Posted inଖେଳ

ପୂର୍ବତନ ଫୁଟ୍‌ବଲ ଅଧିନାୟକ ଚାପମ୍ୟାନଙ୍କ ପରଲୋକ

ନୂଆଦିଲ୍ଲୀ, ୧୩ା୧୦ (ପି.ଟି.)-ଭାରତର ପୂର୍ବତନ ଫୁଟ୍‌ବଲ ଅଧିନାୟକ ଓ ମିଡ୍‌ଫିଲ୍‌ଡର ଚାର୍ଲଟନ ଚାପମ୍ୟାନଙ୍କର ହୃଦ୍‌ଘାତରେ ବାଙ୍ଗାଲୋରରେ ପରଲୋକ ହୋଇଯାଇଛି। ତାଙ୍କୁ ୪୯ବର୍ଷ ବୟସ ହୋଇଥିଲା। ୧୯୯୦ ଦଶକରେ କ୍ଲବ ସ୍ତରରେ ବାଇଚୁଙ୍ଗ ଭୂତିଆ ଓ ଆଇ.ଏମ୍‌. ବିଜୟନ ଓ ଚାପମ୍ୟାନ ୩ଜଣ ମିଶି ଏକ ବିପଜ୍ଜନକ କମ୍ବିନେଶନ ସୃଷ୍ଟି କରିଥିଲେ। ଚାପମ୍ୟାନ ଅସୁସ୍ଥ ହେବା ପରେ ରବିବାର ରାତିରେ ବେଙ୍ଗାଲୁରୁସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସୋମବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ଚାପମ୍ୟାନ ଜଣେ ଖୁସ୍‌ମିଜାଜ ବ୍ୟକ୍ତି ଥିଲେ। ସେ ସବୁବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି ବୋଲି ତାଙ୍କର ଏକଦା ଭାରତ ଟିମ୍‌ ମେଟ୍‌ ବ୍ରୁନୋ କୁଟିନୋ କହିଛନ୍ତି। ଭାରତ ତରଫରୁ ୧୦୯୫ ରୁ ୨୦୦୧ ପର୍ଯ୍ୟନ୍ତ ପ୍ରତିନିଧିତ୍ୱ କରିଥିବା ଚାପମ୍ୟାନ ଜଣେ ସୃଜନଶୀଳ ମିଡ୍‌ଫିଲ୍ଡର ଥିଲେ। ତାଙ୍କ ଅଧିନାୟକତ୍ୱରେ ଭାରତ ୧୯୯୭ରେ ସାଫ୍‌ କପ୍‌ ଜିତିଥିଲା। କ୍ଲବ ସ୍ତରରେ ସେ ଇଷ୍ଟବେଙ୍ଗଲ ଏବଂ ବର୍ତ୍ତମାନ କାର୍ଯ୍ୟକ୍ଷମ ନ ଥିବା ଜେସିଟି ମିଲ୍ସ ତରଫରୁ ଖେଳି ବେଶ୍‌ ସଫଳତା ଅର୍ଜନ କରିଥିଲେ। ଚାପମ୍ୟାନ ୧୯୯୦ଦଶକରେ ଟାଟା ଫୁଟ୍‌ବଲ୍‌ ଏକାଡେମୀର ସୃଷ୍ଟି। ୧୯୯୩ରେ ସେ ଇଷ୍ଟବେଙ୍ଗଲରେ ଯୋଗ ଦେଇଥିଲେ। ସେହିବର୍ଷ ଏସିଆନ କପ୍‌ ଓ୍ବିନର୍ସ କପ୍‌ର ଏକ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ତାଙ୍କ ଦଳ ୬-୨ ଗୋଲରେ ଇରାକର ଅଲ୍‌ ଜ୍ୱାରା ନାମକ ଏକ କ୍ଲବକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ସେ ଏକ ହ୍ୟାଟ୍ରିକ ଅର୍ଜନ କରିଥିଲେ। ମାତ୍ର ୧୯୯୫ରେ ଜେସିଟିରେ ଯୋଗଦାନ ପରେ ତାଙ୍କ ପ୍ରଦର୍ଶନ ସବୁଠାରୁ ପ୍ରଶଂସନୀୟ ଥିଲା। ପଞ୍ଜାବର ଏହି କ୍ଲବ ସହ ସେ ୧୪ ଟ୍ରଫି ଜିତିଥିଲେ। ତନ୍ମଧ୍ୟରେ ଉଦ୍‌ଘାଟନୀ ନ୍ୟାଶନାଲ ଫୁଟ୍‌ବଲ ଲିଗ୍‌ (ଏନ୍‌ଏଫ୍‌ଏଲ୍‌) ୧୯୯୬-୯୭ ଅନ୍ତର୍ଭୁକ୍ତ। ଚାପମ୍ୟାନ ଆହୁରି ମଧ୍ୟ ବର୍ତ୍ତମାନ ଅଚଳ ହୋଇ ପଡ଼ିଥିବା ଏଫ୍‌ସି କୋଚିନ୍‌ ଦଳରେ ଯୋଗ ଦେଇଥିଲେ। କିନ୍ତୁ ବର୍ଷକ ପରେ ସେ ୧୯୯୮ରେ ଇଷ୍ଟବେଙ୍ଗଲକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ୨୦୦୧ରେ କ୍ଲବ ତାଙ୍କ ଅଧିନାୟକତ୍ୱରେ ନ୍ୟାଶନାଲ ଫୁଟ୍‌ବଲ ଲିଗ୍‌ ଜିତିଥିଲା। ସେହି ବର୍ଷ ସେ ପ୍ରଫେଶନାଲ ଫୁଟ୍‌ବଲରୁ ତାଙ୍କର ଅବସର ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri