Posted inଖେଳ

ତେନ୍ଦୁଲକର ଆଉଟ୍‌ ହେବା ପରେ ‘ଦେବଦାସ’ ଦେଖିବାକୁ ଚାଲି ଯାଇଥିଲେ ଏହି କ୍ରିକେଟରଙ୍କ ମା’ବାପା; ପୁଅଙ୍କ ଖେଳ ଦେଖି ନ ଥିଲେ

ନୂଆଦିଲ୍ଲୀ,୧୫।୯: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଖେଳାଯାଇଥିବା ନାଟଓ୍ବେଷ୍ଟ ଟ୍ରଫିକୁ ଆଜି ବି ଲୋକେ ମନେ ପକାନ୍ତି। ଭାରତୀୟ ଟିମ୍‌ ଅନେକ ଫାଇନାଲ ହାରିବା ପରେ ଉକ୍ତ ଟୁର୍ନାମେଣ୍ଟରେ ଜିତିଥିଲା। ୨୦୦୨ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଇଲଂଣ୍ଡକୁ ହରାଇଥିଲା। ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମହମ୍ମଦ କୈଫ। ଏକ ସାକ୍ଷାତକାରରେ କୈଫ ଉକ୍ତ ମ୍ୟାଚ୍‌ ସହ ଜଡ଼ିତ କିଛି ସ୍ମୃତିକୁ ପୁନଃ ତାଜା କରିଥିଲେ। ମ୍ୟାଚ୍‌ରେ ସଚିନ୍‌ ତେନ୍ଦୁଲକର ଆଉଟ୍‌ ହୋଇଯିବା ପରେ ଲୋକେ ଷ୍ଟାଡିୟମରୁ ବାହାରକୁ ଚାଲିଯାଇଥିଲେ। କେବଳ ଏତିକି ନୁହେଁ ଲୋକେ ଟିଭି ଦେଖିବା ମଧ୍ୟ ବନ୍ଦ କରିଦେଇଥିଲେ।

ସଚିନ ଆଉଟ୍‌ ହେବା ପରେ କୈଫ ପଡ଼ିଆକୁ ଯାଇଥିଲେ। ହେଲେ ଦର୍ଶକେ ଷ୍ଟାଡିୟମ ବାହାରକୁ ଯାଉଥିବା ଦେଖିବାକୁ ମିଳିଥିଲା। ସେ ମନେ ମନେ ତାଙ୍କୁ ଦେଖିବାକୁ କହିଥିଲେ। ହେଲେ କେହି ଶୁଣି ନ ଥିଲେ। ଏପରିକି ତାଙ୍କ ବାପାମା’ ମଧ୍ୟ ଫିଲ୍ମ ଦେଖିବାକୁ ଚାଲିଯାଇଥିଲେ। ସେତେବେଳେ ଶାହାରୁଖଙ୍କ ଫିଲ୍ମ ଦେବଦାସ ରିଲିଜ ହୋଇଥିଲା। ଘର ପାଖରେ ସିନେମାହଲ୍‌ ଥିବାରୁ ଘରଲୋକେ ସେଠାକୁ ଫିଲ୍ମ ଦେଖିବାକୁ ଚାଲିଯାଇଥିଲେ। ହେଲେ ପୁଅର ବ୍ୟାଟିଂ ଦେଖି ନ ଥିଲେ। ଯେତେବେଳେ ଆମେ ଜିତିଗଲୁ ସେତେବେଳେ ପଡୋଶୀ ଘରକୁ ଆସିଥିଲେ। ମାତ୍ର ଘରେ ତାଲା ଝୁଲୁଥିଲା। ସେମାନେ ସିନେମାହଲ ଯାଇଥିବା ଜାଣିବା ପରେ ଲୋକେ ସେଠାରେ ପହଞ୍ଚି ତାଙ୍କୁ ଭାରତ ଜିତିଥିବା ବିଷୟରେ କହିଥିଲେ।

ଉକ୍ତ ମ୍ୟାଚ୍‌ରେ ୭ନଂ ସ୍ଥାନରେ ଖେଳିବାକୁ ଆସିଥିଲେ କୈଫ। ସବୁବେଳେ ତାଙ୍କୁ ୭ରୁ ୮ ଓଭର ଖେଳିବାକୁ ସୁଯୋଗ ମିଳୁଥିବା ବେଳେ ସେଦିନ ୨୫ ଓଭର ମିଳିଥିଲା। ସେ ଯୁବରାଜଙ୍କ ସହ ମିଶି ଭାରତକୁ ଜିତାଇବାରେ ସଫଳ ହୋଇଥିଲା। ୩୨୬ ରନ୍‌ର ପିଛା କରୁଥିବା ଦଳ ଇଲଂଣ୍ଡକୁ ହରାଇଥିଲା। ୧୦୯ ବଲ୍‌ରେ କୈଫ ୮୭ ରନ୍‌ କରିଥିଲେ। ଯେଉଁଥିରେ ୬ ଚଉକା ଓ ୨ ଛକା ଥିଲା ବୋଲି ସେ କହିଛନ୍ତି। ଏହି ସ୍ମୃତି ସବୁଦିନ ପାଇଁ ତାଙ୍କ ମନେ ରହିବ ବୋଲି ସେ ମଧ୍ୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?