Posted inଖେଳ

ଲଜ୍ଜାଜନକ ରେକର୍ଡ ହାସଲ କଲା ଇଂଲଣ୍ଡ: ୧୪୪ ବର୍ଷ ଟେଷ୍ଟ ଇତିହାସରେ ଦ୍ୱିତୀୟଥର ଘଟିଲା ଏମିତି

ମେଲବୋର୍ନ,୨୮।୧୨: ଆଶେସ ସିରିଜର ତୃତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ଦଳ ଇଂଲଣ୍ଡକୁ ଏକ ଇନିଂସ ଏବଂ ୧୪ ରନ୍‌ରେ ପରାସ୍ତ କରିଛି । ଜୋ ରୁଟଙ୍କ ଅଧିନାୟକତ୍ୱରେ ଥିବା ଇଂଲଣ୍ଡ ଦଳ ମେଲବୋର୍ନ ଟେଷ୍ଟରେ ଅଷ୍ଟ୍ରେଲିଆଠାରୁ ଲଜ୍ଜାଜନକ ପରାଜୟ ଭୋଗିଛି। ଏହା ସହ ପ୍ୟାଟ କମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିୟ ଦଳ ମଧ୍ୟ ଆଶେସ ସିରିଜ କବଜା କରିଥିଲେ। ପାଞ୍ଚ ଟେଷ୍ଟ ସିରିଜରେ ଆୟୋଜକ ଅଷ୍ଟ୍ରେଲିଆ ଏବେ ୩-୦ରେ ଆଗୁଆ ରହିଛି। ଇଂଲଣ୍ଡର ପ୍ରଥମ ଇନିଂସ ୧୮୫ ରନ୍‌ରେ ଅଲଆଉଟ୍‌ ହୋଇଥିବାବେଳେ ଦ୍ୱିତୀୟ ଇନିଂସରେ ଏହାର ବ୍ୟାଟ୍ସମ୍ୟାନ୍‌ମାନେ ୬୮ ରନରେ ଅଲଆଉଟ ହୋଇଥିଲେ।
ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଡେଭିଡ ମାଲାନ, ଜ୍ୟାକ ଲିଚ, ମାର୍କ କାଡ ଏବଂ ଓଲି ରବିନ୍ସନ ଆକାଉଣ୍ଟ ଖୋଲିପାରି ନ ଥିଲେ। ପ୍ରଥମ ଇନିଂସରେ ଓପନର୍‌ ବ୍ୟାଟ୍ସମ୍ୟାନ ହସିବ ହମିଦ ଶୂନରୁ ଆଉଟ ହୋଇଥିଲେ। ଏହା ସହ ଇଂଲଣ୍ଡ ଦଳ ନିଜ ନାମରେ ଏକ ଖରାପ ରେକର୍ଡ ସୃଷ୍ଟି କରିଛି। ଦଳର ବ୍ୟାଟ୍ସମ୍ୟାନ୍‌ମାନେ ଚଳିତ ବର୍ଷ ଅର୍ଥାତ୍‌ ୨୦୨୧ରେ ୫୪ ଥର ଶୂନରେ ଆଉଟ୍‌ ହୋଇଛନ୍ତି। ୧୪୪ ବର୍ଷ ଧରି ଟେଷ୍ଟ କ୍ରିକେଟ ଖେଳୁଥିବା ଇଂଲଣ୍ଡ ଦଳ ସହିତ ଏହା ଦ୍ୱିତୀୟ ଥର ଘଟିଛି। ଏହାପୂର୍ବରୁ ୧୯୯୮ରେ, ଇଂଲଣ୍ଡ ଖେଳାଳିମାନେ ସର୍ବାଧିକ ୫୪ଥର ଶୂନରେ ଆଉଟ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

POCSO ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ, ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ,୧୭।୫: କେନ୍ଦ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ବନ୍ଦୀ ଭଗୀରଥ ସାଇକୁ ତେଲେଙ୍ଗାନା ପୋଲିସ ଶନିବାର ଗିରଫ କରିଛି। ତେବେ କେନ୍ଦ୍ରମନ୍ତ୍ରୀ ପୁଅକୁ ସରେଣ୍ଡର କରାଇଥିବାର ଦାବି…

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌: ପୁଣେରୁ ବାୟୋଲୋଜି ଅଧ୍ୟାପିକା ଗିରଫ

ନୂଆଦିଲ୍ଲୀ,୧୭ା୫(ପି.ଟି.):ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଶନିବାର ପୁଣେରୁ ଜଣେ ଜୀବବିଜ୍ଞାନ ଅଧ୍ୟାପିକାଙ୍କୁ ଗିରଫ କରିଛି। ଉକ୍ତ ଅଧ୍ୟାପିକା ମେ’…

ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ: ୨ଟି କୋଚ୍‌ରେ ଲାଗିଗଲା ନିଆଁ, ଭିତରେ ଥିଲେ…

ନୂଆଦିଲ୍ଲୀ,୧୭।୫: ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଦିଲ୍ଲୀ-ନିଜାମୁଦ୍ଦିନ ଯାଉଥିବା ଏହି ଟେନ ଦୁଇଟି କୋଚରେ ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଛି। ରବିବାର ସକାଳେ ଏହି ଘଟଣା ଆଲୋଟ…

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଘରଭଡ଼ା ଦେଇ ନ ପାରି ସ୍ତ୍ରୀ, ଝିଅକୁ ବଳାତ୍କାର ପାଇଁ ଦେଲେ ଅନୁମତି

ମୋରବି (ଗୁଜରାଟ),୧୭ା୫: ଘରଭଡ଼ା ଶୁଝି ନ ପାରିବାରୁ ଜଣେ ଶ୍ରମିକ ତାଙ୍କ ସ୍ତ୍ରୀ ଓ ନାବାଳିକା ଝିଅକୁ ଯୌନ ଶୋଷଣ ପାଇଁ ଘରମାଲିକ(୫୫)ଙ୍କୁ ଅନୁମତି ଦେବା ଭଳି…

ସିବିଏସ୍‌ଇ: ନବମ ଶ୍ରେଣୀରେ ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୭ା୫(ପି.ଟି.): ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦କୁ ନେଇ ଦୀର୍ଘଦିନରୁ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଏକ ବଡ଼ ପଦକ୍ଷେପ ନେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri