ଟେଣ୍ଟ ହାଉସ ମାଲିକ କାନ ଧରି ଭୁଲ୍‌ ମାଗିଲେ

ରୂପ୍‌ସା,୧୦।୯(ଡି.ଏନ୍‌.ଏ.): କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟଦେବତା ଶ୍ରୀଜଗନ୍ନାଥଙ୍କ ପ୍ରତିମାଙ୍କୁ ଏକ ପିକ୍‌ଅପ ଭ୍ୟାନ ପଛପଟେ ବାନ୍ଧି ନିଆଯିବା ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବାଲେଶ୍ୱର ଜିଲା ୬୦ ନଂ. ଜାତୀୟ ରାଜପଥର ସଦର ବ୍ଲକ ହଳଦୀପଦାଠାରେ ଗୁରୁବାର ଜଣେ କାର୍‌ ଡ୍ରାଇଭର ଏଭଳି ଦୃଶ୍ୟକୁ ମୋବାଇଲରେ ଭିଡିଓ କରିବା ପରେ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏହାର ପ୍ରତିବାଦରେ ଶୁକ୍ରବାର ଛାତ୍ର କଂଗ୍ରେସ ପକ୍ଷରୁ ବସ୍ତା ଥାନାରେ ଏକ ଏତଲା ଦିଆଯାଇଛି। ଅନ୍ୟପକ୍ଷରେ ଟେଣ୍ଟ ହାଉସ ମାଲିକ ଜଳେଶ୍ୱର ଗୋବରଘାଟ ପଞ୍ଚାୟତର ଗୌତମ ପ୍ରଧାନ, ତାଙ୍କ ସ୍ତ୍ରୀ ଓ କର୍ମଚାରୀଙ୍କୁ ସାଙ୍ଗରେ ନେଇ କୃଷ୍ଣନଗରସ୍ଥିତ ଇସ୍କନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ଦୀପ ଜାଳିଛନ୍ତି। ତାଙ୍କ ଅଜାଣତରେ କର୍ମଚାରୀମାନେ ପ୍ରଭୁ ଜଗନ୍ନାଥଙ୍କୁ ଏଭଳି ଆଣିବା ଘଟଣାରେ ସେ କ୍ଷମାପ୍ରାର୍ଥନା କରିଛନ୍ତି। ସମସ୍ତେ ମନ୍ଦିରରେ କାନ ଧରି ଠାକୁରଙ୍କଠାରେ ଭୁଲ ମାଗି ଭବିଷ୍ୟତରେ ଏଭଳି ହେବ ନାହିଁ ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।
ଜାତୀୟ ରାଜପଥ ଦେଇ ଶିବଶକ୍ତି ନାମରେ ଏକ ଟେଣ୍ଟ ହାଉସ ସଂସ୍ଥା ପିକ୍‌ଅପ୍‌ ଭ୍ୟାନରେ ବାଉଁଶ ବୋଝେଇ ସହିତ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତିମାଙ୍କୁ ପଛରେ ଓହଳାଇ ଦଉଡିରେ ବାନ୍ଧି ନେଉଥିଲା। ଏହି ଘଟଣା ସମସ୍ତ ଦେଖଣାହାରିଙ୍କୁ ବ୍ୟଥିତ କରିଥିଲା। ଏହି ଦୃଶ୍ୟ ଭାଇରାଲ ହେଲା ପରେ ବସ୍ତା ଛାତ୍ର କଂଗ୍ରେସ ପକ୍ଷରୁ ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଯେନାଙ୍କ ନେତୃତ୍ୱରେ ବସ୍ତା ନିର୍ବାଚନମଣ୍ଡଳୀ ଛାତ୍ର କଂଗ୍ରେସ ସଭାପତି ଅବିନାଶ ନାୟକ, ଜଳେଶ୍ୱର ନିର୍ବାଚନମଣ୍ଡଳୀ ଛାତ୍ର କଂଗ୍ରେସ ସଭାପତି ଜଗନ୍ନାଥ ମହାପାତ୍ର, ପୂର୍ବତନ ସମିତିସଭ୍ୟ ଜୟନ୍ତ କୁମାର ମହାପାତ୍ର, କମଳଲୋଚନ ଜେନା, ଯୁବନେତା ଜଗଦୀଶ ସାହୁ, ଛାତ୍ରନେତା ରମେଶ ରାଉଳ, ବାହାର୍ଦ୍ଦା ପଞ୍ଚାୟତ କଂଗ୍ରେସ ସଭାପତି ମଦନ ଭକ୍ତା ପ୍ରମୁଖ ସଂସ୍ଥା ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ତଦନ୍ତ ପୂର୍ବକ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ବାରିଣୀ ଦାସ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri