ଚାଷୀ ଆନ୍ଦୋଳନ ଭାଜପାର କ୍ଷତି କରିପାରିବ ନାହିଁ

୨୧ ବର୍ଷର ଚାକିରି ଛାଡ଼ି ରାଜନୀତିରେ ପ୍ରବେଶ କରିଥିବା ମୁକେଶ ମହାଲିଙ୍ଗ ଏବେ ବଲାଙ୍ଗୀର ଜିଲା ଲୋଇସିଂହା ବିଧାୟକ। ସ୍କୁଲ ଜୀବନରୁ ସ୍ବୟଂସେବକ ଭାବେ କାର୍ଯ୍ୟ କରୁଥିବା ମହାଲିଙ୍ଗ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ରାଷ୍ଟ୍ରୀୟବାଦ୍‌, ଆଧ୍ୟାତ୍ମିକ ଚିନ୍ତାଧାରାରେ ବେଶ୍‌ ଅନୁପ୍ରାଣିତ। ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓଙ୍କୁ ସେ ରାଜନୈତିକ ଗୁରୁ ବୋଲି ମାନନ୍ତି। ସରକାରୀ ଚାକିରି ଛାଡ଼ିବା ସମୟରେ ସେ ରାଜ୍ୟ ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ କାର୍ଯ୍ୟରତ ଥିଲେ। ଦୀର୍ଘ ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ସରକାରୀ କାର୍ଯ୍ୟର ଅଭିଜ୍ଞତାକୁ ରାଜନୀତିରେ ଉପଯୋଗକରି ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଥିବା ମହାଲିଙ୍ଗଙ୍କ ସହ ଧରିତ୍ରୀର ଆଳାପ…

ଆପଣ ଭାବୁଛନ୍ତି କି, ଓଡ଼ିଶାରେ ଭାଜପା ବିଶେଷ କରି ଆର୍‌ଏସ୍‌ଏସ୍‌ ଉଧେଇପାରୁନି, କାରଣ ଏଠାରେ ସାମ୍ପ୍ରଦାୟିକ ମନୋଭାବ ନାହିଁ। ଏଥିପାଇଁ ଜଗନ୍ନାଥ ସଂସ୍କୃତି କାରଣ କି?
*ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ଘରେ ଜଗନ୍ନାଥ ସଂସ୍କୃତି ପରିଚିତ। ଭାଜପା ସାମ୍ପ୍ରଦାୟିକ ରାଜନୀତିକୁ ବିଶ୍ୱାସ କରେନାହିଁ। ଏଠାରେ ମୁଖ୍ୟତଃ ବିଜେଡିକୁ ଚ୍ୟାଲେଞ୍ଜ ଦେବାକୁ ଦଳ ଚେଷ୍ଟା କରୁଛି। ଗତ ୨୦ ବର୍ଷରେ ବିଜେଡି କରିଥିବା ଦୁର୍ନୀତି ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରୁଛୁ।
ବିଜେଡି କରିଥିବା କେଉଁସବୁ ଦୁର୍ନୀତିକୁ ଲୋକଲୋଚନକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି?
*ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପାଣ୍ଠିର ଦୁରୁପଯୋଗ, ୧୪ଦଶ ଓ ପଞ୍ଚଦଶ ଅର୍ଥଦଶ କମିଶନରୁ ପଞ୍ଚାୟତକୁ ଆସୁଥିବା ଅର୍ଥର ବାଟମାରଣା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ୫ ଜିଲାର ୯ଟି ବ୍ଲକ ପରିଦର୍ଶନ କରି କେନ୍ଦ୍ରୀୟ ଟିମ୍‌ ରିପୋର୍ଟରେ ଦର୍ଶାଇଛି, ବିଦ୍ୟୁତ୍‌ ଭିତ୍ତିଭୂମି ଏବଂ ସରବରାହ ଓ ବଣ୍ଟନ କ୍ଷେତ୍ରରେ ଅନେକ ହଜାର କୋଟି ଟଙ୍କାର ଦୁର୍ନୀତି ସାଙ୍ଗକୁ ମାଇନିଂ ସେକ୍ଟରରେ ୫ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ଚାଷୀ ଆନ୍ଦୋଳନ ଓଡ଼ିଶାର ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଏସବୁ ପ୍ରସଙ୍ଗ ଲୋକଙ୍କ ପାଖରେ ପହଞ୍ଚାଉଛୁ।
ଏସବୁ କାରଣରୁ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କମିଛି କି?
*ନବୀନଙ୍କ ଲୋକପ୍ରିୟତା ନେଇ ସର୍ଭେ ରିପୋର୍ଟ କ’ଣ କହୁଛି କହିପାରିବି ନାହିଁ। ଏନେଇ କିଛି ଅଧ୍ୟୟନ କରିନାହିଁ। ତଥାପି ତାଙ୍କ ଭାବମୂର୍ତ୍ତି କମିଛି। ସେ ରାଜ୍ୟର ଶାସନ ଡୋରି ସମ୍ପର୍କରେ ବୁଝୁଛନ୍ତି ନା ନାହିଁ ଜାଣିନି, ହେଲେ ତାଙ୍କ ଆଖପାଖରେ ଥିବା ସରକାରୀ ଅଧିକାରୀ ଓଡ଼ିଶାରେ ବେଶି ରାଜନୀତି କରୁଛନ୍ତି। ମନ୍ତ୍ରୀ, ବିଧାୟକ ଓ ଦଳୀୟ ନେତାମାନେ ସ୍ଥାଣୁ ପାଲଟି ଯାଇଛନ୍ତି। ତୃଣମୂଳସ୍ତରରେ ଗରିବ ଲୋକଙ୍କ ପାଖରେ ଯୋଜନା ଠିକ୍‌ରେ ପହଞ୍ଚିପାରୁ ନାହିଁ।
ଓଡ଼ିଶାରେ ଭାଜପା, ବିଜେଡି ଏକ ବୋଲି ଆଲୋଚନା ହୁଏ। ବିଜେଡି ଗୋଟିଏ ରାଜ୍ୟ ସଭା ଆସନ ଭାଜପାକୁ ଛାଡ଼ିଦେବା ଏହାର ଏକ ବଡ଼ ଉଦାହରଣ ବୋଲି କୁହାଯାଇପାରିବ । ଏ ଘଟଣାକୁ ଆପଣ କେମିତି ଦେଖୁଛନ୍ତି?
*ଅଶ୍ୱିନୀ ବୈଷ୍ଣବ ଭାଜପାର ରାଜ୍ୟ ସଭା ପ୍ରାର୍ଥୀ ଥିଲେ। ଆମେ କହି ନ ଥିଲୁ ସମର୍ଥନ ଦିଅ, ସେମାନେ ସ୍ବତଃସ୍ଫୂର୍ତ୍ତ ଭାବେ ରାଜ୍ୟ ସଭା ଆସନ ଛାଡ଼ିଛନ୍ତି। ଏଥିରେ ସିଧାସଳଖ କୌଣସି ବୁଝାମଣା ନ ଥିଲା। ବିଜେଡି ପ୍ରାର୍ଥୀ ଦେଇଥିଲେ ଆମେ କଦାପି ଜିତି ନ ଥାଆନ୍ତୁ। ତେଣୁ ଏଥିରେ ଭାଜପାର ନୁହେଁ ବିଜେଡିର କ୍ଷତି ହେଲା। ଏନେଇ ବିଜେଡିର ସ୍ବାର୍ଥ ଥାଇପାରେ। ବିଧାନ ପରିଷଦ ବିଲ୍‌ ପାସ୍‌ କରିବା ଲାଗି ଏପରି କରିଥାଇପାରେ।
ଚାଷୀ ସମସ୍ୟା ଓଡ଼ିଶାର ମୁଖ୍ୟ ପ୍ରସଙ୍ଗ ବୋଲି କହୁଛନ୍ତି। ହେଲେ ଦିଲ୍ଲୀ ସମେତ ଅନ୍ୟ କେତେକ ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିରୋଧରେ ଦୀର୍ଘ ୬ ମାସ ହେବ ଚାଷୀ ଆନ୍ଦୋଳନରେ ବସିଲେଣି। ଏହା କ’ଣ ଭାଜପା ସମର୍ଥିତ ଏନ୍‌ଡିଏ ସରକାରର ବିଫଳତା ନୁହେଁ କି?
*ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ସମାଧାନ ଲାଗି କେନ୍ଦ୍ର ସରକାର ସବୁବେଳେ ପ୍ରସ୍ତୁତ। ହେଲେ କୃଷକମାନଙ୍କ ସହ କେନ୍ଦ୍ର ଯେତେବେଳେ ଆଲୋଚନା କରୁଛି ସେମାନେ ପ୍ରସଙ୍ଗ ବାହାରକୁ ଯାଇ କଥାବାର୍ତ୍ତା କରୁଛନ୍ତି। ସମାଧାନ ରାସ୍ତା କାଢ଼ିବାକୁ କେନ୍ଦ୍ର ପ୍ରସ୍ତୁତ, ହେଲେ ୩ କୃଷି ବିଲ୍‌ ପ୍ରତ୍ୟାହାର ଲାଗି ଯେଉଁ ଦାବି ସେମାନେ କରୁଛନ୍ତି, ତାହା ଅସମ୍ଭବ। ଚାଷୀ ଆନ୍ଦୋଳନ ଯୋଗୁ ଭାଜପାର କିଛି କ୍ଷତି ହେବନାହିଁ।
ବିଦ୍ୟୁତ୍‌ ଦରବୃଦ୍ଧି ପ୍ରସଙ୍ଗରେ ବାରମ୍ବାର ଆନ୍ଦୋଳନ କରୁଥିବା ଭାଜପା ପେଟ୍ରୋଲ, ଡିଜେଲ ଦରବୃଦ୍ଧି ନେଇ କାହିଁକି ନୀରବ ରହୁଛି?
*ଉତ୍ତର: ଉପା ସରକାର ନିର୍ବାଚନ ସମୟରେ ତେଲ ଦାମ୍‌କୁ ସ୍ଥିର ରଖିବା ସକାଶେ ୧୩୧ ଲକ୍ଷ କୋଟି ଟଙ୍କାର ଏକ ଅଏଲ ବଣ୍ଡ କରିଥିଲା। ୨୦୨୬ ମାର୍ଚ୍ଚ ସୁଦ୍ଧା ଉକ୍ତ ଅଏଲ ବଣ୍ଡର ଅର୍ଥ ଫେରାଇବାକୁ ପଡ଼ିବ। ସେହି ରାଶି ଭରଣା କରିବା କାମ ମୋଦି ସରକାର ଚଳାଇଛନ୍ତି। ସେହିପରି ତେଲ ଉପରେ ଯେଉଁ କେନ୍ଦ୍ରୀୟ ଶୁଳ୍କ ଲଗାଯାଉଛି ସେହି ଅର୍ଥରେ ଦେଶର ଅନ୍ୟାନ୍ୟ ଉନ୍ନୟନମୂଳକ ଯୋଜନା କରାଯାଇ ଗରିବ ଲୋକଙ୍କ ନିକଟରେ ପହଞ୍ଚାଯାଉଛି।
ଓଡ଼ିଶାର କିଛି ଯୁବପିଢ଼ି ମୋଦିଙ୍କ ଯୋଗୁ ଭାଜପା ସମର୍ଥକ ପାଲଟିଥିଲେ, ସାମାଜିକ ଗଣମାଧ୍ୟମରେ ମଧ୍ୟ ଅନେକ ଓଡ଼ିଆ ସମର୍ଥକ ଥିବା ସତ୍ତ୍ୱେ ନିର୍ବାଚନରେ ଆପଣଙ୍କ ଦଳ ଜିତିପାରିଲା ନାହିଁ। ତା’ର କାରଣ କ’ଣ?
*ଯୁବପିଢ଼ି ରାଷ୍ଟ୍ରୀୟବାଦ୍‌ ଓ ବୈଚାରିକ ଚିନ୍ତାଧାରାରେ ମୋଦିଙ୍କ ପ୍ରତି ଆସ୍ଥା ପ୍ରକଟ କରିସାରିଛନ୍ତି। ଓଡ଼ିଶାରେ ଆମ ଆକଳନ ମୁତାବକ ଆସନ ମିଳିଲାନାହିଁ, ବିଜେଡି ଆମଠାରୁ ଆଗରେ ରହିଲା। ହେଲେ ଆମର ଭୋଟ ସଂଖ୍ୟା ବୃଦ୍ଧି ପାଇଛି। ଓଡ଼ିଶାର ୯୧ ପ୍ରତିଶତ ଲୋକ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ଏକ ସର୍ଭେରୁ ଜଣାପଡ଼ିଛି।
ଯଦି ଯୁବପିଢ଼ି ମୋଦିଙ୍କ ସପକ୍ଷରେ ଅଛନ୍ତି ତେବେ ଓଡ଼ିଶାରେ ଆର୍‌ଏସ୍‌ଏସ୍‌ ଉଧାଇ ନ ପାରିବାରୁ ଭାଜପା ଏଠି ଆଗକୁ ବଢ଼ିପାରୁନି ବୋଲି ଭାବୁଛନ୍ତି କି?
*ଆର୍‌ଏସ୍‌ଏସ୍‌ର ବିଚାରଧାରା, କାର୍ଯ୍ୟଶୈଳୀ ସମ୍ପୂର୍ଣ୍ଣ ଭିନ୍ନ। ଏହା ରାଷ୍ଟ୍ରବାଦ ଉପରେ ବିଶ୍ୱାସ କରେ। ଆର୍‌ଏସ୍‌ଏସ୍‌ କେବେ ରାଜନୀତି କରେ ନାହିଁ। ଆର୍‌ଏସ୍‌ଏସ୍‌ ବିଚାରଧାରାକୁ ଭାଜପା ରାଜନୀତି ମାଧ୍ୟମରେ ପରିପ୍ରକାଶ କରିଥାଏ।
୨୦୨୪ରେ ଓଡ଼ିଶାରେ ଭାଜପାର ଭବିଷ୍ୟତ କ’ଣ ହେବ?
୨୦୨୪ରେ ଓଡ଼ିଶାରେ ଭାଜପା ନିଶ୍ଚିତ ସରକାର କରିବ। ବିଜେଡିର କପି ପେଷ୍ଟ ଷ୍ଟ୍ରାଟେଜିକୁ ଲୋକମାନେ ବୁଝି ପରିବର୍ତ୍ତନ ଆଡ଼କୁ ମୁହାଁଇଲେଣି।
ପୂର୍ବ ଭାରତରେ ଭାଜପା କାହିଁକି ଉଧାଇପାରୁନି?
*ପୂର୍ବ ଭାରତରେ ଭାଜପା ପୂର୍ବାପେକ୍ଷା ଶକ୍ତି ବଢ଼ାଇବାରେ ସକ୍ଷମ ହୋଇପାରିଛି। ପଶ୍ଚିମବଙ୍ଗରେ ଦଳ ସରକାର କରିବାରେ ସଫଳ ହୋଇପାରି ନ ଥିଲେ ମଧ୍ୟ ଭୋଟ ଅନୁପାତ ବୃଦ୍ଧି ପାଇଛି। ସେହିପରି ଓଡ଼ିଶା କଥା ଦେଖିଲେ ଏଠାରେ ଲୋକ ସଭା ଓ ବିଧାନସଭାରେ ଦଳ ଅଧିକ ଆସନ ହାତେଇଛି। ଓଡ଼ିଶା ଲୋକମାନେ ପ୍ରଥମ ଥର ଭାଜପାକୁ ମୁଖ୍ୟ ବିରୋଧୀ ଦଳ ଆସନରେ ବସାଇଛନ୍ତି। ବିଜେଡି କେନ୍ଦ୍ରୀୟ ଯୋଜନା ହଡ଼ପକରି ପ୍ରଭାବୀ ଢଙ୍ଗରେ ନିଜର ବୋଲି କହି ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଭୁଆଁ ବୁଲାଇବାରେ ସଫଳ ହେଉଛନ୍ତି। ଏହାକୁ ପ୍ରତିହତ କରିବାକୁ ଭାଜପା ଚେଷ୍ଟା କରୁଛି।
ଉତ୍ତରପ୍ରଦେଶ(ୟୁପି)ରେ ହେବାକୁ ଥିବା ନିର୍ବାଚନରେ କ’ଣ ହେବ ବୋଲି ଭାବୁଛନ୍ତି?
*ୟୁପି ନିର୍ବାଚନ ନେଇ ବର୍ତ୍ତମାନଠାରୁ ସ୍ପଷ୍ଟ ଚିତ୍ର ଆସିଗଲାଣି। ସେଠାକାର ପଞ୍ଚାୟତ ନିର୍ବାଚନରେ ଭାଜପାକୁ ଭଲ ସଫଳତା ମିଳିଛି। ୟୁପି ଲୋକମାନେ ଭାଜପା ଉପରେ ଭରସା କରିବେ ବୋଲି ଭାବୁଛି।
ରାଜନୀତିକୁ ଛାଡ଼ି ଖାଲି ସମୟ ମିଳିଲେ ଆପଣ କ’ଣ କରିବାକୁ ବେଶି ପସନ୍ଦ କରନ୍ତି?
*ଖାଲି ସମୟ ମିଳିଲେ ବିଶେଷକରି ପଢ଼ାପଢ଼ି କରିବା ଉପରେ ରୁଚି ରଖେ। ବହୁ ମହାପୁରୁଷଙ୍କ ଜୀବନୀ ପଢ଼ିବାକୁ ବହୁତ ଭଲ ଲାଗେ। ବହୁ ରାଜନେତାଙ୍କ ବିଷୟରେ ଜାଣିବାକୁ ମଧ୍ୟ ଚେଷ୍ଟା କରେ। ପ୍ରତିଦିନ ଖାଲି ସମୟ ଦେଖି ଶରୀର ପାଇଁ ଅଧଘଣ୍ଟା ସମୟ ଦିଏ। ଯୋଗ ଓ ପ୍ରାଣାୟାମ କରିବା ଦୈନନ୍ଦିନ କାର୍ଯ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?