞ୍ଜନ କୁମାର ସୂତାର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ...

ନିଜ ସ୍ତ୍ରୀ ଆଗରେ ମହିଳାଙ୍କୁ କଲେ ବଳାତ୍କାର, ନଗ୍ନ ଫଟୋ ଦେଖାଇ ଧର୍ମ ବଦଳାଇବାକୁ କଲେ ବ୍ଲାକମେଲ୍

ନୂଆଦିଲ୍ଲୀ, ୨୨।୪: କର୍ଣ୍ଣାଟକରେ ୨୮ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ କିଛି ବ୍ୟକ୍ତି ତାଙ୍କ ନଗ୍ନ ଫଟୋ ଦେଖାଇ ବ୍ଲାକମେଲ ମାଧ୍ୟମରେ ଇସଲାମ ଧର୍ମ ଗ୍ରହଣ...

ଏମ୍ସ ଡାକ୍ତରଙ୍କ ସହ ୪୦ ମିନିଟ କଥା ହେଲେ କେଜରିଓ୍ବାଲ, ଉଠିଲା ନାହିଁ ଇନସୁଲିନ ପ୍ରସଙ୍ଗ!

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏଆଇଆଇଏମଏସର ବରିଷ୍ଠ ଡାକ୍ତରଙ୍କ ସହ ଭିଡିଓ ପରାମର୍ଶର ସୁବିଧା ଦିଆଯାଇଥିଲା। ଯେଉଁଥିରେ ତାଙ୍କୁ ନିଶ୍ଚିତ କରାଯାଇଥିଲା ଯେ ତାଙ୍କ...

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri