Posted inଫୁରସତ

ପିଲାର ଏମିତି ଅଜବ ନାମ ରଖିଲେ ମାତାପିତା, ଶୁଣିଲେ ମୁଣ୍ଡରେ ଦେବେ ହାତ

ସାଧାରଣତଃ ପିଲାଟିଏ ଜନ୍ମ ହେଲେ ପରିବାର ଲୋକେ ନାମକରଣ କରିଥାନ୍ତି। ଏଥିରୁ କେତେକ ନାଁ କୌତୂହଳ ସୃଷ୍ଟି କରିଥାଏ। ଏବେ ଇଣ୍ଡୋନେସିଆରେ ରହୁଥିବା ଜଣେ ନାବାଳକଙ୍କ ନାଁ ଶୁଣିଲେ ହସି ହସି ରହିବେ। ଏହି ନାଁକୁ ନେଇ ଚାରିଆଡ଼େ ଚର୍ଚ୍ଚା। ପିଲାଟିର ନାଁ ABCDEF GHIJK Zuzu(ଏବିସିଡିଇଏଫ୍‌ଜିଏଚ୍‌ଆଇଜେକେ ଜୁଜୁ)। ଏପରି ନାଁ ବିଷୟରେ ଜଣାପଡ଼ିଲା ଯେତେବେଳେ ସ୍ଥାନୀୟ ପୋଲିସ ଭ୍ୟାକ୍ସିନେଶନ ପାଇଁ ଅଭିଯାନ ଆରମ୍ଭ କରିଥିଲା। ଏଥିରେ ଏହି ନାବାଳକ ଜଣକ ସାମିଲ ଥିଲେ। ତାଙ୍କର ବୟସ ୧୨ ବର୍ଷ।

ଏକ ରିପୋର୍ଟ ଅନୁଯାୟୀ, ଟିକାକରଣ ସମୟରେ ଅନ୍ୟ ଛାତ୍ରମାନଙ୍କର ନଜର ଏହି ଛାତ୍ରଙ୍କ ପଡ଼ିଥିଲା। ପୋଲିସ କର୍ମଚାରୀ ନାବାଳକର ଟିକାକରଣ ଭିଡିଓ କ୍ଲିପ୍‌ ରେକର୍ଡ କରିଥିଲେ। ଆରମ୍ଭରେ ସ୍ବାସ୍ଥ୍ୟକର୍ମୀଙ୍କୁ ଲାଗିଥିଲା କି ମଜାରେ ଏପରି କହୁଛନ୍ତି ମାତ୍ର ତାଙ୍କର ହସ୍ପିଟାଲ ପରିଚୟ ପତ୍ର ଦେଖିବାରୁ ଜଣାପଡ଼ିଥିଲା ଏହା ତାଙ୍କର ପ୍ରକୃତ ନାମ।

ଜୁଜୁଙ୍କ ପିତା ଜୁଲ୍‌ଫାମି କହିଛନ୍ତି, ତାଙ୍କ ପୁଅ ଜନ୍ମ ହେବାରୁ ୬ ବର୍ଷ ଆଗରୁ ସେ ଏପରି ନାଁ ରଖିବେ ବୋଲି ନିଷ୍ପତ୍ତି ନେଇଥିଲେ। କାରଣ ତାଙ୍କୁ ପଜଲସ ବହୁତ ଭଲ ଲାଗେ। ଏହି କାରଣରୁ ସେ ତାଙ୍କ ପୁଅର ନାମ ABCDEF GHIJK Zuzu ରଖିଲେ। ସେ କହିଛନ୍ତି, ସାଧାରଣ ଭାବରେ ତାଙ୍କ ପୁଅକୁ ଏଡିଇଫ୍‌ ଡାକନ୍ତି।

