ଭାରରେ ବୁହା ହେଲେ ରୋଗୀ

ମହାକାଳପଡ଼ା,୧୫ା୮(ଡି.ଏନ୍‌.ଏ.): ଭାରତ ସ୍ବାଧୀନତା ଲାଭର ୭୫ ବର୍ଷ ପରେ ବି ଗ୍ରାମାଞ୍ଚଳର ଲୋକଙ୍କୁ ମୌଳିକ ସୁବିଧା ମିଳିନି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଚ୍ଛେଲା ପଞ୍ଚାୟତ ଶବରପଲ୍ଲୀ ଗାଁ ଜଙ୍ଗଲଘେରିକୁ ଭଲ ରାସ୍ତାଟିଏ ନାହିଁ। ଫଳରେ ଆମ୍ବୁଲାନ୍ସଟିଏ ଗାଁକୁ ଆସିପାରୁ ନ ଥିବାରୁ ବାଧ୍ୟରେ ଲୋକମାନେ ବାଉଁଶ ଓ ଲୁଗାରେ ଭାର କରି ଜଣେ ମହିଳା ରୋଗୀଙ୍କୁ ୨ କିମି ଦୂର ନେବାକୁ ପଡ଼ିଛି। ସେଠାରୁ ଅନ୍ୟ ଗାଡ଼ିରେ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଛନ୍ତି।
ବ୍ଲକର ଶବରପଲ୍ଲୀ ଗାଁର ଜଙ୍ଗଲଘେରିରେ ଶବର ସମ୍ପ୍ରଦାୟର ୪୦ ପରିବାରରେ ୧୫୦ ଲୋକ ବସବାସ କରୁଛନ୍ତି। ରବିବାର ଅପରାହ୍ନରେ ଗାଁର ଜଣେ ମହିଳା ଦ୍ରୌପଦୀ ଭକ୍ତା(୭୦) ଗୁରୁତର ହୋଇପଡିଥିଲେ। ତାଙ୍କୁ ଗାଁ ଲୋକେ ଭାରରେ ଦୁଇ କିମି ଦୂର ରାମଚଣ୍ଡୀ ମୁଖ୍ୟରାସ୍ତାକୁ ଆଣିଥିଲେ। ସେଠାରୁ ମହିଳାଙ୍କୁ ପ୍ରଥମେ ଅଟୋରିକ୍ସା ଯୋଗେ ରାମନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଗାଁର ଲୋକେ ବହୁବାର ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ ବ୍ଲକ ପ୍ରଶାସନ ଅଧାପନ୍ତରିଆ ରାସ୍ତା କାମ ସାରି ଚୁପ୍‌ ହୋଇ ବସି ରହିଛି। ଗାଁର ଏହି ରାସ୍ତା ଦୁଃଖ କେବେ ଦୂର ହେବ ଓ ଆମ୍ବୁଲାନ୍ସଟିଏ ଗାଁକୁ ଆସିବ ତାହାକୁ ନେଇ ସମସ୍ତେ ସନ୍ଦୀହାନରେ ରହିଛନ୍ତି। ଗାଁର ସୁଦନ ଭକ୍ତା, ପଇଡ ଭକ୍ତା, ସୁଦର୍ଶନ ଭକ୍ତା, ସହଚର ଆହାଡ଼ି ପ୍ରମୁଖ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚ ଭରିବ ‘ରାହାଗିରି’

ଅନୁଗୋଳ ଅଫିସ, ୭ା୫ ଦୀର୍ଘ ୬ ବର୍ଷ ପରେ ଅନୁଗୋଳ ରାସ୍ତାକୁ ଫେରିଛି ରାହାଗିରି। ପୁଣି ନାଚଗୀତରେ ମସ୍‌ଗୁଲ ହେବେ ସହରବାସୀ। ଆସନ୍ତା ରବିବାର ସକାଳ...

ଓଲଟିଲା ପେଟ୍ରୋଲ ଟ୍ୟାଙ୍କର, ରାଜପଥ ୯ ଘଣ୍ଟା ଅଚଳ

ଜୟପୁର,୧୭ା୧୨(ଡି.ଏନ୍‌.ଏ.): ଜୟପୁର-କୋରାପୁଟ ଘାଟି ୨୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ପୂର୍ବାହ୍ନ ୬ଟାରେ ଏକ ତେଲ ଟ୍ୟାଙ୍କର ଓଲଟି ପଡ଼ିଛି। ଫଳରେ ସେଥିରୁ ନିର୍ଗତ ପେଟ୍ରୋଲ...

ବିଳମ୍ବିତ ହେଉଛି ବିକାଶ

ବଇଣ୍ଡା,୧୯ା୭:  ବିକାଶର ମାର୍ଗ ବା ରାଜପଥ ପ୍ରଶସ୍ତ ହେବ। ସେଥିପାଇଁ ୩ ବର୍ଷ ତଳୁ କ୍ଷେତ୍ର ପ୍ରସ୍ତୁତ କରାଗଲା। ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା...

ପଦ୍ମଶ୍ରୀ ପାଇବେ ରାୟଗଡ଼ାର ଶାନ୍ତି ଦେବୀ

ରାୟଗଡ଼ା ଅଫିସ/ଗୁଣପୁର୨୫ା୧: ଅବିଭକ୍ତ କୋରାପୁଟ ଜିଲାର ପରିଚିତ ନାମ ଶାନ୍ତି ଦେବୀ। ଦୀର୍ଘ ୭ ଦଶନ୍ଧି ଧରି ସେ ନିଜକୁ ସମାଜସେବା କ୍ଷେତ୍ରରେ ସମର୍ପଣ କରିଛନ୍ତି।...

ରାସ୍ତାରେ ପାଣି, ଘରୁ ବାହାରି ପାରୁନାହାନ୍ତି ଲୋକେ

ବରୀ,୨୧ା୭(ଡି.ଏନ.ଏ.): ବରୀ ବ୍ଲକ୍‌ ଅଧୀନ ଚନ୍ଦନପୁର ପଞ୍ଚାୟତ ଶୁକଳ ଗ୍ରାମରେ ଲଗାଣ ବର୍ଷା ଯୋଗୁ ରାସ୍ତା ଉପରେ ପାଣି ଜମି ରହୁଛି। ଫଳରେ ଯାତାୟାତ ବାଧାପ୍ରାପ୍ତ...

ଜିଲାକୁ ମରୁଡ଼ି ଘୋଷଣା ଦାବିରେ ଗଣଧାରଣା

ବାଲେଶ୍ୱର ଅଫିସ, ୪।୮-ବାଲେଶ୍ୱର ଜିଲାକୁ ମରୁଡି ଘୋଷଣା ଦାବିରେ ‘କୃଷକ ସଂଘର୍ଷ ସମିତି’ ବାଲେଶ୍ୱର ଶାଖା ପକ୍ଷରୁ ଶନିବାର ପୂର୍ବାହ୍ନରେ ଜିଲାପାଳ କାର୍ଯ୍ୟାଳୟ ପରିସରରେ ଗଣଧାରଣା...

ଜିଲାରେ ଗାଡ଼ି ଚେକିଂ କଡ଼ାକଡ଼ି

ବାରିପଦା ଅଫିସ, ୧ା୩- ନୂଆ ମୋଟର ଯାନ ଆଇନ ରବିବାରଠାରୁ ରାଜ୍ୟରେ କଡ଼ାକଡ଼ି ଲାଗୁ ହୋଇଛି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ ପୋଲିସ...

ମହୀପୁରକୁ ପରୀକ୍ଷାମୂଳକ ଭାବେ ଗଡ଼ିବ ଟ୍ରେନ୍‌: ଅନୁଧ୍ୟାନ କରିବେ ରେଳ ସୁରକ୍ଷା ଆୟୁକ୍ତ

ନୟାଗଡ଼ ଅଫିସ,୨୫ା୭: ନୟାଗଡ଼ ଜିଲା ନୂଆଗାଁ ବ୍ଲକର ମହୀପୁର ଷ୍ଟେଶନକୁ ପରୀକ୍ଷାମୂଳକ ଭାବେ ଗୁରୁବାର ଗଡ଼ିବ ଟ୍ରେନ୍‌। ଏହାକୁ ଅନୁଧ୍ୟାନ କରିବା ପାଇଁ ଗୁରୁବାର ରେଳ...

Advertisement
Archives

Model This Week