ପଇସାବାଲା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦେବ ଦଳ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କ ମତକୁ ନିଜ ସପକ୍ଷରେ ନେବା ସକାଶେ ବିଜେଡି ଓ ଭାଜପା ସବୁ ପ୍ରକାର ଉଦ୍ୟମ ଆରମ୍ଭ କରିଦେଲେଣି। ଏହି କ୍ରମରେ ଭାଜପାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଦଳର ରାଜ୍ୟ କାର୍ଯ୍ୟାଳୟରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଭାଜପା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ଦଳର ସବୁ ଏମ୍‌ପିଙ୍କୁ ନେଇ ଏକ ବୈଠକ ବସିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ବିଧାୟକମାନଙ୍କୁ ନେଇ ବୈଠକ ବସିଛି। ଉଭୟ ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବ, ଏଥିଲାଗି କ’ଣ କରାଯିବ ସେନେଇ ଆଲୋଚନା ହୋଇଥିବା ଜଣାପଡିଛି। ଦିନକ ପୂର୍ବରୁ ଅର୍ଥାତ୍‌ ରବିବାର ବିଳମ୍ବିତ ସାରେ ନିକଟରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି .ନଡ୍ଡା ଓଡ଼ିଶା ପାଇଁ ଗଠନ କରିଥିବା କୋର୍‌ କମିଟିର ବୈଠକ ମଧ୍ୟ ବସି ପଞ୍ଚାୟତ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡିଛି।
ବୈଠକ ପରେ ବରଗଡ଼ ଏମ୍‌ପି ସୁରେଶ ପୂଜାରୀ କହିଛନ୍ତି, ଭାଜପାକୁ ପୋଜିସନିଂ କରି ଜିତିବା ଓ ବିଜେଡିକୁ ହରାଇବା ମୁଖ୍ୟ ଲକ୍ଷ୍ୟ। ନିର୍ବାଚନ ଲାଗି ରାଜ୍ୟ ଓ ଜିଲାସ୍ତରରେ ମାନିଫେଷ୍ଟୋ ପ୍ରସ୍ତୁତ କରାଯିବ। ତୃଣମୂଳସ୍ତରରେ ନିର୍ବାଚନ ପରିଚାଳନା କମିଟି ଗଠନ ହେବ। ୨୦୧୭ ଠାରୁ ଏବେ ଏମ୍‌ପି ଓ ବିଧାୟକଙ୍କ ସଂଖ୍ୟା ଅଧିକ ଅଛି ରେଜଲ୍ଟ ଭଲ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ବିଧାୟକଙ୍କ ବୈଠକ ଶେଷ ହେବାପରେ ଜଣେ ନେତା ସୂଚନା ଦେଇଛନ୍ତି, ଭାଜପା ଜିଲା ପରିଷଦ ଆସନଗୁଡିକରେ କିପରି ଭଲ ଏବଂ ଟଙ୍କା ରଖିଥିବା ଲୋକଙ୍କୁ ପ୍ରାର୍ଥୀ କରିବ ତାହା ଉପରେ ଗୁରୁତ୍ୱ ଦେବ। ଆସନ ସଂରକ୍ଷଣ ନେଇ ଚୂଡ଼ାନ୍ତ ତାଲିକା ବାହାରିବା ପରେ ପ୍ରାର୍ଥୀ ଚୟନ ଶେଷ ହେବ। ଓବିସିମାନଙ୍କୁ ସଂରକ୍ଷଣ ନେଇ ବିଜେଡି କରିଥିବା ଯୋଜନାକୁ ଲୋକଲୋଚନକୁ ଆଣି ଏହି ଘଟଣାରେ ରାଜ୍ୟବାସୀଙ୍କ ଭିତରେ ରାଗ ବଢ଼ାଇବା ଉପରେ ଆଲୋଚନା ହୋଇଛି। ରାଜ୍ୟ ସରକାର ପକ୍କାଘର ମରାମତି ଲାଗି ଯେଉଁ ଟଙ୍କା ଦେଇଛନ୍ତି ତାହା କେନ୍ଦ୍ର ଦେଉଛି ବୋଲି ପ୍ରଚାର କରାଯିବ। ରାଜ୍ୟ ସରକାରଙ୍କ ଦୁର୍ନୀତି ସମ୍ପର୍କରେ ତଥ୍ୟ ଏକାଠି କରି ରାଜ୍ୟସ୍ତରରେ ଏହା ବିରୋଧରେ ଚାର୍ଜଶିଟ୍‌ ଦାଖଲ କରାଯିବ। ଏମ୍‌ପିମାନେ ନିର୍ବାଚନୀ ପ୍ରଚାରର ମଙ୍ଗ ଧରିବେ। କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଲ କାମ ବିଷୟରେ ଲୋକଙ୍କ ନିକଟରେ ଏମ୍‌ପିମାନେ ତଥ୍ୟ ରଖିବେ। ବିଜୁ ସ୍ବାସ୍ଥ୍ୟ କାର୍ଡର ବିଫଳତା କଥା ମଧ୍ୟ ଲୋକଙ୍କୁ ଜଣାଯିବ। ସେହିପରି ଆସନ୍ତା ୭ ତାରିଖ ପରେ ଆଉଥରେ ଏକ ଚୂଡ଼ାନ୍ତ ବୈଠକ ବସି ନିର୍ବାଚନ ରଣନୀତି ପ୍ରସ୍ତୁତି କାମ ଶେଷ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?