ଜୁଜୁ କୁହନ୍ତି, ତାଙ୍କର ଏପରି ଅସାଧାରଣ ନାମକୁ ନେଇ ଅନେକ ସମୟରେ ଲାଜ ଲାଗେ। ଅନ୍ୟ ଛାତ୍ରମାନେ ତାଙ୍କୁ ଚିଡ଼ାନ୍ତି ବି। କିନ୍ତୁ ଏବେ ସେ ତାଙ୍କ ନାଁକୁ ନେଇ ଗର୍ବ କରନ୍ତି। ଖାଲି ଏତିକି ନୁହେଁ ଜୁଲଫାମି କୁହନ୍ତି, ତାଙ୍କ ଅନ୍ୟ ପିଲାଙ୍କ ନାମ NOPQ RSTUV ଏବଂ XYZ ରଖିବେ ବୋଲି ଭାବିଥିଲେ। କିନ୍ତୁ ପରିବାର ଲୋକ ଏଥିରେ ରାଜି ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ, ଲୁହରେ ଭିଜୁଛି ଗାଁ

ଡେରାବିଶ,୨୭ା୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ବିଲିଆ ଗ୍ରାମରେ ରବିବାର ସକାଳେ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଯାଇଛି। ଗ୍ରାମର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

AIକୁ ନେଇ ବିଲ ଗେଟ୍ସଙ୍କ ଚେତାବନୀ, କହିଲେ ‘କୋଟି କୋଟି ଲୋକଙ୍କର ହେବ ମୃତ୍ୟୁ’, ଚିନ୍ତାରେ ସାରା ବିଶ୍ୱ!

ଓ୍ବାଶିଂଟନ,୨୭।୯: କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବୃଦ୍ଧି ପାଉଥିବା ଶକ୍ତି ଏବଂ ଏହାର ବିପଦପୂର୍ଣ୍ଣ ପରିଣାମ ସମ୍ପର୍କରେ ସାରା ବିଶ୍ୱରେ ପୁଣି ଥରେ ଏକ ବଡ଼ ବିତର୍କ…

ପିତୃ ପକ୍ଷରେ ଚମକିବ ଏହି ୫ ରାଶିର ଭାଗ୍ୟ, ଧନ ସହ ମିଳିବ କ୍ୟାରିୟରରେ ବଡ଼ ସଫଳତା

ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, ପିତୃ ପକ୍ଷର ସମୟ ପିତୃପୁରୁଷଙ୍କ ତର୍ପଣ ଏବଂ ଶ୍ରାଦ୍ଧ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ପିତୃ ପକ୍ଷ ୨୬ ସେପ୍ଟେମ୍ୱରରୁ…

ନାବାଳକଙ୍କୁ ହତ୍ୟା କରି ଦୁଇ କୋଠା ମଝିରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର,୨୭ା୯(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ରବିବାର ସକାଳେ ଏକ ନାବାଳିକଙ୍କ ମୃତଦେହକୁ ଠାବ କରିଛି ପୋଲିସ। ଉଦ୍ଧାର ମୃତଦେହଟି ଓ୍ବାନ୍‌ ଆର୍‌ କଲୋନୀର…

ଯାଜପୁରରୁ ଭାସି ଆସି ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା, ପ୍ରବଳ ସ୍ରୋତ ସତ୍ତ୍ୱେ…

ପଟ୍ଟାମୁଣ୍ଡାଇ,୨୭ା୯(କଳ୍ପତରୁ ): କଥାରେ ଅଛି ରଖେ ହରି ତ ମାରେ କିଏ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଜଣେ ୮୦ ବର୍ଷୀୟା ବୃଦ୍ଧା। ନଦୀର ପ୍ରଖର ସ୍ରୋତରେ…

ଗୁରୁ-ଚନ୍ଦ୍ରଙ୍କ ଯୁତିରେ ଗଜକେଶରୀ ରାଜଯୋଗ: ଅଧିକ ଫାଇଦାରେ ରହିବେ ମୀନ ରାଶି; ଆଉ ୩ ରାଶିଙ୍କୁ ଚାକିରିରେ ମିଳିବ…

ଚନ୍ଦ୍ର ୪ ଅକ୍ଟୋବର ୨୦୨୬ ସଂଧ୍ୟା ୬ଟା ୩୧ ମିନିଟରେ କର୍କଟ ରାଶିରେ ପ୍ରବେଶ କରିବେ। ଏହି ରାଶିରେ ପୂର୍ୱରୁ ହିଁ ବୃହସ୍ପତି (ଗୁରୁ) ବିରାଜମାନ ଅଛନ୍ତି।…

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?